spot_img
Home Blog Page 1221

ପୁରୀ ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ତୀବ୍ର ବିରୋଧ

କୋଣାର୍କ : ପ୍ରସ୍ତାବିତ ବନ୍ଦର ପାଇଁ ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ତୀବ୍ର ବିରୋଧ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଜିଦରେ ବିସ୍ଥାପିତ । ସାମୁଦ୍ରିକ ବିକାଶ କ୍ଷେତ୍ରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ସରକାରୀ ଘରୋଇ ସହଭାଗିତାରେ ବନ୍ଦର ସ୍ଥାପନ ନିମନ୍ତେ ଓଡିଶା ସରକାର ଏବଂ ନବଯୁଗ ଇଞ୍ଜିନିଅର କମ୍ପାନୀ ଲିମିଟେଡ଼ ମଧ୍ଯରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ପରିବେଶ ମନ୍ତ୍ରାଳୟ ପ୍ରଦୂଷଣ ବୋର୍ଡ ମଲ୍ଟି ଗ୍ରୀନ ଫିଲଡି ପୋର୍ଟର ବିକାଶ ତରଫରୁ ବନ୍ଦର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ୨୦୦୬ ମସିହାରେ ଇ.ଆଇ.ଏ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ଯାୟ ଜନଶୁଣାଣି ଭାରତ ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟର୍ମ ହାସଲ କରାଯାଇଛି । ସର୍ବସାଧାରଣଙ୍କ ଶୁଣାଣି ନିମନ୍ତେ ଆଜି ଅସ୍ତରଙ୍ଗ ବ୍ଲକ ସୁନ୍ଦର ପଡିଆରେ ଠାରେ ଆୟୋଜିତ ହୋଇଥିବା ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି ।

ଅସ୍ତରଙ୍ଗ ଅଞ୍ଚଳ ହେଉଛି ଜୈବବିବିଧତା ପରିପୂର୍ଣ୍ଣ ପ୍ରାକୃତିକ ପରିବେଶ । ଏଠାକୁ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଏଠାକାର ସ୍ଥାନୀୟ ଲୋକ ଧାନ, ପାନ, ମୀନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେଣୁ ଏଠାରେ ବନ୍ଦର ନିର୍ମାଣ ହେଲେ ଅଞ୍ଚଳର ଭିତ୍ତିଭୂମି ନଷ୍ଟ ହୋଇଯିବ ବୋଲି ବିଭିନ୍ନ ରାଜନୈତିକ ବ୍ଯକ୍ତି ମାନେ ମତ ଦେଇଛନ୍ତି  । ଅନ୍ଯପଟେ ଜନତାଙ୍କ ସ୍ଵାର୍ଥକୁ ନେଇ ଲଢେଇ କରିବେ ବୋଲି କହିଛନ୍ତି ବିଜେଡି ନେତା । ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ବନ୍ଦ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ରକ୍ଷାଣବେକ୍ଷଣା ଅଭାବରୁ ସତ୍ତା ହରାଇଲାଣି ଯାଜପୁରର ବ୍ରହ୍ମାକୁଣ୍ଡ ଏବଂ ଭଗବତୀ ଗଙ୍ଗା ପୁଷ୍କରିଣୀ

ଯାଜପୁର :  ପୁରାଣ ବର୍ଣ୍ଣିତ ବ୍ରହ୍ମାକୁଣ୍ଡ । କିମ୍ବଦନ୍ତୀ କୁହେ ତ୍ରିବେଣୀ ଅମାବାସ୍ୟାରେ ମାଆ ବିରଜା ଏହି ଯଜ୍ଞ କୁଣ୍ଡରୁ ଆବିର୍ଭାବ ହୋଇଥିଲେ । ମାଆଙ୍କ ଶାରଦୀୟ ପୁଜା ଠାରୁ ଆରମ୍ଭ କରି ସମସ୍ତ ପୂଜାର୍ଚ୍ଚନା ଜଳ ଏହି ଠାରୁ ନିଆଯାଏ । କିନ୍ତୁ ଏହି ପୁଷ୍କରିଣୀ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ବିରଜା ମନ୍ଦିର ପ୍ରକଳ୍ପ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ପ୍ରକଳ୍ପ ନକ୍ସାରେ ଏହା ସ୍ଥାନ ପାଇଥିଲେ ବି ଏହାର ରକ୍ଷଣାବେକ୍ଷଣ କି ଉନ୍ନତିକରଣ କରାଯାଇପାରିନି । ଅନ୍ୟପଟେ ଦେଖନ୍ତୁ ବୈତରଣୀ କୂଳରେ ବରାହନାଥଙ୍କ ନିକଟରେ ଥିବା ଏ ହେଉଛି ଭଗବତୀ ଗଙ୍ଗା ପୁଷ୍କରିଣୀ । ପୈାରାଣିକ ପ୍ରମାଣ ରହିଛି ବକୁଳ ଅମାବାସ୍ୟାରେ ପ୍ରଭୁ ବରାହ ଏଠାରୁ ଆର୍ବିଭୂତ ହୋଇଥିଲେ । ଏଠାରେ ବରାହ ପ୍ରକଳ୍ପ କରାଯାଇ ପୋଖରୀର କିଛି ମାତ୍ରାରେ ଉନ୍ନତି କରାଯିବା ସହିତ ପାଖରେ ମ୍ଯୁଜିୟମ କରାଯାଇଛି । କିନ୍ତୁ ନାନା ଅବର୍ଜନା ଓ ଅସାମାଜିକ କାର୍ଯ୍ୟକଳାପ କାରଣରୁ ଏହି ପୁଷ୍କରିଣୀ ଏବେ ଅଳିଆ କୁଣ୍ଡ ହୋଇ ପଡିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଏହାର ରକ୍ଷଣାବେକ୍ଷଣ ହୋଇପାରୁନି । ଫଳରେ ଏହାର ଜଳ ଠାକୁରଙ୍କ କାର୍ଯ୍ଯରେ ଲାଗିପାରୁ ନଥିବା ଅଭିଯୋଗ କରିଛନ୍ତି ସେବାୟତ ।

ଯାଜପୁରରେ ବିରଜା ଓ ବରାହ ପ୍ରକଳ୍ପର ଉନ୍ନତିକରଣ ପାଇଁ ପ୍ରକଳ୍ପ ପରିକଳ୍ପନା କରିଥିଲେ ପୂର୍ବ ସରକାର । ହେଲେ ଏବେ ଏହି ଦୁଇଟି ସ୍ଥାନ ରକ୍ଷାଣବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡିରହିଛି । ଯେଉଁଥିପାଇଁ  ସଂସ୍କୃତି ଗବେଷକ ତଥା ବୁଦ୍ଧୀଜୀବୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ସେପଟେ ଏହି ଦୁଇ କ୍ଷେତ୍ରରେ ଥିବା ପୌରାଣିକ ପୁଷ୍କରିଣୀର ଉନ୍ନତି କରାଯାଉଛି । ବାକି ଯାହା ଯୋଜନା କରାଯାଇଛି ତାହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପ୍ରଶାସନ ଅଗୋଚରରେ ଅବହେଳିତ ଭାବେ ନିଜର ପୁଣ୍ୟତା ହରାଉଥିବା ଏହି ଦୁଇ ତୀର୍ଥ କ୍ଷେତ୍ରର ଉନ୍ନତି କେବେ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିପଦରେ ବ୍ରାହ୍ମଣୀ ନଦୀ, କଳକାରଖାନରୁ ନିର୍ଗତ ଆବର୍ଜନା ପାଣି ମିଶି ହେଉଛି ବିଷାକ୍ତ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀ। ଓଡିଶାର ଦ୍ଵିତୀୟ ଖରସ୍ରୋତା ନଦୀ ଭାବେ ଖ୍ଯାତ । କିଛି ଜିଲ୍ଲାର ମଧ୍ଯ ଏହା ଲାଇଫଲାଇନ ଭାବେ ପରିଚିତ । ହେଲେ ବ୍ରାହ୍ମଣୀ କୂଳରେ ବସବାସ କରି ନିଜ ପେଟପାଟଣା ବୁଝୁଥିବା ଲୋକଙ୍କ ଜୀବନ ଜୀବିକା ଏବେ ସଙ୍କଟରେ । ବିଶେଷ କରି ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ଓଡ଼ାପଡ଼ା, ପରଜଙ୍ଗ,କାମାକ୍ଷାନଗର,କଙ୍କଡ଼ାହାଡ଼ ବ୍ଲକ ସମେତ ସଦର ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ନଦୀ କୂଳରେ ପ୍ରାୟ ୩୮ ହଜାର ହେକ୍ଟର ଜମିରେ ଚାଷୀମାନେ ଫସଲ କରି ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବେ ବ୍ରାହ୍ମଣୀର ସ୍ରୋତ କ୍ରମାଗତ ଭାବରେ ଶୁଖିବାରେ ଲାଗିଛି । ଖାଲି ବର୍ଷା ଦିନକୁ ଛାଡ଼ିଦେଲେ ଅନ୍ୟଦିନ ଗୁଡ଼ିକରେ ବ୍ରାହ୍ମଣୀର ଅଧାରୁ ଅଧିକ ଭାଗ ଖାଲି ବାଲି ବାଲି ଆଉ ବାଲି। ଏହାର ବଡ କାରଣ ହେଉଛି ବ୍ରାହ୍ମଣୀ କୂଳରେ ଥିବା କଳ କାରଖାନା । ବଡ ବଡ ପମ୍ପ ହାଉସ କରି ଏଣ୍ଟେକ୍ ମେସିନ ସାହାର୍ଯ୍ଯରେ ଶୋଷି ନେଉଛନ୍ତି ଗ୍ୟାଲନ ଗ୍ୟାଲନ ଲିଟର ପାଣି। ଫଳରେ ଚାଷୀ ମାନେ ଜଳ ଅଭାବରୁ ଚାଷ କାମରୁ ବିମୁଖ ହେଉଛନ୍ତି । ଆଉ ନଦୀ ଗର୍ଭ ତାର ଦିଗ ବଦଳାଇବା ସହିତ ବାଲିଚରର ରୂପ ନେଉଛି।

ବ୍ରାହ୍ମଣୀ ନଦୀ ସୁନ୍ଦରଗଡ଼,ଦେବଗଡ, ଅନୁଗୁଳ, ଢେ଼ଙ୍କାନାଳ,ଯାଜପୁର,ଓ କେନ୍ଦ୍ରାପଡା ଜିଲ୍ଲା ଦେଇ ମିଶିଛି ବଙ୍ଗୋପ ସାଗରରେ । ଏହାର ଅବବାହିକାରେ ଥିବା ବହୁ କଳକାରଖାନା ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଗ୍ୟାଲନ ଜଳ ବେଆଇନ ଭାବରେ ନଦୀ ଗର୍ଭରୁ ଶୋଷି ନେଉଛନ୍ତି । ଆଉ ବଦଳରେ କମ୍ପାନୀରୁ ନିର୍ଗତ ବିଷାକ୍ତ ଆବର୍ଜନା ଯୁକ୍ତ ପାଣି ନନ୍ଦିରା ,କିସକିନ୍ଦା ଭଳି ବହୁ ଛୋଟ ବଡ ନାଳରେ ନଦୀକୁ ଛାଡି ଦେଉଛନ୍ତି। ଯାହାରକୁ ପରିଣାମ ସିଧା ବ୍ରାହ୍ମଣୀ ଉପରେ ପଡ଼ିବା ସହିତ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ସେହିପରି ବ୍ରାହ୍ମଣୀ ନଦୀରେ ମଧୁର ଜଳ କଇଁଛ କରିଡ଼ର କରାଯାଇଛି । କିନ୍ତୁ ବିଷାକ୍ତ ପାଣି ପାଇଁ ମଧୁର ଜଳ କଇଁଛ ବୃଦ୍ଧି ଉପରେ ପ୍ରଭାବ ପକାଇବା ସହିତ ବହୁ ଜଳଚର ପ୍ରାଣୀ ଆଉ ଦେଖିବାକୁ ମିଳୁନାହାନ୍ତି। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପରିବେଶବିତ୍ । ଏପଟେ ବ୍ରାହ୍ମଣୀକୁ ଦୂଷିତ କରୁଥିବା କଳାକାରଖାନା ଗୁଡ଼ିକ ଉପରେ ଖୁବଶୀଘ୍ର ନାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ସମାଜସେବୀ।

ନିଜ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବାଚସ୍ପତି : ବିଜେଡି

ଭୁବନେଶ୍ବର :  ବିଶୃଙ୍ଖଳା ବୟାନରେ ବାଚସ୍ପତିଙ୍କୁ ଟାର୍ଗେଟ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏକ ପ୍ରେସମିଟରେ ବାସସ୍ପତିଙ୍କ ବୟାନକୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବାଚସ୍ପତି ବିରୋଧୀ ଦଳକୁ ଧମକ ଦେଉଛନ୍ତି। ସେ ତାଙ୍କ ଆସନର ପଦ ମର୍ଯ୍ୟାଦା ରଖନ୍ତୁ । ସେ ଏବେ କୌଣସି ଦଳର ନୁହଁନ୍ତି । ସେ ବାରମ୍ବାର ଭୁଲ କରୁଛନ୍ତି । ସେ ଆଉ  ଭୁଲ ନ କରନ୍ତୁ । ମୁଁ ମଧ୍ୟ ୯ ମାସ ବାଚସ୍ପତି ଥିଲି। କେବେ ହେଲେ ନବୀନ ନିବାସ କିମ୍ବା ଶଙ୍ଖ ଭବନ ଯାଇ ନାହିଁ । ହେଲେ  କିଛି ଦିନ ତଳେ ବାଚସ୍ପତି  ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେ ସାମ୍ବିଧାନିକ ନିୟମ ଭଙ୍ଗ କରୁଛନ୍ତି । ସେ ନାଲି ଆଖି ଦେଖାଇ ବିଜେପିର ଭାଷା ନ କହୁନ୍ତୁ । ବାଚସ୍ପତି ଧମକ ଦେଲେ ବିରୋଧୀ ଦଳ ଡ଼ରି ଯେବେ ବୋଲି ଭାବୁଛନ୍ତି । ହେଲେ ବିରୋଧୀ ଦଳ କାହାରି ନାଲି ଆଖିରେ ଡରିବ ନାହିଁ। ଏ ଧମକ ପରେ ବିରୋଧୀଙ୍କ ସ୍ୱର ଆହୁରି ଶାଣିତ ହେବ। ସେ କେଉଁ ଦଳର କହି ପାରିବେ କି ? ସେ ପ୍ରଥମ ଦିନ ଭାଷଣରେ ବିରୋଧୀଙ୍କ ଅଧିକ ସୁଯୋଗ ଦେବେ ବୋଲି କହିଥିଲେ । ହେଲେ ଏବେ ଓଲଟା କାମ କରୁଛନ୍ତି। ଯଦି ସେ ବିଜେପିର ବୋଲି କହି ଦିଅନ୍ତୁ ବୋଲି କହିଛନ୍ତି ପ୍ରମିଳା ।

ବିଜେଡିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ, ପୁରୁଷଙ୍କୁ କେମିତି ମିଳିଲା ସୁଭଦ୍ରା ଟଙ୍କା ?

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ନେଇ ବର୍ଷିଛି ବିଜେଡି । ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ଶଂଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ଉପରେ ଏହି ପ୍ରସଙ୍ଗକୁ ନେଇ ହମଲା କରିଛନ୍ତି । ପ୍ରମିଳା ମଲ୍ଲିକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ୧୫୭ ଜଣ ନୁହେଁ ୫ ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହା କହିଛନ୍ତି ତାହା ସତ ନୁହେଁ ।  ପ୍ରାୟ ୫ ହଜାରରୁ ଅଧିକ ପୁରୁଷ ଏଥିଲାଗି ଆବେଦନ କରିଛନ୍ତି । ଏମିତି କି ପୁରୁଷ କର୍ମୀ ମଧ୍ୟ ସୁଭଦ୍ରା ଟଙ୍କା ପାଇଛନ୍ତି । ଏଥିରୁ କେତେ ପାଇଛନ୍ତି ତାର ତଦନ୍ତ କରିବାକୁ ଦାବି କରିଛନ୍ତି ପ୍ରମିଳା । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତେ ବିଜେପି କର୍ମୀ । କେମିତି ଏ ଭୁଲ ହେଲା ? ଲୋକ କଣ ବୋକା ଅଛନ୍ତି କି ? ସେମାନେ କେମିତି ଆବେଦନ କଲେ? ଆଧାର ଲିଙ୍କ ଜରିଆରେ ହିତାଧିକାରୀଙ୍କୁ ସିଧା ଟଙ୍କା ଯାଉଥିବା ଦାବି କରାଯାଉଛି ତେବେ କେମିତି ଓ କେଉଁ ପରିସ୍ଥିତିରେ ପରୁଷମାନଙ୍କୁ ସୁଭଦ୍ରା ଟଙ୍କା ମିଳିଲା ଏବଂ ରକାର ଜାଣି ପାରିଲେ ନାହିଁ ବବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ସେମାନେ କହିକି ବିଜେପି କର୍ମୀଙ୍କୁ ଆବେଦନ କରାଇଥିଲେ । ଏଭଳି କର୍ମୀ ବଞ୍ଚାଇବା କାମ କରନ୍ତୁ ନାହିଁ । ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା । ।

ଓଲା ଓ ଉବରକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ନୋଟିସ

ନୂଆଦିଲ୍ଲୀ : ମୋବାଇଲ ଡିଭାଇସ ଅନୁସାରେ ବୁକିଂରେ ଦରଗତ ପାର୍ଥକ୍ୟ ପ୍ରସଙ୍ଗ। ଓଲା ଓ ଉବରକୁ କେନ୍ଦ୍ର ଖାଉଟି ବ୍ଯାପାର ମନ୍ତ୍ରାଳୟର ନୋଟିସ। ସମାନ ସର୍ଭିସରେ ଅଲଗା ପ୍ରକାର ଦର ଧାର୍ଯ୍ୟ କରାଯାଉଥିବାରୁ ଏହି ପ୍ରସଙ୍ଗକୁ ଗୁରୁତ୍ବକୁ ନେଇଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ। ଆଇଫୋନ କିମ୍ବା ଆଣ୍ଡ୍ରଏଡ ଫୋନରେ ବୁକିଂ କ୍ଷେତ୍ରରେ ଭିନ୍ନ ଭିନ୍ନ ଦର ଦେବାକୁ ପଡୁଥିବାରୁ ସିସିପିଏ ଏହି ପଦକ୍ଷେପ ନେଇଛି। ଦରଧାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ବିବରଣୀ ଦାଖଲ କରିବାକୁ ଦୁଇ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ସିସିପିଏ। ଭଡ଼ା କ୍ଷେତ୍ରରେ ସ୍ବଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ନେଇ ସବିଶେଷ ରିପୋର୍ଟ ମାଗିଛି ମନ୍ତ୍ରାଳୟ। ଦରଗତ ପାର୍ଥକ୍ୟ ସମ୍ପର୍କରେ ଦିଲ୍ଲୀର ଜଣେ ବ୍ୟବସାୟୀ ଜାଣିବା ପରେ ଖବର ପଦାକୁ ଆସିଥିଲା। ଗତ ଡିସେମ୍ବରରେ ଏହି ଧରଣର ଏକ ଅଭିଯୋଗ ଆସିଥିଲେ ବି ଏହାକୁ ଖଣ୍ଡନ କରିଥିଲା ଉବର। ବର୍ତ୍ତମାନ ଏହି ଅଭିଯୋଗ ଆସିବା ପରେ ଓଲା, ଉବର ଓ ରାପିଡୋର ଦର ଧାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ତଦନ୍ତ କରିବା ଲାଗି ସିସିପିଏକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ଆଫଗାନିସ୍ତାନକୁ ଫେରିଛି ଇସଲାମିକ ଷ୍ଟେଟ ଆତଙ୍କ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ପାଦ ଦେବାକୁ ଯାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ । ତାଲିବାନ ନିୟମ ପ୍ରତିଷ୍ଠା କରିବା ପରେ ଆଫଗାନିସ୍ତାନରେ ଆତଙ୍କବାନୀଙ୍କ ବିରୋଧରେ ଅପରେସନ ଚାଲିଥିଲା । କିନ୍ତୁ ଏବେ ପୁଣି ଥରେ ଆତଙ୍କବାଦୀ ଆଫଗାନିସ୍ତାନରେ ବଢିବାକୁ ଲାଗିଛନ୍ତି । ବୁଧବାର ଦିନ ଏକ ଚୀନ ନାଗରିକକୁ ଉଠାଇ ନେଇ ଆକ୍ରମଣ କରାଯାଇଛି । ଫଳରେ ସେହି ନାଗରିକଙ୍କ ମୃତ୍ୟୁ ହୋଇଛି । ଯେଉଁଥିପାଇଁ ଆଇଏସ ନିଜକୁ ଦାୟୀ କରିଛି ।

ଇସଲାମିକ ଷ୍ଟେଟ ବୁଧବାର ବିଳମ୍ବିତ ରାତିରେ ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ପୋଷ୍ଟ ଚାରି କରିଥିଲା । ଆଫଗାନିସ୍ତାନର ଉତ୍ତର ଖତର ପ୍ରଦେଶରେ ଚୀନ ନାଗରିକ ହୋଇଥିବା ଆକ୍ରମଣରେ ନିଜକୁ ଦାୟୀ କରିଛି । ହତ୍ୟାକୁ ନେଇ ଚୀନ ନିନ୍ଦା କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛି ।

ଜଣେ ଚୀନ ନାଗରିକଙ୍କ ହତ୍ୟାକୁ ନେଇ ତଦନ୍ତ କରାଯାଇଥିବା ଆଫଗାନିସ୍ତାନ ପୋଲିସ କହିଛି । କିନ୍ତୁ ଏହା ଆକ୍ରମଣ ପଛରେ କାହାର ହାତ ଅଛି, ତାହା ଜଣାପଡିନାହିଁ । ଆଇଏସ କହିଛି କି, ଚୀନ ନାଗରିକ ବ୍ୟବହାର କରୁଥିବା ଗାଡିକୁ ଟାର୍ଗେଟ କରାଯାଇଥିଲା । ଯାହା ଫଳରେ ତାର ମୃତ୍ୟୁ ହେବା ସହ ଗାଡି ନଷ୍ଟ ହୋଇଛି । ତାଲିବାନର ପ୍ରଥମିକ ତଦନ୍ତରେ ଚୀନ ନାଗରିକଙ୍କ ଅନୁବାଦକଙ୍କୁ ଅଟକ ରଖାଯାଇଛି । ଦୋଷୀମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

ଆଫଗାନିସ୍ତାନରେ ଆତଙ୍କବାଦୀ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନିକଟରେ ପାକିସ୍ତାନ ସରକାର ମଧ୍ୟ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଉନ୍ନତି ଏବଂ ତାଲିମ ଦେଇଥିବାର ଅଭିଯୋଗ କରିଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ଜଣେ ବିଦେଶୀ ନାଗରିକଙ୍କୁ ହତ୍ୟା କରାଯାଇଛି।

ତାଲିବାନ ଆଫଗାନିସ୍ତାନକୁ ପୁନର୍ବାର ଅକ୍ତିଆର କରିଥିବାରୁ ଆଇଏସ୍-କେ ଆଫଗାନିସ୍ତାନ ସହରରେ ଅନେକ ବଡ଼ ଆକ୍ରମଣ କରି ଦେଶର ଶିଆ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ଗତ ବର୍ଷ ଜୁନ୍ ମାସରେ ଆଇଏସ୍ ଆତଙ୍କବାଦୀମାନେ ଏକ ଆକ୍ରମଣରେ ତିନି ଜଣ ସ୍ପେନ ନାଗରିକ ଏବଂ ତିନି ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଚାରିଜଣ ବିଦେଶୀ ନାଗରିକ ମଧ୍ୟ ଆହତ ହୋଇଥିଲେ।

ବନ୍ଧାହେଲା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିବା 420 ଲଭର ବୟ

ନନ୍ଦିଘୋଷ ବ୍ୟୁରୋ: ଶେଷରେ ବନ୍ଧାହେଲା 420 ଲଭର ବୟ। ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଠକୁଥିଲା। ମୟୂରଭଞ୍ଜରେ ଦୀର୍ଘ ବର୍ଷ ଧରି ଶତାଧିକ ଯୁବତୀଙ୍କୁ ଠକୁଥିବା ଠକ୍ ପ୍ରେମିକକୁ ବାନ୍ଧିଛି ବାରିପଦା ପୋଲିସ । ସୋସିଆଲ ମିଡିଆରେ ମିଥ୍ୟା ପ୍ରଲୋଭନ ଦେଇ ଯୁବତୀଙ୍କୁ ଜାଲରେ ଫସାଉଥିଲା। ଶତାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଲକ୍ଷାଧିକ ଟଙ୍କା ଠକିନେଇଛି ଏହି ଠକ ପ୍ରେମିକ।  ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଟଙ୍କା ଠକି ନେଇ ଚମ୍ପଟ ମାରୁଥିଲା । ଗିରଫ ଠକ ପ୍ରେମିକ ଯାଜପୁର ଜିଲ୍ଲା ଜେନାପୁର ଥାନା କବାଟବନ୍ଧ ଗାଁର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଫେସବୁକ, ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରୁଥିଲା। କିଛି ଦିନ କଥା ହେବା ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲା। ଯୁବତୀ ମାନଙ୍କୁ ମିଛ ପ୍ରେମ ଜାଲରେ ଫସାଇ ସେମାନଙ୍କର ସରଳତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା।  ବାରିପଦା ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ପୁରୀ ଯାଇଥିଲେ । ପୁରୀ ଜିଲ୍ଲାର ବାସେଳିସାହି ଥାନା ଅନ୍ତର୍ଗତ ହାତୀସାହି ଅଞ୍ଚଳରୁ ଏହି ଠକ ପ୍ରେମିକକୁ ଗିରଫ କରିଛି ପୋଲିସ। ଶତାଧିକ ମହିଳାଙ୍କ ସହ ପ୍ରେମ କରି ଏଭଳି ଟଙ୍କା ଠକେଇ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୁଣି କୋଟାରୁ କରୁଣ କାହାଣୀ, ଜୀବନ ହାରିଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: କମ୍ପିଟିଟିଭ ହବରେ ପୁଣି ଆତ୍ମହତ୍ଯାର କରୁଣ ଉଦାହରଣ। ରାଜସ୍ଥାନ କୋଟାରେ ପ୍ରାଣ ହାରିଛନ୍ତି ଆଉ ୨ ଜଣ ଛାତ୍ରଛାତ୍ରୀ। ମାତ୍ର ୨ ଘଣ୍ଟା ମଧ୍ଯରେ ସେମାନେ ଆତ୍ମହତ୍ଯା କରିଛନ୍ତି। ଆତ୍ମହତ୍ଯା କରିଥିବା ଛାତ୍ରୀଜଣକ ନିଟ୍ ଲାଗି ପ୍ରସ୍ତୁତ ହେଉଥିବାବେଳେ ଛାତ୍ରଜଣକ ଜେଇଇ ଲାଗି ପ୍ରସ୍ତୁତ ହେଉଥିଲେ। କ୍ରମାଗତ କିଛି ବର୍ଷ ଧରି କୋଟାରେ ଆତ୍ମହତ୍ଯା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମୃତଛାତ୍ରୀ ଗୁଜରାଟର ୨୪ ବର୍ଷ ବୟସ୍କା ଅସଫା ଶେଖ। ସେ ଜବାହାର ନଗରରେ ରହୁଥିଲେ। ସେ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ। ମୃତ ଛାତ୍ରଙ୍କ ବୟସ ୧୮ ବର୍ଷ ଓ ତାଙ୍କ ଘର ଆସାମର ଗୁଆହାଟି। ସେ ମହାବୀର ନଗର ଅଞ୍ଚଳରେ ରହୁଥିଲେ। ହଷ୍ଟେଲ ରୁମରେ ସେ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ।

ଏହି ୨ ଘଟଣାକୁ ମିଶାଇ ଚଳିତ ବର୍ଷ କେବଳ ଜାନୁଆରୀରେ ୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ଯା କରିଛନ୍ତି। ବଡ଼କଥା ହେଉଛି ଛାତ୍ରଜଣକ ଆସନ୍ତା ସପ୍ତାହରେ ଜେଇଇ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷାରେ ପୁଅକୁ ଗାଇଡ କରିବା ଲାଗି ମା କୋଟା ଆସିବା ପୂର୍ବରୁ ସେ ଚରମ ପଦକ୍ଷେପ ନେଇଥିଲା। ଗତବର୍ଷ କୋଟାରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୭ରେ ହରିୟାଣାର ନୀରଜ ନାମକ ଛାତ୍ର ଆତ୍ମହତ୍ଯା କରିଥିବାବେଳେ ଜାନୁଆରୀ ୮ରେ ମଧ୍ଯପ୍ରଦେଶର ଅଭିଷେକ ତାଙ୍କ ପିଜି ରୁମରେ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୧୬ରେ ଓଡ଼ିଶାର ଅଭିଜିତ ଗିରି ନାମକ ଜଣେ ଛାତ୍ର ଆମ୍ବେଦକର କଲୋନୀରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୧୮ରେ ମନନ ଜୈନ ଆତ୍ମହତ୍ଯା କରିଥିଲେ।

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା, ପ୍ରଶ୍ନ ଉଠାଇଲେ ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ

ନନ୍ଦିଘୋଷ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? ଏହି ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ। କିଛି ଦିନ ଧରି ସାରା ଦେଶରେ ଚର୍ଚ୍ଚାରେ ଥିବା ଏହି ଆକ୍ରମଣକୁ ନେଇ ମହାରାଷ୍ଟ୍ରର ଖୋଦ୍ ମନ୍ତ୍ରୀ ପ୍ରଶ୍ନ ଉଠାଇବା ଚର୍ଚ୍ଚାର କାରଣ ହୋଇଛି। ଗତ ୧୬ ତାରିଖରେ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟର ଦ୍ବାଦଶ ମହଲାରେ ରହୁଥିବା ସୈଫଙ୍କୁ ଜଣେ ବାଂଲାଦେଶୀ ମହମ୍ମଦ ଶରିଫୁଲ ଇସଲାମ ସେହଜାଦ ଛୁରାମାଡ କରିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗତ ୨୧ ତାରିଖରେ ଲୀଳାବତୀ ହସ୍ପିଟାଲରୁ ଘରକୁ ଫେରିଥିଲେ ସୈଫ। ଏକ ଇଭେଣ୍ଟରେ ମନ୍ତ୍ରୀ ରାଣେ କହିଛନ୍ତି- ହସ୍ପିଟାଲରୁ ସୈଫ ଡିସଚାର୍ଜ ହେବା ପରେ ତାଙ୍କ ମନରେ ପ୍ରଶ୍ନ ଉଠିଥିଲା- ସତରେ ସୈଫଙ୍କୁ ଛୁରାମାଡ ହୋଇଛି ନା ସେ ଅଭିନୟ କରୁଛନ୍ତି। ଏହା ସହ ଜଣେ ଖାନ ଯେତେବେଳେ ସମସ୍ଯାରେ ପଡନ୍ତି ସେତେବେଳେ କାହିଁକି ବିରୋଧୀମାନେ ଆଗକୁ ଚାଲିଆସନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିୟା ସୁଲେ ଅଭିନେତା ସୈଫ ଅଲ୍ଲୀ ଖାନ, ଶାହାରୁଖ ଖାନଙ୍କ ପୁଅ, ଏନସିପି ନେତା ନୱାବ ମଲ୍ଲିକଙ୍କୁ ନେଇ ସର୍ବଦା କାହିଁକି ବ୍ଯସ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ହିନ୍ଦୁ କଳାକାରଙ୍କ ଲାଗି ସୁପ୍ରିୟା ଉଦବେଗ ପ୍ରକାଶ କରିବା ଦେଖାଯାଏନାହିଁ ବୋଲି ସେ କହିଛନ୍ତି। ସେପଟେ ସୈଫଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସ ନିଷ୍ପତ୍ତି ନେଇଛି। । ସେପଟେ ଏହି ପ୍ରସଙ୍ଗକୁ ନେଇ ବଢିଛି ରାଜନୀତି।