spot_img
Home Blog Page 1327

ପୁରୀ: ନିଗମାନନ୍ଦ ସମ୍ମିଳନୀରେ ଦୁଇ ଭକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀରେ ଅଘଟଣ । ସମ୍ମିଳନୀ ଚାଲିଥିବା ବେଳେ ଚାଲିଗଲା ଦୁଇ ଭକ୍ତଙ୍କ ଜୀବନ । ସମ୍ମିଳନୀ ସମୟରେ ଦୁଇ ଜଣ ଭକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଶବ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଆଜି ସମ୍ମିଳନୀ ଚାଲିଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ଦୁଇ ଭକ୍ତ ଅସୁସ୍ଥ ହୋଇ ପଡିଥିଲେ । ମୃତ ଦୁଇ ଭକ୍ତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ମେଦିନିପୁରର ହୋଇଥିବା ବେଳେ ଅନ୍ୟ ଜଣେ କଟକର ବୋଲି ଜଣାପଡ଼ିଛି । ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁଁ ଅଣନିଶ୍ଵାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ରାଜଧାନୀରେ ସିରିଜ ଦୁର୍ଘଟଣା, ଦୁର୍ଘଟଣା ଘଟାଇ ଥିବା ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଜାଭିଅର ଛକରେ ସିରିଜ ଦୁର୍ଘଟଣା । ୪ଟି ଗାଡିକୁ ଧକ୍କା ଦେଲା ଏକ କାର୍ । ଜାଭିଅର ଛକ ହାତିଆଶୁଣି ରାସ୍ତା ସାଲିଆସାହି ନିକଟରେ ଦୁର୍ଘଟଣା ଘଟିଛି ।

ଜାଭିଅର ଛକ ଆଡୁ କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡରେ ଛିଡା ହୋଇଥିବା ୪ଟି ଗାଡିକୁ ଧକ୍କା ଦେଇଛି । ପ୍ରଥମେ କାରଟି ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା । ଏହାପରେ ଏକ ଡାଲା ଅଟୋ ଓ ପରେ ପରେ ଏକ ପାସେଞ୍ଜର ଅଟୋ ଓ ଅନ୍ୟ ଏକ ଅଟୋକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଭଙ୍ଗା ରୁଜା କରିଛନ୍ତି । ଏପରିକି ଦୁର୍ଘଟଣା ଖବର ପାଇ ସେଠାରେ ପହଞ୍ଚି ଥିବା ପୋଲିସ ବି ଉତ୍ତ୍ୟକ୍ତ ଲୋକଙ୍କ ପାଖରୁ ରକ୍ଷା ପାଇ ନଥିଲେ । ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଘେରିଯିବା ସହ ବାଟ ଛାଡି ନଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତ୍ରଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ପୋଲିସ ଉଦ୍ୟମ ଚଲାଇଛି ।

କେବଳ ଗୋଟିଏ ଲାଇନ କହି ଛାଇଗଲେ ଭାଇଜାନ…

ନନ୍ଦିଘୋଷ ବ୍ୟୁରୋ:  କେବଳ ଗୋଟିଏ ଲାଇନ କହି ଦର୍ଶକଙ୍କ ମନ ଜିତିଲେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ନିଜର ରିଲ ଓ ରିଅଲ ଲାଇଫ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ଼ର ଜାନ ଭାଇଜାନ ସଲମାନ ଖାନ୍ ।  ପ୍ରତିବର୍ଷ ସଲମାନ ବିଭିନ୍ନ ଆକ୍ସନ ଅନ୍ଦାଜରେ ଆସି ନିଜ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ  ଦେଇଥାନ୍ତି । ତେବେ ୨୦୨୫ ରେ ମଧ୍ୟ ସଲମାନଙ୍କର ଏକ ଫୁଲ ଆକ୍ସନ ଆଧାରିତ ସିନେମା ଆସୁଛି । ଫିଲ୍ମଟିର ନାଁ ହେଉଛି ‘ସିକନ୍ଦର’ । ତେବେ ଆଜି ରିଲିଜ ହୋଇଛି ଫିଲ୍ମଟିର ଟିଜର । ୧ ମିନିଟ ୪୨ ସେକେଣ୍ଡର ଆସିଥିବା ଏହି ଟିଜର ମାତ୍ର କିଛି ଘଣ୍ଟା ରେ ମିଳିୟନ ଭିୟୁଜ କ୍ରସ କରିସାରିଲାଣି ।  ଟିଜରର ଏଣ୍ଟ୍ରିରେ ସଲମାନଙ୍କର ଏକ ଜବରଦସ୍ତ ଏଣ୍ଟ୍ରି ହୋଇଛି ଯାହା ତାଙ୍କ ଫ୍ୟାନ୍ସଙ୍କ କ୍ରେଜ କୁ ବଢାଇଦେଇଛି ।  ଆାଉ ପୁରା ଟିଜରରେ ସଲମାନ କେବଳ ଗୋଟିଏ ହିଁ ଲାଇନ କହିଛନ୍ତି । ଆଉ ଏହି ଗୋଟିଏ ଲାଇନ ରେ ମଧ୍ୟ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କଣିପାରିଛନ୍ତି । ସେ ଗୋଟିଏ ଲାଇନରେ ସେ କହିଛନ୍ତି “ସୁନା ହେ କି ବହତ୍ ସାରେ ଲୋକ ମେରେ ପିଛେ ପଡ଼େ ହୁଏ ହେ, ବାସ ମେରେ ମୁଡ଼ନେ କାହି ଦେର ହେ” । ଆଉ ଏହି ଲାଇନ ପରେ ତାଙ୍କର ସ୍ବାଗ୍ ଦେଖିବାକୁମିଳିଥିଲା । ହାତରେ ରାଇଫଲ ଧରି ଶତ୍ରୁ ମାନଙ୍କୁ ନିଜ ଆକ୍ସନ ଅନ୍ଦାସରେ ଫାଇଟିଂ କରୁଥିବାର ଏକ ସିନ୍ ରହିଛି । ସୂଚନା ମୁତାବକ ମେକର୍ସ ମାନେ ଫିଲ୍ମଟିର ଟିଜର  ୨୭ ଡ଼ିସେମ୍ବର ସକାଳ ୧୧.୦୭ ରେ ରିଲିଜ କରିବାର ପୂର୍ବ ପ୍ରସ୍ତୁତି କରିଥିଲେ କିନ୍ତୁ ଯେହେତୁ ୨୬ ଡ଼ିସେମ୍ବର ଦିନ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ପରଲୋକ ହୋଇଗଲା ସେଥିପାଇଁ ତାଙ୍କୁ ସମ୍ମାନ ଜଣାଇ ଏହାର ତାରିଖ ଓ ସମୟ ବଦଳାଗଲା ।  ଆଉ ବର୍ତ୍ତମାନ ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ବେଶ୍  ଖୁସି ଅଛନ୍ତି ଦର୍ଶକ ।

୩ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ୩ ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କଲା ମାଲାକାନଗିରି ପୋଲିସ । ସମସ୍ତେ ଆନ୍ଧ୍ର ଓଡିଶା ବର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି ପ୍ଲାଟୁନର ଥିଲେ ସଦସ୍ୟ ।

ମାଲକାନଗିରି ପୋଲିସ ଓ ଡିଭିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ମାଓବାଦୀମାନେ ହେଲେ ସ୍ଵପ୍ନା, ବବିତା ଏବଂ ସୁନିତା । ତିନି ମହିଳା ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।

ବର୍ଷା ପାଣିରେ ଭାସୁଥିବା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ଖୋର୍ଦ୍ଧା: ଯାଜପୁର ପରେ ଖୋର୍ଦ୍ଧାରେ ଉଜୁଡା ଚାଷକୁ ଦେଖି ଚାଲିଗଲା ଚାଷୀଙ୍କ ଜୀବନ । ବାଣପୁରରୁ ଆସିଛି ଏମିତି ହୃଦୟ ବିଦାରକ ଖବର । ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଚାଷୀ । ମୃତ ଚାଷୀ ହେଲେ କୁମାରାଙ୍ଗ ପଞ୍ଚାୟତ ଏକଡାଳିଆ ଗାଁର ମେଘନାଦ ଦଳବେହେରା ।

ଅଭିଯୋଗ ଅନୁସାରେ, ବିଲରେ ଧାନ ପାଚି ସାରିଥିଲା । ତାକୁ କାଟି ଜମିରେ ପକାଇଥିଲେ ମେଘନାଦ । ହେଲେ ଉଠାଇ ଘରକୁ ଆଣିବା ପୂର୍ବରୁ ଆରମ୍ଭ ହୋଇଗଲା ଅଦିନିଆ ଲଗାଣ ବର୍ଷା । ଫଳରେ ଆଉ ଅମଳ ଧାନ ବିଲରୁ ଘରକୁ ଆଣି ପାରିଲେନି । ସୋମବାର ଦିନ ଯାଇ ଦେଖିଥିଲେ ବିଲରେ ଆଣ୍ଠୁଏ ପାଣି ଆଉ ସେଥିରେ ଭାସୁଛି ଧାନ । ଯାହାକୁ ଦେଖି ସେହିଠାରେ ସଜ୍ଞାହୀନ ହୋଇ ପଡ଼ିଯାଇଥିଲେ ମେଘଦାନ । ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଉଜୁଡା ଫସଲ ଦେଖି ମନରେ ହତାଶ ଭାବ ଜାତ ହେବା ସହ ଦୁଃଖରେ ମ୍ରିୟମାଣ ହୋଇ ହୃଦଘାତରେ ମେଘନାଦଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲଦାରଙ୍କୁ ଯୋଗାଯୋଗ କରିବାରେ, ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ତେବେ କେବଳ କୁମାରାଙ୍ଗ ନୁହେଁ । ଗାଲୁଆ, ନନ୍ଦପୁର, ନରେନ୍ଦ୍ରପୁର ଓ ବିଷ୍ଣୁଡ଼ିହ ପଞ୍ଚାୟତରେ ମଧ୍ୟ ଅଦିନିଆ ବର୍ଷାରେ ବ୍ୟାପକ ଭାବେ ଫସଲହାନି ଘଟିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଲକୁ ଯାଇଥିବା ବେଳେ ଉଜୁଡା କ୍ଷେତ ଦେଖି ହୃଦଘାତରେ ମଣିତାପୁର ଗାଁର ମଣିରାମ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

୩୦ ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଫସଲହାନିକୁ ନେଇ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମେହାନ ଚରଣ ମାଝୀଙ୍କ ସୂଚନା । ୩୦ ତାରିଖ ଭିତରେ ଚିହ୍ନଟ ହେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ । ସମସ୍ତ ଚାଷୀଙ୍କୁ ସରକାରଙ୍କ ନିୟମ ଅନୁସାରେ ମିଳିବ କ୍ଷତିପୂରଣ । ଡିବିଟି ଜରିଆରେ  କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାଭୁକ୍ତ ଚାଷୀ କାଲି ସୁଦ୍ଧା ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଏକ ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ବାବଦରେ ସୂଚନା ଦେଇଛନ୍ତି । ଗତ ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ ଖରିପ ଚାଷ ଅମଳ ସମୟରେ କ୍ଷୟକ୍ଷତି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି । ବିଶେଷ କରି ସମୀକ୍ଷାର ନିଷ୍କର୍ଷ ବାହାରିଛି, ତାହାକୁ ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି । ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି । ଆସିଥିବା ରିପୋର୍ଟକୁ ନେଇ ଇନସ୍ୟୁରାନ୍ସ କମ୍ପାନୀମାନଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର । ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ । ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଆପ୍ଲିକେଶନରେ ନିଜର କ୍ଷୟକ୍ଷତି ବାବଦରେ ଚାଷୀ ସୂଚନା ଦିଅନ୍ତୁ । ଜାରି ହୋଇଥିବା ୧୪୪୪୭ ଟୋଲ ଫ୍ରି ନମ୍ୱରରେ ମଧ୍ୟ ଚାଷ ବିଷୟରେ ଚାଷୀ ଅଭିଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଶାନ୍ତ ମଣିପୁର: ଦୁଇଟି ଗାଁରେ କୁକୀ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼

ଇମ୍ଫଲ: ଅଶାନ୍ତିର ନିଆଁରେ ଜଳୁଛି ମଣିପୁର । ଉତ୍ତେଜନା କମିବାର ନାଁ ନେଉନି । ଇମ୍ଫାଲ ପୂର୍ବ ଜିଲ୍ଲାର ୨ଟି ଗ୍ରାମରେ କୁକୀ ଆତଙ୍କବାଦୀଙ୍କ ଉତ୍ପାତ । କଲେ ଆଖିବୁଜା ଗୁଳିମାଡ । ଏହି ଗୁଳିମାଡ଼ରେ କିଛି ଗ୍ରାମବାସୀ ଓ ଯବାନ ଆହତ ହୋଇଥିବା ଅଭିଯୋଗ ।

ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ଇମ୍ଫାଲ ପୂର୍ବର ସାନସାବି ଓ ଥାମପୋକିରେ ଏହି ଗୁଳିକାଣ୍ଡ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତବର୍ଷ ମେ’ ମାସରୁ ମଣିପୁରରେ ହିଂସାକାଣ୍ଡ ଜାରି ରହିଛି । ମେଇତେଇ ଓ କୁକୀଙ୍କ ମଧ୍ଯରେ ଚାଲିଥିବା ସଂଘର୍ଷରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏହି ଘଟଣାରେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ମଣିପୁରରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ସମ୍ଭବ ହେଉ ନଥିବାବେଳେ ବାରମ୍ବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ହେଉଥିବା ଦେଖିବାକୁ ମିଳୁଛି । ସେପଟେ ବିପଦରେ ଥିବା ଏକାଧିକ ଶିଶୁ, ମହିଳା, ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରିଛି ସିଆରପିଏଫ ।

ଚୋରି କରି ପୋଲିସକୁ ଭୂଆଁ ବୁଲାଉଥିଲେ ଯାଆଁଳା ଭାଇ

ନନ୍ଦିଘୋଷ ବ୍ୟୁରୋ:  ପୋଲିସକୁ  ଭୂଆଁ ବୁଲାଉଥିଲେ ଯାଆଁଳା  ଭାଇ ।  ଚୋରି କରି ଯାଆଁଳା ହେବାର ଫୁଲ  ଫାଇଦା ଉଠାଉଥିଲେ ଦୁଇ ଭାଇ । ଜଣେ ଚୋରି କରୁଥିବା ବେଳେ ଆଉ ଜଣେ ଥିଲା ସିସିଟିଭି ସାମ୍ନାରେ ।  ଏଭଳି ପ୍ଲାନିଙ୍ଗ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ହେଲେ ଶେଷରେ ପୋଲିସ ଘଟଣାର ତଦନ୍ତ କରି ସାମ୍ନାକୁ ଆଣିଲା ସମ୍ପୂର୍ଣ୍ଣ ତଥ୍ୟ । ଏ ଘଟଣାର ଖୁଲାସା କରିଛି ମଧ୍ୟପ୍ରଦେଶର ମାଉଗଞ୍ଜ ପୋଲିସ ।  ଅନେକ ଦିନ ଧରି ଚୋରିକରି ପୋଲିସକୁ ଅସୁବିଧା ରେ ପକାଇଥିଲେ ଏହି ଦୁଇ ଭାଇ । ଏଭଳି ଦୁଇ ମାଷ୍ଟରମାଇଣ୍ଡ ପ୍ଲାନିଙ୍ଗ ଭାଇଙ୍କ ବିଷୟରେ ଜାଣିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବାସ୍ତବରେ ସୌରଭ ବର୍ମା ଏବଂ ସଞ୍ଜିବ ବର୍ମା ନାମକ ଦୁଇ ଯାଆଁଳା ଭାଇଙ୍କ ଚୋରୀ କରିବା ପ୍ଳାନିଙ୍ଗ ଏତେ ପ୍ରଖର ଯେ ବହୁତ ବଡ଼ ବଡ଼ ଚୋରଙ୍କୁ ସେମାନେ ପଛରେ ପକାଇଦେଇଛନ୍ତି ।  ଚୋରି କରିବା ସମୟରେ ଜଣେ କିଛି ଦୁରରେ ଲାଗିଥିବା ସିସିଟିଭିର ଆଗରେ ରହୁଥିଲା ଯେପରି ତାକୁ କେହି ସନ୍ଦେହ ନ କରନ୍ତି ଆଉ ଜଣେ ଭାଇ କିଛି ଜଣଙ୍କ ସହାୟତାରେ ଖୁବ୍ ଚାଲାକିର ସହ ଚୋରି କରୁଥିଲା । ଏପରି କରି ସେମାନେ ଅନେକ ଦିନ ଧରି ଚୋରି କରି ଧରା ପଡ଼ିବା କ୍ଷଣି ଜଣେ ଭାଇ ଆଉ ଜଣେ ଭାଇର ନା ଦେଇ ଖସି ଯାଉଥିଲା । ଯାହାଫଳରେ ଅସଲି ଚୋରକୁ ଖୋଜିବା ପୋଲିସ ପକ୍ଷରେ ଖୁବ୍ କଷ୍ଟ ହୋଇଯାଇଥିଲା । ଚୋରିକରିବା ସମୟରେ ଯାଆଁଳା ଭାଇ ମାନେ ସାମନ ଡ଼ିଜାଇନ ଏବଂ ରଙ୍ଗର ସାର୍ଟ ପିନ୍ଧୁଥିଲେ ।  ଯେତେବଳେ ପୋଲିସ ସନ୍ଦେହ କରୁଥିଲା ସେତେବଳେ ଅନ୍ୟ ଜଣେ ଭାଇ ଅତି ଚତୁରତାର ସହିତ ସିସିଟିଭି କ୍ୟାମେରାର ଭିଡ଼ିଓ ଦେଖାଇ ଖସିଯାଉଥିଲା ।  କିନ୍ତୁ ନିକଟରେ ପାଲିସ ଚୋରି କରୁଥିବା ବେଳେ ସଞ୍ଜୟ ବର୍ମାକୁ ଗିରଫ କରି ହାଜତ ରେ ରଖିଥିଲା । କିଛି ଦିନ ପରେ ଭାଇକୁ ମୁକୁଳେଇବା ପାଇଁ ସୌରଭ ପାଲିସ ଷ୍ଟେସନ କୁ ଆସିଲା  । ସୌରଭ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଦୁଇ  ଭାଇ ଦେଖିବାକୁ ପୁରା ସମାନ ଥିଲେ । ଦୁଇ ଭାଇଙ୍କୁ ସାମ୍ନାରେ ଦେଖି ପୋଲିସ ଧିରେ ଧିରେ ସବୁ ଘଟଣା ର ସତ୍ୟ ଜାଣିପାରିଲା ।

ଫର୍ମୁଲା-ଇ ରେସ ମାମଲା: କେ.ଟି. ରାମାରାଓଙ୍କ ସମେତ ତିନି ଜଣଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଫର୍ମୁଲା-ଇ ରେସକୁ ନେଇ ବଢ଼ିଲା ଅଡୁଆ । ତିନି ଜଣଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳା ତଥା ଇଡି । ଭାରତ ରାଷ୍ଟ୍ର ସମିତର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମାରାଓ, ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଏବଂ ହାଇଦ୍ରାବାଦ ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷର ପୂର୍ବତନ ଚିଫ ଇଞ୍ଜିନିୟର ବିଏଲଏନ ରେଡ୍ଡୀଙ୍କ ବିରୋଧରେ ସମନ ଜାରି କରିଛି ଇଡି ।

ଗତ ୨୦୨୩ ଫେବୃଆରୀରେ ହୋଇଥିଲା ଫର୍ମୁଲା-ଇ ରେସ । ଏଥିରେ ୫୫ କୋଟି ଟଙ୍କା ବ୍ୟୟ ହୋଇଥିଲା । ହେଲେ ଏଥିରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଆସନ୍ତା ଜାନୁଆରୀ ୭ରେ ଇଡିରେ ହାଜର ହେବେ କେଟି ରାମାରାଓ । ସେହିପରି ଜାନୁଆରୀ ୨ରେ ଅରବିନ୍ଦ ଏବଂ ୩ରେ ରେଡ୍ଡୀ ହାଜର ହେବେ ।

ଏହି ବହୁ ଚର୍ଚ୍ଚିତ ମାମଲାରେ ୩ ଜଣଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଆଇନର ବିଭିନ୍ନ ଧାରା ଅନୁସାରେ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ପଞ୍ଜିକୃତ ହୋଇଥିଲା । କେଟି ରାମାରାଓ ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ। ପୂର୍ବତନ ବିଆରଏସ ସରକାର ଅମଳରେ ହାଇଦ୍ରାବାଦରେ ବିନା ଅନୁମତିରେ ଫୁର୍ମୁଲା-ଇ ରେସ୍ କରାଯାଇଥିଲା । ଏଥିପାଇଁ ବିପୁଳ ମାତ୍ରାରେ ବୈଦେଶିକ ମୁଦ୍ରା ସମେତ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେପଟେ କେଟିଆର କହିଛନ୍ତି, ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷଙ୍କ ଆକାଉଣ୍ଟ ଇଣ୍ଡିଆନ ଓଭରସିଜ ବ୍ଯାଙ୍କରେ ରହିଛି । ସେହି ଆକାଉଣ୍ଟରୁ ଟଙ୍କା ପ୍ରଦାନ କରାଯାଇଥିଲା ।

ମଣ୍ଡି ଅବ୍ୟବସ୍ଥା ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକ, ଚାଷୀଙ୍କ ସହ ଆଲୋଚନା କର: ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ମଣ୍ଡିରେ ଅବ୍ଯବସ୍ଥା ଓ ଚାଷୀ ଶୋଷଣକୁ ନେଇ ଗଦା ଗଦା ଅଭିଯୋଗ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସମସ୍ୟାର ସମାଧାନ ପାଇଁ ମୁଖ୍ଯମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ସହ ଚାଷୀ ସଂଗଠନ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର ।

ସେ କହିଛନ୍ତି, ସୋହେଲାରେ ଗୋଟିଏ ମାସ ତଳେ ମୁଖ୍ଯମନ୍ତ୍ରୀ ଘୋଷଣା କରିଥିଲେ, ଚାଷୀଙ୍କୁ ଶୋଷଣ କଲେ ଜେଲ ପଠାଯିବ । କିନ୍ତୁ ସବୁଠି ଚାଷୀଙ୍କୁ ଶୋଷଣ ବଢି ଚାଲିଛି । ବିଭିନ୍ନ ଜିଲ୍ଲା ଦାୟିତ୍ଵ ମନ୍ତ୍ରୀମାନଙ୍କୁ ଦେଲେ, ହେଲେ ଅବସ୍ଥା ସୁଧୁରୁନି । ଅଦିନିଆ ବର୍ଷାରେ ଚାଷ ଉଜୁଡିଯିବା ନେଇ ୪ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଇତିହାସରେ ଏପରି ଘଟଣା ବିରଳ । ବର୍ତ୍ତମାନ ସୁଦ୍ଧା ୭୦ରୁ ୯୦ ପ୍ରତିଶତ ଧାନ ଉଠିଯିବା କଥା, ହେଲେ ତାହା ହୋଇନି । ଏପରି ଅବ୍ଯବସ୍ଥା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ସେ ଆଗକୁ କହିଛନ୍ତି, ଧାନ କିଣା ସାଇକେଲକୁ ଭାଙ୍ଗି ଦେଲେ ସରକାର । ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ପାଖରେ ଏହାର ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଧାନ ଉଠି ପାରୁ ନଥିବାରୁ ରବି ଚାଷ ମଧ୍ୟ ପ୍ରଭାବିତ ହେବ । ସରକାର କଟନି ଛଟନି ହେବନି ବୋଲି ଘୋଷଣା କରିଥିଲେ । ହେଲେ ଏବେ କ’ଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ପଚାରିଛନ୍ତି, ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା । ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ ।