spot_img
Home Blog Page 1340

ଗୋଟିଏ ଭୁଲ ଧୂଳିସାତ କରିଦେବ ଚମ୍ପିଆନ ଟ୍ରଫି ଆଶା

ନୂଆଦିଲ୍ଲୀ : ବଡର ଗାଭାସ୍କର ଟ୍ରଫିରେ ଭାରତ ଏପରି ଯାଗାରେ ଅଛି ଯୋଉଠିକି ଗୋଟିଏ ଭୁଲ ତାର ଚାମ୍ପିଫନ ଟ୍ରଫିର ଆଶାକୁ ଧୂଳିଶାତ କରିଦବ  । ବିଶ୍ବ ଟେଷ୍ଟ ଚାମ୍ପିଆନ ଫାଇନାଲକୁ ଯିବା ପାଇଁ ହେଲେ ଭାରତକୁ ତାର ବାକି ଥିବା ସବୁ ମ୍ୟାଚ କୁ ଯିତିବାକୁ ପଡିବ  । ଟିମ ଇଣ୍ଡିଆର ସବୁଠୁ ବଡ ସମସ୍ୟା ସାଜିଛନ୍ତି  ତାଙ୍କର ଦୁଇ ଅଭିଜ୍ଞ ଖେଳାଳି  । କ୍ୟାପଟେନ ରୋହିତ ଶର୍ମା ଓ ପୂର୍ବ କ୍ୟାପଟେନ ବିରାଟ କୋହଲି ପ୍ରଦର୍ଶନ ବହୁତ ଖରାପ ରହିଛି  । ପୂର୍ବ ଭଳି ତାଙ୍କ ବ୍ୟାଟରୁ ରନ ଆସୁନାହିଁ  । ଫ୍ୟାନସ ମାନଙ୍କୁ ଏହି ଦୁଇ ଖେଳାଳି ବହୁତ ନିରଶ କରିଛନ୍ତି  । ବିରାଟ ଓ ରୋହିତ ସମାନ ଢଙ୍ଗରେ ବାରମ୍ବାର ଆଉଟ ହେଉ ଚିନ୍ତାକୁ ବଢାଇଛି  ।

ପ୍ରତେକ ପ୍ରଶଂସକ ବକ୍ସି ଡେ ଟଷ୍ଟ ମ୍ୟାଚକୁ ଉତକଣ୍ଠାର ସହ ଅପେକ୍ଷା କରିଛନ୍ତି  ।  ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ  । ଏହି ମ୍ୟାଚରେ ସବୁଠୁ ବେଶି  ଚାପ ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା  ଓ ବିରାଟ କୋହଲିଙ୍କ ଉପରେ ରହିବ  । ଉଭୟଙ୍କ ବ୍ୟାଟରୁ ଏ ପର୍ଯ୍ୟନ୍ତ ଭଲ ସ୍କୋର ଆସିନାହିଁ  । ଯଦି ଭାରତୀୟ ଦଳ ଭଲ ସ୍କୋର କରିବାକୁ ଚାହୁଁଛି ତେବେ ଉଭୟଙ୍କୁ ସ୍କୋର କରିବାକୁ ପଡିବ  । କଙ୍ଗାରୁ ଦଳ ଉଭୟ ବିରାଟ ଓ ରୋହିତଙ୍କ ଦୁର୍ବଳତାକୁ ଧରି ନେଇଛନ୍ତି ଯାହାକି ତାଙ୍କୁ ମ୍ୟାଚ ଜିତିବାରେ ଭୁବ ସାହାର୍ଯ୍ୟ  କରିବ  । ସେଥିପାଇଁ ଉଭୟଙ୍କୁ ସେହି ଭୁଲକୁ  ପୁନରାବୃତ୍ତି ନ କରି ଭଲ ପ୍ରଦର୍ଶନ କରିବାକୁ ପଡିବ  ।

ଭାରତୀୟ ଷ୍ଟାର ବ୍ୟାଟର କୋହଲିଙ୍କ ଦୁର୍ବଳତାକୁ ଧରିଛନ୍ତି  ଅଷ୍ଟ୍ରଲିଆ ବୋଲର । ବିରାଟ ଗୋଟଏ ମ୍ୟାଚରେ ଶତକ କରିଥିଲେ ବି ସମାନ ଢଙ୍ଗରେ ସେ ଅଷ୍ଟେଲିଆ ବୋଲରଙ୍କ ଶୀକାର ହେଉଛନ୍ତି  ।  ଏହି ସିରିଜରେ କ୍ରମାଗତ ଭାବରେ ପଞ୍ଚମ ଓ ଷଷ୍ଠ ଥର ଷ୍ଟ୍ରମ୍ପ ଲାଇନ ବଲକୁ ଖେଳି ନ ପାରି ସେ ଆଉଟ ହୋଇଛନ୍ତି  । ଏହି ସିରିଜରେ ତାଙ୍କୁ ସେହି ଭିଲକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ପଡିବ  ।

ଭାରତୀୟ ଅଧିନାୟକଙ୍କ ଅବସ୍ଥା ମଧ୍ୟ କିଛି ସେମିତି  । ବିସ୍ପୋରକ ଢଙ୍ଗରେ ଖେଳୁଥିବା ଅଧୀନାୟକଙ୍କ ବ୍ୟାଟକୁ ଶାନ୍ତ କରିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରଲିଆ ବୋଲର । ରୋହିତଙ୍କୁ ତାଙ୍କ ଖେଳିବାର ଶୈଳୀକୁ ପରିବର୍ତ୍ତନ କରି ନିଜର ବିସ୍ପୋରକ ଢଙ୍ଗରେ ଖେଳିବାକୁ ପଡିବ  । ଆସନ୍ତା ଡିସେମ୍ବର ୨୬ ତାରିଖରୁ ବକ୍ସି ଡେ ଟଷ୍ଟ ମ୍ୟାଚ ଖେଳା ଯିବ  । ଦେଖିବାକୁ ବାକି ରହିଲା ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ ଓ ସେ ଚାମ୍ପିଫନ ଟ୍ରଫିର ଆଶାକୁ ବଜାଇ ରଖି ପାରୁଛନ୍ତି କି ନାହିଁ  ।

ECIଙ୍କୁ ଭେଟିବା ନେଇ ବିଜେଡିର ପ୍ରେସମିଟ୍‌, ସାରା ଓଡ଼ିଶାବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କହିଲା ଦଳ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଗଡ଼ବଡ଼କୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ପ୍ରତିନିଧି ଗତକାଲି ଭେଟିଥିଲେ। ହେଲେ ନିର୍ବାଚନକୁ ୬ ମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ମିଳିନାହିଁ। ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲୁ। ହେଲେ ସେମାନେ ଦେଲେନି। ଏହି ତଥ୍ୟ ପାଇବା ଅଧିକାର ସମସ୍ତଙ୍କ ଅଛି।

ବୋଧେ ରାଜ୍ୟ ସରକାରଙ୍କୁ ଅଲିଖିତ ନିର୍ଦେଶ ଦିଆଯାଇଛି ନ ଦେବାକୁ ବୋଲି ଅଭିଯୋଗ କରିଛି ବିଜେଡି। ଛଅ ମାସ ଧରି ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛୁ। RTIରେ ବି ଦେଲେନି ତଥ୍ୟ। ଅସଂଗତି ଓ ତାଳମେଳ ନଥିବା ଦେଖିଲୁ। 17 C ପାର୍ଟ ୱାନ ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ତଥ୍ୟରେ ତାଳମେଳ ନଥିବା ଜଣାପଡିଛି। ଗଣତି ସମୟରେ ଫର୍ମ 20 ରେ ପୂରଣ ହେବ ବୁଥରେ କେତେ ଭୋଟର ଓ କେତେ ଭୋଟ ପଡିଛି। ଫର୍ମ 17 C ପାର୍ଟ ୱାନରେ ଲେଖିଛନ୍ତି ଗୋଟେ ସଂଖ୍ୟା। ହେଲେ କେଉଁଠି ୫ ତ ଆଉ କେଉଁଠି ଶୂନ। ସନ୍ଦେହ ଦୂର କରିବା ଦାୟିତ୍ୱ ନିର୍ବାଚନ କମିଶନଙ୍କ ବୋଲି କହିଛି ବିଜେଡି। ଯଦି ନିର୍ବାଚନ କମିଶନ ସ୍ୱଚ୍ଛ ତେବେ ଏହା ଜଣାଇବା ଦରକାର। ହେଲେ କିଛି ସ୍ପଷ୍ଟ କରୁନାହାନ୍ତି।

ଯଦି ECI ଠିକ ତେବେ କପି କାହିଁକି ଦେଉନ ବୋଲି କହିଛି ବିଜେଡି। କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛ ବୋଲି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି? ଏହା ଗୋପନୀୟ ନୁହେଁ ତଥ୍ୟ ଦେବା ଦରକାର। ଭୋଟ ଦିନ ସନ୍ଧ୍ୟା ୫ଟାରେ କ୍ଲୋସ ଅଫ ପୋଲ ହୁଏ। ଆଉ ଗୋଟେ ଏଣ୍ଡ ଅଫ ପୋଲ ରାତି 11:45 ରେ ହୁଏ। ରିପୋର୍ଟ ପର ଦିନ ସକାଳେ ଦେବା କଥା। ECI କାହିଁକି ଏହା ଦେବାରେ ଦୁଇ ଦିନ ଡେରି କଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଏଥର 25ରୁ 30 ପ୍ରତିଶତ ଫରକ ଅଛି। EVMରେ 7ଶହ ଜଣ ଭୋଟ ଦେଲେ ଗଣତି ବେଳେ 735 କେମିତି ହେଉଛି ବା 600 କେମିତି ହେଉଛି। ପ୍ରିଜାଇଡିଂ ଅଫିସର ଏମିତି ରିପୋର୍ଟ କେମିତି ଦେଲେ? ECIକୁ ପ୍ରଶ୍ନ କଲେ ବିଜେପି କାହିଁକି ଚିହିଁକି ଉଠୁଛି ବୋଲି ପ୍ରଶ୍ନ କରିଛି ବିଜେଡି।ଆମେ ତ ECIର ନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲୁ। ଯଦି ଜାଲିଆତି ନାହିଁ ତେବେ ପ୍ରମାଣ କରନ୍ତୁ ବୋଲି କହିଛି ବିଜେଡି ।

ଭାରତ ନିର୍ବାଚନ ଇତିହାସରେ ଏପରି ଘଟଣା ପ୍ରଥମ। ପ୍ରିଜାଇଡିଙ୍ଗ ଅଫିସର ଓ ରିଟର୍ନିଙ୍ଗ ଅଫିସରଙ୍କ ଦୁଇ ତଥ୍ୟ କେମିତି ଏତେ ଅଲଗା? ପୂର୍ବରୁ ଅତିକମରେ 2% ବ୍ୟବଧାନ ଥାଏ । ହେଲେ 2024 ରେ 25% ରହିଛି । କଣ୍ଟାମାଳରେ 28% ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ 30.6% ଫରକ ରହିଛି । ECI ଙ୍କ ଶେଷ ରିପୋର୍ଟରେ 10% ଫରକ ରହିଛି । ଯାହା ବହୁତ ବଡ଼ ବୋଲି କହିଛି ବିଜେଡି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ 4 ହଜାର 56 ଭୋଟ ବ୍ୟବଧାନ ରହିଛି। କନ୍ଧମାଳରେ 3 ହଜାର 521, 1587 ରହିଛି ଯାଜପୁରରେ। ଏ ସବୁ ବ୍ୟବଧାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ECI ଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ଫେରାଦ ହୋଇଛି ବିଜେଡି ।

ପୂଜା ଖେଡକରଙ୍କ ଆଗୁଆ ଜାମିନ ଖାରଜ, ଖୁବଶୀଘ୍ର ଗିରଫ ହୋଇପାରନ୍ତି

ମୁମ୍ବାଇ: ପୂର୍ବତନ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକର ପୁଣି ଥରେ ଚର୍ଚ୍ଚାରେ  । ଦିଲ୍ଲୀ ହାଇକୋର୍ଟ ପୂଜାଙ୍କ ଆଗୁଆ ଜାମିନ ଖାରଜ କରିଦେଇଛନ୍ତି  । ଯାହା ପରେ ତାଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି  । ଆଇଏଏସ ହେବା ପାଇଁ ପୂଜା ଏଭଳି ତରିକା ଆପଣାଇଥିଲେ ଯେ ଏହା ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ  ।

୨୦୧୨ରୁ ୨୦୨୩ ମଧ୍ୟରେ ସେ ନିଜ ନାମକୁ ୭ଥର ବଦଳାଇଛନ୍ତି  । କେବଳ ଏତିକି ନୁହେଁ ନିଜ ବାପା ମାଙ୍କ ନାଁରେ ବି ସେ ହେରଫେର କରିଛନ୍ତି  । ପୂଜା ଖେଡକରଙ୍କ ହବିବାଦ ସାମନାକୁ ଆସିବା ପରେ ଲୋକସେବା ଆୟୋଗ ସଂଘ ଏହି ମାମଲାର ଯାଞ୍ଚ କରିଥିଲେ  । ଏହି ଯାଞ୍ଚ ରିପୋର୍ଟରେ ପୂଜା ନିଜ ନାମ ସହ ଅଭିଭାବକଙ୍କ ନାଁ ବଦଳାଇଥିବା ଜଣାପଡିଥିଲା  । ନିଜ ଫଟୋ, ହସ୍ତାକ୍ଷର, ଇମେଲ ଆଇଡି, ମୋବାଇଲ ନମ୍ବରରୁ ନିଜ ଠିକଣା ପର୍ଯ୍ୟନ୍ତ ସବୁକିଛି ବଦଳାଇ ପରୀକ୍ଷା ଦେଇଥିଲେ ପୂଜା  । ୨୦୨୨ ୟୁପିଏସସି ପରୀକ୍ଷା ପାସ୍‌ କରି ୨୦୨୩ ବ୍ୟାଚ୍‌ର ଆଇଏଏସ ହୋଇଥିଲେ ପୂଜା ।

ପୂଜା ଖେଡକରଙ୍କ ଉପରେ ଅଭିଯୋଗ ଅଛି ଯେ ଫର୍ଜି ଦସ୍ତାବିଜ୍‌ ଆଧାରରେ ନିର୍ଦ୍ଧାରିତ ସୀମା ଠୁ ଅଧିକ ଥର ୟୁପିଏସସି ପରୀକ୍ଷା ଦେଇଛନ୍ତି ପୂଜା ।ପୂଜା ୧୨ ଥର ୟୁପିଏସସି ପରୀକ୍ଷା ଦେଇଥିଲେ ।ନିୟମ ଅନୁସାରେ ଜେନେରାଲ କାଟାଗୋରୀ ପରୀକ୍ଷାର୍ଥୀଙ୍କୁ ୩୨ବର୍ଷ ପର୍ଯ୍ୟନ୍ତ ୬ଟି ସୁଯୋଗ ଦିଆଯାଇଥାଏ  ।ସେହିପରି ଓବିସି କାଟାଗୋରୀ ପରୀକ୍ଷାର୍ଥୀଙ୍କୁ ୩୫ ବର୍ଷ ପର୍ଯ୍ୟନ୍ତ ୯ ଥର ପରୀକ୍ଷା ଦେବାକୁ ସୁଯୋଗ ମିଳିଥାଏ  । ଏସସି/ଏସଟି ପରୀକ୍ଷାର୍ଥୀ ୩୭ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇ ପାରିବେ । କିନ୍ତୁ ପୂଜା ଖେଡକର ଫର୍ଜି ଦସ୍ତାବିଜ ଆଧାରରେ ନିର୍ଦ୍ଧାରିତ ସୀମା ଠୁ ଅଧିକ ଥର ପରୀକ୍ଷା ଦେଇଛନ୍ତି  । ପ୍ରତି ଥର ସେ ନିଜ ନାମ ଓ ଠିକଣା ବଦଳାଇଛନ୍ତି  ।

ରିପୋର୍ଟ ଆଧାରରେ ୟୁପିଏସସି ପୂଜା ଖେଡକରଙ୍କ ୟୁପିଏସସି ୨୦୨୨ ରଦ୍ଦ କରିଦିଆଯାଇଥିଲା  । ତାଙ୍କ ଚୟନକୁ ଅବୈଧ ଘୋଷଣା କରାଯାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା  । ଏବେ ତାଙ୍କ ଆଗୁଆ ଜାମିନ ଖାରଜ ହେବା ପରେ କଥା ଗିରଫଦାରୀ ପର୍ଯ୍ୟନ୍ତ ପହଞ୍ଚିଛି ।

 

 

ମାଆ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପଛର କାରଣ ରାଗିଂ

0

ଭବାନୀପାଟଣା: ରାଗିଂ ନେଇଥିଲା ଛାତ୍ରୀଙ୍କ ଜୀବନ। କଳାହାଣ୍ଡି ଜିଲ୍ଳା ମାଆ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପଛରେ ରହିଛି ରାଗିଂ। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ପରିବାର। ଗତ ୧୯ତାରିଖରେ ବାଣିଜ୍ୟ ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବ ଦିନ ଛାତ୍ରୀଙ୍କୁ ହଷ୍ଟେଲ ମଧ୍ୟରେ ନିର୍ଯାତନା ଦେବା ସହ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ହଷ୍ଟେଲ କଡ଼ରେ ରାଗିଂ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଘଟଣାକୁ ନେଇ ଭବାନୀପାଟଣା ବିଧାୟକ ହଷ୍ଟେଲରେ ପହଂଚି କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ସିସିଟିଭି ଯାଞ୍ଚ କରିଛନ୍ତି। ଏକ ମୋବାଇଲ ଚୋରୀ ଘଟଣାକୁ ନେଇ ୱାଡେନ ଓ କିଛି ଛାତ୍ରୀ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା ରାମଚନ୍ଦ୍ର ମାଝୀ। ମୃତ୍ୟୁ ପୂର୍ବ ଦିନ ହଷ୍ଟେଲ ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ଯୁବକ ଛାତ୍ରୀଙ୍କୁ ଧମକ ଦେଇଥିବା ଭିଡିଓ ମଧ୍ଯ ଭାଇରାଲ ହୋଇଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଦାବି ହୋଇଛି।

ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ

କଟକ: ଓମଫେଡ ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଅନ୍ୟ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ। କଟକ ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମ୍ଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଗୋଡିସାହି ଫାଣ୍ଡି ପୋଲିସ ଜଣେ ଓମ୍ଫେଡ଼ ଗାଡି ଡ୍ରାଇଭରକୁ ଗିରଫ କରିଛି। ଏହାର ପ୍ରତିବାଦ କରି ନରାଜ ଅରିଲୋ ସ୍ଥିତ ଓମ୍ଫେଡ଼ ପ୍ଲାଣ୍ଟର ଗେଟ ସମ୍ମୁଖରେ ଓମ୍ଫେଡ଼ ଗାଡ଼ିର ଅନ୍ୟ ସାଥି ଡ୍ରାଇଭର ଧାରଣା ଦେଇଛନ୍ତି।

ଓମ୍ଫେଡ଼ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ଗତକାଲି ଗୋଡିସାହି ଫାଣ୍ଡିରେ ଓମ୍ଫେଡ଼ ପକ୍ଷରୁ ଜଣେ କର୍ମଚାରୀ ଓ ସିକୁରୀଟି ଗାର୍ଡ ଅଭିଯୋଗ କରିଥିଲେ। ଏ ନେଇ ୩ ଜଣଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଡ୍ରାଇଭରକୁ ଗିରଫ କରିଛି। ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇନଥିବାରୁ ଏହାକୁ ନେଇ ପ୍ରତିବାଦ କରିଛନ୍ତି ଅନ୍ୟ ଓମଫେଡ ଡ୍ରାଇଭର।

ପ୍ରତିବାଦ କରି ଅରିଲୋ ପ୍ଲାଣ୍ଟର ସମସ୍ତ ଓମଫେଡ୍ ଡ୍ରାଇଭର କ୍ଷୀର ସପ୍ଲାୟ ବନ୍ଦ କରି ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି । ଡ୍ରାଇଭରଙ୍କ ଧାରଣା ପାଇଁ କଟକ ଭୁବନେଶ୍ୱର କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଆମେ ହୁତି ନେତାଙ୍କର ମଧ୍ୟ ଶିରଛେଦ କରିବୁ, ଇସ୍ରାଏଲର ଇରାନକୁ ଧମକ

ଜେରୁଜେଲମ: ହମାସ ନେତା ଇସମାଇଲ ହାନିଆକିୁ ହତ୍ୟା କରିବାରେ ଇସ୍ରାଏଲର ହାତ ଅଛି  । ପ୍ରଥମ ଥର ସର୍ବସାଧାରଣରେ ସ୍ବୀକାର କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ  । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ତେହରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତାକୁ ବଢାଇ ଦେଇପାରେ  ।

 

ମନ୍ତ୍ରୀ କାଟ୍‌ଜ କହିଥିଲେ ‘‘ବର୍ତ୍ତମାନ ସମୟରେ ହୁତି ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ ମିସାଇଲ ମାଡ କରୁଛି  । ମୁଁ ସଭିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଆମେ ହମାସକୁ ହରାଇଲୁ, ହିଜବୁଲ୍ଲାହକୁ ବି ହରାଇଲୁ, ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଶେଷ କଲୁ, ସିରିଆରେ ଅସଦ ଶାସନକୁ ବି ଓଲଟାଇଦେଲୁ । ଏବେ ପୁଣି ଥରେ ୟେମେନରେ ହୁତି ଆତଙ୍କବାଦୀ ସଙ୍ଗଠନକୁ ବି ଶକ୍ତ ପାହାର ଦେବୁ  ’’।

 

ସେ ଏହା ବି କହିଥିଲେ ‘‘ଆମେ ତାଙ୍କ ରଣନୀତି ଢାଞ୍ଚାକୁ କ୍ଷତି ପହଞ୍ଚାଇବୁ । ସେମାନଙ୍କ ଟପ୍‌ ନେତାଙ୍କ ମୁଣ୍ଡ କାଟ କରିବୁ ଯେମିତି ଆମେ ତେହରାନ, ଗାଜା ଓ ଲେବାନନରେ ହାନିଆ, ସିନବାର ଓ ନସରୁଲ୍ଲାହ ସହ କରିଥିଲୁ  । ଠିକ୍‌ ସେମିତି ଆମେ ହୌଦେଦାହ ଓ ସାନାରେ ବି କରିବୁ’’  ।

 

ଏଠାରେ କହିରଖୁଛୁ ଯେ ଇରାନ ସମର୍ଥିତ ହୁତି ସମୂହ ୟେମେନରେ ସକ୍ରିୟ ଅଛନ୍ତି  । ଗତ ଏକ ବର୍ଷ ଧରି ଲାଲ ସାଗରରେ ପଣ୍ୟ ଜାହାଜକୁ ଟାର୍ଗେଟ କରୁଛି ହୁତି ସମୂହ  । ଇସ୍ରାଏଲ ଉପରେ ନାକାବନ୍ଦୀ କରିବାକୁ ପ୍ରୟାସ କରୁଛି ଏହି ଆତଙ୍କବାଦୀ ସଙ୍ଗଠନ  ।

 

ଗତ ଜୁଲାଇରେ ହମାସ ନେତା ଇସମାଇଲ ହାନିଆକୁ ତେହରାନରେ ହତ୍ୟା କରାଯାଇଥିଲା  । ଇରାନ ଏଥିପାଇଁ ଇସ୍ରାଏଲକୁ  ଦାୟୀ କରିଥିଲା  । ଏବେ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିଛି  ।

 

 

 

 

 

 

ପ୍ରବଳ ତୁଷାରପାତ ପାଇଁ ଅଟଳ ଟନେଲରେ ଫସିଛନ୍ତି ହଜାର ହଜାର ସଂଖ୍ଯାରେ ପର୍ଯ୍ୟଟକ

ସିମଲା: ହିମାଚଳ ପ୍ରଦେଶ ମନାଲିରେ ଫସିଛନ୍ତି ପର୍ଯ୍ୟଟକ। ପ୍ରବଳ ତୁଷାର ପାତରୁ ମନାଲିର ସୋଲାଙ୍ଗ ଏବଂ ଅଟଳ ଟନେଲରେ ଫସିଛନ୍ତି ହଜାର ହଜାର ସଂଖ୍ଯାରେ ପର୍ଯ୍ୟଟକ। ପ୍ରାୟ ୧ ହଜାରରୁ ଅଧିକ ଗାଡ଼ି ଫସି ରହିଛି। ପ୍ରବଳ ତୁଷାରପାତ ମଧ୍ୟରେ ୭ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନର ରେସକ୍ଯୁ ଟିମ।

ମନାଲୀର ସୋଲାଙ୍ଗ ନାଲାଠାରୁ ଆରମ୍ଭ କରି ଲେହ-ମନାଲୀ ଜାତୀୟ ରାଜପଥ ମଧ୍ୟରେ ପ୍ରବଳ ବରଫ ପାତ ହୋଇଥିଲା। ତୁଷାରପାତରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଅଧିକ ସମ୍ଭାବନା ଥିବାରୁ ଅଟଳ ଟନେଲ ପାଖରେ ସମସ୍ତ ଗାଡିକୁ ପ୍ରଶାସନ ପକ୍ଷରୁ ଅଟକାଯାଇଛି। ଲାହୋଲ ସ୍ପିତି ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଅଟଳ ଟନେଲ ପାଖରେ ପୋଲିସ ଅଟକାଇଥିଲା। ଘଟଣାସ୍ଥଳରେ ମନାଲିର ଉପଜିଲ୍ଲାପାଳ ସମେତ ଅନ୍ୟ ପ୍ରଶାସନିକ ଅଧିକ ଉପସ୍ଥିତ ରହି ପର୍ଯ୍ୟଟକଙ୍କ ଉଦ୍ଧାରକାର୍ଯ୍ୟର ତଦାରଖ କରୁଛନ୍ତି।

ତୁଷାରପାତ ଆରମ୍ଭ ହୋଇଥିବାରୁ ଏହାର ମଜା ନେବାକୁ ମନାଲୀ ଅଂଚଳରେ ପ୍ରାୟ ୧୨ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଅଟଳ ଟନେଲ, କୋକସର, ସିରସୁ ସମେତ ଅନ୍ୟ ସ୍ଥାନଗୁଡିକ ବୁଲିବାକୁ ପର୍ଯ୍ୟଟକଙ୍କ ଗହଳି ଲାଗିଛି। ପୋଲିସ ସୂଚନା ଅନୁସାରେ ଅଟଳ ଟନେଲ ଦେଇ ୬ ହଜାରରୁ ଅଧିକ ଗାଡ଼ି ଅତିକ୍ରମ କରିଛି। ଏଥି ମଧ୍ୟରୁ ପର୍ଯ୍ୟଟକଙ୍କ ସାଢେ ୩ ହଜାର ଗାଡ଼ି ରହିଛି।

ଭାରତର ଏକମାତ୍ର ବାଲୁକା କଳା ପାର୍କ ପୁରୀରେ ଲୋକାର୍ପିତ, ମାଗଣାରେ ମଜା ନେବେ ପର୍ଯ୍ୟଟକ

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କ ପୁନଃ ଲୋକାର୍ପିତ କରାଯାଇଛି । ଖ୍ରୀଷ୍ଟମାସ ଅବସରରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ପୁରୀ ଲାଇଟ ହାଉସ ନିକଟସ୍ଥ ବାଲୁକା ପାର୍କରେ ମାନସ ସାହୁ ୟୁରୋ୍ପିୟାନ ଢାଞ୍ଚାରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କରେ ବର୍ଷ ବର୍ଷ ଧରି ବାଲୁକା କଳା ଦେଖିପାରିବେ। ଏଥିରେ ବିଭିନ୍ନ ଥିମକୁ ନେଇ ବାଲୁକା କଳା କରାଯାଇଛି।

ବଡ଼ଦିନ ଉପଲକ୍ଷେ ମଦର ମେରୀ ଏବଂ ପ୍ରଭୁ ଯୀଶୁଙ୍କ ବାଲୁକାକଳା ନିର୍ମାଣ କରାଯାଇଛି। ଦ୍ୱିତୀୟ ବାଲୁକା କଳାରେ ସେ ପ୍ରକୃତି ସୁରକ୍ଷା ଭିତ୍ତିକ ବାଲୁକା କଳା ନିର୍ମାଣ କରି ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ସମୁଦ୍ର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଯତ୍ନବାନ ହେବା ଆବଶ୍ଯକ ଦର୍ଶାଇ କଳା ମାଧ୍ଯମରେ ସେଭ ଓସେନର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ।

୨୫ରେ ପ୍ରବଳ ବର୍ଷା, କାଲିଠୁ ବଢିବ ଶୀତ

ଭୁବନେଶ୍ବର: ଆଜିଠୁ ପୁଣି ଓଡିଶାରେ ଆରମ୍ଭ ହେବ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଗତକାଲି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୨୫ ତାରିଖରେ ପ୍ରବଳ ବର୍ଷା ନେଇ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକକୁ ସତର୍କତା ଜାରି କରାଯାଇଥିବା ବେଳେ ଆଜିଠୁ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ରାୟଗଡ଼ା, ମାଲକାନାଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ପୁଣି ୨୭ ତାରିଖରେ ଆଉ ଏକ ପଶ୍ଚିମାଝଡ ସକ୍ରିୟ ହେବ। ପ୍ରଭାବରେ ରାଜ୍ୟ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ବର୍ଷା ସହ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା କାଲିଠୁ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସହ ଶୀତ ବଢିବ । ବର୍ଷା, ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ଘନ କୁହୁଡି ନେଇ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷାର ପ୍ରଭାବ ଅଧିକ ରହିଥିବାରୁ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଅମଳ ଫସଲ ଯଥା ସମ୍ଭବ ଘୋଡେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ଆଜି ଚିକ୍କଡାପଲ୍ଲୀ ଥାନାରେ ହାଜର ହେବେ ପୁଷ୍ପା ଷ୍ଟାର ଅଲୁ ଅର୍ଜୁନ

0

ହାଇଦ୍ରାବାଦ: ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ମାମଲା। ଆଜି ଚିକ୍କଡାପଲ୍ଲୀ ଥାନାରେ ହାଜର ହେବେ ସୁପରଷ୍ଟାର ଅଲୁ ଅର୍ଜୁନ। ହାଜର ହେବା ଲାଗି ନୋଟିସ ଜାରି କରିଛି ହାଇଦ୍ରାବାଦ ପୋଲିସ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ଯା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ଯୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା।

ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ଯୁରିଟି ଟିମ ଓ ସନ୍ଧ୍ଯା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ