spot_img
Home Blog Page 1161

ଅରବାଜ- ମଲାଇକାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲା ସଲମାନ, ପୁତୁରାଙ୍କୁ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ମଲାଇକା ଏବଂ ଅରବାଜଙ୍କ ବିବାହ ବିଚ୍ଛେଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ସଲମାନ ଖାନ୍ । ପୁତୁରା ଅରହାନଙ୍କ ପୋଡକାଷ୍ଟରେ ଯୋଗ ଦେଇଥିଲେ ସଲମାନ । ଯେଉଁଥିରେ ବହୁ ଉପଦେଶ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୋଡକାଷ୍ଟରେ ଅରବାଜ ଏବଂ ମଲାଇକାଙ୍କ ଛାଡ଼ପତ୍ର ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଯାହାକୁ ନେଇ ସଲମାନ ଅରହାନଙ୍କୁ କହିଛନ୍ତି କି, ବାପା ମାଙ୍କ ଛାଡ଼ପତ୍ର ପାଇଁ ଏହି ପିଲା ବହୁ ଉତଥାନ ପତନର ସାମ୍ନା କରିଛନ୍ତି । ଏହାସହ ଏବେ ନିଜ ଗୋଡ଼ରେ ନିଜକୁ ଛିଡ଼ା ହେବାକୁ ପଡ଼ିବ । ପରିବାର ସହ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ଏକାଠି ଖାଇବାର ମଜା ଅଲଗା । ଏଣୁ ପରିବାର ଲୋକଙ୍କୁ ସମ୍ମାନ ଦେବା ଉଚିତ । ଏହାସହ ବ୍ରେକଅପକୁ ନେଇ ଉଭୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

କହି ରଖୁଛୁ କି, ୧୯୯୮ ମସିହାରେ ଅରବାଜ ଏବଂ ମଲାଇକାଙ୍କ ବିବାହ ହୋଇଥିଲା । ଦୀର୍ଘ ୧୯ ବର୍ଷର ସମ୍ପର୍କ ପରେ ଏବେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି । ୨୦୧୭ ମସିହାରେ ଉଭୟ ଅଲଗା ହୋଇଛନ୍ତି ।

 

ସୈଫଙ୍କ ପୂର୍ବରୁ ଏହି ଦୁଇ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମୃତା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମ୍ରିତା ୮୦ ଦଶକରେ ବେଶ ଚର୍ଚ୍ଚାରେ ରହୁଥିଲେ । ତାଙ୍କର ହିଟ୍ ଫିଲ୍ମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଥିଲା । କିନ୍ତୁ ପରେ ତାଙ୍କର ବହୁ ଫିଲ୍ମ ଫ୍ଲପ ହେବା ପରେ ସିନେମାଠାରୁ ଦୂରେଇ ରହିଥିଲେ । ତେବେ ଅମ୍ରିତା ସୈଫ ଅଲ୍ଲି ଖାନଙ୍କୁ ବିବାହ କରି ସେମାନଙ୍କ ବିଚ୍ଛେଦ ହୋଇ ସାରିଛି । ମାତ୍ର ସୈଫଙ୍କ ପୂର୍ବରୁ ୨ ଜଣ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମ୍ରିତା । ଜଣେ ୧୫୦ରୁ ଅଧିକ ଫିଲ୍ମ କରି ସାରିଥିବାବେଳେ ଅନ୍ୟଜଣେ କ୍ରିକେଟର ଜଣାଶୁଣା ଚେହେରା ।

କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଭାଙ୍ଗିଗଲା ନିର୍ବନ୍ଧ

କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ଅମ୍ରିତାଙ୍କ ନାମ । ଉଭୟଙ୍କ ପ୍ରେମ ଏତେ ଆଗକୁ ଯାଇଥିଲା କି, ସେମାନେ ବିବାହ ପର୍ଯ୍ୟନ୍ତ କଥା ବଢ଼ାଇଥିଲେ । ଏମିତିକି ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାର ମୁଖ୍ୟ କାରଣ ରହିଥିଲା କି, ରବି ଶାସ୍ତ୍ରୀ ବିବାହ ପୂର୍ବରୁ କହିଥିଲେ କି, ତୁମେ ବିବାହ ପରେ ଆଉ ଫିଲ୍ମ କରିବ ନାହିଁ । ଯାହାକୁ ମନା କରିଥିଲେ ଅମ୍ରିତା । ଆଉ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିନଥିଲା ।

ଅଭିନେତା ବିନୋଦ ଖାନ୍ନାଙ୍କୁ ମଧ୍ୟ ଡେଟ୍ କରିଥିଲେ

ସୈଫ୍ ଅଲ୍ଲୀ ଖାନଙ୍କ ବ୍ୟତୀତ ଅମ୍ରିତା ସିଂହଙ୍କ ନାମ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ଗୋଟିଏ ସମୟରେ ଅମ୍ରିତା ସିଂହ ଏବଂ ବିନୋଦ ଖାନ୍ନାଙ୍କ ମଧ୍ୟରେ ମଧ୍ୟ ପ୍ରେମ ସମ୍ପର୍କ ଥିବା ଖବର ଆସିଥିଲା। କୁହାଯାଏ ଯେ ଅମୃତାଙ୍କ ସହ ସାକ୍ଷାତ ପରେ ବିନୋଦ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କଠାରୁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବୟସର ଯଥେଷ୍ଟ ପାର୍ଥକ୍ୟ ଥିଲା। ବିନୋଦ ଅଭିନେତ୍ରୀ ଅମୃତାଙ୍କଠାରୁ ୧୨ ବର୍ଷ ବଡ଼ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ।

 

ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ । ଡାବୁଗାଁ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ଛଅ ଜଣିଆ କମିଟି। ଯେଉଁଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତରା, ଗଜପତି ବିଧାୟକ ଦାଶରଥୀ ଗମାଙ୍ଗ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, କୋରାପୁଟ ବିଧାୟକ ରଘୁରାମ ମାଛ ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲ ବୁଲି ଦେଖିବା ସହ ପରିଚାଳନା ବ୍ୟବସ୍ଥା ତଦାରଖ କରିଛନ୍ତି। ଏଥି ସହିତ ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଜନଜାତି ବିଭାଗ, MSME ସହ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଜିଲ୍ଲାରେ ବିଭିନ୍ନ ଯୋଜନାରେ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥା ଓ ଆନୁସଙ୍ଗିକ ଭିତ୍ତିଭୂମି ଉନ୍ନତ କରିବା ପାଇଁ କମିଟି ସଦସ୍ୟ ଗୁରୁତ୍ୱାରୋପ କରିଛନ୍ତି। ଆର୍ଥିକ ବର୍ଷ ମଧ୍ୟରେ ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରି ବକେୟା ଅନୁଦାନ ଖର୍ଚ୍ଚ ପାଇଁ କମିଟି ନିର୍ଦ୍ଦେଶ ଦେଇଛନ୍ତି।

ସାନ ଭାଇର ମାଡ଼ରେ ବଡ ଭାଇର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ; ସାନ ଭାଇର ମାଡ଼ରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ବର ପଂଚାୟତ ଗରାପୁର ମଳିକ ସାହିରେ । ଏହି ଗାଁର ଦୁଇ ଭାଇ ରାମଚନ୍ଦ୍ର ମଲ୍ଲିକ ଓ ବାଉଁ ମଲ୍ଲିକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବଡ଼ ଭାଇ ରାମଚନ୍ଦ୍ର ନିଶାଖାଇ ବାଉଁ ମଲ୍ଲିକଙ୍କୁ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଉଁ ମଲ୍ଲିକ ରାମଚନ୍ଦ୍ରଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲା । ଏହି ମାଡ଼ରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ  ଗୁରୁତର ସାନଭାଇ ବାଉଁଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟଅଵସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କତରାବାଗ ଥାନା ଅଞ୍ଚଳର ଲୋକନାଥ ମେହେର । କମ୍ପାନୀରେ ଚାକିରି କରାଇଦେବା ପାଇଁ  ବ୍ରଜରାଜନଗରର ଅମିତ କୁମାର ବଢ଼େଇଙ୍କୁ ୯୦ହଜାର ଟଙ୍କା ଦେଇଥିଲେ ଲୋକନାଥ । କମ୍ପାନୀରେ ନିଯୁକ୍ତି ଦେବାକୁ କହି ଲୋକନାଥଙ୍କୁ ଘରୁ ଡାକିଆଣିଥିଲେ ଅମିତ । ଗତକାଲି ଅପରାହ୍ନରେ ଲୋକନାଥଙ୍କ ଗଳିତ ମୃତଦେହକୁ କାଙ୍କରେଇ ନାଳ ନିକଟରୁ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଜବତ କରିଛି । ଲୋକନାଥଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଶବକୁ ଜବତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ୯୦ ହଜାର  ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟାଙ୍କରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଲାଗିଲା ନିଆଁ। ଜଗତସିଂହପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଗାବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଛି ଏହି ନିଆଁ। ଖବର ପାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମବାହିନୀ ଟିମ। ନିଆଁ ଲିଭାଇବାକୁ ଦୁଇଟି ଫାୟାର ଟିମ ନିୟୋଜିତ ହୋଇଛନ୍ତି। ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଘଟଣାସ୍ଥଳରେ ପୋଲିସ ଟିମ ଉପସ୍ଥିତ ଅଛନ୍ତି। ତେବେ କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ ରହିଛି।

ବାରବାଟୀରେ ବିରାଟଙ୍କୁ ମିଳିପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଦିନିକିଆରେ ବିଜୟ ପରେ ଆଜି ଦ୍ବିତୀୟ ଦିନିକିଆ କଟକରେ ଖେଳାଯାଉଛି । ବିରାଟ କୋହଲିଙ୍କ ବହୁ ଫ୍ୟାନ୍ସ ଓଡ଼ିଶାରେ ରହିଛନ୍ତି । ତାଙ୍କର ଟିକେ ଝଲକ ପାଇବା ପାଇଁ ଅଭ୍ୟାସ ସମୟରେ କିଭଳି ଗହଳି ହୋଇଥିଲା ତାହା ଦେଖିବାକୁ ପାଇଥିଲେ । ତେବେ ଆଜିର ମ୍ୟାଚରେ ବିରାଟଙ୍କୁ ମିଳିପାରେ ସୁଯୋଗ । ଯଦି ବିରାଟ କୋହଲି ଦଳରେ ସ୍ଥାନ ପାଆନ୍ତି ତାହେଲେ କିଏ ବସିବେ ତାକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି, ଜସସ୍ବୀ ଜୟସ୍ବାଲ ଆଜିର ମ୍ୟାଚରେ ଖେଳି ନପାରନ୍ତି । କାରଣ ଉପଅଧିନାୟକ ଶୁଭମନ ଗିଲ ଗତକାଲି କହିଥିଲେ କି, ବିରାଟ ଏବେ ପୁରା ଫିଟ୍ ଅଛନ୍ତି । ଏଣୁ ବିରାଟଙ୍କୁ ଦଳରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ବୋଲି କହିପାରିବା । ତେବେ ବିରାଟ ଖେଳିଲେ ଗିଲ ଏବଂ ରୋହିତ ଓପନିଂ କରିବେ । ବିରାଟ ୩ ନମ୍ବରରେ ଆସିବେ ଏବଂ ଶ୍ରେୟସ ନିଜ ସ୍ଥାନରେ ଚତୁର୍ଥରେ ବ୍ୟାଟିଂ କରିବେ । ନାଗପୁର ଦିନିକିଆରେ ଜୟସ୍ବାଲ ଡେବ୍ୟୁ କରିଥିବାବେଳେ ମାତ୍ର ୧୫ ରନ କରିଥିଲେ ।

ସେପଟେ ବିରାଟଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ । କାରଣ ଦୀର୍ଘଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ । ଆଗକୁ ଚାମ୍ପିୟନ୍ସ ଟ୍ରଫି ଥିବାବେଳେ କୋହଲିଙ୍କଠାରୁ ବଡ଼ ପାଳିର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ରାଜ୍ୟରେ ପୁଣି କମିଲା ତାପମାତ୍ରା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣି କମିଲା ତାପମାତ୍ରା । ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ଡିଗ୍ରୀ ପର୍ଯ୍ଯନ୍ତ କମିଛି ପାରା ।  ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଆସନ୍ତା ଦୁଇଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ବିଶେଷ କରି ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସତର୍କତା ଜାରି ହୋଇଥିବା ଜିଲ୍ଲାମାନଙ୍କରେ ଭୋରରୁ ଗାଡି ଧିରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ବଢ଼ିଲା ଆପର ଚିନ୍ତା !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟିରେ ବଢିଲା ଅଡୁଆ। ପରାଜୟର ପ୍ରଭାବ ଦେଖିବାକୁ ମିଳିପାରେ ପଞ୍ଜାବରେ। ପଞ୍ଜାବ ଆମ ଆଦମୀ ପାର୍ଟିର ୩୦ରୁ ଅଧିକ ବିଧାୟକ ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂ ବାଜୱାଙ୍କ ସମ୍ପର୍କରେ ଥିବା ସେ କହିଛନ୍ତି। ଦିଲ୍ଲୀରେ ବିଜେପି ୨୭ ବର୍ଷ ଧରି ଶାସନ ଗାଦି ବାହାରେ ରହିଥିଲା। ଏବେ ବିଜେପି ହାତକୁ ଆସିଛି ସରକାର। ଆମ ଆଦମୀ ପାର୍ଟିର ଶାସନ କେବଳ ପଞ୍ଜାବରେ ରହିଛି। ଏଭଳି ସ୍ଥିତିରେ ଆମ ଆଦମୀ ଲାଗି ପରୀକ୍ଷାର ମୁହୂର୍ତ୍ତ। ଆସନ୍ତା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି।  ୨୦୧୩ରେ ଦିଲ୍ଲୀରେ ରାଜନୀତିରୁ ଶାସନ ଭାରକୁ ଆସିଥିଲା ଆମ ଆଦମୀ ପାର୍ଟି। ୨୦୨୨ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟ ହୋଇଥିଲା ଆପ। ପଞ୍ଜାବରେ ଆଗାମୀ ନିର୍ବାଚନକୁ ଆଉ ୨ ବର୍ଷ ରହିଛି। ଏଭଳି ସ୍ଥିତିରେ ସତର୍କତାର ସହ ଆପକୁ ଆଗକୁ ବଢିବାକୁ ହେବ।  ୨୦୨୪ ସାଧାରଣ ନିର୍ବାଚନରେ ଆପକୁ ମୋଟ ୧୩ ଆସନରୁ ୩ ଆସନରେ ବିଜୟୀ ହୋଇଥିଲା। ପଞ୍ଜାବରେ ସରକାର ପୁଣି ଥରେ ବଜାୟ ରଖିବାକୁ ହେଲେ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ପଡିବ। ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ସହ ମାସିକ ୬ଶହ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପୂରଣ କରିବାକୁ ପଡିବ।

ଆଜି ବାରବାଟୀ ଦିନିକିଆ, ସୁପର ସଣ୍ଡେରେ ସୁପର ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଆଜି ବାରବାଟୀ ଦିନିକିଆ। ଭାରତ  ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜର ଦ୍ଵିତୀୟ ମ୍ୟାଚ। ଦିବାରାତ୍ର ଖେଳାଯିବାକୁ ଥିବା ଏହି ମ୍ୟାଚ ଲାଗି ଦର୍ଶକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ। ଟକ୍ଟର ପାଇଁ ଉତ୍କଣ୍ଠା ପହଞ୍ଚିଛି ଚରମ ସୀମାରେ।ସାରା ରାଜ୍ୟରେ କ୍ରିକେଟ ଫିଭର୍। ମ୍ୟାଚ ଲାଗି ପୁରା ପ୍ରସ୍ତୁତ ବାରବାଟୀ। ଏହି ମ୍ୟାଚ ହାଇସ୍କୋରିଂ ହେବା ଆଶା କରାଯାଉଛି। ଆଜିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି। ଆଜିର ମ୍ୟାଚ ଯଦି ସେ ଖେଳନ୍ତି, ତେବେ କିଏ ବାଦ୍ ପଡ଼ିବ, ପ୍ଲେଇଂ ଇଲେଭେନ୍ ରେ କିଏ କିଏ ରହିବ, ତାକୁ  ନେଇ ନାନା ଅଙ୍କ କଷା। ନାଗପୁର ପ୍ରଥମ ଦିିନିକିଆ ଜିତିଥିବାବେଳେ ଆଜିର ମ୍ୟାଚ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ଏଯାଏଁ ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା। ଗତ ୨୦୧୭ ଜାନୁଆରୀ ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।