ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ଖୋଲିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି। ଗତ ୨୪ ତାରିଖରୁ ଆହାର କେନ୍ଦ୍ର ବନ୍ଦ ଥିବାରୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜେପି ସରକାର ଜନହିତକର ଯୋଜନା ଵନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶୃତି ପାଳନ ନକରି ଲୋକଙ୍କୁ ପ୍ରତାରଣ କରି ଜନହିତକର ଯୋଜନା ଵନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା କଂଗ୍ରସ ଅଭିଯୋଗ କରିଛି। ଏହାକୁ ବିରୋଧ କରି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଵି ରାୟଙ୍କ ନେତୃତ୍ବରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ସରକାରୀ ଡାକ୍ତରଖାନାର ଅଧିକ୍ଷକଙ୍କୁ ସାକ୍ଷାତ କରି ତୁରନ୍ତ ଆହାର କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି। ଆହାର କେନ୍ଦ୍ର ଵନ୍ଦ ଥିବାରୁ ଡାକ୍ତରଖାନାକୁ ଦୈନିକ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ଗରିବ ରୋଗୀ, ଶ୍ରମିକ ଏବଂ ରୋଗୀଙ୍କ ସମ୍ପର୍କୀୟ ଲୋକେ ଆହାର ଖାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଆହାର କେନ୍ଦ୍ରରେ ଦୈନିକ ହଜାରରୁ ଅଧିକ ଗରିବ ଲୋକେ ୫ ଟଙ୍କାରେ ଆହାର ଖାଇ ଉପକୃତ ହେଉଥିବାରୁ ଆହାର କେନ୍ଦ୍ର ଵନ୍ଦ କରିବା ପାଇଁ ସରକାର ଚକ୍ରାନ୍ତ କରୁଥିବା କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।
ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା
ନନ୍ଦିଘୋଷ ବ୍ୟୁରୋ: ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା । ଦୀର୍ଘ ଦୀନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୀବିକା ମିଶନ ଓ ଇସିର ମହିଳାମାନେ ପଞ୍ଚାୟତ ସ୍ତରରେ କାମ କରୁଛନ୍ତି । ହେଲେ ସରକାର ପରିବର୍ତ୍ତନ ହେବା ପରେ ନିଜ ଚାକିରିକୁ ନେଇ ଚିନ୍ତାରେ ଜୀବିକା ମିଶନ ଓ ଇସିର ମହିଳାମାଳେ । କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୬ ହଜାର ମହିଳା ଆଜି ଆନ୍ଦୋଳନ କରିଛନ୍ତି । ମିଶନ ଶକ୍ତି ବିଭାଗ ଅଧିନସ୍ଥ ଜୀବିକା ମିଶନ ଓ ମିଶନ ଶକ୍ତି ଇ.ସି.ଙ୍କ ରିଷ୍ଟ୍ରକ୍ଚରିଙ୍ଗ ବନ୍ଦ କରିବା । ସି.ଏଲ୍.ଏଫ୍, ଜି.ପି.ଏଲ୍.ଏଫ୍, ବି.ଏଲ୍.ଏଫ୍ ଓ ଡ଼ି.ଏଲ୍.ଏଫ ଥିବା ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ପ୍ରସ୍ତାବନା ଭିତ୍ତିରେ ମାନ୍ୟତା ପ୍ରଦାନ କରିବା । ମିଶନ ଶକ୍ତି ଇ.ସି. ମାନଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ପ୍ରଦାନ ଭଳି ୧୦ ଦଫା ଦାବିକୁ ନେଇ ଆନ୍ଦୋଳନ କରାଯାଇଛି । ଆଜି ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ହଜାର ହଜାର ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ସରକାର ଯଥାଶୀଘ୍ର ଦାବୀ ପୂରଣ ନକଲେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।
ମାନବ ଶୃଙ୍ଖଳ ଦ୍ଵାରା ନିଶାକୁ ବିରୋଧ କଲା କଳିଙ୍ଗ ମହିଳାଶକ୍ତି
ନନ୍ଦିଘୋଷ ବ୍ୟୁରୋ: ମାନବ ଶୃଙ୍ଖଳ ଦ୍ଵାରା ନିଶାକୁ ବିରୋଧ କଲା କଳିଙ୍ଗ ମହିଳାଶକ୍ତି । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସଂଘର ମହିଳାମାନେ ପାରାଦୀପର ଅଠରବାଙ୍କି ଠାରେ ଏକତ୍ରିତ ହୋଇ ନିଶାକୁ ବିରୋଧ କରିଛନ୍ତି । ନିଶା ସେବନ ଦ୍ୱାରା ପାରାଦୀପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଅନେକଙ୍କ ଧନ, ଜୀବନ ହାନି ଘଟୁଛି । ପାରାଦୀପ ଏକ ଆନ୍ତର୍ଜାତିକ ବନ୍ଦର ହୋଇଥିବା ବେଳେ ଏଠାରେ ୧୦୦ ମିଟର ଦୂରରେ ଗୋଟିଏ ଗୋଟିଏ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଛି । ଯାହା ଫଳରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଠରବାଙ୍କି ଠାରୁ ଦୋଛକି ପଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ରାସ୍ତାର ମରାମତି ସହିତ ପାରାଦୀପରୁ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରିଛନ୍ତି କଳିଙ୍ଗ ମହିଳାଶକ୍ତିର ସଦସ୍ୟାମାନେ ।

