spot_img
Home Blog Page 1164

କଣ ପାଇଁ ବୁଡିଲା କେଜ୍ରିଓ୍ବାଲଙ୍କ ଡଙ୍ଗା, ଜାଣନ୍ତୁ କାରଣ

ନନ୍ଦିଘୋଷ ବ୍ୟୁରୋ: “ହମେ ତୋ ଅପନୋ ନେ ଲୁଟା , ଗେରୋ ମେ କହାଁ ଦମ୍ ଥା, ମେରୀ କସ୍ତି ଥୀ ଡୁବି ଓ୍ବହା ଯହାଁ ପାନୀ କମ୍ ଥା….” । ତେବେ  ଦିଲ୍ଲୀ ବିଧାନସଭା ନିର୍ବାଚନର ଯେଉଁ ଧାରା ଏବଂ ଫଳାଫଳ ସାମ୍ନାକୁ ଆସୁଛି ସେଥିରେ ଆପର ବହୁ ନେତା କହିଛନ୍ତି ଯେ ଆମ ନିଜର ଲୋକଙ୍କ  ଦ୍ବାରା ଲୁଟ୍ ହେବାର କଥା ତ ପ୍ରମାଣିତ ହୋଇପାରିବ ନାହିଁ କିନ୍ତୁ ଏହା ସ୍ପଷ୍ଟ ଯେ ଡଙ୍ଗା ବୁଡିବାକୁ ଯାଉଛି  । ଯେଉଁଥିରୁ ଜଣାପଡୁଛି ଯେ ଯମୁନାର ବିଷାକ୍ତ ଏବଂ ଦୂଷିତ ପାଣିରେ ହିଁ ଆପର ଡଙ୍ଗା ବୁଡିବାକୁ ଯାଇଛି  । ଅନ୍ୟପଟେ ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିଓ୍ବାଲ୍ ଏବଂ ଅନ୍ୟ ବଡ ବଡ ନେତା ଜେଲ୍ ଯିବା ଆପ ହାରିବାର ମୁଖ୍ୟ କାରଣ ହୋଇପାରେ  । ତେବେ ପ୍ରକୃତରେ କେଉଁଠି କେଜ୍ରିଓ୍ବାଲଙ୍କ ଡଙ୍ଗା ବୁଡିଲା ଆସନ୍ତୁ ଜାଣିବା  ।

ଯମୁନା ପାଣିରେ ବିଷ ସମସ୍ୟା :

ଦିଲ୍ଲୀ ଜନତାଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ୍ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରେ ସେ ଏହା ମଧ୍ୟ କହିଥିଲେ ଯେ, ଦିଲ୍ଲୀରେ ପ୍ରବାହିତ ହେଉଥିବା  ଯମୁନା ନଦୀକୁ ପୁରାପୁରି ପରିବର୍ତ୍ତନନ କରିଦେବେ । ଯମୁନାରେ ଥିବା ମଇଳା ଏବଂ ବିଷାକ୍ତ ପଦାର୍ଥକୁ ସେ ସଫା କରିଦେବେ । କିନ୍ତୁ ତାଙ୍କର ୩ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ବି ସେ ଯମୁନାକୁ ସଫା କରିବାର ପ୍ରତିଶ୍ରୁତି ପୂରଣ କରିପାରିନଥିଲେ । ଫଳରେ ବିଜେପି ଏହାର ଭଲ ଫାଇଦା ନେଇ ଆପ ସରକାରଙ୍କୁ ଟାଗେର୍ଟ କରିଥିଲା  ।

ବିଷାକ୍ତ ପାଣି ଘେରରେ କେଜ୍ରିଓ୍ବାଲ୍ :

ହରିୟାଣା ସରକାର ଯମୁନା ପାଣିକୁ ବିଷାକ୍ତ କରୁଥିବା ଅଭିଯୋଗ କରି ନିଜ ସରକାର ଉପରୁ ଦୋଷ ହଟାଇବାକୁ ଚେଷ୍ଟା କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ୍  । କିନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ସେହି ପାଣି ପିଇ କେଜ୍ରିଓ୍ବାଲଙ୍କୁ ଉଚିତ୍ ଜବାବ୍ ଦେଇଥିଲେ । ଏବଂ ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଥିଲେ ଯେ , ସେ ବି ଏହି ପାଣି ପିଅନ୍ତି  । ଯମୁନା ପାଣି ବିଷାକ୍ତକୁ ନେଇ ସବୁବେଳେ ଅରବିନ୍ଦ କେଜ୍ରିଓ୍ବାଲ୍ ପଛଘୁଞ୍ଚା ଦେଇଥିବା ବେଳେ ଏହାକୁ ସଫା କରିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ  । କିନ୍ତୁ ଅଲଗା କାର୍ଯ୍ୟକାଳରେ ଯମୁନାର ପାଣିକୁ ସଫା କରାଯିବାର ଦାବି କରୁଥିଲେ  ।

ଦୃଢ ଏବଂ ସଚ୍ଚୋଟର ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ :

ତେବେ ଦ୍ବିତୀୟ ପ୍ରସଙ୍ଗ ହେଉଛି , ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କର ସଚ୍ଚୋଟ ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ  । ଦିଲ୍ଲୀରେ ଏକ୍ସାଇଜ୍ ପଲିସୀ ଲାଗୁ ହେବା ପରେ ଆପର ବହୁ ନେତାଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିଲା  । ଏବଂ  ଅଭିଯୋଗ ହୋଇଥିଲା ଯେ ,ଶହ ଶହ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି  । ତେବେ ଏହାପରେ ଆପର ନେତା ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ , ମନୀଷ ସିସୋଦିଆ , ଅମାନତୁଲ୍ଲା ଖାନ୍ , ସଞ୍ଜୟ ସିଂହ ଏବଂ ନିଜେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିଲା  । ଏବଂ କିଛି ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା  ।

ବିଜେପି ଏହି ମାମଲାକୁ ନେଇ ବହୁତ ପ୍ରେସ କନଫରେନ୍ସ କରିଥିଲା  ଓ ଲୋକଙ୍କୁ ଜଣାଇଥିଲା ଯେ , ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ  ସେମାନେ ଦୃଢ ଏବଂ ସଚ୍ଚୋଟତାର ଭାବମୂର୍ତ୍ତି ବୋଲି ମାନୁଥିଲେ ସେ ନିଜେ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି  । ଆପର ନେତାମାନେ  ଜେଲରୁ ବାହାରିବା ପରେ ଏହାକୁ ବିଜେପିର ଏକ ଚକ୍ରାନ୍ତ ବୋଲି କହିବା ସହ ସେମାନେ କୋର୍ଟରେ ଆପ୍ ବିରୁଦ୍ଧରେ ଗୋଟେ ବି ପ୍ରମାଣ ଉପସ୍ଥାପନ କରିପାରିବେ ନାହିଁ ବୋଲି କହିଥିଲା  । ତଥାପି , ବିଜେପିର ନେତା ମାନେ  ଦିଲ୍ଲୀବାସୀଙ୍କ ନିକଟରେ ଆପ୍ ବିରୋଧରେ ସେମାନଙ୍କ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଥିଲେ  ।

ଏମସିଡି କ୍ଷମତାରୁ କ୍ଷତି :

ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ସାମ୍ନାକୁ ଆସୁଛି ତାହା ଦେଖି ଲାଗୁଛି , ଏଥର ଆପ କ୍ଷମତାରୁ ହଟିବ  । ଦିଲ୍ଲୀର ଲୋକେ ଏହାକୁ ଏମସିଡି ସହ ମଧ୍ୟ ଯୋଡୁଛନ୍ତି  । ଦିଲ୍ଲୀ ଏମସିଡିରେ ଆପ୍ କ୍ଷମତାରେ ଅଛି  ।  ଏପରି ପରିସ୍ଥିତିରେ ଏହା ଆଉ ଏକ ସଂଯୋଗ ମଧ୍ୟ ହୋଇପାରେ ଯେ , ଯେଉଁ ପାର୍ଟିର ସରକାର ଏମସିଡିରେ ଦଳ ଗଠନ କରେ  । ସେହି ପାର୍ଟି ନିର୍ବାଚନରେ ପରାଜୟର ସାମ୍ନା କରିଥାଏ  ।

ଏମସିଡିର ଶକ୍ତି କଣ ଓଲଟା ପ୍ରଭାବ ପକାଇଲା କି ?

ଦିଲ୍ଲୀରେ ସଫାସୁତରା , ସ୍ବେରଜ୍ ବ୍ୟବସ୍ଥା ଏବଂ ଅନ୍ୟସବୁ ପ୍ରସଙ୍ଗକୁ ନେଇ ଅରବିନ୍ଦ କେଜ୍ରିଓ୍ବାଲ୍ ପୂର୍ବ କିଛି ବର୍ଷ ଧରି ବିଜେପିକୁ ଟାଗେର୍ଟ କରିଆସୁଥିଲେ  । ସେ କହୁଥିଲେ ଯେ ବିଜେପି ନେତାମାନେ ଏମସିଡିର ସମସ୍ତ କାମ କରନ୍ତି ନାହିଁ ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି କରନ୍ତି । କିନ୍ତୁ , ଏମସିଡି ନିର୍ବାଚନରେ ଆପ ଦଳ  ​​ବିଜୟୀ ହେବା ପରେ, ବଲ ତାଙ୍କ କୋର୍ଟରେ ପଡ଼ିଗଲା ଏବଂ ଏବେ ଲୋକମାନେ ତାଙ୍କୁ ଅଳିଆ ଅପସାରଣ, ସ୍ୱେରେଜ୍ ସଫା କରିବା ଏବଂ ରାସ୍ତା ମରାମତି ଭଳି ଜିନିଷଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ଏବେ, ନିର୍ବାଚନରେ ​​ମଧ୍ୟ, ଆମ ଆଦମୀ ପାର୍ଟିର ନେତାମାନେ ଏହି ପ୍ରସଙ୍ଗରେ ପଛକୁ ହଟି ରହିଥିଲେ, ଅର୍ଥାତ୍ MCD ମଧ୍ୟ ଆପ ଡଙ୍ଗାରେ କିଛି ପାଣି ମିଶାଇଥିଲା  ।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ଭେଣ୍ଟିଲେଟରରେ ଚିକିତ୍ସିତ

ଭୁବନେଶ୍ବର: ବର୍ଷିଆନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ସଂକଟାପନ୍ନ ଅବସ୍ଥାରେ ସେ ଭୁବନେଶ୍ଵରର ଏକ ହସପିଟାଲରେ ଚାରିଦିନ ହେଲା ଚିକିତ୍ସିତ ହେଉଛନ୍ତି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁତର ହେବାରୁ ଏବେ ସେ ଆଇସିୟୁରେ ଅଛନ୍ତି । ଏକ ସ୍ଵତନ୍ତ୍ର ଟିମ୍ ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ ପାଖରେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନ ଅଛନ୍ତି ।

ବାବୁସାନ କହିଛନ୍ତି, ଆବଶ୍ୟକ ହେଲେ ଉତ୍ତମ ମହାନ୍ତିଙ୍କୁ ଏୟାର୍ ଆମ୍ଵୁଲାନସରେ ରାଜ୍ୟ ବାହାରକୁ ନିଆଯିବ। ଅଶୀ ଓ ନବେ ଦଶକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜୁତି କରିଥିଲେ ଉତ୍ତମ ମହାନ୍ତି । କ୍ୟାରିୟରର ଶେଷ ଆଡ଼କୁ ସେ ଚରିତ୍ର ଭୂମିକାରେ ବି ସେ କାମ କରିଛନ୍ତି । ଏହା ସହିତ କେତେକ ସିରିଆଲରେ ମଧ୍ଯ ଅଭିନୟ କରିଛନ୍ତି ।

ଫୁଟବଲ ଗ୍ରାଉଣ୍ଡ ନା ଯୁଦ୍ଧ କ୍ଷେତ୍ର, ହାତରେ ବନ୍ଧୁକ ଧରି ଖେଳିଲେ ଖେଳାଳୀ

ନନ୍ଦିଘୋଷ ବ୍ୟୁରୋ: ଫୁଟବଲ ଗ୍ରାଉଣ୍ଡରେ ଖେଳାଳୀଙ୍କ ହାତରେ AK-47 । ବନ୍ଧୁକ ଧରି ଫୁଟବଲ ଖେଳିଲେ ଖେଳାଳୀ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଚମ୍ବିତ କରିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଣିପୁର କଙ୍ଗପୋକପି ଜିଲ୍ଲାର ଏକ ଫୁଟବଲ ଗ୍ରାଉଣ୍ଡରେ । ଏହି ମ୍ୟାଚ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଦେଖିବାକୁ ମିଳିଛି କିଛି ଖେଳାଳୀ ହାତରେ ରାଇଫଲ ଧରି ଖେଳୁଛନ୍ତି । ଭିଡିଓରେ ପ୍ରାୟ ଡର୍ଜନ ଖେଳାଳୀ ନଜର ଆସୁଛନ୍ତି । ଏବଂ ସମସ୍ତଙ୍କ ହାତରେ ରାଇଫଲ ଅଛି । ମଣିପୁର ସ୍ଥିତି ଖରାପ ଥିବାବେଳେ ଖେଳାଳୀଙ୍କ ଏଭଳି କାମ ପାଇଁ ଉଦବେଗ ପ୍ରକାଶ ପାଇଛି ।

ହାତରେ ରାଇଫଲ ଧରି ଖେଳିଲେ ଫୁଟବଲ

ଏହା କୌଣସି ନକଲି ବନ୍ଧୁକ ନୁହେଁ । ସତସତିକା ଏକେ-୪୭ ବନ୍ଧୁକ ଅଟେ । ଧରିଥିବା ବନ୍ଧୁକର ନଳିରେ ଲାଲ ରିବନ ବନ୍ଧା ହେଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ମଣିପୁର କଙ୍ଗପୋକପି ଜିଲ୍ଲାର ଜଣେ ଇନଫ୍ଲୁଏନ୍ସଙ୍କ ଆକାଉଣ୍ଟରୁ ଭାଇରାଲ ହୋଇଥିଲା । ଏହି ଫୁଟବଲ ମ୍ୟାଚଟି ୨୦ଜାନୁୟାରୀରେ ଅନୁଷ୍ଠିତ ହୋଇଥିଲା । ପୋଷ୍ଟରେ ଜାଗାର ନାମ ମଧ୍ୟ ଦେଖାଯାଉଥିଲା । ଏହି ସ୍ଥାନ ରାଜଧାନୀ ଇମ୍ଫାଲ ଠାରୁ ପାଖାପାଖି ୩୦କିମି ଦୂରରେ ଅବସ୍ଥିତ । ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦିଓ ଏହି ଭିଡିଓ ସୋସିଆଲ ମିଡିଆରୁ ହଟାଇଦିଆଯାଇଛି ତଥାପି ଏହା ଚିନ୍ତାର କାରଣ ପାଲଟିଛି ।

ଘଟଣାର ତଦନ୍ତ ପାଇଁ ଦାବି

ହାତରେ ରାଇଫଲ ଧରିଥିବା ପିଲାମାନେ ନାଚୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ହେଲମେଟ ଏବଂ କାନ୍ଧରେ ଲାଲ ରଙ୍ଗର ଏକ ଖାସ ଲୋଗୋ ଦେଖିବାକୁ ମିଳିଥିଲା । ଯାହା କୁକି ନ୍ୟାସନାଲ ଫ୍ରଣ୍ଟ-ପି ମିଲିଟେଣ୍ଟସର ପରିଚୟ ଅଟେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମେତଇ ସମୁଦାୟ ଏହି ଘଟଣାର ଯାଞ୍ଚ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି ।

 

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ଲୋକଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ବର: ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ହେବ। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପ୍ରାକୃତିକ, ମନୁଷ୍ୟକୃତ କ୍ଷତି ଓ ବିସ୍ଥାପିତଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ରହିଛି । ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର, ୬ ମାସରେ ସାରିଲେ ୧୦ ହଜାର ଟଙ୍କା ବୋନସ ମିଳିବ । ଏହି ଯୋଜନାରେ ୭ ହଜାର ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର ୦। ୧୨ ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ଷ୍ଟାଡିୟମରେ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଏହାସହ ରାଜ୍ୟରେ ଏକିକୃତ ପେନସନ ଯୋଜନାକୁ ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି। ଏନପିଏସରେ ଥିବା ଅଧିକାରୀ ମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ। ୩ ଲକ୍ଷ ୩୩ ହଜାର ଅଧିକାରୀମାନେ ସେମାନେ ସ୍ଥିର କରିବେ ଏନପିଏସ କି ୟୁପିଏସରେ ରହିବେ। ରାଜ୍ୟରେ ଡ୍ୟାମର ମରାମତି ଓ ଉନ୍ନତିକରଣ ପାଇଁ ହଜାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ। ଆସନ୍ତା ୬ ବର୍ଷରେ ଏହି କାମକୁ ସଂପୂର୍ଣ୍ଣ କରାଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ତଥା ସିଭିଲ କୋର୍ଡର ଜୁଡିସିଆଲ ଷ୍ଟାଫ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ନିୟମ ୨୦୦୮କୁ ସଂଶୋଧନ କରିବାକୁ ପଦକ୍ଷେପ ନିଆଯାଉଛି। ଚାନ୍ଦବାଲି ଭାରିପଡ଼ାରେ ଖରସ୍ରୋତାର ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ଏକ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ କେନ୍ଦ୍ରାପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ୯ ନମ୍ବର କ ଜାତୀୟ ରାଜପଥ ଟ୍ରାଫିକ ସମସ୍ୟାକୁ ସହଜ କରିବ। କେନ୍ଦ୍ରାପଡ଼ା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାର ପୂଜାରିପଲ୍ଲୀ ଘଟାରେ ସେତୁ ନିର୍ମାଣ କରି ବରଗଡ଼ ଜିଲ୍ଲାର ଜରିମୂଲିକୁ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଛି।

ହଠାତ ବଦଳିଗଲା ପାଣିର ରଙ୍ଗ, ରକ୍ତ ଭଳି ହୋଇଗଲା ଲାଲ୍

ନନ୍ଦିଘୋଷ ବ୍ୟୁରୋ: ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନୋସ ଆୟର୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ନାଳର ପାଣି ହଠାତ୍ ଲାଲ ହୋଇଯାଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହାକୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି । ତେବେ ଗୁରୁବାର ଦିନ କେନାଲରେ ଲାଲ ପାଣି ପ୍ରବାହିତ ହେଉଥିବା ପରେ ଚର୍ଚ୍ଚା ଜୋର ଧରିଥିଲା ।

ସାରଣ୍ଡି ନାମକ ଏହି କେନାଲଟି ଏକ ପର୍ଯ୍ୟାବରଣ ସରଂକ୍ଷିତ କ୍ଷେତ୍ରରେ ଅବସ୍ଥିତ। କେନାଲ ପାଣିର ରଙ୍ଗ ପରିବର୍ତ୍ତନ ଯୋଗୁଁ ପରିବେଶ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ପାଣିର ରଙ୍ଗ ବଦଳିବା ପରେ ଆର୍ଜେଣ୍ଟିନାର ପରିବେଶ ମନ୍ତ୍ରଣାଳୟ ପରୀକ୍ଷା ପାଇଁ ପାଣି ନମୁନା ପଠାଇଛି । ତଦନ୍ତ ପରେ ହିଁ ଏହା ପଛର କାରଣ ଜଣାପଡିବ।

ପୂର୍ବରୁ ମଧ୍ୟ ନଦୀର ବଦଳିଥିଲା ରଙ୍ଗ

ଏକ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ କହିଛନ୍ତି ଯେ କପଡ଼ା ରଙ୍ଗାଇବା ରାସାୟନିକ ପଦାର୍ଥ କିମ୍ବା ନିକଟବର୍ତ୍ତୀ ଡିପୋରୁ ଆସୁଥିବା ରାସାୟନିକ ଅଳିଆ ଯୋଗୁଁ କେନାଲ ପାଣିର ରଙ୍ଗ ଲାଲ ହୋଇପାରେ। ଲୋକମାନେ କୁହନ୍ତି ଯେ ଅନେକ କମ୍ପାନୀ ଏହି କେନାଲରେ ଅଳିଆ ଆବର୍ଜନା ପକାଇଥାନ୍ତି । ଏହାବ୍ୟତୀତ, ଏହି କେନାଲ ଚମଡା ଏବଂ କପଡ଼ା କାରଖାନା ଥିବା ଅଞ୍ଚଳ ଦେଇ ଯାଇଥାଏ। ଲୋକମାନେ ଆହୁରି କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ କେନାଲ ପାଣିର ରଙ୍ଗ ବଦଳି ଯାଇଥିଲା। ପାଣିରୁ ପ୍ରବଳ ଗନ୍ଧ ଆସୁଥିବାର ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି।

ଲୋକମାନେ ଏହି ଦାବି ଉଠାଇଥିଲେ

ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ଥିବା କାରଖାନାର ଅଳିଆ ଆବର୍ଜନା କେନାଲରେ ପକାଯାଏ । ଯେତେବେଳେ ଏହି ଅପଚୟର ପରିମାଣ ବୃଦ୍ଧି ପାଏ, ନଦୀର ରଙ୍ଗ ପରିବର୍ତ୍ତନ ହୁଏ। ଏହି ରଙ୍ଗ କେତେବେଳେ ନୀଳ, କେତେବେଳେ ହାଲୁକା ସବୁଜ, ଗୋଲାପୀ କିମ୍ବା ବାଇଗଣୀ ହୋଇଯାଏ। ପାଣି ଉପରେ ଚିକ୍କଣର ଏକ ସ୍ତର ମଧ୍ୟ ଦୃଶ୍ୟମାନ ହେଉଛି। ଏହା ପରିବେଶ ପ୍ରଦୂଷଣର ଗମ୍ଭୀରତାକୁ ଦର୍ଶାଉଛି।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସରକାର ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ। ଏହାବ୍ୟତୀତ, କେନାଲକୁ ପ୍ରଦୂଷିତ କରୁଥିବା କମ୍ପାନୀଗୁଡ଼ିକ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ତେବେ ଏହାକୁ ନେଇ କିଛି କର୍ମୀମାନେ କହିଛନ୍ତି ଯେ କେନାଲ ପାଣି ଲାଲ ହୋଇଯିବା ଏକ ଚେତାବନୀ। ଏହା ଦେଖାଯାଉଛି ଯେ ଆମକୁ ପରିବେଶକୁ ସୁରକ୍ଷା ଦେବାକୁ ପଡିବ ନଚେତ୍ ଭବିଷ୍ୟତରେ ଆମକୁ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ୨୦୨୧ ମସିହା ପୂର୍ବରୁ ଆର୍ଜେଣ୍ଟିନାରେ, ଦକ୍ଷିଣ ପାଟାଗୋନିଆ ଅଞ୍ଚଳର ଏକ ହ୍ରଦର ସମ୍ପୂର୍ଣ୍ଣ ପାଣି ଗୋଲାପୀ ହୋଇଯାଇଥିଲା।

 

ଦିଲ୍ଲୀ ନିର୍ବାଚନ: ମ୍ୟାଜିକ ନମ୍ବର ପାର କଲାଣି ବିଜେପି

ନୂଆଦିଲ୍ଲୀ:  ଦିଲ୍ଲୀ ନିର୍ବାଚନ ଏକପାଖିଆ । ମ୍ୟାଜିକ ନମ୍ବର ପାର କରିସାରିଲାଣି ବିଜେପି । ଅଧିକାଂଶ ଆସନରେ ଆଗୁଆ ରହିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୪୫ ଆସନରେ ଆଗୁଆ ଥିବାବେଳେ ଆପ୍ ୨୫ ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ବି ଆସନରେ ଆଗୁଆ ହୋଇନାହିଁ । ଦଳର ବହୁ ହେଭିୱେଟ ନେତାଙ୍କୁ ପଛରେ ପକାଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ ଆସନରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ ପଛାଇଥିବାବେଳେ ବିଜେପି ପ୍ରାର୍ଥୀ ପରବେଶ ବର୍ମା ଆଗେଇଛନ୍ତି । ଜଙ୍ଗପୁରା ଆସନରେ ଆପ ହେଭିୱେଟ ତଥା ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ ଆଗୁଆ ଅଛନ୍ତି । କାଲକାଜୀରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆଗୁଆ ଅଛନ୍ତି । ସେଠାରେ ସେ ମୁଖ୍ଯମନ୍ତ୍ରୀ ଆତିଶୀକୁ ପଛରେ ପକେଇଛନ୍ତି। ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ପଛୁଆ ଅଛନ୍ତି। ଶକୁର ବସ୍ତିରେ ଆପ୍ ପ୍ରାର୍ଥୀ ସତ୍ୟନ୍ଦ୍ର ଜୈନ ପଛୁଆ ଅଛନ୍ତି । ବାବରପୁର ଆସନରେ ଆପର ଗୋପାଳ ରାଏ ଆଗୁଆ ଅଛନ୍ତି। ଗ୍ରେଟର କୈଳାସରୁ ଆପ୍ ପ୍ରାର୍ଥୀ ସୌରଭ ଭରଦ୍ବାଜ ପଛୁଆ ଅଛନ୍ତି ।

୨୮ଲକ୍ଷ ଦେଇ ପୁଅକୁ କାନାଡା ପଠାଇଥିଲେ, ୩୫ଲକ୍ଷ ଦେଇ ଶବ ଆଣିଲେ

ନନ୍ଦିଘୋଷ ବ୍ୟୁରୋ: ବୋଝ ଉପରେ ନଳିତା ବିଡା । ପୁଅ ରୋଜଗାରରେ ଚଳିବା ବୟସରେ କରଜ କରି ପୁଅର ଶବ ଆଣୁଛି ବାପା । ମେରୁଦଣ୍ଡ ଭାଙ୍ଗିଯାଇଥିଲେ ସୁଦ୍ଧା ପୁଅର ଶବକୁ ଫେରାଇଆଣିବାକୁ ବାପାର ପ୍ରଚେଷ୍ଟା । ସରକାରଙ୍କ ପାଖରେ ଗୁହାରୀ ଲଗାଇଥିଲେ ମଧ୍ୟ ଶୁଣିନଥିଲେ ସରକାର । ଶେଷରେ ବାଧ୍ୟ ହୋଇ ଧାରକରଜ କରି ପୁଅର ଶବକୁ କାନାଡାରୁ ଫେରାଇ ଆଣିବାରେ ସକ୍ଷମ ହୋଇଛି ଦୁଃଖୀ ବାପା ।

କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।  ପୁଅର ମରଶରୀର ଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି ହରିୟାଣା କର୍ଣ୍ଣଲ ଅଞ୍ଚଳରେ ।  କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ଣ୍ଣାଲର ନବପ୍ରୀତଙ୍କ ମୃତଦେହ ଶୁକ୍ରବାର ତାଙ୍କ ଘରେ ପହଞ୍ଚିଛି । ଛଳଛଳ ଆଖିରେ  ପୁଅର ଚିତାରେ ମୁଖାଗ୍ନି ଦେଇଛନ୍ତି ବାପା ଗୁରୁଦେବ ।  ୧୫ ଦିନ ପୂର୍ବେ, ଜାନୁଆରୀ ୨୩ ତାରିଖରେ ନବପ୍ରୀତଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପାଖରେ ମୃତଦେହକୁ ଭାରତ ଆଣିବା ପାଇଁ ଟଙ୍କା ନଥିଲା। ଆର୍ଥିକ ସହାୟତା ପାଇଁ ହରିୟାଣା ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ଶୁଣିନଥିଲେ ସରକାର । ତେବେ ସରକାରଙ୍କଠାରୁ ସାହାଯ୍ୟ ନ ପାଇବା ପରେ, ପରିବାର ପୁଅର ମୃତଦେହ ଫେରାଇ ଆଣିବା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କାର କରଜ କରିଛନ୍ତି ପରିବାର ।

୧୫ ମାସ ପୂର୍ବେ କାନାଡା ଯାଇଥିଲେ
ଗୁରୁବାର ସନ୍ଧ୍ୟାରେ ନବପ୍ରୀତଙ୍କ ମୃତଦେହ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା, କିନ୍ତୁ କିଛି ଅସମ୍ପୂର୍ଣ୍ଣ କାଗଜପତ୍ର ଯୋଗୁଁ ପ୍ରଶାସନ ଶୁକ୍ରବାର ସକାଳେ ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲା। ନବପ୍ରୀତଙ୍କ ବାପା କହିଛନ୍ତି ଯେ ୧୫ ମାସ ପୂର୍ବରୁ ସେ ତାଙ୍କ ସାନ ପୁଅ ନବପ୍ରୀତଙ୍କୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରି କାନାଡା ପଠାଇଥିଲେ। ୨ ବର୍ଷ ପୂର୍ବେ ସେ ୫୦ ଲକ୍ଷ ଟଙ୍କା ଋଣ ନେଇ ତାଙ୍କ ବଡ଼ ପୁଅ ତରଣପ୍ରୀତଙ୍କୁ ଆମେରିକା ପଠାଇଥିଲେ । ପରେ, ଯେତେବେଳେ ସାନ ପୁଅ ଜିଦ୍ ଧରିଲା, ତାକୁ ମଧ୍ୟ କାନାଡା ପଠାଇଥିଲେ ।

ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, ନବପ୍ରୀତଙ୍କର ହୋଇଥିଲା ମୃତ୍ୟୁ
ନବପ୍ରୀତଙ୍କ ବାପା ଗୁରୁଦେବ କହିଛନ୍ତି ଯେ ଜାନୁଆରୀ ୨୪ ତାରିଖରେ ତାଙ୍କ ବଡ଼ ପୁଅ ତରଣପ୍ରୀତ ତାଙ୍କୁ ତାଙ୍କ ସାନ ଭାଇର ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ନବପ୍ରୀତ କାନାଡାରେ ଟ୍ରକ୍ ଚଲାଉଥିଲେ। ନବପ୍ରୀତଙ୍କ ସହିତ ଯାଉଥିବା ଡ୍ରାଇଭର ଆମେରିକାରେ ତରଣପ୍ରୀତଙ୍କୁ ଜଣାଇଥିଲେ ଯେ କାନାଡାରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯେଉଁଥିରେ ନବପ୍ରୀତଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଟ୍ରକରେ ଯାତ୍ରା କରୁଥିବା ଅନ୍ୟ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁଦେବ କହିଥିଲେ ଯେ ଆମେ ଆମ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲୁ। କିନ୍ତୁ ସରକାର ଏବଂ ପ୍ରଶାସନ କୌଣସି ସାହାଯ୍ୟ କରିନଥିଲେ। ଆମ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ଆମେ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛୁ ।

ଛୁଟି ନାମଞ୍ଜୁର ହେବାରୁ ଛୁରୀରେ ଆକ୍ରମଣ କଲେ କର୍ମଚାରୀ !

ନନ୍ଦିଘୋଷ ବ୍ୟୁରୋ: ଦେଲେନି ଛୁଟି ତାତିଲେ କର୍ମଚାରୀ । କ୍ରୋଧ ଏତେ ଭୟାନକ ଥିଲା ଯେ, ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ କର୍ମଚାରୀ । ଗତ ଗୁରୁବାର ଅପରାହ୍ନରେ କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ଜଣେ ବ୍ୟକ୍ତି ରକ୍ତ ଲାଗିଥିବା ଛୁରୀ ଧରି ରାସ୍ତାରେ ବୁଲୁଥିବାର ଦେଖାଯିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ବ୍ୟକ୍ତି ଜଣକ ରାଗରେ ଛୁରୀ ହଲାଇ କାହାକୁ ତାଙ୍କ ପାଖକୁ ଆସିବାକୁ ବାରଣ କରିବାରୁ ପଥଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଅଭିଯୁକ୍ତ ଜଣକ ହାତରେ ଏକ ଛୁରୀ ପାଗଳପ୍ରାୟ ହେଉଥିବାର ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍ ପୋଲିସ ଅଧିକାରୀ ପରିସ୍ଥିତିକୁ ଗମ୍ଭୀରତାର ସହ ନେବା ସହିତ ଅଭିଯୁକ୍ତଙ୍କୁ ଛୁରୀଟି ଫୋପାଡ଼ି ଦେବାକୁ ବାରମ୍ବାର ଅନୁରୋଧ କରିଥିଲେ। ବହୁତ ବୁଝାସୁଝା ପରେ, ଅଭିଯୁକ୍ତ ଛୁରୀଟି ଫୋପାଡ଼ି ଦେଇଥିଲା, ଯାହା ପରେ ପୋଲିସ ତୁରନ୍ତ ତାକୁ ହେପାଜତକୁ ନେଇଥିଲା । ପରେ, ବିଧାନନଗର ପୋଲିସ ଅଭିଯୁକ୍ତକୁ ଟେକ୍ନୋ ସିଟି ଥାନାରେ ଗିରଫ କରିଥିଲା ।

ଛୁଟି ଖାରଜ ହେବାରୁ ରାଗିଲେ କର୍ମଚାରୀ

ଗିରଫ ଅଭିଯୁକ୍ତଙ୍କ ନାମ ଅମିତ କୁମାର ସରକାର, ଯିଏ ପଶ୍ଚିମବଙ୍ଗ ସରକାରଙ୍କ ଏକ ବିଭାଗରେ କାର୍ଯ୍ୟ କରନ୍ତି। କୁହାଯାଉଛି ଯେ ସେ କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କ ଛୁଟିକୁ ଖାରଜ କରିଦିଆଯାଇଥିଲା। ଏହା ତାଙ୍କୁ ଏତେ ରଗେଇ ଦେଇଥିଲା ଯେ ସେ ତାଙ୍କ ସହକର୍ମୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ ଏବଂ ହଠାତ୍ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲେ । ଆକ୍ରମଣରେ ଅନେକ କର୍ମଚାରୀ ଆହତ ହୋଇଥିଲେ ଏବଂ ଜଣେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଆକ୍ରମଣ ପରେ, ଅଭିଯୁକ୍ତ ଜଣକ ଅଫିସରୁ ବାହାରି ରାସ୍ତାରେ ଆସି ଛୁରୀ ହଲାଇବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଛୁରୀ ଫୋପାଡ଼ିବାକୁ କହିଥିଲେ, କିନ୍ତୁ ସେ କାହାରି କଥା ଶୁଣି ନଥିଲେ ଏବଂ କାହାରି ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ପୋଲିସ ତଦନ୍ତ ଆରମ୍ଭ

ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଅଭିଯୁକ୍ତ ଦାବି କରିଥିଲା ​​ଯେ ତାଙ୍କ ସହକର୍ମୀମାନେ ତାଙ୍କ ବାପାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ, ଯାହା ତାଙ୍କୁ କ୍ରୋଧିତ କରିଥିଲା ​​ଏବଂ ସେ କ୍ରୋଧରେ ଆକ୍ରମଣ କରିଥିଲେ। ତଥାପି, ପୋଲିସ ଏହି ଅଭିଯୋଗକୁ ସମାଧନ କରିବାରେ ବ୍ୟସ୍ତ। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି ।

ପୁଅର ଖୁସୀ ପାଇଁ କାର କିଣିକି ନେଉଥିଲା ଗରିବ ବାପା, ଧରିଲା ପୋଲିସ ..

ନନ୍ଦିଘୋଷ ବ୍ୟୁରୋ: ଜଣେ ପିତା ତାଙ୍କ ପିଲାର ଖୁସି ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଯଦିଓ ପିଲାଟିର ଚାହିଦା ବଜେଟ୍ ଠାରୁ ଅଧିକ ଥାଏ, ତଥାପି ସେମାନେ ଚେଷ୍ଟା କରନ୍ତି ଯେ ପିଲାକୁ କେମିତି ସେହି ଜିନିଷ ମିଳିପାରିବ। ସେମିତି ଜଣେ ବାପାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ପୁଅ ନିଜ ସାମର୍ଥ୍ୟ ବାହାରେ ଗାଡ଼ି କିଣି ନେଉଥିବାର ଦେଖାଯାଉଛି  ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ବାଇକ ଚଲାଉଛନ୍ତି ଏବଂ ତାଙ୍କ ପଛରେ ବସିଥିବା ଜଣେ ବ୍ୟକ୍ତି ଏକ ବଡ଼ କାର ଧରିଛନ୍ତି । ଏହାକୁ ଦେଖି ଯେତେବେଳେ ଟ୍ରାଫିକ ପୋଲିସ ତାଙ୍କୁ ପଚରିଲେ ଏ ଲୋକ କିଏ ଯିଏ ଗାଡିକୁ ଗାଡି ଉପରେ ଥୋଇ ନେଉଛନ୍ତି ଏବଂ ତୁମେ କିଏ ? ତେବେ ଉତ୍ତର ଦେଇ ବ୍ୟକ୍ତି ଜଣକ କହୁଛନ୍ତି ‘‘ମୁଁ ପିଲାଟିର ବାପା’’ । ଏହା କହିବା ଭିତରେ ତାଙ୍କ ଆଖି ଛଳଛଳ ହେଇଗଲା । ତାଙ୍କର ଛାଡପତ୍ର ହୋଇଯାଇଛି ଏବଂ ପିଲାଟି ତାଙ୍କ ଛାଡପତ୍ର ପାଇଥିବା ସ୍ତ୍ରୀ ସହିତ ରହେ । ତାଙ୍କ ପିଲାଠାରୁ ଅଲଗା ହେବାର ଯନ୍ତ୍ରଣା ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା କିନ୍ତୁ ସେ ତାଙ୍କ ପିଲାଙ୍କ ଖୁସି ପାଇଁ ଗାଡ଼ି ନେଉଥିବାରୁ ବହୁତ ଉତ୍ସାହିତ ଥିଲେ।

https://twitter.com/i/status/1887495221426200631

ଏହି ଭିଡିଓଟି X ର @MyWishIsUs ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏବଂ ଏହା ସହିତ କ୍ୟାପସନରେ ଲେଖାଯାଇଛି – ‘କେବଳ ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷର କଷ୍ଟକୁ ବୁଝିପାରେ।’ ଏହି ପୋଷ୍ଟଟି ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ଏବଂ ଅନେକ କମେଣ୍ଟ ମଧ୍ୟ ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି – ଏତେ ସୁନ୍ଦର ବ୍ୟକ୍ତିଙ୍କୁ ଦେଖି ମୁଁ ଖୁସି । ଆଉ ଜଣେ ଲେଖିଛନ୍ତି – ଏହା ପରିପକ୍ୱ ଲୋକଙ୍କ ସଂଘର୍ଷ । ତୃତୀୟ ଜଣକ ଲେଖିଛନ୍ତି – ତାଙ୍କ ଭାବନାକୁ ବୁଝିବା ଉଚିତ। ଆଉ ଜଣେ ଲେଖିଛନ୍ତି – ଏହି ଭିଡିଓଟି ବହୁତ ଭଲ, ଏହା ହୃଦୟକୁ ଛୁଇଁଗଲା । ଜଣେ ବ୍ୟକ୍ତି ଲେଖିଛନ୍ତି- ଏହା ସତ୍ୟ, ଏହି ଯନ୍ତ୍ରଣା ଅନ୍ୟ କେହି ବୁଝିପାରିବେ ନାହିଁ।

ସଙ୍ଗମରେ ବୁଡ଼ ପକାଇଲେ ରାଜକୁମାର ରାଓ ଓ ତାଙ୍କ ସ୍ତ୍ରୀ ପତ୍ରଲେଖା

ନନ୍ଦିଘୋଷ ବ୍ୟୁରୋ: ସଙ୍ଗମରେ ବୁଡ ପକାଇବକୁ ପହଞ୍ଚିଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ  । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଲିଉଡର ଅନେକ ଅଭିନେତା ସଙ୍ଗମରେ ବୁଡ ପକାଇ ସାନିଧ୍ୟ ଲାଭ କରିଥିବା ବେଳେ ଆଜି ସ୍ତ୍ରୀ ପତ୍ରଲେଖା ସହିତ ରାଜକୁମାର ରାଓ ବୁଡ ପକାଇବାକୁ ପହଞ୍ଚିଛନ୍ତି ।

ତେବେ ରାଜକୁମାର ରାଓ କହିଛନ୍ତି ଯେ, ସଙ୍ଗମରେ ବୁଡ ପକାଇବାକୁ ମୁଁ ବହୁତ ବ୍ୟାକୁଳ ଅଛି । ଆମେ ପୂର୍ବରୁ ଏଠାକୁ ଆସିସାରିଛୁ । ମୁଁ ଏବଂ ମୋ ସ୍ତ୍ରୀ ଗଙ୍ଗାମାତାଙ୍କୁ ବହୁଲ ଭଲ ପାଉ । ତାଙ୍କୁ ମହାକୁମ୍ଭରେ ରହିବା କଥା ନେଇ ପ୍ରଶ୍ନ କରିବା ପରେ ସେ ଉତ୍ତର ଦେଇଛନ୍ତି ଆମେ ସ୍ବାମୀଜୀ ପରମାର୍ଥ ନିକେତନ ଆଶ୍ରମରେ ଆଶ୍ରୟ ନେଇଛୁ । ଏବଂ ଆଜି ସ୍ନାନ କରିବାର ଯୋଜନା ରଖିଛୁ ।

ଯେତେବେଳେ ତାଙ୍କୁ ମହାକୁମ୍ଭରେ ଭିଡ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଛନ୍ତି, ଏଠାରେ ଲକ୍ଷ ନୁହେଁ କୋଟିକୋଟି ଭକ୍ତ ଆସନ୍ତି । ଏହା ମହାକୁମ୍ଭର ଶକ୍ତି ଯେ ସେ ସମଗ୍ର ବିଶ୍ବକୁ ଏକତ୍ରିତ କରିପାରୁଛି । ମହାକୁମ୍ଭକୁ ଆସି ବୁଡ ପକାଇବା ସମସ୍ତଙ୍କ ପାଇଁ ଭାଗ୍ୟର କଥା । ଭଗବାନଙ୍କ ଦୟାରୁ ଆମେ ଏଠାକୁ ଆସିପାରିଛୁ ଏବଂ ବୁଡ ପକାଇବାକୁ ଅବସର ମିଳିଛି ସେଥିପାଇଁ ଆମେ ଋଣୀ ।

ମହାକୁମ୍ଭକୁ ନେଇ ସିନେମା ନିର୍ମାଣ ଉପରେ ସେ କହିଛନ୍ତି ଯଦି କୋଉ କାହାଣୀ ମିଳୁଛି ଯେମିତି ମୁଁ କହିଥିଲି ଏହା ଏକ ଯାଦୁର ପରିବେଶ । ଏଠାରେ ଆଧ୍ୟତ୍ମିକତା ପରିବେଶ ଅଛି । ଯଦି ଏହା ଉପରେ କିଛି ବନିପାରୁଛି ତାହେଲେ ଭଲ କଥା । କିଛିଦିନ ପୂର୍ବରୁ ରାଜକୁମାର ରାଓ ନିଜ ସ୍ତ୍ରୀ ପତ୍ରଲେଖାଙ୍କ ସହ ମିଶି ନିଜ ପ୍ରଡକ୍ସନ ହାଉସର ଶୁଭାରମ୍ଭ କରିଛନ୍ତି ।