ଭୁବନେଶ୍ବର: ଏଣିକି ସକାଳୁଆ ଚାଲିବ ଉଚ୍ଚଶିକ୍ଷା ଅନୁଷ୍ଠାନ । SOP ଜାରି କଲା ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚୁର ପରିମାଣର ପାନୀୟ ଜଳ ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜରେ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟଏଡ୍ କିଟ୍ ରଖାଯିବ । ଗ୍ରୀଷ୍ମ ପ୍ରବାହ ମୁକାବିଲା, SOP ପାଳନ ତଦାରଖ ପାଇଁ ସ୍କ୍ବାଡ ଗଠନ ହେବ । ଏନେଇ ରାଜ୍ୟ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ।
NEET MDS 2025: ଫେବୃଆରୀ ୧୮ରୁ ଅନଲାଇନ୍ ଆବେଦନ ଆରମ୍ଭ, ଏପ୍ରିଲରେ ମିଳିବ ଆଡମିଟ୍ କାର୍ଡ
ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସଜର୍ରୀ ଏମଡି ପାଇଁ ରାଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ରୁ ଡାଉନଲୋଡ କରାଯିବ । ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (NBEMS) ଅନୁସାରେ, ନୀଟ ମାଷ୍ଟର ଅଫ୍ ଡେଣ୍ଟଲ ସର୍ଜରୀ ଏମଡିଏସ ପାଇଁ ରେଜିଷ୍ଟ୍ରେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖ ଦ୍ବିପ୍ରହର ୨ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ natboard.edu.in କୁ ଯାଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ଭରିପାରିବେ । ଆବେଦନ ପ୍ରକ୍ରିୟା କିପରି ହେବ, ସେନେଇ ପ୍ରାର୍ଥୀମାନେ ଜାଣିବା ଆବଶ୍ୟକ ।
ଏହି ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସାଧାରଣ, EWS ଓ OBC ପ୍ରାର୍ଥୀଙ୍କଙ୍କୁ ୩୫୦୦ ଟଙ୍କା ଜମା କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସଟି ଓ PWD ପ୍ରାର୍ଥୀଙ୍କ ପାଇଁ ଏହି ରାଶି ୨୫୦୦ ଟଙ୍କା ରଖାଯାଇଛି । ଏହି ପରୀକ୍ଷାର ଫଳାଫଳ ମେ ୧୯ରେ ଜାରି କରାଯିବ । ଆବେଦନ ସରିବା ପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୭ ମଧ୍ୟରେ ସଂଶୋଧନ କରାଯିବ । ଯଦି ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ସଂଶୋଧନ କରିନପାରନ୍ତି, ତେବେ ମାର୍ଚ୍ଚ ୨୭ରୁ ୩୧ ପର୍ଯ୍ୟନ୍ତ ଅନ୍ତିମ ସୁଯୋଗ ଦିଆଯିବ ।
ଲାଲୁ ଯାଦବଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଦାବି କଲେ ତେଜସ୍ବୀ
ପାଟନା: ରାଜେଡି ନେତା ତେଜସ୍ବୀ ଯାଦବ ଆଜି ଏକ ବଡ଼ ଦାବି କରିଛନ୍ତି । ତାଙ୍କର ପିତା ତଥା ପାର୍ଟିର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ତେଜସ୍ବୀ । ସମାଜରର ତଳସ୍ତରରେ ରହିଥିବା ଲୋକଙ୍କ ପାଇଁ ଲାଲୁ ସ୍ବର ଉତ୍ତୋଳନ କରିଛନ୍ତି । ସହରସା ଜିଲ୍ଲାର ସୋନବର୍ଷାରେ ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତେଜସ୍ବୀ ଏପରି କହିଛନ୍ତି । ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରିଥିଲେ । ସେତେବେଳେ ଭାଜପା ଏହାର ବିରୋଧ କରିଥିଲା । ଏବେ ସେହି ଦଳ ତାଙ୍କୁ ଭାରତ ରତ୍ନ ଦେଉଛି । ଏହା ହେଉଛି ସମାଜବାଦର ଶକ୍ତି ବୋଲି ତେଜସ୍ବୀ କହିଛନ୍ତି ।
ତେଜସ୍ବୀ କହିଛନ୍ତି, ତାଙ୍କ ପିତାଙ୍କ ସହିତ କର୍ପୁରୀ ଠାକୁରଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା । କର୍ପୁରୀ ଠାକୁରଙ୍କ ଦେହାନ୍ତ ସମୟରେ ତାଙ୍କର ମୁଣ୍ଡ ଲାଲୁ ଜୀ’ଙ୍କ କୋଳରେ ରହିଥିଲା । ଲାଲ ଜୀ ନିଜେ କର୍ପୁରୀଙ୍କୁ ହସ୍ପିଟାଲ ନେଇଥିଲେ । ଚାଚା (ନୀତିଶ କୁମାର) ଭାଜପା ସହ ହାତ ମିଳାଇଥିଲେ, ଯେ କି ପାଟନା ହାଇକୋର୍ଟରେ ସଂରକ୍ଷଣ ବୃଦ୍ଧିକୁ ସମାପ୍ତ କରିବା ପାଇଁ ପରଦା ପଛରେ କାମ କରୁଥିଲେ । ସରକାରେ ଲକ୍ଷାଧିକ ପଦ ଖାଲି ରହିଛି, ମାତ୍ର ଦଳିତ ଓ ପଛୁଆବର୍ଗଙ୍କୁ ସେମାନଙ୍କର ହକ ମିଳୁନାହିଁ । ଏଥର ବିଧାନସଭା ନିର୍ବାଚନରେ କେବଳ ନେତାଙ୍କ ସୁପାରିଶ ଆଧାରରେ ଟିକେଟ ମିଳିବ ନାହିଁ ବୋଲି ତେଜସ୍ବୀ କହିଥିଲେ ।
ପୁରୀ ଜଗନ୍ନାଥ ଷ୍ଟାଡିୟମ ପାଚେରୀକୁ ବୋମାମାଡ଼: ଷ୍ଟାଡିୟମ ପାଚେରୀକୁ ୪ଟି ବୋମାମାଡ଼ କଲେ ଦୁର୍ବୃତ୍ତ
ପୁରୀ: ପୁରୀ ଜଗନ୍ନାଥ ଷ୍ଟାଡିଅମ ପାଚେରୀକୁ ବୋମାମାଡ଼ । ଷ୍ଟାଡିୟମ ପାଚେରୀକୁ ୪ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୋଟେ ବୋମା ଫୁଟିଥିବାବେଳେ ଆଉ ୩ଟି ବୋମା ଫୁଟିନଥିଲା। ସେବାୟତ ପ୍ରିମିୟର ଲିଗ ଅନୁଷ୍ଠିତ ହେଉଥିବା ବେଳେ ଏହି ବୋମାମାଡ଼ ହୋଇଛି । କେଉଁ କାରଣ ଯୋଗୁଁ ଦୁର୍ବୃତ୍ତମାନେ ଏହି ବୋମାମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସିବିଚ୍ ଥାନା ପୋଲିସ, ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରୁଛି । ସେପଟେ ଜଗନ୍ନାଥ ଷ୍ଟାଡିୟମ ପରିସରରେ ଦିବା ରାତ୍ର ସେବାୟତ ପ୍ରିମିୟର ଲିଗ ଅନୁଷ୍ଠିତ ହେଉଥିବାବେଳେ ଏହି ବୋମାମାଡ଼ ନେଇ ଉଠିଛି ଅନେକ ପ୍ରଶ୍ନ ।

