spot_img
Home Blog Page 1265

ବିଜେପିକୁ ହରାଇବା ଲାଗି ଆପ୍ ସୁପ୍ରିମୋ କେଜରିୱାଲଙ୍କ ବଜ୍ର ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଟକ୍କର । ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ କୌଣସି ପ୍ରକାରେ ହରାଇବାକୁ ପଡିବ। ଆମ ଆଦମୀ ପାର୍ଟିକୁ ବିଭିନ୍ନ ଦଳ ସମର୍ଥନ ଦେବାରେ ଲାଗିଛନ୍ତି ବୋଲି କହିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଜାଠ ସମ୍ପ୍ରଦାୟର ସ୍ବାର୍ଥ ପ୍ରତି କେନ୍ଦ୍ର ସରକାର ଗୁରୁତ୍ବ ଦେଉନାହାନ୍ତି। ଜାଠ ସମ୍ପ୍ରଦାୟକୁ ଓବିସି ତାଲିକାଭୁକ୍ତ କରାଯାଉନାହିଁ। ଜାଠମାନଙ୍କୁ ବିଜେପି ଦୀର୍ଘ ଦିନ ଧରି ଧୋକା ଦେଇଆସୁଛି। ଆସନ୍ତା ନିର୍ବାଚନ ବିଜେପି ଓ ଆପ୍ ମଧ୍ୟରେ ହେଉଛି। ଏଥିରେ ଇଣ୍ଡି ମେଣ୍ଟ ସହ କିଛି ଯାଏ ଆସେ ନାହିଁ। ମମତା ବାନାର୍ଜୀ, ଅଖିଳେଶ ଯାଦବ ପ୍ରମୁଖ ଆପକୁ ସମର୍ଥନ ଜଣାଉଛନ୍ତି ବୋଲି ସେ କହିଛନ୍ତି।

ସେପଟେ ବିଜେପିକୁ ହରାଇବା ଲାଗି ଯୋଜନା କରିଛନ୍ତି ବାମପନ୍ଥୀ ଦଳ। ଦିଲ୍ଲୀ ନିର୍ବାଚନରେ ବାମପନ୍ଥୀ ଆପଣାଇବେ ବିଜେପି ବିରୋଧୀ ରଣନୀତି। ବାମପନ୍ଥୀ ଦଳ ୬ ଆସନରେ ଲଢିବେ ବୋଲି କହିଛନ୍ତି ସିପିଏମ ନେତ୍ରୀ ବୃନ୍ଦା କରାତ। ବିଜେପିକୁ ହରାଇବା ଲାଗି କେଉଁ ଆସନରେ ବାମପନ୍ଥୀ ଦଳ କାହାକୁ ସମର୍ଥନ କରିବେ ତାହା ବିଚାର କରାଯାଉଛି ବୋଲି କହିଛନ୍ତି ବୃନ୍ଦା। ବିଜେପିକୁ କୌଣସି ପ୍ରକାରେ ରାଜଧାନୀ ଦିଲ୍ଲୀରେ ହରାଇବାକୁ ପଡିବ। ଦିଲ୍ଲୀବାସୀଙ୍କ ଅଧିକାର ଉପରେ ବିଜେପି ବୁଲଡୋଜର ଚଲାଉଛି। ଦିଲ୍ଲୀର ସ୍ବୟଂଶାସନ କ୍ଷମତା ରକ୍ଷା ଲାଗି ବାମପନ୍ଥୀ ଦଳ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।

ବିଜ୍ଞାନର ବଡ଼ ଚମତ୍କାର! ଆପଣଙ୍କ ଘରକୁ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଯୋଗାଇବ ଅଣ୍ଡା

ଦିନକୁ ଦିନ ବୈଜ୍ଞାନିକମାନେ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛନ୍ତି । ସାଧାରଣ ଭାବେ ଜଳରୁ, କୋଇଲାରୁ ବିଦ୍ୟୁତ ଶକ୍ତି ଉତ୍ପନ ହେବା କଥା ଆମେମାନେ ଜାଣିଛେ । ମାତ୍ର ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି ଅଣ୍ଡାରୁ ବିଜୁଳି ଜେନେରେଟ ହେବ ବୋଲି ଏକ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅଣ୍ଡାରୁ ବିଜୁଳି ଉତ୍ପନ୍ନ ହେବା କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ । ଅଣ୍ଡା ଦିନେ ନୁହେଁ କି ମାସେ ନୁହେଁ, ୧୦ ବର୍ଷ ପର୍ଯ୍ୟନ୍ତ ଘରକୁ ବିଜୁଳି ଯୋଗାଇବ ବୋଲି କୁହାଯାଇଛି । ତେଣୁ ଏହା କେତେଦୂର ସତ ଆଉ ଏହି ଟେକ୍ନୋଲୋଜି କିପରି କାମ କରିଥାଏ, ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

ଖବର ମୁତାବକ, ବିଜୁଳି ଜେନେରେଟ କରୁଥିବା ଅଣ୍ଡାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହା ଏପରି ଏକ ଅଣ୍ଡା, ଯାହାକି ମାଇକ୍ରୋ ନ୍ୟୁକ୍ଲିୟର ରିଏକ୍ଟର ଅଟେ । ଏହା ଆପଣଙ୍କ ଘରକୁ କ୍ରମାଗତ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରିପାରେ । ଏହା ଏକ Enron Egg ଅଟେ, ଯାହା ନ୍ୟୁକ୍ଲିୟର ରିଆକ୍ଟର ଅଟେ । ଏନରନ କମ୍ପାନୀ ମୁତାବକ, ଏଲବ୍ୟୁମିନ-କଲର୍ଡ, ହିଟ ପ୍ରତିରୋଧ ଡିଭାଇସ ଅଟେ, ଯାହା ଏକ ରିଏକ୍ଟର କୋର ଓ କୁଲେଣ୍ଟ ପାଇଁ ହେଭି ଓ୍ବାଟର ପମ୍ପ ଉଭୟ ସହିତ ଆସିଥାଏ । ଅଣ୍ଡାରେ ଏକ ଡିସପ୍ଲେ ଦିଆଯାଇଛି । ଏହାର ହୁଡ ତଳେ ଏକ ପାଓ୍ବରଫୁଲ ଚିପସେଟ ଲଗାଯାଇଛି । ଏହି ପ୍ରଡକ୍ଟ ଇଲେକ୍ଟ୍ରିସିଟି, ଇଣ୍ଡିପେଣ୍ଡନ୍ସ ଓ ଫ୍ରିଡମ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କ୍ରାନ୍ତି ଆଣିବ ବୋଲିଂ ଲଞ୍ଚିଂ ଭିଡିଓରେ କୁହାଯାଇଛି । ତେବେ ଏହି ଡିଭାଇସ କଣ ସତରେ ଏତେ ପାଓ୍ବରଫୁଲ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାକୁ କଲେ ଭୁରି ଭୁରି ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଉଦାହରଣ ଦେଇ ସେ କଟକ ବାଲିଯାତ୍ରା କଥା କହିଥିଲେ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିନିମ୍ଵ। ଏହା ସହିତ ସାରା ବିଶ୍ଵରେ ଶାନ୍ତିର ବାର୍ତ୍ତା ଦେଉଥିବା ଧଉଳିର କଥା କହିଥିଲେ ମୋଦି। ଯେତେବେଳେ ଦୁନିଆଁରେ ହିଂସା ଚାଲିଥିଲା, ସେତେବେଳେ ଏହି ପବିତ୍ର ଓଡି଼ଶା ମାଟି ସମ୍ରାଟ ଅଶୋକଙ୍କ ମନରେ ଶାନ୍ତିର ସନ୍ଦେଶ ସୃଷ୍ଟି କରିଥିଲା ବୋଲି ମୋଦି କହିଛନ୍ତି। ଓଡ଼ିଶାକୁ ସ୍ଵତନ୍ତ୍ର  ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ କ୍ଷେତ୍ରରେ ଭାରତ ଏବେ ଦ୍ରୁତ  ଗତିରେ ବିକାଶ କରୁଛି। ଖୁବ ଶୀଘ୍ର ଆମେ ବିଶ୍ଵର ତୃତୀୟ ଅର୍ଥନୀତିରେ ପରିଣତ  ହେବା। ଭାରତର ବିକାଶର ଗତି ଅଭୂତପୂର୍ବ। ପ୍ରବାସୀ ଭାରତୀୟଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ ହୋଇଥାଏ ବୋଲି କହିଛନ୍ତି ମୋଦି। ଭାରତରେ ଆଗରୁ ଜେଟ୍ ନିର୍ମାଣ କରିବ। ଭାରତର ଐତିହ୍ୟ, ପରମ୍ପରାର ପ୍ରଚାର ପ୍ରସାର ଓ ବିକାଶରେ ସାମିଲ ହେବାକୁ ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି। ଏହା ସହିତ ସେ ସ୍ଵତନ୍ତ୍ର ପ୍ରବାସୀ ଭାରତୀୟ ଏକସପ୍ରେସର ଉଦଘାଟନ କରିଥିଲେ। ଏଥିରେ ପ୍ରବାସୀମାନେ ସାରା ଦେଶର ପ୍ରମୁଖ ତୀର୍ଥସ୍ଥଳୀର ପରିଭ୍ରମଣ କରିବେ।

ଦିନିକିଆ ରିମାଣ୍ଡରେ ଯିବେ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଦିନିକିଆ ରିମାଣ୍ଡରେ ଯିବେ ରାଜଧାନୀର 420 ବଣ୍ଟି ଔର ବବଲି । ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । କିନ୍ତୁ କୋର୍ଟ ଦିିନକ ପାଇଁ ଅନୁମତି ଦେଇଛନ୍ତି।   ହଂସୀତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବା ପରେ ଠକେଇ ସିଣ୍ଡିକେଟ ନେଇ ଖୋଳତାଡ଼ ହେବ । ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ ଫରେନସିକ ଲ୍ୟାବକୁ ପଠାଯାଇଛି । ରଘୁନାଥପୁର ସ୍ଥିତ ଅଫିସରୁ ଜବତ ଲାପଟପ, କମ୍ପ୍ୟୁଟର ଓ ମୋବାଇଲର ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି । ପଟିଆ ଅଞ୍ଚଳରେ ହଂସୀତା ଓ ଅନୀଲ ଲିଭ ଇନରେ ରହୁଥିବା ଆପାର୍ଟମେଣ୍ଟ ଯାଇ ଛାନଭିନ କରିଛି ଇନ୍ଫୋସିଟି ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ ୟୁନିଟ । ତଦନ୍ତ ବେଳେ ଏକ NGO ର ଟଙ୍କାକୁ ନେଇ ବିବାଦ ଥିବା କଥା ଜାଣିବାକୁ ପାଇଛି ପୋଲିସ। ସେପଟେ କଳାହାଣ୍ଡି ନର୍ଲାରୁ ଆସିଥିଲା ହଂସୀତା ସ୍ପା ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼। କାଲି ହଂସୀତାଙ୍କ ସ୍ୱାମୀ ଗଞ୍ଜାମ ଜିଲ୍ଲାର ସରୋଜ ସାହୁଙ୍କୁ କାବୁ କରିଛି ଆୟକର ବିଭାଗ । ହଂସୀତାଙ୍କ ସବୁ ବେନାମୀ କାରବାର ରେ ସରୋଜ ସେୟାର ହୋଲ୍ଡର ଥିବା ଜାଣିବାକୁ ପାଇଛି ଆୟକର ବିଭାଗ ।

ପାରିବାରିକ କଳହର କରୁଣ ପରିଣତି, ଭିଣୋଇକୁ ହତ୍ୟା କଲା ଶଳା

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳିରୁ ଭିଣୋଇକୁ ଶଳା ହତ୍ୟା କରିଥିବାର ଅଭିଯୋଗ। ଶଳା ହାତରେ ଗଲା ଭିଣୋଇର ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ରେ। ମୃତକ ହେଲେ ଶଙ୍କର ଦାସ। ତାଙ୍କୁ ଶଳା ନିପୁନ ଛୁରୀ ଭୁଶି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ନିପୁନ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଖୋଜୁଛି। ଅଭିଯୋଗ ଅନୁସାରେ ଉଭୟ ମୃତକ ଓ ଅଭିଯୁକ୍ତଙ୍କ ପରିବାର ୧୧ ନମ୍ଵର ୱାର୍ଡର ମଙ୍ଗଳା ଝୁପୁଡ଼ିରେ ରହନ୍ତି। ଶଙ୍କର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ଯରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାକୁ ନେଇ ଶଳା ନିପୁନ ଭିଣୋଇ ଶଙ୍କରକୁ ଆକ୍ରମଣ କରି ଛୁରୀ ଭୁଶିଥିଲା। ଶଙ୍କରଙ୍କୁ ତାଙ୍କ ସ୍ତ୍ରୀ ତୁରନ୍ତ ହସପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୁଣି ଗାରେଡ଼ି ସନ୍ଦେହରେ ବାପାଙ୍କୁ ମାରିଦେଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ଗୁଣି ଗାରେଡ଼ି ସନ୍ଦେହରେ ନିଜ ବାପାଙ୍କୁ ହତ୍ୟା କରିଛି ପୁଅ। ଏହି ଘଟଣା ହେଉଛି ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ରେଗେଇସିଂ ଗାଁର। ଗତ ଡିସେମ୍ବର ୧୮ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ଓ ୩ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ ଡାନିଏଲ୍ ଶବର। ତାଙ୍କ ପୁଅ ଆନ୍ଦ୍ରିୟ ଶବର ହିଁ ବାପାଙ୍କୁ ହତ୍ଯା କରିଥିବା ପୋଲିସ କହିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଅ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ଏବଂ କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ   ଟାଙ୍ଗିଆ ଓ ଅନ୍ୟ ଏକ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ପୋଲିସ କହିବା ଅନୁସାରେ ମୃତକ ଡାନିଏଲ୍ ଶବରଙ୍କ ଦୁଇଟି ପତ୍ନୀ । ପ୍ରଥମ ସ୍ତ୍ରୀର ପୁଅ ଆନ୍ଦ୍ରିୟ ସନ୍ଦେହ କରୁଥିଲା ଯେ, ଭାଇ ଫିଲିପ୍ କୁ ବାପା ଡାନିଏଲ୍ ଗୁଣି କରି ହତ୍ୟା କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା। ବାପା ଡାନିଏଲ୍ କୁ ହତ୍ୟା କରିବା ପାଇଁ ସାବତ ଭାଇର ସ୍ତ୍ରୀ ଅନୀତାର ସହଯୋଗରେ ଷଡ଼ଯନ୍ତ୍ର କରିଥିଲା ପୁଅ ଆନ୍ଦ୍ରିୟ। ଯୌତୁକକୁ ନେଇ ଅନୀତିକୁ ଡାନିଏଲ ବିଭିନ୍ନ ସମୟରେ ଆକ୍ଷେପ କରୁଥିବାରୁ ଅନୀତାର ବି ରାଗ ଥିଲା ଶ୍ବଶୁର ଉପରେ। ଆନ୍ଦ୍ରିୟ ତାର ସାଙ୍ଗ କପଳେଶ ଓ ଅନୀତା ସହିତ ମିଶି ଗତ ବାପା ଡାନିଏଲକୁ ଡିସେମ୍ଵର ୧୮ ତାରିଖରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଓ ମୃତ ଦେହକୁ ପାହାଡ଼ରେ ଫିଙ୍ଗି ଦେଇଥିଲେ। ପରେ ନିଜେ ଆସି ପୋଲିସରେ ଅଭିଯୋଗ କରିଥିଲା ଆନ୍ଦ୍ରିୟ। ତଦନ୍ତରୁ ପୋଲିସ ସତ ଜାଣିପାରିଥିଲା ଓ ୩ ଜଣଙ୍କୁ ଗିରଫ କରିଛି।

ଆମେରିକାରେ ବଡ଼ ଧରଣର ବନାଗ୍ନି, ୩୦ ହଜାରରୁ ଅଧିକ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟ ଲସଏଞ୍ଜେଲ୍ସରେ ବଡ଼ ଧରଣର ବନାଗ୍ନି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪୮ ଘଣ୍ଟାରେ  ଜଙ୍ଗଲ ନିଆଁ ଯୋଗୁ ୫ ଜଣ ପ୍ରାଣ ହରାଇଥିବା  ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ନିଆଁ  କବଳକୁ ହଜାର ହଜାର ଘର ଆସିବାରୁ ପ୍ରାୟ ଲକ୍ଷେ ଲୋକ ଘର ଛାଡ଼ିଛନ୍ତି । ଲସ୍‌ ଏଞ୍ଜେଲ୍‌ସର ପ୍ୟାସିଫିକ ପ୍ୟାଲିସେଡ୍‌ସ ଅଞ୍ଚଳରେ ଅନେକ ଘର  ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଯାଇଛି ।

୩୦ ହଜାର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ବ୍ୟାପିବା ଫଳରେ ଲୋକମାନେ ତୋପାଙ୍ଗା କାନ୍ୟନ୍‌ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ସମଗ୍ର ହାଇୱେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ପାଲିସେଡ୍ସ ଡ୍ରାଇଭ୍‌ରେ ସେମାନଙ୍କ କାର୍‌ ଛାଡ଼ି ଦୌଡ଼ିଥିଲେ।  ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା।

ରାଜ୍ୟରେ ସାମାନ୍ୟ କମିଲା ଶୀତ, ହେଲେ କୁହୁଡ଼ି କରିବ କଲବଲ

ନନ୍ଦିଘୋଷ ବ୍ୟୁରୋ: ବଢିଲା ପାରା । ସାମନ୍ୟ କମିଲା ଶୀତ । ହେଲେ କୁହୁଡି କରୁଛି କଲବଲ । ଆହୁରି ୨  ଦିନ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଲୁକା ଶୀତ ସହ କଲବଲ କରୁଛି ଘନକୁହୁଡି । ରାସ୍ତାରେ ଦୃଶ୍ୟମାନ କ୍ଷମତା କମ ରହୁଛି । ଆଜି ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି ଅନୁଭୁତ ହେବ।  ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି।  ବିଶେଷ କରି ରାତି ୨ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ସତର୍କ କରାଯାଇଛି ।

ଇସ୍ରୋର ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ। ଦୁଇ ସାଟେଲାଇଟ ମଧ୍ଯରେ ଗତିଜନିତ ସମସ୍ଯା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଇସ୍ରୋ। ଗତ ଜାନୁଆରୀ ୭ରେ ଏହି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଭବିଷ୍ୟତର ଅନେକ ମିଶନ ସମେତ ଚନ୍ଦ୍ରଯାନ-୪ ଦିଗରେ ଏହି ଅଭିଯାନ ସହାୟତା କରିବା ଲକ୍ଷ୍ଯ ରହିଛଇ । ସ୍ପେସ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି କହିଥିଲା ଇସ୍ରୋ । ଗତ ଡିସେମ୍ବର ୩୦ରେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିଲା ଦୁଇଟି ଚେଜର ଓ ଟାର୍ଗେଟ ସ୍ପେଡେସ୍କ ସାଟେଲାଇଟ ।  ସ୍ପେଡେକ୍ସ ଲଞ୍ଚ ହେବା ପରେ ଏହାର ଡକିଂ ଉପରେ ଗୁରୁତ୍ବ ଦିଆଯାଉଥିଲା ଯାହାକି ବିଭିନ୍ନ ପର୍ଯ୍ୟାୟ ଉପରେ ନିର୍ଭର କରିଥାନ୍ତା । ଦୁଇଟି ଯାକ ସାଟେଲାଇଟକୁ ମନିଟରିଂ କରିବା ଲାଗି ବିଭିନ୍ନ ଗ୍ରାଉଣ୍ଡ ଷ୍ଟେସନକୁ ବ୍ୟବହାର କରାଯାଇଥାନ୍ତା । ସେକଣ୍ଡ ପ୍ରତି ୧୦ ମିଲିମିଟର ଗତିରେ ଚେଜର ସାଟେଲାଇଟ ଟାର୍ଗେଟ ସାଟେଲାଇଟରେ ପ୍ରବେଶ କରିବା ଲକ୍ଷ୍ଯ ରହିଥିଲା । ଥରେ ଦୁଇଟି ଯାକ ଉପଗ୍ରହ ପରସ୍ପର ସହ ସଂଯୁକ୍ତ ହେଲେ ଏହା ଏକ ସିଙ୍ଗଲ ୟୁନିଟରେ ପରିଣତ ହୋଇଥାନ୍ତା।

ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ନିଜ ପରିବାରକୁ ନିରୋଗ ରଖିବାକୁ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ। ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଯାଏ। ଶାମ୍ବ ଦଶମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି କରାଯାଇଛି। ଏହା ସହିତ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସୂର୍ଯ୍ୟରଥ 27 ଦିନ ପର୍ଯ୍ୟନ୍ତ  ଚନ୍ଦ୍ରଭାଗାରେ ରହି ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ ଆଜିର ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ଯ୍ୟଙ୍କ ଆଶୀର୍ବାଦରୁ ବ୍ୟାଧି ମୁକ୍ତ ହୋଇଥିଲେ । ଶାମ୍ବ ହିଁ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ। ଗାୟତ୍ରୀ ପରିବାର ତରଫରୁ ଆଜି ପବିତ୍ର ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟନାରାୟଣ ଙ୍କୁ ପୂଜା କରିଛନ୍ତି ।