spot_img
Home Blog Page 1310

ବୋଲିଂରେ ବ୍ୟାଟରଙ୍କୁ କରୁଛନ୍ତି ଧରାଶାୟୀ, ବ୍ୟାଟିଂରୁ ହୁଏ ଚଉକା ଛକାର ବର୍ଷା

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଦଳପତିପୁଟର ଏକ ସାଧାରଣ ଝିଅ, ଯିଏ ତାଙ୍କ ସଂଘର୍ଷ ଓ ଆତ୍ମବିଶ୍ୱାସର ଆଧାରରେ କେବଳ ଗାଁ ନୁହେଁ, ସାରା ରାଜ୍ୟର ମାନ ରଖିଛନ୍ତି । ଆଜି ସେ ପ୍ରେରଣାର ପରିଚୟ । ଗରିବ ପରିବାରର ଏହି ମାଟିର ହୀରା ଦେଖାଇ ଦେଇଛନ୍ତି ଯେ ସଂଘର୍ଷ ଓ କଠିନ ପରିଶ୍ରମ ସହ ଆତ୍ମବିଶ୍ୱାସ ରଖିଲେ କୌଣସି ସ୍ଵପ୍ନ ବହୁ ଦୂର ନୁହେଁ। ଏବେ ସେ ଓଡ଼ିଶା ଦିବ୍ୟାଙ୍ଗ ମହିଳା କ୍ରିକେଟ ଦଳର ଅଂଶ।

ଗ୍ରାଉଣ୍ଡରେ ବୋଲିଂ କଲେ ଧରାସାୟୀ ହୋଇଯାଉଛନ୍ତି ବ୍ଯାଟର । ତାଙ୍କ ବ୍ୟାଟିଂରୁ ବର୍ଷା ହୁଏ ଚଉକା ଛକା । ଆମେ କହୁଛି ମାଲକାନଗିରି ଜିଲ୍ଲାର ଦଳପତିପୁଟ କଣିଆ ଅଞ୍ଚଳର କ୍ରିକେଟ ଖେଳାଳି ସୁକାନ୍ତି ଦଳପତିଙ୍କ କଥା । ଦିବ୍ୟାଙ୍ଗ ହୋଇ ମଧ୍ୟ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଜଣେ ଜାତୀୟ ସ୍ତରର ଖେଳାଳି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ଗତ କିଛିଦନ ତଳେ କେରଳରେ ଆୟୋଜିତ ପଞ୍ଚମ ଜାତୀୟ ଦିବ୍ୟାଙ୍ଗ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୁକାନ୍ତି ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ । ଏହା ତାଙ୍କ ଜୀବନର ପ୍ରଥମ ବଡ଼ ପ୍ଲାଟଫର୍ମ ଓ ଦୀର୍ଘ ସଂଘର୍ଷର ପୁରସ୍କାର ବୋଲି ସେ କୁହନ୍ତି । ଜାତୀୟ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇ ଗାଁରେ ପହଞ୍ଚିବା ପରେ ତାଙ୍କୁ ନାଚଗୀତରେ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ ଅଞ୍ଚଳବାସୀ । ତାଙ୍କର ଏହି ସଫଳତା ପାଇଁ ପରିବାର ଓ ଅଞ୍ଚଳବାସୀ ଗର୍ବ ଅନୁଭବ କରନ୍ତି ।

ଉପାନ୍ତ ମାଲାକାନଗିରି ଜିଲ୍ଲାର କଣିଆ ମଠରୁ ସୁକାନ୍ତିଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା । ପାଠପଢ଼ାରୁ ଅବସର ସମୟରେ ସେ ଗାଁ ମାଟିରେ ଅଭ୍ୟାସ ଆରମ୍ଭ କରିଦିଅନ୍ତି । ସେ ଅଲରାଉଣ୍ଡର ଭାବେ ଓଡ଼ିଶାର ଭିନ୍ନକ୍ଷମ ମହିଳା କ୍ରିକେଟ ଟିମରେ ସ୍ଥାନ ପାଇଛନ୍ତି । କେରଳରେ ଏକ ଜାତୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଖେଲ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ଵିତ କରିଥିଲା ।  ସୁକାନ୍ତି ଭୁବନେଶ୍ୱରର ଏଲଜି ବିଦ୍ୟାଳୟରେ ପାଠ ପଢନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ସେ ଜଣେ ସଫଳ କ୍ରିକେଟର ହୋଇପାରିଛନ୍ତି । ଦଳପତିପୁଟର ଏହି ସୁକାନ୍ତିଙ୍କୁ ସାରା ରାଜ୍ୟ ଓ ଦେଶରୁ ଅଭିନନ୍ଦନର ସୂଅ ଛୁଟିଛି । ଝିଅକୁ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ଝିଅ ଆଗକୁ ଦେଶ ପାଇଁ ଖେଳି ଗୌରବ ଆଣିବ ବୋଲି କହିଛନ୍ତି ସୁକାନ୍ତିଙ୍କ ବାପା ।

ଦିବ୍ୟାଙ୍ଗ ହୋଇ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ସଫଳତା ପଥରେ ଅଗ୍ରସର ହେଉଛନ୍ତି ମାଲକାନଗିରିର କ୍ରିକେଟର ସୁକାନ୍ତି ଦଳପତି । ମାଲକାନଗିରି ଜିଲ୍ଲାକୁ ଗର୍ବିତ କରିବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ପ୍ରଥମ ସ୍ବାମୀ ଥିଲେ ବି ଦ୍ବିତୀୟ ସ୍ବାମୀ ଦେବେ ଭରଣପୋଷଣ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ସ୍ବାମୀ ଥାଉ ଥାଉ ଦ୍ବିତୀୟ ସ୍ବାମୀଠୁ ଭରଣପୋଷଣ ପାଇପାରିବେ ମହିଳା । ସୁପ୍ରିମକୋର୍ଟ କହିଛନ୍ତି ଯେ , ଜଣେ ମହିଳା ସିଆରପିସି ୧୨୫ ଧାରା ଅନୁଯାୟୀ ନିଜର ଦ୍ବିତୀୟ ସ୍ବାମୀଠୁ ଭରଣପୋଷଣ ପାଇବାର ହକଦାର୍ ଅଟେ । ଯଦିଓ ତାଙ୍କର ପ୍ରଥମ ବିବାହ ଆଇନଗତ ଭାବରେ ବଞ୍ଚି ରହିଛି । ଜଷ୍ଟିସ୍ ବି.ଭି ନାଗାରତ୍ନ ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ,ଭରଣପୋଷଣ ଭଳି ସାମାଜିକ କଲ୍ୟାଣ ବ୍ୟବସ୍ଥାର ଉଦ୍ଦେଶ୍ୟକୁ ବ୍ୟାପକ ଭାବରେ ବ୍ୟାଖ୍ୟା କରାଯିବା ଉଚିତ ଏବଂ କଠୋର ଆଇନଗତ ବ୍ୟାଖ୍ୟା ଯୋଗୁଁ ମାନବିକ ଉଦ୍ଦେଶ୍ୟ ପ୍ରଭାବିତ ହେବା ଉଚିତ୍ ନୁହେଁ।

ଫୌଜଦାରୀ କାର୍ଯ୍ୟବିଧି ସଂହିତା (CrPC)ର ଧାରା ୧୨୫କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୪୪ ଦ୍ୱାରା ବଦଳାଯାଇଛି, ଯାହା ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି। ସୁପ୍ରିମକୋର୍ଟ ଜାନୁଆରୀ ୩୦ ତାରିଖରେ ଏକ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ଦ୍ୱିତୀୟ ସ୍ୱାମୀଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟ ଜଣେ ମହିଳାଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରୁଥିଲେ, ଯିଏ ୨୦୦୫ ମସିହାରେ ଏକ ସମ୍ମତି ଫର୍ମରେ ସ୍ୱାକ୍ଷର କରିବା ପରେ ତାଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ, ଯଦିଓ ଛାଡପତ୍ରର କୌଣସି ଆନୁଷ୍ଠାନିକ ଆଇନଗତ ନିର୍ଦ୍ଦେଶ ମିଳିନଥିଲା।

ପରେ, ମହିଳା ଜଣକ ତାଙ୍କ ପଡ଼ୋଶୀଙ୍କୁ ଭେଟିଲେ ଏବଂ ସେମାନେ ଦୁହେଁ ୨୭ ନଭେମ୍ବର ୨୦୦୫ରେ ବିବାହ କଲେ। ମତଭେଦ ପରେ, ଦ୍ୱିତୀୟ ସ୍ୱାମୀ ବିବାହକୁ ବାତିଲ କରିବାକୁ ଆବେଦନ କରିଥିଲେ, ଯାହାକୁ ଫେବୃଆରୀ ୨୦୦୬ ରେ ଏକ ପରିବାର ଅଦାଲତ ମଞ୍ଜୁର କରିଥିଲେ। ପରେ, ଦୁହେଁ ମିଳନ କଲେ ଏବଂ ପୁଣି ଥରେ ବିବାହ କଲେ, ଯାହା ହାଇଦ୍ରାବାଦରେ ପଞ୍ଜୀକୃତ ହୋଇଥିଲା। ଜାନୁଆରୀ ୨୦୦୮ରେ ସେମାନଙ୍କ ଦୁହିଁଙ୍କର ଗୋଟିଏ ଝିଅ ହୋଇଥିଲା। କିନ୍ତୁ, ଦମ୍ପତିଙ୍କ ମଧ୍ୟରେ ପୁଣି ମତଭେଦ ଦେଖାଦେଲା ଏବଂ ମହିଳା ଜଣକ ଦ୍ୱିତୀୟ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯୌତୁକ ନିରୋଧ ଆଇନ ଅନୁଯାୟୀ ଅଭିଯୋଗ ଦାୟର କଲେ।

ଏହା ପରେ, ମହିଳା ଜଣକ ସିଆରପିସିର ଧାରା ୧୨୫ ଅନୁଯାୟୀ ନିଜ ଏବଂ ତାଙ୍କ ଝିଅ ପାଇଁ ଭରଣପୋଷଣ ଦାବି କରିଥିଲେ, ଯାହାକୁ ପରିବାର କୋର୍ଟ ଗ୍ରହଣ କରିଥିଲେ, କିନ୍ତୁ ଦ୍ୱିତୀୟ ସ୍ୱାମୀ ଦ୍ୱାରା ଏହାକୁ ଚ୍ୟାଲେଞ୍ଜ କରାଯିବା ପରେ ତେଲେଙ୍ଗାନା ହାଇକୋର୍ଟ ଏହି ଆଦେଶକୁ ବାତିଲ କରିଦେଇଥିଲେ।

ତାଙ୍କ ଆବେଦନରେ, ଦ୍ୱିତୀୟ ସ୍ୱାମୀ ଯୁକ୍ତି ଦେଇଥିଲେ ଯେ ମହିଳାଙ୍କୁ ତାଙ୍କର ଆଇନଗତ ପତ୍ନୀ ଭାବରେ ବିବେଚନା କରାଯାଇପାରିବ ନାହିଁ କାରଣ ତାଙ୍କର ପ୍ରଥମ ବିବାହ ଏବେ ବି ଆଇନଗତ ଭାବରେ ବୈଧ। ଦ୍ୱିତୀୟ ସ୍ୱାମୀଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି, ସୁପ୍ରିମକୋର୍ଟ ହାଇକୋର୍ଟର ନିର୍ଦ୍ଦେଶକୁ ବାତିଲ କରି ଭରଣପୋଷଣ ପାଇଁ ଦିଆଯାଇଥିବା ନିଷ୍ପତ୍ତିକୁ ପୁନଃସ୍ଥାପିତ କରିଥିଲେ।

ଖଣ୍ଡଗିରି ମେଳା : ନବୀନଙ୍କୁ ଝୁରୁଛନ୍ତି ଉଠା ଦୋକାନୀ

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରିରେ ଚାଲିଛି ମାଘ ସପ୍ତମୀ ମେଳା । ହେଲେ ଚଳିତ ବର୍ଷ ମେଳାରେ ସେମିତି ଆଖୃଦୃଶିଆ ବେପାର ହେଉ ନଥିବା କହିଛନ୍ତି ଉଠା ଦୋକାନୀ । ବ୍ଯବସାୟ ନଥିବାବେଳେ ଜାଗା ପାଇଁ ୯ ହଜାର ଟଙ୍କା ପ୍ରଶାସନକୁ ଦେବାକୁ ପଡୁଛି । ଯାହା ଭାରି ବାଧୁଥିବା କହିବ ସହ ପୂର୍ବ ସରକାରଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଝରାଇଛନ୍ତି ଉଠା ଦୋକାନୀ ।

ପୂର୍ବ ସରକାରକୁ ଝୁରିଲେ ଖଣ୍ଡଗିରି ଉଠା ଦୋକାନୀ । ଚଳିତବର୍ଷ ମାଘ ସପ୍ତମୀ ମେଳାରେ ମିଳୁନି ସୁବିଧା । ବେପାର ନାହିଁ, ପ୍ରଶାସନକୁ ଅର୍ଥ ଦେଇ ବଢୁଛି କ୍ଷତି । ଟିକେ ନଜର ପକାନ୍ତୁ ଏହି ଦୋକାନ ଗୁଡିକ ଉପରେ । ପ୍ରତିବର୍ଷ ଦୁଇ ପଇସା ରୋଜଗାର କରିବା ପାଇଁ କେତେ ଆଶା ନେଇ ଖଣ୍ଡଗିରି ମେଳାରେ ଦୋକାନ ଖୋଲି ଆସୁଛନ୍ତି । ହେଲେ ପୂର୍ବରୁ ଭଲ ବେପାର ହେଉଥିବା ବେଳେ ଚଳିତ ବର୍ଷ ମାନ୍ଦା ପଡ଼ିଛି ବ୍ଯବସାୟ । ଫଳରେ କ୍ଷତି ହେଉଛି । ୪ ଦିନ ହେଲା ବେପାର ନଥିବାବେଳେ ଉଠା ଦୋକାନ ପାଇଁ ଦୋକାନ ବାବଦକୁ ଦେବାକୁ ପଡୁଛି ୯ ହଜାର ଟଙ୍କା ଭଡ଼ା । ଯାହା ବେଶି ବାଧୁଥିବା କହିଛନ୍ତି ଦୋକାନୀ । ପୂର୍ବ ସରକାର ସମୟରେ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଉଥିଲା । ହେଲେ ଏବେ ଦୋକାନ କଲେ ପକେଟକୁ ବାଧୁଛି ବୋଲି କହିଛନ୍ତି ଦୋକାନୀ ।

୭ ଫୁଟ ଦୋକାନ ଖୋଲିବା ପାଇଁ ୯ ହଜାର ଟଙ୍କା ଭଡ଼ା । ପୁଣି ବିଦ୍ୟୁତ ପାଇଁ ଆହୁରି ୪ ହଜାର ଟଙ୍କା ଦେବାକୁ ପଡୁଛି । ଯାହା ବୋଝ ଉପରେ ଲଳିତା ବିଡ଼ା ପରି । ଦୀପ ଦାନୀ, ବେଲଣା ଚକି ବିକ୍ରି କରିବାକୁ ସବୁ ବର୍ଷ ମେଳାରେ ଦୋକାନ ଖୋଲିବାକୁ ଆସନ୍ତି ଶାନ୍ତି ମାଉସୀ । ହେଲେ ପୂର୍ବରୁ ଟଙ୍କା ଟିଏ ବି ଦେବାକୁ ପଡୁନଥିଲା । ହେଲେ ଚଳିତବର୍ଷ ତାଙ୍କୁ ବି ୯ ହଜାର ଟଙ୍କା ଦେବାକୁ କହିଛନ୍ତି ଅଧିକାରୀ । ବେପାର ନଥିବାବେଳେ ଏତେଟଙ୍କା କିପରି ଦେବେ ବୋଲି କହିଛନ୍ତି ଦୋକାନୀ ।

 

ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିନ୍ତୁ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ , ଜାଣନ୍ତୁ କିଏ ?

ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି  । ଯେଉଁଥିରେ ଆମ୍ ଆଦମୀ ପାର୍ଟିର ସରକାରଙ୍କୁ ବ୍ୟାପକ ପରାଜୟର ସାମ୍ନା କରିବାକୁ ପଡିଛି । ବହୁମତ ହାସିଲ୍ କରି ବିଜେପି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ କ୍ଷମତାରୁ ବାହାର କରିଦେଇଛି । ତେବେ ଏହି ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲ୍ , ମନୀଷ ସିସୋଦିଆ, ଅବଧ ଓଝାଙ୍କ ସମେତ ଅନେକ ବଡ ବଡ ନେତା ନିର୍ବାଚନ ହାରିଯାଇଛନ୍ତି  । କିନ୍ତୁ ଆପଣ ଜାଣନ୍ତି କି ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?

ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?

ଦିଲ୍ଲୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ନାମାଙ୍କନ ସମୟରେ , ପ୍ରାର୍ଥୀମାନେ ତାଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଥିଲେ  । ଯେଉଁଥିରୁ ଜଣାପଡିଛି ଯେ , ବିଜେପିର କର୍ଣ୍ଣେଲ୍ ସିଂହ ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ  । ଆମେରିକାରେ ତାଙ୍କର ୪ଟି ଘର ରହିଛି  । ତାହା ଛଡା ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ରହିଛି  । ତାଙ୍କର ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ ଅଟେ  ।

ଏତିକି ଭୋଟରେ ଜିତିଛନ୍ତି କର୍ଣ୍ଣେଲ୍ ସିଂହ

ଆପର ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ବିଜେପିର କର୍ଣ୍ଣେଲ୍ ସିଂହ ୧୮୮୬୩ ଭୋଟରେ ଜିତିଛନ୍ତି  । ସେ ଶାକୁର ବସ୍ତି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଥିଲେ  ।

ନିର୍ବାଚନୀ ଶପଥପତ୍ର ଅନୁଯାୟୀ ବିଜେପି ପ୍ରାର୍ଥୀ କର୍ଣ୍ଣେଲ୍ ସିଂହ ୨୫୯.୬୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି  । ତାଙ୍କ ପାଖରେ ନଗଦ ୧.୩୨ ଲକ୍ଷ ଟଙ୍କା ଅଛି  । ବ୍ୟାଙ୍କ୍ ଆକାଉଣ୍ଟରେ ୨୭.୫୯ ଲକ୍ଷ ଟଙ୍କା ଜମା ରହିଛି  । ଏବଂ ୨୫ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି ।  ସୁନା ଏବଂ ହୀରା ଅଳଙ୍କାରର ମୂଲ୍ୟ  ୩୮.୪୫ ଲକ୍ଷ ଟଙ୍କା ରହିଛି  । କର୍ଣ୍ଣେଲ୍ ସିଂହଙ୍କର ୨୫୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ମଧ୍ୟ ରହିଛି  । ହରିୟାଣାରେ ୬୦ କୋଟି ଟଙ୍କାର ଏକ ଫାର୍ମ ହାଉସ୍ ଅଛି  । ଏହା ଛଡା ସୋନିପତରେ ତାଙ୍କର ୫୫ଲକ୍ଷ ଟଙ୍କାର ଏକ ଦୋକାନ ଅଛି  । ଆମେରିକାର ଓ୍ବାଶିଂଟନ୍ ଏବଂ କାର୍ଲିଫର୍ଣ୍ଣିଆରୁ ହରିୟାଣାର ସୋନିପତ୍ ପର୍ଯ୍ୟନ୍ତ ତାଙ୍କର ୧୯୮ କୋଟି ଟଙ୍କାର ଘର ଅଛି  । ଯେଉଁଥିରୁ ଆମେରିକାରେ କେବଳ ୪ଟି ଘର ଅଛି  ।

 

ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ

0

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ କପୁରସିଂ ସ୍ଥିତ “ଏମ୍ ଜି ଏମ୍ ସ୍କୁଲ ଅଫ ସ୍ପୋର୍ଟସ ” ଠାରେ ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ କ୍ରିକେଟର ରବି ଶାସ୍ତ୍ରୀ, ଭେଙ୍କଟରାଜୁ, ଦେବାଶିଷ ମହାନ୍ତିଙ୍କ ସହ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ମ୍ୟାଚର ଶୁଭ ଉଦଘାଟନ କରିଥିଲେ । ଏମଜିଏମ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ବୁଲି ଦେଖିବା ସହ ଖେଳାଳି ମାନଙ୍କ ପାଇଁ ହୋଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । ଏହି ଠାରୁ ପ୍ରଶିକ୍ଷଣ ନେଇ ଆଗାମୀ ଦିନରେ ବହୁ ଖେଳାଳି ଅନ୍ତର୍ଜାତୀୟ ସ୍ତରକୁ ମନୋନୀତ ହୋଇପାରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ମୋଦିଙ୍କୁ କହିଥିଲେ ଏମିତି, ପରାଜୟ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି କେଜ୍ରିଓ୍ବାଲଙ୍କ ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆପର ଶୋଚନୀୟ ପରାଜୟ ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କେଜ୍ରିଓ୍ବାଲ ଏହି ଭିଡିଓରେ କହିଛନ୍ତି କି, ଆପକୁ ହରାଇବା ପାଇଁ ବିଜେପି ବହୁ ଯୋଜନା କରିଛି । କିନ୍ତୁ ଦିଲ୍ଲୀରେ ଏଇ ଜନ୍ମରେ ମୋଦି କେବେ ଆପକୁ ହରାଇ ପାରିବେ ନାହିଁ । ଜେଲରେ ଥାଇ ମଧ୍ୟ ଆପ ଜିତିବ । ଯାହାର ଭିଡିଓଟି ସୋସିଆଲ ମିଡିଆରେ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି । ଏବଂ କିଛି ୟୁଜର୍ସ ଅଜବ ଅଜବ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ରାବଣର ଗର୍ବ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଆଜି କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ କେଜ୍ରିଓ୍ବାଲ କହିଥିଲେ କି, ଯଦି ଆମେ ଦୁର୍ନିତୀ ଗ୍ରସ୍ତ ବୋଲି ଭାବୁଛନ୍ତି ତାହେଲେ ଆମକୁ ଭୋଟ ଦିଅନ୍ତୁ ନାହିଁ । ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।

https://www.instagram.com/arvindkejriwal/?utm_source=ig_embed&ig_rid=ca7577c5-6d38-4f48-a045-af10ac4f3c5f

ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ କଣ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍ ,ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀ ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ , ଆମେ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ । ଏହି ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ । ଆମେ ଲୋକଙ୍କ ସୁଖ ଦୁଖରେ ସାହାର୍ଯ୍ୟ କରିବୁ । କେଜ୍ରିଓ୍ବାଲ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ , ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିଛି । ଲୋକଙ୍କ ନିଷ୍ପତ୍ତି ଯାହା ହେଉ, ଆମେ ତାକୁ ନମ୍ରତାର ସହ ଗ୍ରହଣ କରୁଛୁ । ଦିଲ୍ଲୀ ବାସୀଙ୍କ ନିଷ୍ପତ୍ତି ଆମର ଶିରୋଧାର୍ଯ୍ୟ  । ବିଜେପିକୁ ଜିତିବା ପାଇଁ ଅଭିନନ୍ଦନ । ମୁଁ ଆଶା କରୁଛି ଯେ, ଯେଉଁ ଆଶାର ସହ ଦିଲ୍ଲୀବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି ସେମାନେ ସେହି ଆଶା ପୂରଣ କରିବେ  । ସେ କହିଥିଲେ ଯେ , ଗତ ଦଶବର୍ଷ ମଧ୍ୟରେ ଜନସାଧାରଣ ଆମକୁ ଦେଇଥିବା ସୁଯୋଗରେ ଆମେ ବହୁତ କାମ କରିଛୁ  । ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଏବଂ ପାଣି କ୍ଷେତ୍ରରେ ବହୁତ କାମ ହୋଇଛି। ଆମେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛୁ। ଦିଲ୍ଲୀର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଚେଷ୍ଟା କରିଛୁ  ।

କେଜ୍ରିଓ୍ବାଲ ଏହା ମଧ୍ୟ କହିଛନ୍ତି ଯେ ଆମେ ଲୋକଙ୍କ ସୁଖ ଦୁଖରେ କାମରେ ଆସିବୁ । କାରଣ ଆମେ ରାଜନୀତି କ୍ଷମତାରେ ରହିବୁ ବୋଲି କରିନଥିଲୁ । ଆମେ ରାଜନୀତିକୁ ଏକ ମାଧ୍ୟମ ବୋଲି ଭାବୁ ଯାହା ଦ୍ବାରା ଆମେ ଲୋକଙ୍କ ସେବା କରିପାରିବୁ । ଆମେ କେବଳ ଦୃଢ ବିରୋଧୀ ଦଳର ଭୂମିକା ଗ୍ରହଣ କରିବୁ ନାହିଁ ବରଂ ସମାଜସେବା ମଧ୍ୟ ଜାରି ରଖିବୁ  । ଆମେ ସୁଖ ଦୁଖରେ ଏହିପରି ଭାବେ ଲୋକଙ୍କୁ ସାହାର୍ଯ୍ୟ କରିବୁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆମ୍ ଆଦମୀ ପାର୍ଟିର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି  । ଆମର କର୍ମୀମାନେ ବହୁତ କଠିନ ପରିଶ୍ରମ କରିଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ସହ୍ୟ କରିଥିଲେ କିନ୍ତୁ ଏହି ନିର୍ବାଚନ ସମୟରେ ସେ ଚମତ୍କାର ଭାବରେ ନିର୍ବାଚନ ଲଢ଼ିଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

ହମ୍ ଆପକେ ହେ କୈନ୍ ଫିଲ୍ମରେ ମାଧୁରୀଙ୍କ ସ୍ଥାନରେ ନଜର ଆସିଥାନ୍ତେ କରିସ୍ମା, ନିର୍ଦ୍ଦେଶକ କହିଲେ..

ନନ୍ଦିଘୋଷ ବ୍ୟୁରୋ: ୯୦ ଦଶକର ହିଟ୍ ଫିଲ୍ମ ମଧ୍ୟରେ ହମ ଆପକେ ହେ କୈନ ଅନ୍ୟତମ । ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଆଜି ମଧ୍ୟ ସଲମାନ ଏବଂ ମାଧୁରୀଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକେ ମନେ ରଖିଛନ୍ତି । ଫିଲ୍ମର କାହାଣୀ ସାଙ୍ଗକୁ ଗୀତ ଗୁଡ଼ିକ ମଧ୍ୟ ବେଶ ହିଟ୍ ହୋଇଥିଲା । ଆଜି ମଧ୍ୟ ସେହି ଗୀତର ବେଶ ଆଦର ରହିଛି । ତେବେ ମାଧୁରୀଙ୍କ ସ୍ଥାନରେ ଏହି ଫିଲ୍ମରେ ପ୍ରଥମ ପସନ୍ଦ ରହିଥିଲେ କରିସ୍ମା । କିନ୍ତୁ ତାଙ୍କୁ କାହିଁକି ଫିଲ୍ମରେ ନିଆଗଲା ନାହିଁ ଏହାର କାରଣ କହିଛନ୍ତି ନିର୍ଦ୍ଦେଶକ ।

ନିର୍ଦ୍ଦେଶକ ସୁରଜ ଏକ ଟିଭି ଶୋରେ ଯୋଗଦେବା ଅବସରରେ କହିଛନ୍ତି କି, ଆମେ ଯେତେବେଳେ ମାଧୁରୀଙ୍କ ଫିଲ୍ମ ଦେଖିଥିଲୁ ତାଙ୍କୁ ନେବା ଲାଗି ଭାବିଥିଲୁ । କିନ୍ତୁ ପରେ ଏହି ଭୂମିକା ପାଇଁ ତାଙ୍କ ବୟସ ଖାପ ଖୁଆଇବ ନାହିଁ ବୋଲି ଭାବିଥିଲୁ । ଯେଉଁ କାରଣରୁ ତାଙ୍କ ସ୍ଥାନରେ ମାଧୁରୀଙ୍କୁ ନେଇଥିଲୁ । ଏବଂ ସଲମାନଙ୍କ ସହ ତାଙ୍କ ସ୍କ୍ରିନ୍ ସେୟାର କର୍ଶକେ ଭଲ ପାଇବା ଦେଲେ ।

ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାଲିମେଳା ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଲେ ମନ୍ଦିରା ଶୋଡି ଏବଂ ଯୋତୀ ହାଲଦାର୍ । ଦୁହେଁ ଦୁଇଦିନ ଧରି ନିଖୋଜ ଥିଲେ । ଦୁହିଁଙ୍କ ନିଖୋଜ ଥିବା ନେଇ ଖବର ଏମଭି ୭୯ ଥାନାରେ ଏତଲା ଦେଇଥିଲେ ପରିବାରେ ଲୋକେ । ପରେ ଏମଭି ୭୯ ପୋଲିସ ଏମଭି ୭୨ ପ୍ରାଥମିକ ବିଦ୍ଯାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ । ଆଜି ଏମପିଭି ୪୧ ନାଳ ନିକଟରେ ଏକ ଗଛରେ ଦୁହିଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତା ପାଖରେ ଥିବା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଜୟପାଟଣା ବ୍ଲକ ପଡାର ସିତରାମ ନାଏକଙ୍କ ପୁଅ ପ୍ରମୋଦ ନାଏକ ବୋଲି ଜଣାପଡ଼ିଛି। ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ କେହି ଜଣେ ଫୋନ କରି ଡାକିଥିଲୋ। କିନ୍ତୁ ସକାଳୁ ଏକ ନିଛାଟିଆ ପୋଖରୀରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ କହିବା ମୁତାବକ ପୂର୍ବରୁ ଧନୁଯାତ୍ରାରେ କିଛି ଲୋକଙ୍କ ସହ ଝଗଡା ହୋଇଥିଲା। ସେହି ଝଗଡାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଅଭିଯୋଗ କରିଛନ୍ତି।