spot_img

Latest Posts

ଆଇଆଇଟି ବାବାଙ୍କୁ ଗିରଫ କଲା ଜୟପୁର ପୋଲିସ,ପାଖରୁ ମିଳିଲା ଗଞ୍ଜେଇ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ୍ ମିଡିଆରେ ଆଇଆଇଟି ବାବା ନାଁରେ ଚର୍ଚ୍ଚିତ ଥିବା ଅଭୟ ସିଂହଙ୍କୁ ଆଜି ଜୟପୁର ପୋଲିସ୍ ଗିରଫ କରିଛି  ।  ଆଇଆଇଟି ବାବା ସୋସିଆଲ୍ ମିଡିଆରେ ସୁଇସାଇଡ୍ କରିବାର ଧମକ ଦେଇଥିଲେ  । ଏହା ପରେ ଶିପ୍ରା ପଥ ଥାନା ପୋଲିସ୍  ଆଇଆଇଟି ବାବା ରହୁଥିବା ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ତାଙ୍କୁ ଗିରଫ କରିଛି  ।

ସୂଚନାନୁସାରେ , ଅଭୟ ସିଂହଙ୍କ ପାଖରୁ ଗଞ୍ଜେଇ ଜବତ ହୋଇଛି  । ତାଙ୍କ ଉପରେ ଏନଡିପିଏସ୍ ଆକ୍ଟ (NDPS ACT) ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଆଇଆଇଟି ବାବାଙ୍କୁ ପୋଲିସ୍ ପଚରାଉଚାର ଜାରି ରଖଛି  ।  ମହାକୁମ୍ଭ ଫେମ୍ ଆଇଆଇଟି ବାବା ଅଭୟ ସିଂହ ନିକଟ ଅତୀତରେ ବାରମ୍ବାର ବିବାଦରେ ଫସି ଚାଲିଛନ୍ତି  । ପ୍ରଥମେ ଭାରତ–ପାକିସ୍ତାନ ମ୍ୟାଚ୍ ବିଷୟରେ ତାଙ୍କର ଭବିଷ୍ୟବାଣୀ ଏବଂ ତା’ପରେ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ହାଇ–ଭୋଲଟେଜ୍ ଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। 

 

Latest Posts

Don't Miss