ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ କପୁରସିଂ ସ୍ଥିତ “ଏମ୍ ଜି ଏମ୍ ସ୍କୁଲ ଅଫ ସ୍ପୋର୍ଟସ ” ଠାରେ ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ କ୍ରିକେଟର ରବି ଶାସ୍ତ୍ରୀ, ଭେଙ୍କଟରାଜୁ, ଦେବାଶିଷ ମହାନ୍ତିଙ୍କ ସହ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ମ୍ୟାଚର ଶୁଭ ଉଦଘାଟନ କରିଥିଲେ । ଏମଜିଏମ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ବୁଲି ଦେଖିବା ସହ ଖେଳାଳି ମାନଙ୍କ ପାଇଁ ହୋଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । ଏହି ଠାରୁ ପ୍ରଶିକ୍ଷଣ ନେଇ ଆଗାମୀ ଦିନରେ ବହୁ ଖେଳାଳି ଅନ୍ତର୍ଜାତୀୟ ସ୍ତରକୁ ମନୋନୀତ ହୋଇପାରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
ମୋଦିଙ୍କୁ କହିଥିଲେ ଏମିତି, ପରାଜୟ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି କେଜ୍ରିଓ୍ବାଲଙ୍କ ଭିଡିଓ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆପର ଶୋଚନୀୟ ପରାଜୟ ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କେଜ୍ରିଓ୍ବାଲ ଏହି ଭିଡିଓରେ କହିଛନ୍ତି କି, ଆପକୁ ହରାଇବା ପାଇଁ ବିଜେପି ବହୁ ଯୋଜନା କରିଛି । କିନ୍ତୁ ଦିଲ୍ଲୀରେ ଏଇ ଜନ୍ମରେ ମୋଦି କେବେ ଆପକୁ ହରାଇ ପାରିବେ ନାହିଁ । ଜେଲରେ ଥାଇ ମଧ୍ୟ ଆପ ଜିତିବ । ଯାହାର ଭିଡିଓଟି ସୋସିଆଲ ମିଡିଆରେ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି । ଏବଂ କିଛି ୟୁଜର୍ସ ଅଜବ ଅଜବ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ରାବଣର ଗର୍ବ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଆଜି କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ କେଜ୍ରିଓ୍ବାଲ କହିଥିଲେ କି, ଯଦି ଆମେ ଦୁର୍ନିତୀ ଗ୍ରସ୍ତ ବୋଲି ଭାବୁଛନ୍ତି ତାହେଲେ ଆମକୁ ଭୋଟ ଦିଅନ୍ତୁ ନାହିଁ । ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
https://www.instagram.com/arvindkejriwal/?utm_source=ig_embed&ig_rid=ca7577c5-6d38-4f48-a045-af10ac4f3c5f
ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ କଣ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍ ,ଜାଣନ୍ତୁ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ , ଆମେ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ । ଏହି ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ । ଆମେ ଲୋକଙ୍କ ସୁଖ ଦୁଖରେ ସାହାର୍ଯ୍ୟ କରିବୁ । କେଜ୍ରିଓ୍ବାଲ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ , ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିଛି । ଲୋକଙ୍କ ନିଷ୍ପତ୍ତି ଯାହା ହେଉ, ଆମେ ତାକୁ ନମ୍ରତାର ସହ ଗ୍ରହଣ କରୁଛୁ । ଦିଲ୍ଲୀ ବାସୀଙ୍କ ନିଷ୍ପତ୍ତି ଆମର ଶିରୋଧାର୍ଯ୍ୟ । ବିଜେପିକୁ ଜିତିବା ପାଇଁ ଅଭିନନ୍ଦନ । ମୁଁ ଆଶା କରୁଛି ଯେ, ଯେଉଁ ଆଶାର ସହ ଦିଲ୍ଲୀବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି ସେମାନେ ସେହି ଆଶା ପୂରଣ କରିବେ । ସେ କହିଥିଲେ ଯେ , ଗତ ଦଶବର୍ଷ ମଧ୍ୟରେ ଜନସାଧାରଣ ଆମକୁ ଦେଇଥିବା ସୁଯୋଗରେ ଆମେ ବହୁତ କାମ କରିଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଏବଂ ପାଣି କ୍ଷେତ୍ରରେ ବହୁତ କାମ ହୋଇଛି। ଆମେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛୁ। ଦିଲ୍ଲୀର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଚେଷ୍ଟା କରିଛୁ ।
କେଜ୍ରିଓ୍ବାଲ ଏହା ମଧ୍ୟ କହିଛନ୍ତି ଯେ ଆମେ ଲୋକଙ୍କ ସୁଖ ଦୁଖରେ କାମରେ ଆସିବୁ । କାରଣ ଆମେ ରାଜନୀତି କ୍ଷମତାରେ ରହିବୁ ବୋଲି କରିନଥିଲୁ । ଆମେ ରାଜନୀତିକୁ ଏକ ମାଧ୍ୟମ ବୋଲି ଭାବୁ ଯାହା ଦ୍ବାରା ଆମେ ଲୋକଙ୍କ ସେବା କରିପାରିବୁ । ଆମେ କେବଳ ଦୃଢ ବିରୋଧୀ ଦଳର ଭୂମିକା ଗ୍ରହଣ କରିବୁ ନାହିଁ ବରଂ ସମାଜସେବା ମଧ୍ୟ ଜାରି ରଖିବୁ । ଆମେ ସୁଖ ଦୁଖରେ ଏହିପରି ଭାବେ ଲୋକଙ୍କୁ ସାହାର୍ଯ୍ୟ କରିବୁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆମ୍ ଆଦମୀ ପାର୍ଟିର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆମର କର୍ମୀମାନେ ବହୁତ କଠିନ ପରିଶ୍ରମ କରିଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ସହ୍ୟ କରିଥିଲେ କିନ୍ତୁ ଏହି ନିର୍ବାଚନ ସମୟରେ ସେ ଚମତ୍କାର ଭାବରେ ନିର୍ବାଚନ ଲଢ଼ିଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।
ହମ୍ ଆପକେ ହେ କୈନ୍ ଫିଲ୍ମରେ ମାଧୁରୀଙ୍କ ସ୍ଥାନରେ ନଜର ଆସିଥାନ୍ତେ କରିସ୍ମା, ନିର୍ଦ୍ଦେଶକ କହିଲେ..
ନନ୍ଦିଘୋଷ ବ୍ୟୁରୋ: ୯୦ ଦଶକର ହିଟ୍ ଫିଲ୍ମ ମଧ୍ୟରେ ହମ ଆପକେ ହେ କୈନ ଅନ୍ୟତମ । ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଆଜି ମଧ୍ୟ ସଲମାନ ଏବଂ ମାଧୁରୀଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକେ ମନେ ରଖିଛନ୍ତି । ଫିଲ୍ମର କାହାଣୀ ସାଙ୍ଗକୁ ଗୀତ ଗୁଡ଼ିକ ମଧ୍ୟ ବେଶ ହିଟ୍ ହୋଇଥିଲା । ଆଜି ମଧ୍ୟ ସେହି ଗୀତର ବେଶ ଆଦର ରହିଛି । ତେବେ ମାଧୁରୀଙ୍କ ସ୍ଥାନରେ ଏହି ଫିଲ୍ମରେ ପ୍ରଥମ ପସନ୍ଦ ରହିଥିଲେ କରିସ୍ମା । କିନ୍ତୁ ତାଙ୍କୁ କାହିଁକି ଫିଲ୍ମରେ ନିଆଗଲା ନାହିଁ ଏହାର କାରଣ କହିଛନ୍ତି ନିର୍ଦ୍ଦେଶକ ।
ନିର୍ଦ୍ଦେଶକ ସୁରଜ ଏକ ଟିଭି ଶୋରେ ଯୋଗଦେବା ଅବସରରେ କହିଛନ୍ତି କି, ଆମେ ଯେତେବେଳେ ମାଧୁରୀଙ୍କ ଫିଲ୍ମ ଦେଖିଥିଲୁ ତାଙ୍କୁ ନେବା ଲାଗି ଭାବିଥିଲୁ । କିନ୍ତୁ ପରେ ଏହି ଭୂମିକା ପାଇଁ ତାଙ୍କ ବୟସ ଖାପ ଖୁଆଇବ ନାହିଁ ବୋଲି ଭାବିଥିଲୁ । ଯେଉଁ କାରଣରୁ ତାଙ୍କ ସ୍ଥାନରେ ମାଧୁରୀଙ୍କୁ ନେଇଥିଲୁ । ଏବଂ ସଲମାନଙ୍କ ସହ ତାଙ୍କ ସ୍କ୍ରିନ୍ ସେୟାର କର୍ଶକେ ଭଲ ପାଇବା ଦେଲେ ।
ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ: ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାଲିମେଳା ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଲେ ମନ୍ଦିରା ଶୋଡି ଏବଂ ଯୋତୀ ହାଲଦାର୍ । ଦୁହେଁ ଦୁଇଦିନ ଧରି ନିଖୋଜ ଥିଲେ । ଦୁହିଁଙ୍କ ନିଖୋଜ ଥିବା ନେଇ ଖବର ଏମଭି ୭୯ ଥାନାରେ ଏତଲା ଦେଇଥିଲେ ପରିବାରେ ଲୋକେ । ପରେ ଏମଭି ୭୯ ପୋଲିସ ଏମଭି ୭୨ ପ୍ରାଥମିକ ବିଦ୍ଯାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ । ଆଜି ଏମପିଭି ୪୧ ନାଳ ନିକଟରେ ଏକ ଗଛରେ ଦୁହିଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତା ପାଖରେ ଥିବା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଜୟପାଟଣା ବ୍ଲକ ପଡାର ସିତରାମ ନାଏକଙ୍କ ପୁଅ ପ୍ରମୋଦ ନାଏକ ବୋଲି ଜଣାପଡ଼ିଛି। ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ କେହି ଜଣେ ଫୋନ କରି ଡାକିଥିଲୋ। କିନ୍ତୁ ସକାଳୁ ଏକ ନିଛାଟିଆ ପୋଖରୀରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ କହିବା ମୁତାବକ ପୂର୍ବରୁ ଧନୁଯାତ୍ରାରେ କିଛି ଲୋକଙ୍କ ସହ ଝଗଡା ହୋଇଥିଲା। ସେହି ଝଗଡାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହି ମାମଲାରେ ଭାରତଠାରୁ ଆଗରେ ରହିଛି ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ଆଗକୁ ଆସୁଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଫେବୃଆରୀ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକେ । ତେବେ ବିଶ୍ବକପରେ ପାକିସ୍ତାନଠାରୁ ଆଗରେ ରହିଥିବା ଭାରତ କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ପଛରେ ରହିଛି । ଉଭୟ ଦଳ ୫ଥର ମୁହାଁମୁହିଁ ହୋଇଥିବାବେଳେ ପାକିସ୍ତାନ ୩ଥର ବିଜୟ ହୋଇଥିବାବେଳେ ଭାରତ ୨ ଥର ଜିତିଛି । ଏଣୁ ଆଶା କରାଯାଉଛି କି ଏଥରକ ଭାରତ- ଏହି ରେକର୍ଡ ଭାଙ୍ଗିବ । ସେପଟେ ଦିନିକିଆରେ ମଧ୍ୟ ଭାରତ ଏବଂ ପାକିସ୍ତାନକୁ ଯଦି ହେଡ ଟୁ ହେଡ ଦେଖିବା ତାହେଲେ ବିଜୟ ହାର ମଧ୍ୟ ଆଗରେ ରହିଛି ।
ଏଯାବତ ଭାରତ-ପାକିସ୍ତାନ ମଧ୍ୟରେ ୧୩୫ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୫୭ଟି ବିଜୟୀ ହୋଇଥିବାବେଳେ ପାକିସ୍ତାନ ୭୩ଟି ଜିତିଛି । ଏଣୁ ଭାରତଠାରୁ ଆଗରେ ରହିଥିବା ପାକିସ୍ତାନକୁ ଏତେ ସହଜରେ ନେବା ଭୁଲ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି । ତେବେ କହି ରଖୁଛୁ କି, ଚଳିତ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଯିବାକୁ ମନା କରିଥିଲା ଭାରତ । ଯେଉଁ କାରଣରୁ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ କିଭଳି ଭାବେ ଆୟୋଜନ କରୁଛି ତାହା ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର ।
ଦିଲ୍ଲୀରେ ଖେଳାଯିବ କି ସରପ୍ରାଇଜ୍ କାର୍ଡ ? ଏମାନେ ରହିଛନ୍ତି ମୁଖ୍ୟମନ୍ତ୍ରୀ ରେସରେ..
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଜୟ ବିଜୟ ଅଭିମୁଖେ ବିଜେପି । ଆପର ଶୋଚନୀୟ ପରାଜୟ ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ଦିଲ୍ଲୀରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଏହି ରେସରେ ବହୁ ନେତାଙ୍କ ନାମ ସାମିଲ ହୋଇଛି । ମୋହନ ଯାଦବ, ଭଜନଲାଲ ଶର୍ମା, ବିଜେନ୍ଦ୍ର ଗୁପ୍ତା ଏବଂ ମନୋଜ ତିଓ୍ବାରୀଙ୍କ ଭଳି ନେତା ଏବେ ରେସରେ ରହିଛନ୍ତି । ଯାହାକୁ ନେଇ ଚର୍ଚ୍ଚାର ଜୋର ଧରିଥିବାବେଳେ ମୋଦିଙ୍କ ନିଷ୍ପତ୍ତି ପରେ ଘୋଷଣା ହେବା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରଭେସ ବର୍ମା ରେସରେ ଆଗରେ ରହିଛନ୍ତି । ତେବେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ବିଜେପି କାହା ନାମ ଘୋଷଣା କରିନଥିଲା । କିନ୍ତୁ ଏବେ ବଡ଼ ବିଜୟ ହାସଲ କରିଥିବାବେଳେ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏଥିରେ ଜବନିକା ପଡ଼ିଛି ।
ପରଭେଶ ବର୍ମା କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବାବେଳେ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଦିଲ୍ଲୀ ଆସନରୁ ଯେଉଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ପ୍ରାୟତଃ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ସେ ଶିଲା ଦିକ୍ଷିତ ହୁଅନ୍ତୁ କିମ୍ବା କେଜ୍ରିଓ୍ବାଲ । ଏଣୁ ପରଭେଶ ବର୍ମାଙ୍କ ଭାଗ୍ୟ ଚମକିବ ବୋଲି ଆଶା ରଖାଯାଇଛି । ପରଭେଶ ଜାଟ ସମ୍ପ୍ରଦାୟରୁ ଆସିଥିବାବେଳେ ସରପ୍ରାଇଜ କାର୍ଡ ଖେଳିପାରେ । ଯାହାର ପ୍ରଭାବ ହରିୟାଣାରେ ମଧ୍ୟ ପଡିବ ।
କେଜ୍ରିଓ୍ବାଲ ଧରାଶାୟୀ କରିଥିବା ପରବେଶ ବର୍ମା କିଏ ?
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲ ଧରାଶାୟୀ । ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ସିଟରୁ ପରବେଶ ବର୍ମାଙ୍କ ଠାରୁ ୩୧୮୨ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଜିଆଣ୍ଟ କିଲର୍ ହେଉଛନ୍ତି ବିଜେପିର ପରବେଶ ବର୍ମା। ସେ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ପରବେଶ ବର୍ମା ବିଜେପି ଫାୟାରବ୍ରାଣ୍ଡ ୟଙ୍ଗ୍ ଜେନେରେସନ ନେତା ଭାବେ ଜଣାଶୁଣା। କେଜରିୱାଲଙ୍କୁ ସିଧା ଟକ୍କର ଦେବାକୁ ପରବେଜଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ବିଜେପି। ତାହା ମାଷ୍ଟ୍ରରଷ୍ଟ୍ରୋକରେ ପ୍ରମାଣିତ ହୋଇଛି। ୩୧୮୨ ଭୋଟରେ ସେ କେଜ୍ରିଓ୍ବାଲଙ୍କୁ ହରାଇଛନ୍ତି ।
ପରବେଶ ବର୍ମା ଦିଲ୍ଲୀର ଏକ ପ୍ରମୁଖ ରାଜନୈତିକ ପରିବାରର ଅଟନ୍ତି । ସେ ପୂର୍ବତନ ବିଜେପି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ତାଙ୍କ କାକା ଆଜାଦ ସିଂହ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ମୁଣ୍ଡକା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପରବେଶ ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଆରକେ ପୁରମରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଫୋର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ MBA କରିଥିଲେ ।
୨୦୧୩ରେ ରାଜନୀତିରେ ପାଦ ଥାପିଥିଲେ
୨୦୧୩ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ମେହରୌଲି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଧାନସଭାରେ ବିଜୟୀ ହୋଇଥିଲେ। ସାଂସଦ ଥିବା ସମୟରେ, ସେ ସାଂସଦଙ୍କ ଦରମା ଏବଂ ଭତ୍ତା ସମ୍ପର୍କିତ ଯୁଗ୍ମ କମିଟିର ସଦସ୍ୟ ଥିଲେ। ସେ ନଗର ଉନ୍ନୟନ ସ୍ଥାୟୀ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।
କେଜ୍ରିୱାଲଙ୍କୁ ହଟାଇବା ଅଭିଯାନ
୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ, ପରବେଶ ବର୍ମା “କେଜରିୱାଲ ହଟାଓ, ଦେଶ ବଚାଓ” ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ବର୍ତ୍ତମାନର ଆପ ପ୍ରଶାସନ ଏହାର ପ୍ରାଥମିକ ପ୍ରତିଶ୍ରୁତି ପୂରଣ ନକରିବା ପାଇଁ ସମାଲୋଚନା କରାଯାଇଥିଲା। ତାଙ୍କ ପ୍ରଚାର ଅଭିଯାନରେ ସେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ସମୟରେ, ସେ ପ୍ରଦୂଷଣ ସମ୍ବନ୍ଧୀୟ ଚିନ୍ତା, ମହିଳା ସୁରକ୍ଷା ଏବଂ ନାଗରିକ ଭିତ୍ତିଭୂମିର ବିକାଶ ଭଳି ପ୍ରସଙ୍ଗ ଉଠାଇଥିଲେ। ସେ ଯମୁନା ସଫା କରିବାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା
ପରବେଶ ବର୍ମା ମଧ୍ୟ ନିଜର ବୟାନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ ମସିହାରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ହୋଇଥିବା ପ୍ରତିବାଦ ସମୟରେ ସେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କଠୋର ମନ୍ତବ୍ୟ ଦେଇଥିଲେ। ସେ ୨୦୨୨ ମସିହାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟବସାୟ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ, ଯାହା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା। ୨୦୨୩ ମସିହାରେ ଛଟ ପୂଜା ପୂର୍ବରୁ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡିଓରେ ସେ ଜଣେ ସରକାରୀ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିଲେ।
ସାହିବ ସିଂହ ବର୍ମାଙ୍କ ଆଦର୍ଶ ଅନୁସରଣ କରି ସେ ରାଜନୀତିରେ ଆଗକୁ ବଢ଼ୁଛନ୍ତି । ତାଙ୍କର ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି । କେଜ୍ରିଓ୍ବାଲଙ୍କୁ ହରାଇବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
କାହିଁକି ଭାଙ୍ଗିଲା କେଜ୍ରି ‘ୱାଲ’ ? ପରାଜୟର ପ୍ରମୁଖ କାରଣ କ’ଣ ?
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ ‘ଆପ୍’ ଧରାଶାୟୀ। ବିଧାନସଭା ନିର୍ବାଚନରେ ‘ଆପ’ ଦଳର ଶୋଚନୀୟ ପରାଜୟ ହୋଇଛି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରି ନେତା ବି ହାରିଯାଇଛନ୍ତି। ବିଜେପି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଦଳ ଏବେ ୪୫ରୁ ଅଧିକ ଆସନରେ ଆଗୁଆ ଅଛି। ଟ୍ରେଣ୍ଡ ଅନୁସାରେ ଆପ୍ କୁ ମାତ୍ର ୨୩ଟି ସିଟ୍ ମିଳୁଛି। ତେବେ କଂଗ୍ରେସ ଖାତା ଖୋଲିବା ପରି ଲାଗୁ ନାହିଁ। ୨୦୧୫ରେ ୬୭ଟି ଆସନ ସହିତ ବିପୁଳ ବିଜୟ ହାସଲ କରିଥିବା ଆମ ଆଦମୀ ପାର୍ଟି ଦିଲ୍ଲୀରୁ କ୍ଷମତାଚ୍ୟୁତ ହୋଇଯାଇଛି । ଆମ ଆଦମୀ ପାର୍ଟିର ପରାଜୟର ମୁଖ୍ୟ କାରଣ ଥିଲା ଦୁର୍ନୀତି ଏବଂ ମିଥ୍ୟା ରାଜନୀତି । କହିବାକୁ ଗଲେ ଆପ୍ ପରାଜୟର ଅନେକ କାରଣ ଅଛି । ତେବେ ଚାଲନ୍ତୁ ଜାଣିବା ଆପ୍ ହାରିବାର ପ୍ରମୁଖ କାରଣ ଗୁଡିକ କ’ଣ ..
୧. ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଉଭା ହୋଇଥିଲା, କିନ୍ତୁ ମାତ୍ର ୧୦ ବର୍ଷ ପରେ ଦଳର ପ୍ରମୁଖ ନେତାମାନଙ୍କ ବିରୁଦ୍ଧରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆସିଥିଲା। ମଦ ଦୁର୍ନୀତିରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କୁ ଜେଲ ଯିବାକୁ ପଡିଥିଲା। ସେମାନଙ୍କ ବିରୁଦ୍ଧରେ ଆସିଥିବା ଗମ୍ଭୀର ଅଭିଯୋଗର ଦାଗ ଲିପିପାରିଲା ନାହିଁ । ଏହା ବ୍ୟତୀତ, CAG ରିପୋର୍ଟରେ ମଧ୍ୟ ସେମାନଙ୍କ ଉପରେ ହସ୍ପିଟାଲ ନିର୍ମାଣ ଇତ୍ୟାଦିରେ ଦୁର୍ନୀତିର ଅଭିଯୋଗ ଆସିଥିଲା। CAG ରିପୋର୍ଟ ଉପରେ ବିତର୍କ କରିବା ପରିବର୍ତ୍ତେ, ସେମାନେ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କଲେ । ସମଗ୍ର ନିର୍ବାଚନରେ ଦୁର୍ନୀତି ପ୍ରସଙ୍ଗ ପ୍ରତିଧ୍ୱନିତ ହୋଇଥିଲା।
୨. କେଜରିୱାଲ କେବଳ ଲାଭାର୍ଥୀ ଭୋଟରଙ୍କ ଉପରେ ନିର୍ଭର କରିଥିଲେ। ଗତ ଦୁଇଟି ନିର୍ବାଚନ ପାଇଁ କେଜରିୱାଲ ମାଗଣା ବିଦ୍ୟୁତ୍ ଏବଂ ପାଣି ମାଧ୍ୟମରେ ତାଙ୍କ ରାଜନୀତି କରୁଥିଲେ । ଏହି ହିତାଧିକାରୀମାନେ ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗର ଥିଲେ। ଦିଲ୍ଲୀ ଯୁଦ୍ଧ ପୂର୍ବରୁ ବିଜେପି ଏହି ଭୋଟରମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା। ଦଳ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ମୁକ୍ତ କରି ଅରବିନ୍ଦ କେଜରିୱାଲଙ୍କ ଉପରେ ଏକ ଚକ୍ରାନ୍ତ କରିଥିଲା ।
୩. ଗତ ଦୁଇଟି ନିର୍ବାଚନରେ ଆମ ଆଦମୀ ପାର୍ଟି ମୁସଲିମ ଏବଂ ଦଳିତ ଅଞ୍ଚଳରେ ବଡ଼ ବିଜୟ ପାଇଥିଲା, କିନ୍ତୁ ଏଥର ଏହି ଭୋଟରମାନେ ଉଭୟ ଅଞ୍ଚଳରେ ଆପ୍ ର ହାତ ଛାଡିଥିବା ଦେଖିବାକୁ ମିଳିଛି । ପ୍ରକୃତରେ, ଯେତେବେଳେ ଦିଲ୍ଲୀରେ ମୁସଲମାନମାନେ କୌଣସି ସଙ୍କଟର ସମ୍ମୁଖୀନ ହେଉଥିଲେ, ସେତେବେଳେ ଆପ ସ୍ୱର ଉଠାଇବା ପରିବର୍ତ୍ତେ ନୀରବ ରହୁଥିଲେ। ନିର୍ବାଚନରେ ମୁସଲମାନମାନେ ସର୍ବସମ୍ମତ ଭାବରେ ଆପକୁ ସମର୍ଥନ କରିନଥିଲେ, ଯାହା ଫଳରେ ଆପ୍ ଏକ କଡ଼ା ପ୍ରତିଯୋଗିତାରେ ପଛରେ ପଡ଼ିଗଲା।
୪. ଦିଲ୍ଲୀରେ ରାସ୍ତା ଏବଂ ସ୍ୱଚ୍ଛ ପାଣି ଏକ ବଡ଼ ସମସ୍ୟା ଥିଲା। ଏମସିଡି ନିର୍ବାଚନରେ ବିଜୟୀ ହେବା ପରେ ଆପ୍ ରାସ୍ତା ଏବଂ ସ୍ୱଚ୍ଛ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିପାରିଲା ନାହିଁ। ଜେଲରୁ ବାହାରିବା ପରେ, ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ରାସ୍ତା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା କରିପାରିଲେ ନାହିଁ ।
୫. ମଦ ପ୍ରସଙ୍ଗ ଦିଲ୍ଲୀର ରାଜନୀତିକୁ ଗରମ କରିଥିଲା। ସେମାନଙ୍କ ଉପରେ ଉତ୍ପାଦ ନୀତିରେ ଘୋଟାଲାର ଅଭିଯୋଗ ଆସିଥିଲା। ମଦ ପ୍ରସଙ୍ଗର ପୂର୍ଣ୍ଣ ଫାଇଦା ନେଇଥିଲା ବିଜେପି । ହେଲେ ଆପ୍ ଦଳ ଏହାକୁ ପ୍ରତିହତ କରିପାରିଲ ନାହିଁ। କୋର୍ଟ ଆପ ନେତାମାନଙ୍କୁ ଜାମିନ ଦେଇଥିଲେ, କିନ୍ତୁ ସର୍ତ୍ତ ସହିତ ।
୬. କଂଗ୍ରେସ ମଧ୍ୟ କୋଉଠି ନା କୋଉଠି ଆପ୍ ପରାଜୟର କାରଣ ପାଲଟିଛି । ଗତଥର ଅପେକ୍ଷା ଏହି ନିର୍ବାଚନରେ କଂଗ୍ରେସକୁ ଅଧିକ ଭୋଟ ମିଳିଛି। ଯେଉଁ ଆସନଗୁଡ଼ିକରେ କଂଗ୍ରେସ ଦୃଢ଼ ସ୍ଥିତିରେ ଥିଲା, ସେଠାରେ ଆପ ପଛରେ ପଡ଼ିଯାଇଛି । କଂଗ୍ରେସ ବ୍ୟତୀତ, ଅସଦୁଦ୍ଦିନ ଓୱେସିଙ୍କ AIMIM ମଧ୍ୟ ଆପ୍ କୁ ଶକ୍ତ ଝଟକା ଦେଇଛି । ଦିଲ୍ଲୀରେ AIMIMର ଦୁଇଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରବେଶ କରିଥିଲେ।
୭. ଆମ ଆଦମୀ ପାର୍ଟି ମହିଳାଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିମାସ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ସମଗ୍ର ନିର୍ବାଚନରେ ଏହାଆପ୍ ର ଏକମାତ୍ର ବଡ଼ ପ୍ରତିଶ୍ରୁତି ଥିଲା, କିନ୍ତୁ ଜନସାଧାରଣ ଏହାକୁ ବିଶ୍ୱାସ କରିନଥିଲେ।
୮. ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏହା ଅନୁଯାୟୀ, କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ। କଂଗ୍ରେସ ଏବଂ ବିଜେପି ଜନସାଧାରଣଙ୍କୁ ଏହି ବାର୍ତ୍ତା ଦେବାରେ ସଫଳ ହୋଇଥିଲେ ଯେ ଯଦି ଆପ କ୍ଷମତାକୁ ଆସେ, କେଜରିୱାଲ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ।

