spot_img
Home Blog Page 1160

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:  ମହାବିରୋଡ଼-ଚାନ୍ଦପୁର ରାସ୍ତାରେ ଥିବା କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଦଶିପୁର ପଞ୍ଚାୟତ ଭାଲୁମୁଣ୍ଡା ଗାଁର ନବ ଦେହୁରୀଙ୍କ ପୁଅ ଲୁଲୁ ଦେହୁରୀ । ଲୁଲୁଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣଇଲେ ପରିବାର ଲୋକେ ।

ଲୁଲୁ ଯାଜପୁର ଜିଲ୍ଲା ଡୁବୁରିରେ ଥିବା ଜିନ୍ଦଲ ପ୍ଲାଣ୍ଟରେ କାମ କରୁଥିଲେ। ଗତକାଲି ଦଶିପୁର ଗାଁର ଦୋଳଯାତ୍ରା ପାଇଁ ଛୁଟି ନେଇ ସେ ଘରକୁ ଆସିଥିଲେ । ଯାତ୍ରା ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ଫୋନ୍ ଅଫ୍ ଥିଲା । ପରିବାର ଲୋକ ଏଣେ ତେଣେ ବହୁ ଖୋଜାଖୋଜି କରିବା ପରେ ବି ସନ୍ଧାନ ପାଇ ନଥିଲେ । ଆଜି ଲୁଲୁଙ୍କ ମୃତଦେହ ମହାବିରୋଡ଼-ଚାନ୍ଦପୁର ରାସ୍ତାର କାଜୁ ଜଙ୍ଗଲରୁ ମିଳିଥିଲା । ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କାହା ସହିତ ଲୁଲୁଙ୍କ କୌଣସି ପୂର୍ବ ଶତ୍ରୁତା ନ ଥିବା ବି ପରିବାର ଲୋକେ କହିଛନ୍ତି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଥାନା ପରିସରରେ କିନ୍ନରଙ୍କ ତାଣ୍ଡବ: ଉଲଗ୍ନ ହେଲେ, ଥାନା ଅଧିକାରୀଙ୍କୁ ମାଡ଼ ମାରିଲେ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ପରିସରରେ କିନ୍ନରଙ୍କ ତାଣ୍ଡବ । ୩ ଘଣ୍ଟାରୁ ଅଧିକ ସମୟ ଧରି ଥାନା ପରିସରରେ କଲେ ହୋହାଲ୍ଲା । ବେଞ୍ଚ ଡେସ୍କ ବାହାରକୁ କାଢ଼ି ନେଇ ଭାଙ୍ଗି ଚୁରମାର କରିବା ସହ ଅଶ୍ଳୀଳ ଭାଷାରେ କଲେ ଗାଳିଗୁଲଜ । ଥାନା ଅଧିକାରୀଙ୍କୁ ଟଣାଓଟରା ସହ ମାଡ଼ ମାରିଲେ କିନ୍ନର। ନିଜ ଅଙ୍ଗବସ୍ତ୍ର ଖୋଲି ଥାନା ପରିସରରେ କଲେ ତାଣ୍ଡବ ନୃତ୍ୟ । ନୀରବଦ୍ରଷ୍ଟା ସାଜିଲା ପୋଲିସ ।

ସୂଚନାଯୋଗ୍ୟ, କିନ୍ନର ସହ ଜଣେ ଯୁବକର ଅନ୍ତରଙ୍ଗ ପ୍ରେମ ସମ୍ପର୍କ ଭିଡିଓ ଭାଇରଲ ହେବା ଘଟଣାକୁ ନେଇ ଥାନାରେ ଏଫଆଇଆର ଦେବାକୁ ରାଜନଗର ଅଞ୍ଚଳରୁ କିନ୍ନରମାନେ ଆସିଥିଲେ । ହେଲେ ପୋଲିସ ଅଭିଯୋଗ ଗ୍ରହଣ କରି ନଥିଲା । ଯାହାକୁ ନେଇ କିନ୍ନରମାନେ ରାଗି ଯାଇ ଥାନାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି ।

ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ପଡ଼ିଲା ପଦାରେ, ପାଇଖାନାରେ ମୃତ ଶିଶୁ ଜନ୍ମ ଦେଲେ କଲେଜ ଛାତ୍ରୀ

ନୟାଗଡ଼: ରାଜ୍ୟରେ ନାରୀ ଅସୁରକ୍ଷିତ । ମହିଳାଙ୍କ ଉପରେ ହେଉଛି ଅତ୍ୟାଚାର । ଗର୍ଭବତୀ ହେଉଛନ୍ତି ସ୍କୁଲ ଓ କଲେ ଛାତ୍ରୀ । ଏମିତି ପୁଣି ଏକ ଘଟଣା ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଖାନାରେ ଜଣେ କଲେଜ ଛାତ୍ରୀ ଗୋଟିଏ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ସରକାର ବଦଳିବା ପରେ ଏପରି ଘଟଣା ରାଜ୍ୟରେ ଘଟିବା ପ୍ରଥମ ନୁହେଁ । ଏହା ପୂର୍ବରୁ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଯାହା ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତାହାକୁ ପଦାରେ ପକାଉଛି ।

ଖବର ଅନୁସାରେ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଇଖାନା ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଛନ୍ତି କଲେଜ ଛାତ୍ରୀ । ଛାତ୍ରୀ ଜଣକ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ନୟାଗଡରେ ରହି ପାଠ ପଢୁଥିଲେ । ଆଜି ସକାଳୁ ଛାତ୍ରୀଙ୍କ ପେଟ କାଟିବାରୁ କଲେଜ କର୍ମଚାରୀ ଓ ତାଙ୍କ ସାଙ୍ଗଙ୍କ ସହିତ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । କିଛି ସମୟ ପରେ ଛାତ୍ରୀ ଜଣଙ୍କ ପାଇଖାନାକୁ ଯାଇ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ଏହାପରେ ଛାତ୍ରୀଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ କଲେଜ ସୁପରିଟେଣ୍ଡେଣ୍ଟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ପରିବାର ଲୋକ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ ।

ଦେଓମାଳି ପର୍ବତ ଅବସ୍ଥା ଦେଖି ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ବିଚଳିତ

କୋରାପୁଟ: ଏସଏସଏମବି ୨୯ର ଫଇଲ୍ମ ସୁଟିଂ ସାରି କୋରାପୁଟରୁ ଫେରିବା ପରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ. ରାଜାମୌଲି ସୋସିଆଲ ମିଡିଆରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପୋଷ୍ଟ କରିଛନ୍ତି । ଦେଓମାଳି ପର୍ବତ ଉପରେ ଚଢି ଏହାର ସୌନ୍ଦର୍ଯ୍ୟ ଅବଲୋକନ କରିଛନ୍ତି । ହେଲେ ପର୍ବତ ଶିଖରର ଅବସ୍ଥା ଦେଖି ଚିନ୍ତାପ୍ରକଟ କରିଛନ୍ତି । ପ୍ରକୃତିର ଏହି ଅପରୂପ ଗନ୍ତାଘରର ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

ନିଜର ସୋସିଆଲ ମିଡିଆ ପେଜରେ ଦେଓମାଳିର ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରକୁ ସେ ଯାଇ ଏହାର ଦୃଶ୍ୟ ଅବଲୋକନ କରିଛନ୍ତି । ଏହା ଉପରୁ ସେ ପ୍ରକୃତିର ନୈସର୍ଗିକ ଦୃଶ୍ୟ ଦେଖି ବିଭୋର ହୋଇଛନ୍ତି । ମାତ୍ର ଏହି ପାହାଡର ଅବସ୍ଥା ପରିତ୍ୟକ୍ତ ହୋଇ ରହିଛି । ଏଥିପ୍ରତି ଲୋକେ ସଚେତନ ହେଲେ ପାହାଡର ଅବସ୍ଥା ବଦଳିଯିବ । ଏହି ପର୍ବତର ସୁରକ୍ଷା ଲାଗି ପର୍ଯ୍ୟଟକମାନେ ସେମାନଙ୍କ ବର୍ଜ୍ୟ ପଦାର୍ଥ ନେଇ ଯାଇ ଅନ୍ୟତ୍ର ଫୋପାଡିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ଦେଓମାଳି ପର୍ବତ ଶିଖରରେ ପ୍ଲାଷ୍ଟିକ ସାମଗ୍ରୀ ଏଣେତେଣେ ପଡିବା ଯୋଗୁଁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟୁଛି ବୋଲି କହିଛନ୍ତି RRR ନିର୍ଦ୍ଦେଶକ ରାଜାମୌଲି । ଆଗାମୀ ଫିଲ୍ମ ଏସଏସଏମବି 29 ର କିଛି ସିନର ସୁଟିଂ ଲାଗି ନିଜର ବୃହତ ଟିମ୍ ସହ କୋରାପୁଟ ଆସିଥିଲେ ରାଜାମୌଲି । ଏହି ଫିଲ୍ମରେ ଅଭିନୟ କରୁଛନ୍ତି ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ବୀରାଜ ସୁକୁମାରନ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ନକ୍ସଲ ନିପାତ

ମାଲକାନଗିରି: ମେଲକାନଗିରି ସୀମାନ୍ତ ଛତିଶଗଡ଼ରେ ବଡ଼ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ମାଓବାଦୀ ନିପାତ । ବିଜାପୁର ଏବଂ କାଙ୍କରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳି ବିନିମୟ ଘଟି ୨୨ ନକ୍ସଲ ନିହତ ହୋଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗଲୁରୁ ଜଙ୍ଗଲରେ ଚାଲିଛି ଏନକାଉଣ୍ଟର। ବିଜାପୁରରେ ୧୮ ନକ୍ସଲଙ୍କ ମୃତ୍ଯୁ ଘଟିଛି । କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି ।

ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଟିମ୍ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ । ଏବେ ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ମୋଟ୍ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଏନେଇ BCCI ସଚିବ ଦେବଜିତ୍ ସାଇକିଆ ଘୋଷଣା କରିଛନ୍ତି । ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଥିଲା। ଗତବର୍ଷ ଜୁନ୍ ୨୯ ତାରିଖରେ ଭାରତ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା।

ତେବେ ଏହି ନଗଦ ୫୮କୋଟି ଟଙ୍କାର ନଗଦ ପୁରସ୍କାରକୁ ମ୍ୟାଚ୍ ଜିତିବା ପଛରେ ଥିବା ସମସ୍ତ ଖେଳାଳି, ପ୍ରଶିକ୍ଷକ, ସହାୟକ ଏବଂ କମିଟିର ଅନ୍ୟନ୍ୟା ସଦସ୍ୟଙ୍କୁ ଦିଆଯିବ । ତେବେ ଦେବଜିତ୍ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କା ପ୍ରଦାନ କରାଯିବ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ୫୦ ଲକ୍ଷ ଏବଂ ଅନ୍ୟନ୍ୟ ପ୍ରଶିକ୍ଷକ  ରିଆନ୍ ଟେନ୍ ଡୋସ୍ଟାଟେ, ଅଭିଷେକ ନାୟାର ଏବଂ ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ, ବେଲିଂ କୋଚ୍ ମୋର୍ନେ ମୋର୍କେଲଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯିବ ।

ଦିଶା ସାଲିଆନ ମୃତ୍ୟୁ ମାମଲା : ଅଡୁଆରେ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ

ନନ୍ଦିଘୋଷ ବ୍ୟୁରୋ : ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଟୁଇଷ୍ଟ। ଶିବସେନା ୟୁବିଟି ନେତା ତଥା ବିଧାୟକ ଆଦିତ୍ୟ ଠାକରେ ଓ ଅନ୍ଯମାନଙ୍କ ବିରୋଧରେ ମାମଲା ପଞ୍ଜିକରଣ ଲାଗି ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ଦିଶାଙ୍କ ବାପା ସତୀଶ ସାଲିଆନ। ମୃତ୍ୟୁର ୫ ବର୍ଷ ପରେ ଏହି ବିବାଦ ବର୍ତ୍ତମାନ ମୁଣ୍ଡ ଟେକିଛି। ସତୀଶ ସାଲିଆନଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏନେଇ ଅନୁମତି ମାଗିଛନ୍ତି ତାଙ୍କ ଓକିଲ ନୀଲେଶ ଓଝା। ଏହା ସହ ଏହି ରହସ୍ଯଜନକ ମୃତ୍ଯୁ ଘଟଣାର ସାନି ତଦନ୍ତ ଲାଗି ଦିଶାଙ୍କ ପରିବାର ପକ୍ଷରୁ ଅନୁମତି ଭିକ୍ଷା କରାଯାଇଛି। ପିଟିସନରେ କୁହାଯାଇଛି, ଦିଶାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ପ୍ରଭାବଶାଳୀ ଲୋକଙ୍କ ହାତ ଥିଲା। ଘଟଣାକୁ ଚପାଇ ଦେବା ଲାଗି ବିଭିନ୍ନ ମହଲରୁ ଉଦ୍ୟମ ହୋଇଥିଲା ଜୁନ ୨୦୨୦ରେ ସନ୍ଦେହଜନକ ଅବସ୍ଥାରେ ଦିଶାଙ୍କ ହୋଇଥିଲା ମୃତ୍ୟୁ।

ବେଆଇନ ବେଟିଂ ଆପ୍ ପ୍ରଚାର ଆଭିଯୋଗରେ ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ନନ୍ଦିଘୋଷ ବ୍ୟୁରୋ : ବେଆଇନ ବେଟିଂ ଆପ୍ ପ୍ରଚାର କରି ଫସିଲେ ୨୫ ସେଲିବ୍ରେଟି । ଏହି ସେଲିବ୍ରେଟିଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ ସମେତ ୨୫ ଜଣ ଅଭିନେତା ଏବଂ ପ୍ରଭାବଶାଳୀଙ୍କ ବିରୁଦ୍ଧରେ FIR ରୁଜୁ କରିଛି। ୩୨ ବର୍ଷୀୟ ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ ଆଧାର କରି ମାର୍ଚ୍ଚ ୧୯ ତାରିଖରେ ହାଇଦ୍ରାବାଦର ମିୟାପୁର ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଥିଲା। ସେ ଅଭିଯୋଗ କରି କହିଛନ୍ତି ଯେ, ମାର୍ଚ୍ଚ ୧୬ ତାରିଖରେ ତାଙ୍କ ସମ୍ପ୍ରଦାୟର ଯୁବକମାନଙ୍କ ସହିତ ଆଲୋଚନା ସମୟରେ, ସେ ଜାଣିପାରିଲେ ଯେ ଅନେକ ବ୍ୟକ୍ତି ଜୁଆ ଆପ୍‌ରେ ସେମାନଙ୍କର ଟଙ୍କା ନିବେଶ କରିବାକୁ ପ୍ରଭାବିତ ହୋଇଛନ୍ତି, ଯାହା ସୋସିଆଲ ମିଡିଆ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରଚୁର ବିଜ୍ଞାପନ କରାଯାଇଥିଲା।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହି ସେଲିବ୍ରିଟିମାନେ ବିଭିନ୍ନ ବେଟିଂ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ବହୁ ପରିମାଣର ଟଙ୍କା ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି, ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର କଠିନ ଅର୍ଜିତ ଟଙ୍କାକୁ ଜୁଆ ଖେଳିବାକୁ ଉତ୍ସାହିତ କରେ। ଅଭିଯୋଗରେ ଶର୍ମା ଉଲ୍ଲେଖ କରିଛନ୍ତି ଯେ, ସେ ମଧ୍ୟ ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଗୋଟିଏରେ ନିବେଶ କରିବାକୁ ଯାଉଥିଲେ କିନ୍ତୁ ତାଙ୍କ ପରିବାର ତାଙ୍କୁ ସମ୍ଭାବ୍ୟ ଆର୍ଥିକ ବିପଦ ବିଷୟରେ ସତର୍କ କରିବା ପରେ ସେ ନିବୃତ୍ତ ରହିଲେ। ଏପରି ଆପ୍ ଏବଂ ପ୍ଲାଟଫର୍ମଗୁଡ଼ିକ ବ୍ୟାପକ ଆର୍ଥିକ କ୍ଷତି ଘଟାଉଛନ୍ତି, ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ମଧ୍ୟରେ ଯେଉଁମାନେ ସହଜ ଟଙ୍କା ପାଇବାର ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୋଭିତ ହେଉଛନ୍ତି।

ଅଭିଯୋଗ ଆଧାରରେ, ଅଭିନେତା ଏବଂ ପ୍ରଭାବଶାଳୀମାନଙ୍କ ବିରୁଦ୍ଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା 66(D) ସମେତ ଟିଏସ୍ ଗେମିଂ ଆଇନ ଏବଂ ଆଇଟି ଆଇନର ବହୁବିଧ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି, ଯାହା ଠକେଇ ଏବଂ ପରିଚୟ ଚୋରି ସହିତ ଜଡିତ। ଏଫଆଇଆରରେ ଅବୈଧ ବେଟିଂ କାର୍ଯ୍ୟକଳାପର ପ୍ରୋତ୍ସାହନକୁ ସମ୍ବୋଧିତ କରୁଥିବା ଧାରା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ମିରଠରେ ଲୋମହର୍ଷକ ହତ୍ୟା ଘଟଣା : ଡ୍ରମ ଭିତରେ ବାପା ଅଛନ୍ତି କହିଥିଲା ୬ ବର୍ଷର ଝିଅ

ନନ୍ଦିଘୋଷ ବ୍ୟୁରୋ : ମିରଠରେ ଲୋମହର୍ଷକ ହତ୍ୟା ଘଟଣା। ମୃତ ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ୬ ବର୍ଷର ଝିଅର ହୃଦୟ ବିଦାରକ ବୟାନ ଏବେ ଚର୍ଚ୍ଚାର କାରଣ ହୋଇଛି। ପଡୋଶୀଙ୍କୁ ଝିଅ କହିଥିଲା- ଡ୍ରମ ଭିତରେ ବାପା ଅଛନ୍ତି। ଅର୍ଥାତ ଝିଅ ଯେ ବାପାଙ୍କୁ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲା ତାହା ପ୍ରତୀୟମାନ ହୋଇଛି। ପତ୍ନୀ ମୁସକାନ ରାସ୍ତୋଗୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଲାଗି ଲଣ୍ଡନରୁ ଆସିଥିବା ସୌରଭଙ୍କୁ ପତ୍ନୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ଛୁରୀ ଭୁସି ହତ୍ୟା କରିବା ପରେ ୧୫ ଖଣ୍ଡ କରି ଡ୍ରମ ଭିତରେ ସିଲ୍ କରିଦେଇଥିଲେ। ତେବେ ଡ୍ରମ ଭିତରେ ବାପା ରହିଛନ୍ତି ବୋଲି ସୌରଭଙ୍କ ଝିଅ କହିଥିଲେ ବୋଲି ସୂଚନା ଦେଇଛନ୍ତି ସୌରଭଙ୍କ ମା ରେଣୁ ଦେବୀ।

ଗତ ମାର୍ଚ୍ଚ ୪ ତାରିଖରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ସେପଟେ ଅଭିଯୁକ୍ତ ମୁସକାନ ଏହି ସମାଜରେ ରହିବା ଲାଗି ଅନୁପଯୁକ୍ତ ଏବଂ ତାଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି କହିଛନ୍ତି ତାଙ୍କ ବାପା। ପୂର୍ବରୁ ମୁସକାନଙ୍କ ମା କବିତା ରାସ୍ତୋଗୀ କହିଥିଲେ- ତାଙ୍କ ଝିଅ ଏହି ହତ୍ୟାକାଣ୍ଡରେ ସାମିଲ ରହିଛି ବୋଲି ସ୍ବୀକାର କରିଥିଲା। ଜେରା ପରେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୧୫ ଖଣ୍ଡ କରିଥିବା ଦୁଇ ଅଭିଯୁକ୍ତ ସ୍ବୀକାର କରିଥିଲେ। ସୌରଭଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି। ୨୦୧୬ରେ ବ୍ରହ୍ମପୁରୀ ଇନ୍ଦ୍ରନଗରୀ ବାସିନ୍ଦା ସୌରଭଙ୍କ ସହ ଗୁରିପୁରାର ମୁସ୍କାନ ରାସ୍ତୋଗୀଙ୍କ ସହ ପ୍ରେମ ବିବାହ ହୋଇଥିଲା। ପତ୍ନୀଙ୍କ ଜନ୍ମଦିନରେ ଲଣ୍ଡନରୁ ଆସିବା ପରେ ସୌରଭଙ୍କୁ ହତ୍ୟା କରିଥିଲେ ପ୍ରେମୀଯୁଗଳ।

ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲା ପ୍ରସଙ୍ଗ : ଅଭିଯୁକ୍ତ ତହବୁର ରାଣାର ହୋଇପାରେ ପୁନର୍ବିଚାର

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲା ଅଭିଯୁକ୍ତ ତହବୁର ରାଣା ପ୍ରତ୍ୟର୍ପଣ ପ୍ରସଙ୍ଗ । ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗରେ ପୁନର୍ବିଚାର କରିପାରନ୍ତି ଆମେରିକା ସୁପ୍ରିମକୋର୍ଟ । ଭାରତ ହାତରେ ରାଣାର ପ୍ରତ୍ୟର୍ପଣ ପ୍ରସ୍ତାବ ଉପର ରହିତାଦେଶ ଜାରି କରିବା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ପୁନଃଶୁଣାଣି କରିପାରନ୍ତି କୋର୍ଟ । ଆସନ୍ତା ଏପ୍ରିଲ ୪ରେ ହେବ ମାମଲାର ଶୁଣାଣି ।

ପ୍ରତ୍ୟର୍ପଣ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି ଲାଗି ହୋଇଥିବା ଆବେଦନ କେତେକ ବିଚାରପତିଙ୍କ ହସ୍ତଗତ ହୋଇଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ରବର୍ଟସଙ୍କ ନିକଟରେ ଏନେଇ ନୂଆ ଆବେଦନ କରିଥିଲା ରାଣା । କିଛି ଦିନ ତଳେ ପ୍ରତ୍ୟର୍ପଣ ପ୍ରସ୍ତାବ ରଦ୍ଦ କରିବା ଲାଗି ରାଣାର ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କାଗନ ।

୬୩ ବର୍ଷ ବୟସ୍କ ରାଣା ବର୍ତ୍ତମାନ ଲସ ଏଞ୍ଜେଲସର ଏକ ଜେଲରେ ରହୁଛି । ଲସ୍କର-ଏ-ତୋଏବା ସଂଗଠନର ନେତା ଡାଭିଡ ହେଡଲି ସହ ରାଣାର ସମ୍ପର୍କ ଥିବା ଜଣାଯାଏ । ୨୦୦୮ ମସିହାର ମୁମ୍ବାଇ ଆତଙ୍କୀ ହମଲାରେ ପ୍ରାଣ ହରାଇଥିଲେ ୧୬୬ ଜଣ । ଭାରତ ହାତରେ ରାଣାକୁ ପ୍ରତ୍ୟର୍ପଣ କରିବା ଲାଗି ପୂର୍ବରୁ ମଞ୍ଜୁର ଦେଇଥିଲେ ଟ୍ରମ୍ପ ପ୍ରଶାସନ । ୨୦୧୧ରେ ନଏଆଇଏ ପକ୍ଷରୁ ଦାୟର ଚାର୍ଜସିଟରେ ରାଣା ସମେତ ୮ ଜଣଙ୍କୁ ସ୍ଥାନୀତ କରାଯାଇଥିଲା ।