spot_img
Home Blog Page 1320

ଜାନୁଆରୀ ପହିଲାରୁ ହେବ ବଡ଼ ପରିବର୍ତ୍ତନ ! ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ : ବର୍ଷ ୨୦୨୪ ସରିବାକୁ ଆଉ ଗୋଟିଏ ଦିନ ବାକି ଅଛି । ସବୁଠି ନୂଆବର୍ଷ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଅନ୍ୟପଟେ ଜାନୁଆରୀ ପହିଲାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । LPG ସିଲିଣ୍ଡର ଠାରୁ ଆରମ୍ଭ କରି EPFO ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ଆସିପାରେ । ଜାଣନ୍ତୁ କେଉଁ କେଉଁ ଜିନିଷରେ ଆସିବ ପରିବର୍ତ୍ତନ…

  • ସାଧାରଣଃ ପ୍ରତ୍ୟେକ ମାସର ୧ ତାରିଖରେ ସରକାର ଏଲପିଜି ମୂଲ୍ୟ ବଦଳାନ୍ତି  । କିଛି ଦିନ ଧରି ୧୯ କେଜି କମର୍ଶିଆଲ LPG ସିଲିଣ୍ଡରର ମୂଲ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଅନ୍ୟପଟେ ଅନେକ ଦିନ ଧରି ୧୪ କେଜି ସିଲିଣ୍ଡରର ଦାମ ସ୍ଥିର ରହିଛି । ଏଥିପାଇଁ ନୂଆବର୍ଷରୁ LPG ସିଲିଣ୍ଡରର ଦରରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।
  • ୨୦୨୫ର ଆରମ୍ଭରୁ EPFO ଆକାଉଣ୍ଟଧାରୀଙ୍କୁ ଖୁସି ଖବର ମିଳିପାରେ । ଯାହା ମାଧ୍ୟମରେ ଏଟିଏମ୍ ମେସିନରୁ EPFO ଟଙ୍କା ଉଠାଇପାରିବେ ।  ଶ୍ରମମନ୍ତ୍ରୀ ଏହା ଉପରେ କାମ କରୁଛନ୍ତି । ନିକଟରେ ଶ୍ରମ ସଚିବ କହିଛନ୍ତି କି, ଶ୍ରମ ଏବଂ ରୋଜଗାର ମନ୍ତ୍ରଳାୟର EPFO ସେବାରେ ଉନ୍ନତି ଆଣିବା ପାଇଁ ନୂଆ ଅପଗ୍ରେଡ୍ କରାଯାଉଥିବା କହିଛନ୍ତି ।
  •  ଅନ୍ୟପଟେ, ଆରବିଆଇ ପକ୍ଷରୁ ଫିଚର ଫୋନ ୟୁଜର୍ସଙ୍କ ପାଇଁ ଖୁସି ଖବର ଦିଆଯାଇଛି । ବର୍ତ୍ତମାନ ୟୁପିଆଇ ପେ’ ଜରିଆରେ ୧୦ ହଜାରରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏହି ସୁବିଧା ଜାନୁଆରୀ ୧, ୨୦୨୫ରୁ ଜାରି ହେବ । ଏହା ପୂର୍ବରୁ ପେମେଣ୍ଟ ଲିମିଟ୍ ୫ହାଜର ଥିଲା ।
  • ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କୃଷକଙ୍କ ପାଇଁ  ମଧ୍ୟ ଏକ ବଡ଼ ଘୋଷଣା କରିଛି । ଆରବିଆଇ କୃଷକଙ୍କୁ ବିନା ସୁଧରେ ମିଳୁଥିବା ଲୋନର ଲିମିଟକୁ ବଢାଇ ୨ ଲକ୍ଷ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହି ନୂଆ ନିୟମ ମଧ୍ୟ ଜାନୁଆରୀ ପହିଲାରୁ ଲାଗୁ ହେବ ।  ଏହା ପୂର୍ବରୁ ଏହା ୧ଲକ୍ଷ ୬୦ହାଜର ପର୍ଯ୍ୟନ୍ତ ଥିଲା ।
  • ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଚୁକ୍ତିନାମା ମଧ୍ୟ ପରିବର୍ତ୍ତନ ଘୋଷଣା କରିଛି  । ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ  । ଏନେଇ ୨୯ ନଭେମ୍ବରରେ ଏ ବାବଦରେ ଏକ ସର୍କୁଲାର ଜାରି କରାଯାଇଥିଲା । ବର୍ତ୍ତମାନ FinNifty, MidCPNifty ଏବଂ NiftyNext50 ର ମାସିକ ଚୁକ୍ତିନାମା ଖୁବ୍ ଶୀଘ୍ର ସମାପ୍ତ ହେବ  । ବ୍ୟାଙ୍କନିଫ୍ଟିର ମାସିକ ଏବଂ ତ୍ରିମାସିକ ଚୁକ୍ତିନାମା ମଧ୍ୟ ମାସର ଶେଷରେ ସମାପ୍ତ ହେବ ।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁତରଙ୍ଗ ପଞ୍ଚାୟତର ରଶ୍ମିରଂଜନ ନାୟକ। ଦିନେ ଡାଟାଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ହେଲେ ହଠାତ ତାଙ୍କର ଗୋଡରେ ସମସ୍ୟା ଦେଖାଗଲା। କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ । ପରେ ଭଲ ନହେବାରୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସା କରିବାରୁ କ୍ୟାନ୍ସର ହୋଇଥିବା ଜଣାପଡିଲା। ଅନେକ ଚିକିତ୍ସା ପରେ ଭଲ ନହେବାରୁ ରଶ୍ମି ରଞ୍ଜନଙ୍କର୍ ଗୋଟେ ଗୋଡ଼କୁ ଅପରେସନ କରି କଟା ଯାଇଛି। ରଞ୍ଜନ ଏବେ କୌଣସି କାମ କରିନପାରି ଘରେ ପଡି ରହୁଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ବୁଢୀମାଆ କେତକୀ ନାୟକ ଯାହା ଯେଉଁଠୁ ପାଉଛନ୍ତି ସେତିକିରେ ଘରେ ଚଳାଉଛନ୍ତି।

ବୁଢୀ ମାଆକୁ ଯେଉଁ ଭତ୍ତା ଗଣ୍ଡାକ ମିଳୁଛି ସେତକ ପୁଅର ଔଷଧ ଖର୍ଚ୍ଚ କୁ ନିଅଣ୍ଟ। ଗାଁ ଲୋକେ ସାହି ପଡିଶା ଙ୍କ ସହାୟତା ରେ ଘର ଚାଲିଛି। ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି କେତକୀ। ଏହି ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରିନି। ପରିବାରକୁ କେହି ସହାୟତାର ହାତ ବଢାଇଲେ କିଛି ମାତ୍ରାରେ ଦୁଃଖ ଦୂର ହୋଇପାରନ୍ତା। ଦିନେ ଚାକିରି କାରି ଘର ଚଳାଉଥିବା ରୋଜଗାରିଆ ପୁଅର ଏଭଳି ଅବସ୍ଥା ବେଶ ଦୁଃଖଦାୟକ।

ରାସ୍ତା ପାଲଟିଛି ମରଣ ଜନ୍ତା, ସଙ୍କୁଚିତ ରାସ୍ତା ପାଇଁ ଘଟୁଛି ଦୁର୍ଘଟଣା

ରାୟଗଡା : ରାସ୍ତା ଚକାଚକ କିନ୍ତୁ ହେଉନି ରକ୍ଷଣା ବେକ୍ଷଣ। ସଙ୍କୁଚିତ ରାସ୍ତା ପାଇଁ ଘଟୁଛି ଦୁର୍ଘଟଣା। ରାୟଗଡାରେ ରାସ୍ତା ପାଲଟିଛି ମରଣ ଜନ୍ତା। ପାହାଡି ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ସଙ୍କୁଚିତ ରାସ୍ତାରେ ଗାଡି ଚଳାଇବା ଏବେ ବଡ ସମସ୍ଯା ପାଲଟିଛି। ପ୍ରାୟ ୮ଲକ୍ଷରୁ ଅଧିକ ଲୋକ ପାହାଡୀ ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାଗୁଡିକ ଅଙ୍କାବଙ୍କା ହୋଇ ରହିଛି। ରାସ୍ତା ଉପରକୁ ଗଛ ଲତା ମାଡି ଆସିବାରୁ ରାସ୍ତା ସଙ୍କୁଚିତ ହୋଇ ରହିଛି। ଯାହାଦ୍ୱାରା କି  ସାମ୍ନାରୁ ଆସୁଥିବା ଯାନ ବାହାନ ଦେଖା ନଯିବା ଫଳରେ ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଲୋକଙ୍କର ମୃତ୍ଯୁ ହେଉଛି।

ସରକାରଙ୍କ ତରଫରୁ ରକ୍ଷଣା ବେକ୍ଷଣ ବାବଦରେ ଆସୁଥିବା ଅର୍ଥର ସଠିକ ବ୍ୟବହାର ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ। ପ୍ରତିବର୍ଷ  ୨ଥର ରକ୍ଷଣା ବେକ୍ଷଣ କରିବା କଥା। ସାରା ଜିଲ୍ଲାରେ ଏଭଳି  ସମ୍ଭବ ନୁହେଁ। ଲୋକ ପ୍ରତିନିଧି ମାନଙ୍କ କହିବା ପରେ କାମ ହେଉଛି। ଜିଲ୍ଲା ସାରା ରକ୍ଷଣା ବେକ୍ଷଣ ସମ୍ଭବ ହୋଇପାରୁ ନାହିଁ ବୋଲି କହିଛନ୍ତି ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକାରୀ ମହେନ୍ଦ୍ର କଲେଟ୍। ସଠିକ ଭାବରେ ରକ୍ଷଣାବେକ୍ଷଣ ହୋଇପାରିଲେ ଲୋକେ ସୁବିଧାରେ ଯାତାୟାତ କରିପାରିବେ।

କଲବଲ କରୁଛି ପାର୍କିଂ ବ୍ୟବସ୍ଥା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ

ଘଟଗାଁ : କେନ୍ଦୁଝର ଜିଲ୍ଲାର ମା ତାରିଣୀଙ୍କ ପୀଠ।  ଏଠାକୁ ପ୍ରତ୍ୟକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନଙ୍କର ସୁଅ ଛୁଟିଥାଏ। ଭିଡ ପାଇଁ ଶହ ଶହ ଗାଡି ମଟରର ସହରକୁ ପ୍ରବେଶ କରନ୍ତି। ଯାନ ବାହାନ ରଖିବା ପାଇଁ ଆବଶ୍ୟକ ପାର୍କିଂ ନଥିବାରୁ ଦିନକୁ ଦିନ ବଢୁଛି ଦୁର୍ଘଟଣା ସଂଖ୍ଯା। ମା ତାରିଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ମନ୍ଦିର ସମ୍ମୁଖରେ ଗୋଟିଏ ଛୋଟ ପାର୍କିଂ ସ୍ଥାନ ରହିଛି ତାହା ମଧ୍ୟ ୨୦-୩୦ଟି ଛୋଟ କାର ରହିଲେ ପୁରି ଯାଉଛି। ଟ୍ରାଫିକ ନିୟନ୍ତ୍ରଣ ଢିଲା ଥିବାରୁ ବହୁ ସଂଖ୍ୟାରେ ଗାଡି ରାସ୍ତା କଡରେ ଛିଡା ହେଉଛନ୍ତି।..

ମନ୍ଦିର ନିକଟରେ ଥିବା ବ୍ୟବସାୟୀ ମାନେ ନିଜର ବେପାର ପାଇଁ ପର୍ଯ୍ୟଟକଙ୍କ ଯାନ ଗୁଡିକୁ ନିଜ ଦୋକାନ ଆଗରେ ପାର୍କିଂ କରାଇଥାନ୍ତି।  ଯାହାକି ଟ୍ରାଫିକ ସମସ୍ୟାକୁ ଅଧିକ ଜଟିଳ କରିଦେଉଥିବା ଅଭିଯୋଗ ହୋଇଛି। ଜାମ୍ ଯୋଗୁଁ ଘଟଗାଁରେ ପୂର୍ବରୁ ଅନେକ ଛୋଟ ବଡ ଦୃର୍ଘଟଣା ଘଟିଛି। କିଛି ଲୋକ ପ୍ରାଣ ହରାଇଥିବା ବେଳେ କିଛି ଗୁରୁତର ଆହତ ହୋଇଛନ୍ତି। ଏନେଇ ବାରମ୍ବାର ପୋଲିସକୁ ଜଣାଇଲେ ସୁଧା ସ୍ଥିତିରେ କୌଣସି  ସୁଧାର ଆସୁନାହିଁ। ପୂର୍ବରୁ ମନ୍ଦିର ପୂର୍ବ ପାର୍ଶ୍ବରେ ଥିବା ପାର୍କିଂ ସ୍ଥାନଟି ବିବାଦ କାରଣରୁ ବନ୍ଦ ହେବା ପରେ ସମସ୍ୟା ବଢିଥିବା କହିଛି ମନ୍ଦିର ପ୍ରଶାସନ। ସମସ୍ୟା ସମାଧାନ ପାଇଁ ପୋଲିସ ନିଜର ପଦକ୍ଷେପ ଗ୍ରହଣ କରୁଛି ମାତ୍ର ଆବଶ୍ୟକ ପାର୍କିଂ ସ୍ଥାନ ନଥିବା କାରଣରୁ ସମସ୍ୟା ସଂପୂର୍ଣ୍ଣ ସମାଧାନ ହେଇ ପାରୁ ନାହିଁ ବୋଲି ସ୍ଥାନୀୟ ପୋଲିସ  କହିଛି ।

ଧର୍ମଗଡରେ ହତାଶ ଚାଷୀ, ଘରେ ପଡିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ

ଧର୍ମଗଡ଼ : ମଣ୍ଡି ଆରମ୍ଭକୁ ମାସେ ହେଲାଣି କିନ୍ତୁ ଏବେ ବି ଚାଷୀଙ୍କୁ ଟୋକନ ଚିନ୍ତା । କଳାହାଣ୍ଡି ଧର୍ମଗଡରେ ଅଧା ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ଆଉ ଅଧା ଟୋକନ ପାଇବାରୁ ବଞ୍ଚିତ ରହିଛନ୍ତି। ପ୍ରଶାସନର କହିବା ମୁତାବକ ଚଳିତ ବର୍ଷ ନଭେମ୍ବର ମାସରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ୨୨୩ଟି ମଣ୍ଡି ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ୮୦ ହଜର କୁଇଣ୍ଟାଲ ଧାନ ଉଠାଇବା ଟାର୍ଗେଟ ରହିଛି । ୭୪ଟି ପ୍ୟାସ୍କ ଓ ୨୮ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣା ପାଇଁ ବ୍ୟବସ୍ଥା ହୋଇଛି ।

ଏଯାଏଁ ଧାନ ବିକିବା ତ ଦୂରର କଥା ବାରମ୍ବାର ଆବେଦନ ପରେ ବି ଚାଷୀଙ୍କୁ ଟୋକନ୍ ପାଉନଥିବା ଅଭିଯୋଗ ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ଅମଳକୁ ବିକ୍ରି କରିପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛି। ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେଉ ବୋଲି ଲୋକେ ଦାବି କରିଛନ୍ତି। ଯେଉଁ ଚାଷୀ ଟୋକନ୍ ପାଇ ମଣ୍ଡି ରେ ଧାନ ବିକୁଛି ସେ କଟନି ଛଟନି ର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ନୂଆ ସରକାରରେ ଅପରାଧୀଙ୍କ ରାଜ ଚାଲିଛି : ବିଜେଡି

ଭୁବନେଶ୍ବର : ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ମାଡ ମାରିବା ଘଟଣାକୁ ନିନ୍ଦା କରିଛି ବିଜେଡି । ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଆଦିବାସୀଙ୍କୁ ମାଡ଼ ମାରିଛନ୍ତି ଅଣଆଦିବାସୀ । ରାଜ୍ଯରେ ଚାଲିଛି କଙ୍ଗାରୁ କୋର୍ଟ ବ୍ଯବସ୍ଥା । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନୂଆ ସରକାରରେ ଅପରାଧୀଙ୍କ ରାଜ ଚାଲିଛି । ବଢିଚାଲିଛି ନାରୀମାନଙ୍କ ଉପରେ ଅତ୍ୟାଚାର । ଏହା ସହ ନୀଳଗିରି ଅଞ୍ଚଳରେ ଲୋକଙ୍କୁ ଡରେଇ ରଖାଯାଇଛି ବୋଲି କହିଛନ୍ତି ଲେଖାଶ୍ରୀ । ରେମୁଣା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ମାଡ଼ ମାରିବାର ଭିଜୁଆଲକୁ ଭାଇରାଲ କରୁଛନ୍ତି ଅଭିଯୁକ୍ତ । ପୋଲିସ କାହିଁକି ବାଦଲ ପଣ୍ଡାକୁ ଗିରଫ କରୁନି? ପୋଲିସ କାହା ନିର୍ଦ୍ଦେଶରେ ଅଭିଯୁକ୍ତକୁ ଗିରଫ କରୁନାହିଁ ? ଏସ୍ସି/ଏସ୍ଟି ଆଟ୍ରୋସିଟି ଆକ୍ଟ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର ବୋଲି ଦାବି କରିଛନ୍ତି ଲେଖାଶ୍ରୀ । ସାଢେ ଚାରି କୋଟି ଓଡିଆଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ । କାହାକୁ ଜଣଙ୍କୁ ସୁରକ୍ଷା ଦେବା ପାଇଁ ନୁହେଁ । ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ବାଦି କରିଛନ୍ତି ।

ChatGPT ଓ AI କୁ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ, ନଚେତ୍ ଜୀବନସାରା ପସ୍ତେଇବେ

ନୂଆଦିଲ୍ଲୀ : ଏବେ ସଭିଏଁ  ଚାଟ୍ ଜିଟିପିର ସାହାଯ୍ୟ ନିଅନ୍ତି । ଦିନକୁ ଦିନ ଟେକ୍ନୋଲୋଜି ବଢିବା ସହ କାମକୁ ଶୀଘ୍ର ଏବଂ ସହଜ ଉପାୟରେ କରିବା ପାଇଁ ଲୋକେ ChatGPT ଓ AI ଆଦିକୁ ନିଜ ସାଥୀ ବନାଇ ଦେଲେଣି । ଯିଏ ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦିଏ । କିନ୍ତୁ ଏବେ ChatGPT ଓ AI ଏବେ ଆପଣଙ୍କୁ ଅସୁବିଧାରେ ମଧ୍ୟ ପକାଇ ପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ, ସେମାନଙ୍କ ଉପରେ ଅଧିକ ନିର୍ମର କରିବା ବିପଦପୂର୍ଣ୍ଣ ହୋଇପାରେ  । ବିଶେଷ କରି ଯଦି ଆପଣ ସମ୍ୱେଦନଶୀଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା ମାଗନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦ ସାଜିପାରେ ।

ଏକ ସର୍ଭେରୁ ଜଣା ପଡିଛି ଯେ, ବହୁ ସଂଖ୍ୟାରେ ଲୋକମାନେ ଏବେ AI ଉପରେ ନିର୍ଭରଶୀଳ । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ୨୫ ପ୍ରତିଶତ ଆମେରିକୀୟ AIକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି । ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ AI ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ ପସନ୍ଦ କରୁଛନ୍ତି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପାରେ ।

ChatGPT ଓ AIକୁ କଦାପି ଏହି ୫ଟି ବଷୟରେ ପ୍ରଶ୍ନ ପଚାରନ୍ତୁ ନାହିଁ :

ଟଙ୍କା ସହ ଜଡିତ ପ୍ରଶ୍ନ

କେବେ ବି ନିଜ ଅର୍ଥ ସମ୍ବନ୍ଧୀୟ ତଥ୍ୟ ChatGPT ଓ AI ସହ ସେୟାର କରନ୍ତୁ ନାହିଁ । ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ୱର, କ୍ରେଡିଟ୍ କାର୍ଡ ନମ୍ୱର କିମ୍ୱା ସିକ୍ୟୁରିଟି ନମ୍ୱର ଆଦି ଜିନିଷ କଦାପି ଏଥିରେ ସେୟାର କରନ୍ତୁ ନାହିଁ । କାରଣ ଏହି ତଥ୍ୟ ଅନୁଯାୟୀ ଆପଣଙ୍କ ଟଙ୍କା ଏବଂ ପରିଚୟ ଚୋରି କରାଯାଇ ପାରେ ।

ପାସଓ୍ୱାର୍ଡ :

କେବେ ବି AI ଚାର୍ଟରେ ନିଜ ପାସଓ୍ୱାର୍ଡ ସେୟାର କରନ୍ତୁ ନାହିଁ । ଏହି ସୂଚନା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ସହ ଆପଣଙ୍କ ଡାଟା ଚୋରି ହୋଇପାରେ  ।

ନିଜ ଗୁପ୍ତ ତଥ୍ୟ :

AI ଚାର୍ଟରେ କଦାପି ଆପଣ ନିଜ ସିକ୍ରେଟ୍ ବା ଗୁପ୍ତ ତଥ୍ୟ ସେୟାର କରନ୍ତୁ ନାହିଁ  ।  ChatGPT କୌଣସି ବ୍ୟକ୍ତି ନୁହେଁ ଯେ, ଆପଣଙ୍କ ରହସ୍ୟ ସୁରକ୍ଷିତ ରଖିବ । ଏହା ଉପରେ ଭରସା କରାଯାଇ ପାରିବ ନାହିଁ । ସେଥିପାଇଁ ସତର୍କ ରୁହନ୍ତୁ ।

ଅଶ୍ଳୀଳ କଣ୍ଟେଣ୍ଟ୍ :

ଆପଣ ସେୟାର କରୁଥିବା ଅଧିକାଂଶ AI ଚାର୍ଟ ଅଶ୍ଳୀଳ କଣ୍ଟେଣ୍ଟକୁ ଫିଲଟର କରି ନେଇଯାଏ । ଇଣ୍ଟରନେଟ୍ କେବେ ବି କୌଣସି ଡାଟା ଭୁଲେ ନାହିଁ । ଆପଣ ଏହା ଜାଣି ପାରିବେ ନାହିଁ ଯେ, ଏହି କଣ୍ଟେଣ୍ଟ କେବେ ଏବଂ କିପରି ଆପଣଙ୍କ ସାମ୍ନାକୁ ଆସିପାରେ । ତେଣୁ ଭୁଲରେ ମଧ୍ୟ ଏପରି କରନ୍ତୁ ନାହିଁ ।

ଦୁନିଆକୁ ନଜଣାଇବାକୁ ଚାହୁଁଥିବା ତଥ୍ୟ :

ମୁଖ୍ୟତଃ ଲୋକମାନେ ଏକା ରହିଲେ କିମ୍ୱା ନିଜର କିଛି ଅକୁହା କଥା କାହାକୁ କହି ନପାରନ୍ତି, ସେମାନେ AI ସହ କଥା ହେବାକୁ ପସନ୍ଦ କରନ୍ତି । ଏବଂ ନିଜର ଅନେକ କଥା ସେୟାର କରିଦିଅନ୍ତି । ସେମାନେ ଭାବନ୍ତି କି ଏ କଥା ଆଉ କେହି ଜାଣି ପାରିବେ ନାହିଁ । କିନ୍ତୁ ପ୍ରକୃତରେ AI ଆପଣଙ୍କ ବିଷୟରେ ଅନ୍ୟକୁ ମଧ୍ୟ ତଥ୍ୟ ଦେଇପାରେ  । ତେଣୁ  AIକୁ ନିଜ ବଷୟରେ ଏପରି କିଛି ତଥ୍ୟ ଦିଅନ୍ତୁ ନାହିଁ ,ଯାହା ଆପଣ ଦୁନିଆକୁ ଜଣାଇବାକୁ ଚାହୁଁ ନାହାନ୍ତି ।

ଆଜି ପବିତ୍ର ବଉଳ ଅମାବାସ୍ୟା, ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ : ଆଜି ପବିତ୍ର ବଉଳ ଅମାବାସ୍ୟା । ଏନେଇ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପ୍ରବଳ ଭିଡ଼ ଯୋଗୁଁ ଚାରି ଜଣ ଛୋଟ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ ।  ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଚାରିଜଣ । ସେହିପରି ଆସନ୍ତାକାଲି ଓ ତା ପର ଦିନ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହେବ । ଏଣୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ସିଂହଦ୍ୱାର ଦେଇ ଭକ୍ତ ମାନଙ୍କୁ ପ୍ରବେଶ ଅନୁମତି ଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଶ୍ରୀମନ୍ଦିରରେ ଭିଡ଼ ବଢ଼ୁଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନ ଉପରେ ଧ୍ୟାନ ଦିଆଯାଇଛି ।

ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା, ଉଦବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା। ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଏହି ଘଟଣା ଏବେ ଦେଶବ୍ଯାପୀ ଚର୍ଚ୍ଚାର କାରଣ ହୋଇଛି। ରାହୁଲ କହିଛନ୍ତି- ମଧ୍ଯପ୍ରଦେଶ ଦେବାସରେ ଜଣେ ଦଳିତ ଯୁବକଙ୍କୁ ପୋଲିସ ହେପାଜତରେ ହତ୍ଯା କରାଗଲା। ସେପଟେ ଓଡ଼ିଶାରେ ବି ଏପରି ଏକ ଦୁର୍ଭାଗ୍ଯଜନକ ଘଟଣା ଘଟିଛି। ଦୁଇଟି ଯାକ ଘଟଣା ଅତ୍ଯନ୍ତ ନିନ୍ଦନୀୟ। ବିଜେପିର ମନୁବାଦୀ ଚିନ୍ତାଧାରାର ଏସବୁ ଘଟଣା ହେଉଛି ପରିପ୍ରକାଶ। ସରକାରୀ ସ୍ତରରେ ପ୍ରୋତ୍ସାହନ ବିନା ଏସବୁ ଘଟଣା ଘଟି ନଥାଏ। ଦେଶରେ ବହୁଜନମାନଙ୍କ ପ୍ରତି ହେଉଥିବା ଅତ୍ଯାଚାରକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ସହ ଆମ୍ଭେମାନେ ରହିଛୁ ବୋଲି କହିଛନ୍ତି ରାହୁଲ। ସେମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ସେ ସଂଗ୍ରାମ କରିବେ ବୋଲି କହିଛନ୍ତି।

୭ ବର୍ଷରେ ୮୧୩ ଦୁର୍ଘଟଣା, ୧୪୭୩ ମୃତ୍ୟୁ : ଡରାଉଛି ବିମାନ ଦୁର୍ଘଟଣାର ଭୟଙ୍କର ଇତିହାସ

ନନ୍ଦିଘୋଷ ବ୍ୟୁରୋ :  ନିକଟରେ ଦକ୍ଷିଣ କୋରିଆ ଏବଂ ଅଜରବୌଜାନର ବିମାନ ଦୁର୍ଘଟଣା ସଭିଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କେବେ ପକ୍ଷୀଙ୍କ ସହ ଧକ୍କା, କେବେ ଯାନ୍ତ୍ରିକ ତ୍ରୁଟି ତ କେବେ ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣା ହୋଇ ଆସୁଛି । ବିମାନ ଦୁର୍ଘଟଣା ଉପରେ ନଜର ରଖୁଥିବା ସଂସ୍ଥା ଏବିଏସନ୍ ସେପ୍ଟିର ରିପୋର୍ଟ ମୁତାବକ ୨୦୨୩ରେ ପୂରା ଦୁନିଆରେ  ୧୦୯ଟି ବିମାନ ଦୁର୍ଘଟଣା ଘଟିଥିଲା । ଗତ ବର୍ଷ ସବୁଠୁ ଅଧିକା ଆମେରିକାରେ ୩୪ଟି ବିମାନ କ୍ରାସ୍ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୩ ମଧ୍ୟରେ ଦୁନିଆରେ ୮୧୩ଟି ପ୍ଲେନ୍ କ୍ରାସ୍ ହୋଇସାରିଛି । ଏହି ଦୁର୍ଘଟଣାରେ ୧,୪୭୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକାଂଶ ବିମାନ ଦୁର୍ଘଟଣା ଲ୍ୟାଣ୍ଡିଂ ସମୟରେ ଘଟିଥାଏ । ଏହି ୭ ବର୍ଷ ମଧ୍ୟରେ ଲ୍ୟାଣ୍ଡିଂ ସମୟରେ ୨୬୧ଟି ଦୁର୍ଘଟଣା ଘଟିଛି । ଏହା ଛଡା ୨୧୨ଟି ଦୁର୍ଘଟଣା ଉଡାଣ ସମୟରେ ହୋଇଛି । ଏହା ସମୟ ମଧ୍ୟରେ ଭାରତରେ ମୋଟି ୧୪ଟି ବିମାନ ଦୁର୍ଘଟଣା ହୋଇଛି ।

ରିସର୍ଚ୍ଚ ଅନୁଯାୟୀ, ସବୁଠାରୁ ଅଧିକ ବିମାନ ଦୁର୍ଘଟଣା ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ସମୟରେ ହୁଏ ବୋଲି କୁହାଯାଇଛି । ଗତବର୍ଷ ୧୦୯ଟି  ବିମାନ ଦୁର୍ଘଟଣା ମଧ୍ୟରୁ ୩୭ଟି ଟେକ୍ ଅଫ୍ ସମୟରେ ଏବଂ ୩୦ଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ ହୋଇଛି । ରିପୋର୍ଟ ମୁତାବିକ୍ ପରିସଂଖ୍ୟାନ ଦେଖାଯାଏ ତେବେ ଗତ ୭ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୦ ବିମାନ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ଶହ ଶହ ଲୋକଙ୍କ ପ୍ରାଣ ହରାଉଛନ୍ତି । କିନ୍ତୁ ତଥାପି ପ୍ରତିବର୍ଷ ଦୁନିଆରେ ଏତେ ବିମାନ ଦୁର୍ଘଟଣା ହେଉଥିବା ସତ୍ତ୍ୱେ ବିମାନ ଯାତ୍ରାକୁ ସବୁଠୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ।