spot_img
Home Blog Page 1339

ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟ୍ଟହଟା ପ୍ରଧାନଶିକ୍ଷୟିତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରାତିରେ ମଧ୍ୟାହ୍ନ ଭୋଜନ ଚାଉଳ ନେବାକୁ ଯାଇ ହଟହଟା ପ୍ରଧାନଶିକ୍ଷୟିତ୍ରୀ। ଘଟଣାଟି ଦେଖିବାକୁ ମିଳିଛି କପ୍ତିପଦା ଶିକ୍ଷା ବ୍ଲକ ରଥିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷୟିତ୍ରୀ ଅରୁଣା ପାଣିଗ୍ରାହୀ ଦୁଇ ଦିନ ପୂର୍ବରୁ ରାତିରେ ବିଦ୍ୟାଳୟକୁ ତାଙ୍କ ସ୍ୱାମୀଙ୍କ ସହ ଯାଇ ଚାଉଳ ବସ୍ତାରୁ କିଛି ଚାଉଳ କାଢି ବ୍ୟାଗରେ ଭର୍ତ୍ତି କରୁଥିଲେ। ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଏହାର ଭିଡିଓ କରିଥିଲେ। ଏ ବାବଦରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପଚାରୀବାରୁ ବିଦ୍ୟାଳୟକୁ ଅଣ୍ଡା ରଖିବାକୁ ଆସିଥିବା କଥା କହି ସେଠାରୁ ଚାଲି ଯାଇଥିଲେ। ଅନ୍ୟ ପଟେ ବିଦ୍ୟାଳୟ ପରିସରରେ ତାଙ୍କ ସ୍ୱାମୀ ମଧ୍ୟ ରହିଥିବା ଭିଡିଓରୁ ଜଣା ପଡିଛି। ତେବେ ରାତିରେ କାହାକୁ ନ ଜଣାଇ କଣ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ଯାଇଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।ବିଦ୍ୟାଳୟରୁ ଚାଉଳ ହଡପ କରିବାକୁ ଯାଇଥିଲେ ନା ଅନ୍ୟ କେଉଁ ଉଦେଶ୍ୟରେ ଯାଇଥିଲେ ତାହା ସନ୍ଦେହ ଘେରରେ।

ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ମହାନଦୀ

ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ମହାନଦୀ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ମହାନଦୀ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଯାହାଫଳରେ ସ୍ଥାନୀୟ ଲୋକେ ବାଲିମାଫିଆଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାପାଇଁ ଶାହସ ଜୁଟାଇପାରୁନାହାଁନ୍ତି । କାରଣ ପ୍ରଶାସନ ଓ ବାଲି ଲୁଟେରାଙ୍କ ମଧ୍ୟରେ ମଧୁର ସମ୍ପର୍କ, ଏଥିପାଇଁ ଅନେକ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଧିନ ବଡ଼ବାଣପୁର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ଦେଖନ୍ତୁ କେମିତି ବଡ଼ ବଡ଼ ମେସିନ ସାହାଯ୍ୟରେ ମହାନଦୀ ଗର୍ଭରୁ ବାଲି ଉତ୍ତୋଳନ ଚାଲିଛି । ବାଲି ଖୋଳାଯାଇ ହାଇୱାରେ ଲୋଡିଂ କରାଯାଉଛି । ବାଲି ନେବା ପାଇଁ ମହାନଦୀରେ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କରାଯାଇଛି । ବାଲିଘାଟ ବିନା ଲିଜ୍ ଓ ବିନା ଟେଣ୍ଡରରେ ମହାନଦୀ ଗର୍ଭରୁ ବାଲି ମାଫିଆ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ସବୁ ଜାଣି ରାଜସ୍ଵ ବିଭାଗ ଚୁପ୍ ବସିଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର । ସେପଟେ ଗାଁ ରାସ୍ତାରେ ହାଇୱା ଚଳାଚଳ କରୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିରୋଧ କଲେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି କଣ୍ଟିଲୋ ବାଣପୁର ଅଞ୍ଚଳର ବାଲି ମାଫିଆ । ବୋମା ପକାଇ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ତେବେ ପ୍ରଶାସନ ଚୁପ୍ ରହୁଥିବାରୁ ବାଲି ଲୁଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି  ବେଆଇନ ବାଲି ଘାଟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ପରେ ନୟାଗଡ ମାଇନିଂ ଅଫିସର ଓ ରାଜସ୍ନ ବିଭାଗର ଅଧିକାରୀ ପହଞ୍ଚି ବାଣପୁର ବାଲିଘାଟକୁ ଅନିଦ୍ଧିଷ୍ଠ କାଳ ପାଇଁ ବନ୍ଦ ରଖିବା ସହ ୧୪୪ ଧାରା ଜାରି କରିଥିଲେ । ସରକାର ପରିବର୍ତ୍ତନ ପରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲି ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ନଦୀରୁ ବେଆଇନ ବାଲି ଚାଲାଣ ହେଉଛି । ପୋଲିସ କିମ୍ବା  ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଖଣିଜ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା  କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଯାହା ଫଳରେ ମାଫିଆମାନେ ବେଧଡ଼କ ଭାବେ କରୁଛନ୍ତି ବାଲି ଚାଲଣ । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଜିଲ୍ଲାପାଳ ।

ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି, ୨୩ରେ ଭାରତ- ପାକିସ୍ତାନ ମୁକାବିଲା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୨୩ରେ ହେବ ଚାମ୍ପିୟନସ ଟ୍ରଫିର ସବୁଠୁ ବଡ଼, ହାଇଭୋଲଟେଜ୍ ମ୍ୟାଚ। ଏହି ଦିନ ହେବ ଭାରତ-ପାକିସ୍ତାନ ଟକ୍କର। ଦୁବାଇରେ ଏହି ମ୍ୟାଚ ଖେଳାଯିବ। ଆଜି ଆଇସିସି ତରଫରୁ ଚାମ୍ପିୟନସ ଟ୍ରଫିର ଖେଳସୂଚୀ ପ୍ରକାଶ ପାଇଛି। ଭାରତ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ। ୨୦ ତାରିଖରେ ବାଂଲାଦେଶ, ୨୩ ତାରିଖରେ ପାକିସ୍ତାନ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି ଭାରତର ମ୍ୟାଚ। ପାକିସ୍ତାନ ଯିବାକୁ ବିସିସିଆଇ ସିଧା ସିଧା ମନା କରିବା ପରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନସ ଟ୍ରଫି କରିବାକୁ ନିଷ୍ପତ୍ତି ହୋଇଛି। ଅର୍ଥାତ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ଭାରତ। ଏପରିକି ଯଦି ଭାରତ ଫାଇନାଲକୁ ଯାଏ, ଲାହୋରରେ ହେବାକୁ ଥିବା ଏହି ମ୍ୟାଚ ବି ଦୁବାଇକୁ ସ୍ଥାନାନ୍ତର କରାଯିବ।

ଚାମ୍ପିୟନସ ଟ୍ରଫିରେ ୮ଟି ଟିମ୍ ଭାଗ ନେଉଛନ୍ତି। ମୋଟ ୧୫ଟି ମ୍ୟାଚ ଖେଳାଯିବ। ଦୁବାଇ ଓ ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ଖେଳାଯିବ ସବୁ ମ୍ୟାଚ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଫେବ୍ରୁଆରି ୧୯ରେ କରାଚିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଚାମ୍ପିୟନସ ଟ୍ରଫିର ଗ୍ରୁପ ଏରେ ଅଛନ୍ତି ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ। ଗ୍ରୁପ ବି ରେ ଅଛନ୍ତି ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ। ଉଭୟ ସେମିଫାଇନାଲ ଓ ଫାଇନାଲ ପାଇଁ ରିଜର୍ଭ ଦିନ ରହିଛି। ମାର୍ଚ୍ଚ ୯ ରେ ରହିଛି ଫାଇନାଲ। ଫାଇନାଲ ପାଇଁ ରିଜର୍ଭ ଡେ ବି ରହିଛି। କୌଣସି କାରଣରୁ ମାର୍ଚ୍ଚ ୯ରେ ପୁରା ମ୍ୟାଚ ଖେଳା ଯାଇନପାରିଲେ, ୧୦ ତାରିଖରେ ପୁଣି ଖେଳାଯିବ।

କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା

ନନ୍ଦିଘୋଷ ବ୍ୟୁରୋ: କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମି ରେ ବିଶ୍ଵର ସର୍ବବୃହତ ବାଲୁକା କଳା । ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏହି ଚକୋଲେଟ୍ ଇନ୍ଷ୍ଟାଲେସନ୍ ସାଣ୍ଟା କ୍ଲଜ୍ କୃତିଟି କୁ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡା ର ଏହି କୃତି ଟି ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରସ୍ତୁତ ହୋଇଛି । ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ  ପ୍ରାୟ ୫୫୦ କେଜ୍ଜି ଚକୋଲେଟ୍ ଇନ୍ଷ୍ଟାଲ ହୋଇଛି । ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳା ଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ସ୍ଥାନୀୟ ଓ ପର୍ଯ୍ୟଟକ ମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ଏହି କଳା ଟି ମାଧ୍ୟମରେ ସାରା ବିଶ୍ୱକୁ ଖୁସି ର ବାର୍ତ୍ତା ଦେବାକୁ ଚାହିଁଛନ୍ତି କହିଛନ୍ତି ସୁଦର୍ଶନ। ସାଣ୍ଟା କ୍ଲଜ୍ ପ୍ରତିମୂର୍ତ୍ତି ଟି ରେ ବ୍ୟବହୃତ ଚକୋଲେଟ୍ ଗୁଡ଼ିକୁ ପରେ ପିଲାଙ୍କ ଭିତରେ ବଣ୍ଟା ଯିବ କହିଛନ୍ତି ସୁଦର୍ଶନ । ତେବେ ସାଣ୍ଡ ଆର୍ଟ ବା ବାଲୁକା କଳା ଟି କୁ ପ୍ରସ୍ତୁତ କରିବାକୁ ସୁଦର୍ଶନ ସାଣ୍ଡ ଆର୍ଟ ଇନ୍ସ୍ତିଚୁସନ୍ ର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଲାଗିଥିବା ବେଳେ ସକାଳ ୧୦ ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୬ ଘଣ୍ଟା ପରିଶ୍ରମ କରି ଏହାକୁ ଶେଷ କରିଛନ୍ତି ।

ସ୍ଵାମୀର ଜୁଇ ନଲିଭୁଣୁ ସ୍ତ୍ରୀର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସ୍ଵାମୀର ଜୁଇ ନଲିଭୁଣୁ ସ୍ତ୍ରୀର ମୃତ୍ୟୁ।  ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଡ଼ମ ଗାଁରେ। କଟକରେ ରହୁଥିବା ଜାରକା ମହାବିଦ୍ୟାଳୟର ଅଧ୍ୟାପକ ତଥା ଅଡମ ଗାଁର ପ୍ରଶାନ୍ତ ବିଶ୍ଵାଳଙ୍କ ଆଜି କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଖବର ଜାଣିବା ପରେ ତାଙ୍କ ସ୍ତ୍ରୀ ଝରଣା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘାରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଏପଟରେ ସ୍ଵାମୀଙ୍କ ମୃତ୍ୟୁହେହକୁ କଟକରୁ ନିଜ ଗାଁକୁ ଅଣାଯାଇ ଗାଁ ମଶାଣିରେ ଶେଷ କୃତ୍ୟ କରାଯାଉଥିବା ସମୟର ସ୍ତ୍ରୀଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଵାମୀଙ୍କ ଜୁଇ ଲିଭିନଥିବା ବେଳେ ସ୍ତ୍ରୀଙ୍କ ଘଟିଛି ପରଲୋକ।

ଭାରତ ଛାଡିବେ ବିରାଟ କୋହଲି !

0

ବିରାଟ କୋହଲିଙ୍କ  ପିଲାଦିନ କୋଚ ରାଜକୁମାର ଶର୍ମା ବିରାଟଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି  । ଗଣମାଧ୍ୟମକୁ ଦେଇଥିବା ଏକ  ସାକ୍ଷାତକାରରେ ସେ କହିଛନ୍ତି  ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଓ ତାଙ୍କ ଦୁଇ ସନ୍ତାନ ଙ୍କ ସହ ଭାରତ ଛାଡି ଲଣ୍ଡନରେ ବସବାସ କରିବାର ଯୋଜନା କରୁଛନ୍ତି ।

ବିରାଟ କୋହଲିଙ୍କୁ ନେଇ କୋଚ ରାଜକୁମାର ଶର୍ମା  ଏକ ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି ।  ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତାଙ୍କ ପରିବାର ସହ ଲଣ୍ଡନ ଯିବାକୁ ଯୋଜନା କରିଛନ୍ତି । ଜାତୀୟ ଗଣମାଧ୍ୟମ ରିର୍ପୋଟ ଅନୁଯାୟୀ ଖୁବଶୀଘ୍ର ବିରାଟ ଭାରତ ଛାଡି ଲଣ୍ଡନରେ ବସବାସ କରିବେ  । ବିରାଟଙ୍କ ଲଣ୍ଡନ ଯିବା କଥା ନେଇ ଆଗରୁ ମଧ୍ୟ କିଛି ଖବର ସାମ୍ନାକୁ ଆସିଥିଲା । କୋହଲି ଓ ତାଙ୍କ ପରିବାର ଅଧିକାଶଂ ସମୟ ଲଣ୍ଡନରେ ବିତାଇଥାନ୍ତି । ତାଙ୍କର ପୁଅ ମଧ୍ୟ ଲଣ୍ଡନରେ ଜନ୍ମ ହୋଇଥିଲେ  ।

କିଛି ଦିନ ତଳେ ରାଜକୁମାର ଶର୍ମା ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇଥିଲେ  । ସେଠାରେ ତାଙ୍କୁ ବିରାଟ କୋହଲିଙ୍କ ଲଣ୍ଡନରେ ବସବାସ କରିବା ନେଇ ପ୍ରଶ୍ନ କରାଯାଇଥିଲା। ତାଙ୍କ ଉତ୍ତରରେ ସେ କହିଥିଲେ ଯେ ହଁ ଖୁବ ଶୀଘ୍ର ବିରାଟ ଭାରତ ଛାଡି ଲଣ୍ଡନରେ ବସବାସ କରିବେ  । କୋହଲିଙ୍କ ଅବସର ବିଷୟରେ ମଧ୍ୟ ତାଙ୍କ କୋଚଙ୍କୁ ପଚରା ଯାଇଥିଲା  । ତାଙ୍କୁ ପଚରା ଯଇଥିଲା ଯେ ବର୍ଡର ଗାଭାସ୍କର ଟ୍ରଫି ପରେ ବିରାଟ ଅବସର ନେବେ କି ? ଏହାର ଉତ୍ତରରେ ସେ କହିଥିଲେ ନା ବିଲକୁଲ ନୁହେଁ  । ସେ ଏବ ମଧ୍ୟ ଫିଟ ଅଛନ୍ତି  ।

ବର୍ତ୍ତମାନ ବିରାଟ ବଡର – ଗାଭାସ୍କର ଟ୍ରଫି ଖେଳୁଛନ୍ତି  ।  ଏହି ଗସ୍ତରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଖୁବ ଖରାପ ରହିଛି  । ଷ୍ଟମ୍ପ ଲାଇନ ବଲ ତାଙ୍କୁ ବହୁତ ଅସୁବିଧାରେ ପକାଉଛି  । ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ ଏକ ଶତକ ହାସଲ କରିଥିଲେ  । କିନ୍ତୁ ବାକି ସବୁ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା  । ଆଗକୁ ଥିବା ବାକି ସବୁ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ଓ ଫର୍ମକୁ ମଧ୍ୟ ଫେରିବେ  ବୋଲି ତାଙ୍କ କୋଚ କହିଛନ୍ତି  ।

ତାଙ୍କ ଅବସର ନେବା ବିଷୟରେ ତାଙ୍କ କୋଚ କହିଛନ୍ତି ଯେ ବିରାଟ ଏବେ ଅବସର ନେବେ ନାହିଁ  । ସେ ୨୦୨୭ ବିଶ୍ବକପ ଖେଳିବେ । ପ୍ରଥମ ଟେଷ୍ଟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଶତକ କରିଥିଲେ  । ବାକି ଦୁଇ ମ୍ୟାଚରେ ମଧ୍ୟ ସେ ଆଉ ଦୁଇଟି ଶତକ ହାସଲ କରିବେ  । ସେ ଜଣେ ଏମିତି ଖେଳାଳୀ ଯିଏ ସର୍ବଦା ତାଙ୍କ  ଖେଳକୁ ଉପୋଭୋଗ କରନ୍ତି  । ବିରାଟଙ୍କ ଫର୍ମ ଚିନ୍ତା ଜନକ ନୁହେଁ  । ତାଙ୍କ ଫର୍ମ ନ ଥିଲେ ମଧ୍ୟ ବଡ ବଡ ମ୍ୟାଚରେ ସେ ଖେଳି ଟିମକୁ  ଜିତାଇଛନ୍ତି  । ତାଙ୍କ ଫ୍ୟାନ ମାନଙ୍କର ଏବେ ବି ତାଙ୍କ ଉପରେ ଭରଷା ଅଛି  ।  ମୋର ବିଶ୍ବାସ ଯେ ବିରାଟ ଆଉ ପାଞ୍ଚ ବର୍ଷ କ୍ରିକେଟ ଖେଳିବେ  । ମୁଁ ତାଙ୍କୁ  ୧୦ ବର୍ଷ ବୟସରୁ ଜାଣିଛି  । ଅବସର ନବା ପାଇଁ ତାଙ୍କର ବୟସ ହୋଇନାହିଁ  ।

ମହିଳାଙ୍କ ମୃତ୍ୟୁ କଥା ମୁଁ ପରଦିନ ଜାଣିଲି : ଅଲ୍ଲୁ ଅର୍ଜୁନ

ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା-୨ ବକ୍ସ ଅଫିସରେ ଯେଭଳି ରେକର୍ଡ କରିଛି ସେଭଳି ରିଲିଜ ଦିନରୁ ବେଶ ଚର୍ଚ୍ଚାରେ ରହିଛି । ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା । ଏହି ଘଟଣାକୁ ନେଇ ମଙ୍ଗଳବାର ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ଅଲ୍ଲୁ । ପୋଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ ପୋଲିସ ଯେତେବେବେଳେ ତାଙ୍କୁ ପ୍ରଶ୍ନ କରିଥିଲେ କି ? ମହିଳାଙ୍କ ମୃତ୍ୟୁକୁ ନେଇ କଣ ଜାଣିଥିଲ କି ? ଏହାର ଉତ୍ତରରେ ଅଲ୍ଲୁ କହିଥିଲେ କି, ମୋତେ ସେ ସମ୍ପର୍କରେ କୌଣସି ପ୍ରକାରେ ଜଣା ନଥିଲା । ପର ଦିନ ଖବର ଦେଖିବା ପରେ ଜାଣିବାକୁ ପାଇଥିଲି ।

କହି ରଖୁଛୁ କି, ଚିକ୍କଡପଲ୍ଲୀ ଥାନାରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଜେରା କରିଛି ପୋଲିସ। ଅଲୁ ତାଙ୍କ ଓକିଲ ଅଶୋକ ରେଡ୍ଡୀଙ୍କ ସହ ଥାନାରେ ହୋଇଥିଲେ ହାଜର। ତାଙ୍କୁ ଏସିପି ରମେଶ ଓ ସର୍କଲ ଇନ୍ସପେକ୍ଟର ରାଜୁ ଜେରା କରିଥିବା ସୂଚନା ମିଳିଛି।  ହାଜର ହେବା ଲାଗି ନୋଟିସ ଜାରି କରିଥିଲା ହାଇଦ୍ରାବାଦ ପୋଲିସ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ଯା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ଯୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା। ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ଯୁରିଟି ଟିମ ଓ ସନ୍ଧ୍ଯା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ। ସେପଟେ ପୋଲିସ ବାହିନୀ ପ୍ରତି ଅସମ୍ମାନ ଅଭିଯୋଗରେ କଂଗ୍ରେସ ନେତା ଥିନମାର ମଲ୍ଲାନା ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ସିମୁଳିଆ ଛକ ନିକଟରେ ବାଇକକୁ ପିଟିଲା ବାଇକ, ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନୀଳଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ମୃତ, ଜଣେ ଗୁରୁତର । ସିମୁଳିଆ ଛକ ନିକଟରେ ବାଇକକୁ ପିଟିଲା ବାଇକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ନୀଳଗିରି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ହୋଇ ବାଲେଶ୍ଵରକୁ ସ୍ଥାନାନ୍ତର ହୋଇଛି । ମୃତକଙ୍କ ମଧ୍ଯରେ ଜଣେ ନୀଳଗିରି କୋହଳିଆ ଅଞ୍ଚଳର ଚନ୍ଦ୍ରଶେଖର ପାତ୍ର ହୋଇଥିବା ବେଳେ ଅନ୍ଯ ଜଣଙ୍କ ରେମୁଣା ଥାନା ଅଞ୍ଚଳର ଅକ୍ଷୟ କୁମାର ଜେନା । ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ନିର୍ବାଚନ ପରିଚାଳନା ନିୟମାବଳୀ ସଂଶୋଧନ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ରେ ସଂଶୋଧନ ପ୍ରସଙ୍ଗ। ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ। ନିର୍ବାଚନ ପରି ଏକ ପ୍ରକ୍ରିୟାର ସ୍ବଚ୍ଛତା ବିପନ୍ନ ହେବାରେ ଲାଗିଛି ବୋଲି କହିଛି ଦଳ। ଅପବ୍ଯବହାର ରୋକିବା ଲାଗି ସିସିଟିଭି କ୍ଯାମେରା, ୱେବକାଷ୍ଟିଂ ଫୁଟେଜ ଓ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ ଡକ୍ଯୁମେଣ୍ଟ ହସ୍ତାନ୍ତର କରାଯାଇପାରିବ ନାହିଁ ଦର୍ଶାଇ ଏହି ନିୟମାବଳୀ ସଂଶୋଧନ କରିଥିଲେ ସରକାର। ଏହି ପ୍ରମୁଖ ଆଇନକୁ ନିର୍ବାଚନ କମିଶନ ଏକପାଖିଆ ଭାବେ ବଦଳାଇପାରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି- ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ। ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଏହାର ଉଦ୍ଦେଶ୍ଯ। ଗତ ଶୁକ୍ରବାର ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ନିୟମାବଳୀ ୧୯୬୧ର ଧାରା ୯୩(୨)(କ)ର ସଂଶୋଧନ କରିଥିଲେ।

ସଚିନର ଆଶିର୍ବାଦ ସବୁବେଳେ ମୋ ସହିତ,ବନ୍ଧୁଙ୍କ ବାବଦରେ ଏମିତି କହିଲେ ବିନୋଦ କାମ୍ବଲି

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ସର୍ବଦା ଗଣମାଧ୍ୟମରେ ହେଡଲାଇନରେ ରହିଥାନ୍ତି । କାମ୍ବଲିଙ୍କ ବନ୍ଧୁତାକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ବାଲ୍ୟ ବନ୍ଧୁ ସଚିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଜି ମଧ୍ୟ ଚର୍ଚ୍ଚା ହୋଇଥାଏ । ସଚିନଙ୍କୁ କାମ୍ବଲି ବହୁତ ଭଲ ପାଉଥିବା ସମସ୍ତେ ବେଶ ଭଲଭାବେ ଜାଣନ୍ତି । ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ  କାମ୍ବଲି । ଏହି ସମୟରେ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭିୟୁରେ ସାଙ୍ଗ ସଚିନଙ୍କୁ କେତେ ଭଲ ପାଆନ୍ତି ଏବଂ ସଚିନଙ୍କର ତାଙ୍କ ପ୍ରତି କେମିତି ଭଲ ପାଇବା ରହିଥିଲା ସେ ସମ୍ପର୍କରେ କହିଛନ୍ତି । ସଚିନଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି । ମୋତେ ସେ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି କାମ୍ବଲି ।