spot_img
Home Blog Page 1341

ସାରା ଦେଶରେ ଆଜି ଚାଷୀ କରିବେ ମହମବତି ଶୋଭାଯାତ୍ରା

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଚାଷୀ କରିବେ ମହମବତି ଶୋଭାଯାତ୍ରା I ବରିଷ୍ଠ ଚାଷୀ ନେତା ଜଗଜିତ ସିଂ ଦାଲେଓ୍ବାଲ ଚଳାଇଥିବା ଆମରଣ ଅନଶନକୁ ସମ୍ମାନ ଜଣାଇ ଦେଶବ୍ଯାପୀ ଆଜି ଚାଷୀ କରିବେ ମହମବତି ଶୋଭାଯାତ୍ରା  । ଏହି ଅଭିଯାନରେ ସାମିଲ ହେବେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା I ଏହା ସହ ଆସନ୍ତା ୨୬ରେ ଦାଲେଓ୍ବାଲଙ୍କ ଅନଶନ ଏକ ମାସ ପୂରୁଥିବାରୁ ସେହିଦିନ ସବୁଠି ପ୍ରତୀକାତ୍ମକ ଅନଶନ କରାଯିବ I

ଶସ୍ଯର ଏମଏସପି ଲାଗି ଆଇନଗତ ଗ୍ଯାରେଣ୍ଟି ପ୍ରଦାନ ସହ ବିଭିନ୍ନ ଚାଷୀ ସମସ୍ୟା ନେଇ ଗତ ନଭେମ୍ବର ୨୬ରେ ସଙ୍ଗରୁରସ୍ଥିତ ଖାନାଉରି ସୀମାରେ ଅନଶନ କରୁଛନ୍ତି ଦାଲେଓ୍ବାଲ I ସେପଟେ କେନ୍ଦ୍ର ସରକାର ଚାଷୀଙ୍କ ଦାବି ପୂରଣ କରିବାକୁ ଦାବି ଦୋହରାଇଛନ୍ତି ଚାଷୀ ସଂଗଠନ I ଅନ୍ନଦାତାମାନେ ଗତ ଫେବୃଆରୀ ୧୩ରୁ ପଞ୍ଜାବ ଓ ହରିୟାଣା ସୀମା ଶଂଭୁ ଓ ଖାନାଉରୀରେ ଆନ୍ଦୋଳନ ଜାରି ରଖିଛନ୍ତି I ଗତ ଡିସେମ୍ବର ୬ରେ ୧୦୧ ଚାଷୀଙ୍କୁ ନେଇ ଏକ ଯାଥା ଦିଲ୍ଲୀରେ ପ୍ରବେଶ ଲାଗି ଉଦ୍ଯମ କରିଥିଲେ ବି ତାହାକୁ ସଫଳ ହେବାକୁ ଦେଇ ନଥିଲା ପୋଲିସ I

ସଂସଦ ପରେ ସଡ଼କରେ ଆମ୍ବେଦକରଙ୍କୁ ଅପମାନ ବିରୋଧରେ ଆଜିଠୁ ପ୍ରତିବାଦ କରିବ କଂଗ୍ରେସ

ନୂଆଦିଲ୍ଲୀ: ବାବା ସାହେବ ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ବିରୋଧରେ ତାତିଲା କଂଗ୍ରେସ। ସଂସଦ ପରେ ସଡ଼କରେ ଆମ୍ବେଦକରଙ୍କୁ ଅପମାନ ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠାରୁ ଦେଶବ୍ୟାପୀ ଆମ୍ବେଦକର ସମ୍ମାନ ସପ୍ତାହ ପାଳିବ କଂଗ୍ରେସ।

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତାମାନେ ପୁଷ୍ପ ମାଲ୍ୟ ପ୍ରଦାନ କରିବେ। ଏହା ସହ ଜିଲ୍ଲାସ୍ତରରେ ପ୍ରତିବାଦ ସଭାକରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ଦିଆଯିବ। ବିଜେପି ଦଳିତ, ଆଦିବାସୀ ଓ ଜନଜାତି ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦମାନେ କ୍ଷମା ପ୍ରାର୍ଥନା ନ କରିବା ଦୁର୍ଭାଗ୍ଯଜନକ କହିଛି କଂଗ୍ରେସ।

କ୍ଷମତା ଅହଙ୍କାରରେ କଂଗ୍ରେସ ସାଂସଦଙ୍କୁ ବିଜେପି ସାଂସଦମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ।ଏଥିରୁ ପ୍ରମାଣିତ ହୋଇଥିଲା ବିଜେପି ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ୨୬ରୁ ଅଧିକ ମିଥ୍ୟା କେସ କରି ବିଜେପି ତାଙ୍କୁ ଡ଼ରାଇବାକୁ ଚେଷ୍ଟା କରୁଛି । ହେଲେ ରାହୁଲ ଭୟଭୀତ ହେବେ ନାହିଁ ବୋଲି କହିଛି କଂଗ୍ରେସ।

ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ। ବାଂଲାଦେଶ ହାତରେ ଅର୍ପଣ ଲାଗି ଭାରତ ସରକାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ବାଂଲାଦେଶରେ ବିଦ୍ରୋହ ପରେ ଗତ ଅଗଷ୍ଟ ୫ରେ ଭାରତ ଚାଲିଆସିଥିଲେ ୭୭ ବର୍ଷ ବୟସ୍କ ଆୱାମୀ ଲିଗ ନେତ୍ରୀ ଶେଖ ହସିନା।

ହସିନା ଭାରତ ଚାଲିଆସିବା ସହ ୧୬ ବର୍ଷ ଶାସନର ପତନ ବି ହୋଇଥିଲା। ଢାକ୍କାସ୍ଥିତ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ଯୁନାଲ ବା ଆଇସିଟି ପକ୍ଷରୁ ହସିନା, ପୂର୍ବତନ ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଅଧିକାରୀ ଓ ସରକାରୀ କର୍ମକର୍ତ୍ତାଙ୍କୁ ନୋଟିସ ଜାରି କରିଛନ୍ତି। ମାନବିକତା ବିରୋଧୀ ତଥା ଗଣହତ୍ଯା ଲାଗି ସମସ୍ତଙ୍କୁ ଦାୟୀ କରାଯାଇଛି। ଅନ୍ତରୀଣ ସରକାରର ବୈଦେଶିକ ବ୍ଯାପାର ପରାମର୍ଶଦାତା ତୋହିଦ ହୁସେନ କହିଛନ୍ତି- ବାଂଲାଦେଶରେ ହସିନାଙ୍କୁ ହସ୍ତାନ୍ତର କରିବା ଲାଗି ଭାରତ ସରକାରଙ୍କୁ କୂଟନୈତିକ ବାର୍ତ୍ତା ପ୍ରଦାନ କରାଯାଇଛି। ପୂର୍ବରୁ ଗୃହ ବିଭାଗ ପରାମର୍ଶଦାତା ଜାହାଙ୍ଗିର ଆଲାମ ବି ହସିନାଙ୍କ ପ୍ରତ୍ଯର୍ପଣ ଲାଗି ଭାରତ ନିକଟକୁ ପତ୍ର ଲେଖିଥିଲେ। ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଢାକ୍କା ଗସ୍ତର କିଛି ସପ୍ତାହ ପରେ ବାଂଲାଦେଶ ପକ୍ଷରୁ ଏହି ଅନୁରୋଧକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।

ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଶୋକ ବ୍ୟକ୍ତ କଲେ ନବୀନ

ନୂଆଦିଲ୍ଲୀ : ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ଆଖିବୁଜିଛନ୍ତି କିମ୍ବଦନ୍ତୀ ଫିଲ୍ମ ନିର୍ମାତା। ସେ ଦୀର୍ଘଦିନ ଧରି କିଡନୀଜନିତ ରୋଗରେ ଥିଲେ ପୀଡ଼ିତ ଥିଲେ । ଶ୍ୟାମ ବେନେଗଲଙ୍କ ମୃତ୍ୟୁ  ନେଇ ସୂଚନା ଦେଲେ କନ୍ୟା ପିୟା ବେନେଗଲ। ଗତ ଡିସେମ୍ବର ୧୪ରେ ସେ ୯୦ତମ ଜନ୍ମଦିବସ ପାଳିଥିଲେ। ୱେଲକମ ଟୁ ସଜ୍ଜନପୁର ଫିଲ୍ମର ନିର୍ମାତା ଭାବେ ଅର୍ଜନ କରିଥିଲେ ଖ୍ଯାତି। ୧୯୭୬ରେ ଶ୍ଯାମଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା। ୧୯୯୧ରେ ଶ୍ୟାମଙ୍କୁ ମିଳିଥିଲା ପଦ୍ମ ବିଭୂଷଣ ସମ୍ମାନ। ତାଙ୍କର ସଫଳ ଫିଲ୍ମ ମଧ୍ୟରେ ରହିଛି ମନ୍ଥନ, ଜୁବେଦା ଓ ସର୍ଦ୍ଦାରୀ ବେଗମ। ୧୯୩୪ ଡିସେମ୍ବର ୧୪ରେ ହାଇଦ୍ରାବାଦରେ ତାଙ୍କର ହୋଇଥିଲା ଜନ୍ମ। ମାତ୍ର ୧୨ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ ନିର୍ମାଣ କରିଥିଲେ ଶ୍ୟାମ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଦି ଫରଗଟନ ହିରୋ, ୱେଲଡନ ଆବା ଆଦି ଫିଲ୍ମର ନିର୍ମାଣ କରିଥିଲେ ଶ୍ୟାମ ବେନେଗଲ। ସେ ୨୦୦୬ରୁ ୨୦୧୨ ଥିଲେ ରାଜ୍ୟସଭା ସଦସ୍ୟ । ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ଯକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ୟାମ ବେନେଗଲଙ୍କ ବିୟୋଗ ଭାରତୀୟ ସିନେମା ଶିଳ୍ପ ପ୍ରତି ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନବୀନ।

ଭୁବନେଶ୍ବର ସତ୍ୟନଗର ଓ୍ବୟାର ହାଉସରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବେନେଶ୍ବର : ଭୁବେନେଶ୍ବର ସତ୍ଯନଗର ୱେରହାଉସରେ ବଡ ଧରଣର ଅଗ୍ନିକାଣ୍ଡ। ଭୟାବହ ଅଗ୍ନିକାଣ୍ଡରେ ବିପୁଳ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରଥମ ଥର ପାଇଁ ନିଆକୁ ଆୟତ୍ତ କରିବା ପାଇଁ ବ୍ୟବହାର ହୋଇଛି ରୋବୋଟିକ ମେସିନ। ରୋବୋଟିକ ମେସିନ ସହାୟତାରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।

ପିଏସପି ଡିଷ୍ଟ୍ରିବ୍ଯୁଟର ନାମକ ସଂସ୍ଥାର ଗୋଦାମରେ ହଠାତ ଲାଗିଥିଲା ନିଆଁ। ସନ୍ଧ୍ୟା ୭ଟା ବେଳେ ମାଲିକ ବନ୍ଦ କରି ଘରକୁ ଯିବା ପରେ ସେଠାରେ ନିଆଁ ଲାଗିଥିଲା। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ କୁ ଆୟତ୍ତ କରିବା ପାଇଁ ନକେଦମ ହେବାକୁ ପଡ଼ିଥିଲା ଅଗ୍ନିଶମ ବାହିନୀକୁ। ନିଆଁଲିଭା କାର୍ଯ୍ୟରେ ୧୦ଟି ଟିମର ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର କେମିକାଲ ଯୁକ୍ତ ଫୋମ ବ୍ୟବହାର କରିଥିଲା ଅଗ୍ନିଶମ ବାହିନୀ। ଗୋଦାମ ଗୃହରେ ବିଭିନ୍ନ କମ୍ପାନୀର ଗ୍ରାଇଣ୍ଡର, ପ୍ରେସର କୁକର,ଫ୍ୟାନ ଆଦି ଇଲୋକ୍ଟ୍ରୋନିକ ସାମଗ୍ରୀ ବହୁ ପରିମାଣରେ ଥିଲା।

ଓଡ଼ିଶା ଆର୍ଥିକ ଅଭିବୃଦ୍ଧିର ବିନ୍ଧାଣୀ ନବୀନ, ଆରବିଆଇ ଦେଲା ଉତ୍ତମ ପ୍ରଶାସନର ସାର୍ଟିଫିକେଟ

ଭୁବନେଶ୍ୱର : ନବୀନଙ୍କ ପାଇଁ ଦରିଦ୍ର ରାଜ୍ୟ ଓଡ଼ିଶା ଆଜି ସମ୍ଭାବନାର ହବ୍ । ଖୋଦ ଏପରି ଦାବି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନବୀନଙ୍କ ଶାସନ କାଳରେ ଓଡ଼ିଶା ପ୍ରଗତିଶୀଳ ଅର୍ଥନୀତିରେ ପହଞ୍ଚିଥିଲା । ଖୋଦ ବିରୋଧୀ ବି ଏହି କଥାକୁ ସ୍ବୀକାର କରିଛନ୍ତି । ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବୋଚ୍ଚ ବ୍ୟାଙ୍କ ଦେଇଛି ଉତ୍ତମ ପ୍ରଶାସନର ସାର୍ଟିଫିକେଟ୍ ।

ବିତ୍ତୀୟ ଉତ୍ତରଦାୟୀ ବଜେଟ୍ ପରିଚାଳନାରେ ଦେଶରେ ଉଦାହରଣ ସୃଷ୍ଟି କରିଥିଲା ଓଡ଼ିଶା । ନବୀନଙ୍କ ଶେଷ ୩ ବର୍ଷ ଶାସନ ଭିତରେ ଓଡ଼ିଆକୁ ଆଦୌ ଋଣ କରିବାକୁ ପଡ଼ି ନଥିଲା । ଖଣିଜ ସମ୍ପଦର ସୁବିନିଯୋଗ କରି କିପରି ରାଜ୍ୟରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ସେ ନେଇ ମଧ୍ୟ ନବୀନ କରିଥିଲେ ଉଦ୍ୟମ । ଏବେ କିନ୍ତୁ ବଡ଼ ବଡ଼ ଶିଳ୍ପ ଓଡ଼ିଶାରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ଏପରିକି କୋଭିଡ ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ପରିଚାଳନାକୁ ନୀତି ଆୟୋଗ ବି ପ୍ରଶଂସା କରିଥିଲେ ।

ଆରବିଆଇ ତାର ରିପୋର୍ଟରେ କହିଛି ଓଡ଼ିଶା ଏକମାତ୍ର ରାଜ୍ୟ ଯାହାକି ୨୦୨୦-୨୧ରେ ରାଜ୍ୟ ଘରୋଇ ଉତ୍ପାଦର ୧.୭ ପ୍ରତିଶତ ରାଜସ୍ବ ବଳକା ରାଜ୍ୟର ମାନ୍ୟତା ପାଇଥିଲା । ଯାହା ୨୦୨୧-୨୨ରେ ବୃଦ୍ଧି ପାଇ ହୋଇଥିଲା ୬.୫ ପ୍ରତିଶତ । ଅଣଟିକସ ରାଜସ୍ବ ସଂଗ୍ରହରେ ଓଡ଼ିଶା ଦେଶରେ ରେକର୍ଡ କରିଥିଲା । ଖଣିଜ ସମ୍ପଦର ସ୍ବଚ୍ଛ କାରବାର କରିବାରେ ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଥିଲେ ତତ୍କାଳୀନ ନବୀନ ସରକାର ।

ଶିକ୍ଷାନୀତିରେ କେନ୍ଦ୍ର ସରକାରଙ୍କ ବଡ ପରିବର୍ତ୍ତନ : ୫ମ ଓ ୮ମରେ ଫେଲ୍ ହେଲେ ଉପର ଶ୍ରେଣୀକୁ ପ୍ରମୋସନ ନାହିଁ

ନୂଆଦିଲ୍ଲୀ : ଶିକ୍ଷାନୀତିରେ କେନ୍ଦ୍ର ସରକାର ଆଣିଲେ ବଡ ପରିବର୍ତ୍ତନ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଯେଉଁ ପିଲା ଫେଲ ହେବେ ସେମାନେ ସେହି ଶ୍ରେଣୀରେ ହିଁ ରହିବେ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର। ସେ କହିଛନ୍ତି ଯେଉଁ ପିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବେ ସେମାନଙ୍କୁ ୨ ମାସ ମଧ୍ଯରେ ପୁନଃପରୀକ୍ଷା ଲାଗି ସୁଯୋଗ ଦିଆଯିବ। ଯଦି ସେମାନେ ତଥାପି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ସେମାନଙ୍କୁ ଉପର ଶ୍ରେଣୀକୁ ପ୍ରମୋସନ ଦିଆଯାଇପାରିବ ନାହିଁ।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବିଦ୍ଯାଳୟ ପିଲାଙ୍କୁ ବହିଷ୍କାର କରିପାରିବେ ନାହିଁ। ପିଲାଙ୍କ ମଧ୍ଯରେ ଶିକ୍ଷଣୀୟତାକୁ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦେଶର ୩ ହଜାର କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ପ୍ରଯୁଜ୍ଯ ହେବ। ତନ୍ମଧ୍ଯରେ ରହିଛି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ । ନୂଆ ନିୟମ ଅନୁସାରେ ଛାତ୍ରଛାତ୍ରୀ ଯଦି ପୁନଃପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ନାହିଁ ତେବେ ସେମାନେ ସେହି ଶ୍ରେଣୀରେ ରହିବେ। ୨୦୧୮ ଜୁଲାଇରେ ଶିକ୍ଷା ଅଧିକାରୀ ଆଇନକୁ ସଂଶୋଧନ କରିବା ଲାଗି ଲୋକସଭାରେ ଏକ ବିଲ୍ ଗୃହୀତ ହୋଇଥିଲା।

ପରେ ୨୦୧୯ରେ ରାଜ୍ଯସଭାରେ ଶିଶୁଙ୍କୁ ମାଗଣା ଓ ବାଧ୍ଯତାମୂଳକ ଶିକ୍ଷା ସଂଶୋଧନ ବିଲ୍ ଗୃହୀତ ହୋଇଥିଲା। ଫଳରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ପିଲାଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ଯେଉଁ ବ୍ଯବସ୍ଥା ଥିଲା ତାହାର ଅନ୍ତ ଘଟିଥିଲା। ଏକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଥିବା ଶିକ୍ଷାଜନିତ ଦୁର୍ବଳତାକୁ ଦୂର କରିବାରେ ଶିକ୍ଷକମାନେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୬ଟି ରାଜ୍ଯ, ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ଏହି ନିୟମ ପାଳନ କରିସାରିଛନ୍ତି।

ବ୍ରହ୍ମପୁରରେ ମାତିଛନ୍ତି ଲୋକାଲ ଦାଦା, ବଟି ନାଁରେ ମାଗୁଛନ୍ତି ୩୦ ଲକ୍ଷ ଟଙ୍କା

ବ୍ରହ୍ମପୁର : ବ୍ରହ୍ମପୁରରେ ମାତିଛନ୍ତି ଲୋକାଲ ଦାଦା । ଦାଦା ବଟି ନାଁରେ ମାଗୁଛନ୍ତି ୩୦ ଲକ୍ଷ ଟଙ୍କା । ଭାଇରାଲ ହେଉଛି ଏହାର ଭିଡିଓ । ବହୁଦିନ ହେଲା ସହରରେ ଏଭଳି ଘଟଣା ବନ୍ଦ ଥିବାବେଳେ ବଡ଼ବଜାର ଶ୍ରୀରାମ ନଗର ଅଞ୍ଚଳରେ ଏବେ ପୁଣି ଥରେ ଦେଖାଦେଇଛି  । ଶ୍ରୀରାମ ନଗର ଅଞ୍ଚଳର ଦୁର୍ଦ୍ଦାନ୍ତ ଯୁବକ ଲଗେନ୍ ସାମଲ ଓରଫ ଭାଲୁ ସାମଲଙ୍କ ସମେତ ୨୦ରୁ ଉର୍ଦ୍ଧ୍ଵ ଯୁବକ ଏଭଳି ଦାଦାବଟି ନାଁରେ ଧମକ ଚମକ ଦେଇଥିବାରୁ ଭୟରେ ଦମ୍ପତି ।

ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ଏପରିକି ଧମକ ଚମକ ପରେ ସେମାନେ ଶ୍ରୀରାମ ନଗର ସାହିରେ ଥିବା ନିଜର ଘର ଛାଡ଼ି ପଳାଇଛନ୍ତି । ଏପରିକି ୭ବର୍ଷର ପୁଅ ସ୍କୁଲକୁ ଯିବା ବି ବନ୍ଦ ହୋଇଯାଇଛି । ତାଙ୍କ ପରିବାରର ସୁରକ୍ଷା ଦାବି କରିଛନ୍ତି ଦମ୍ପତି । ଅନ୍ୟପକ୍ଷରେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି । ସୁରକ୍ଷା ନିମନ୍ତେ ସାହିରେ ନିୟମିତ ପେଟ୍ରୋଲିଂ କରାଯିବ ଓ ସୁରକ୍ଷା ପାଇଁ ପୋଲିସ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ, ବାଇକକୁ ରଙ୍ଗ ସାଇଡରେ ଆସି ଧକ୍କା ଦେଲା କାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍ । ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ କାର । ଦୁର୍ଘଟଣା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏକ କାର ରଙ୍ଗ ସାଇଡରେ ଦ୍ରୁତଗାମୀରେ ଆସି ଏକ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ବାଇକ ଚାଳକ ଜଣକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ କାରଟିକୁ ବଡଗଡ଼ ଥାନା ପୋଲିସ ଅଟକ ରଖି ଅଧିକ ଛାନବିନ ଚଳାଇଛି । ଏହି ଦୁର୍ଘଟଣା ପୂର୍ବରୁ କାରଟି ଆଉ କିଛି ବାଇକ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିବା ସୂଚନା ମିଳିଛି ।

ଓଡ଼ିଶାରେ ହୋଇଛି ବ୍ୟାପକ ଭୋଟ୍ ଗଡ଼ବଡ଼ ! : ବିଜେଡି

ନୂଆଦିଲ୍ଲୀ : ଚବିଶ ନିର୍ବାଚନରେ ହୋଇଛି ବଡ଼ ଗଡ଼ବଡ଼ । ଏମିତି ଏକ ସାଂଘାତିକ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ଯାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି  ।

୨୦୨୪ ଓଡିଶାରେ ନିର୍ବାଚନ ବେଳେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଭୋଟଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସୃଷ୍ଟି କରିଛି ସନ୍ଦେହ । ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତାଲିକା ମଧ୍ୟରେ ରହିଛି ବଡ ତାରତମ୍ୟ । ଭୋଟଦାନ କେନ୍ଦ୍ରରେ ଭୋଟର କେତେ ଭୋଟ ଦେଲେ ତାର ହିସାବ ଫର୍ମ- ୧୭ରେ ପ୍ରିଜାଇଡିଂ ଅଫିସର ଦେଇଥାନ୍ତି । ନିର୍ବାଚନମଣ୍ଡଳିର ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ଆଧାରରେ ରିଟର୍ଣ୍ଣିଂ ଅଫିସର ଫର୍ମ-୨୦ରେ ମୋଟ ଭୋଟ ଦାନର ହିସାବ ଦେଇଥାନ୍ତି ।

ଏହାଛଡା, ଓଡିଶାର ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସର ଦେଇଥିବା ହିସାବ ମଧ୍ୟରେ ତାଳମେଳ ନାହିଁ । ଇଭିଏମରେ ଭୋଟିଂ ହୋଇଥିବାରୁ ଗୋଟିଏ ବି ଭୋଟ ତାରତମ୍ୟ ହେବା କଥା ନୁହେଁ । ଗୋଟିଏ ଭୋଟ ବି ତାରତମ୍ୟ ଅର୍ଥାତ କେଉଁଠି ନା କେଉଁଠି ହୋଇଛି ଗଡବଡ । କେତେକ ନିର୍ବାଚନ ମଣ୍ଡଳୀରେ ୩୦ପ୍ରତିଶତରୁ ଅଧିକ ଭୋଟ ତାରତମ୍ୟ ରହିଥିବା ଦେଖିବାକୁ ମିଳିଛି । ଏଭଳି ତାରତମ୍ୟ ଅର୍ଥ ଏକ ବଡଧରଣର ଜାଲିଆତି ହୋଇଥିବା ସନ୍ଦେହ ସୃଷ୍ଟି କରିଛି । ଏନେଇ ବିଜେଡିର ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି ସ୍ପଷ୍ଟିକରଣ ମାଗିଛନ୍ତି ।

ନିର୍ବାଚନରେ ବ୍ୟାପକ ଗଡବଡ ଓ ଅନିୟମିତତା ହୋଇଥିବା ଅଭିଯୋଗ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଉଠାଇଥିଲେ । ଭୋଟ ହୋଇଥିବା କିଛି ବୁଥର ଏହି ଭୋଟ ତାରତମ୍ୟକୁ ଉଦାହରଣ ଭାବେ ନେଲେ ବୁଝିହେବ କେମିତି ହୋଇଛି ଗଡବଡ । ଫୁଲବାଣୀ ବିଧାନସଭା ଆସନ – ବୁଥ ନମ୍ବର-୫୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ଭିତରେ ଭୋଟ ତାରତମ୍ୟ ହେଉଛି ୬୮୨ ଖଣ୍ଡ ଭୋଟ । ସେହିପରି ତଳସରା ବିଧାନସଭା ଆସନ – ବୁଥ ନମ୍ବର-୧୬୫ ଓ ୨୧୯ରେ ହୋଇଥିବା ମତଦାନରେ ରହିଛି ବ୍ୟବଧାନ ।

ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୬୬୦ ଓ ୭୮୪ ଖଣ୍ଡ ଭୋଟ । ଠିକ୍ ସେହିପରି ଏକାମ୍ର ଭୁବନେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୦୩ରେ, ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୪୨ ଖଣ୍ଡ ଭୋଟ । ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳିର ବୁଥ ନମ୍ବର-୨୦୦ ରେ ଫର୍ମ- ୧୭ (ସି) ଓ ଫର୍ମ- ୨୦ ମଧ୍ୟରେ ତାରତମ୍ୟ ହେଉଛି ୩ଖଣ୍ଡ ଭୋଟ । ସେହିପରି ସମ୍ବଲପୁର ବିଧାନସଭା ଆସନ – ବୁଥ ନମ୍ବର-୧୭ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ୨ଖଣ୍ଡ ଭୋଟ । ବାଲେଶ୍ବର ବିଧାନସଭା ଆସନ – ବୁଥ ନମ୍ବର-୩୮ରେ ଫର୍ମ ୧୭(ସି) ଓ ଫର୍ମ ୨୦ ମଧ୍ୟରେ ତାରତମ୍ୟ ହେଉଛି ଖଣ୍ଡିଏ ଭୋଟ ।

ଭୋଟ ଦିନର ମତଦାନ ହାର ସୂଚନା ଓ ପରବର୍ତ୍ତୀ ଅପଡେଟ ମଧ୍ୟରେ ପାର୍ଥକ୍ୟ ଅତିବେଶୀରେ ୦.୫ ପ୍ରତିଶତରୁ ୧.୫ ପ୍ରତିଶତ ମଧ୍ୟରେ ରହିବା କଥା । ଅତୀତରେ ଅର୍ଥାତ ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ଏହି ତାରତମ୍ୟ ୦.୫ରୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରହିଥିଲା । କିନ୍ତୁ ଚଳିତ ଥର, ସମ୍ଭବତଃ ଇତିହାସରେ ପ୍ରଥମ ଥର ପାଇଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ଦିନର ମତଦାନ ହାର ଓ ଦୁଇ ଦିନ ପରେ ଦିଆଯାଇଥିବା ମତଦାନ ହାର ମଧ୍ୟରେ ତାରତମ୍ୟ ୧୫ରୁ ୩୦ ପ୍ରତିଶତ ରହିଛି, ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି ।