spot_img
Home Blog Page 1144

ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ : ବନ୍ଧାହେଲା ଠକ ବିଲଡର

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ । କୋଟି କୋଟି ଟଙ୍କା ଲୁଟି ବୁଲୁଥିଲେ ବିଦେଶ ଆଉ କିଣୁଥିଲା ଦାମୀ ଗାଡ଼ି, ଘଣ୍ଟା ଓ ସୁନା । ଫୋର-ଟ୍ବେଣ୍ଟି ବିଲଡର ଅପରାଧିକ କାରନାମା । ୫ ବର୍ଷ ହେଲା ଲୋକଙ୍କୁ ଜମି ଘର ଦେବ କହି ଭଣ୍ଡାଇ ଚାଲିଥିଲା । ଲୋକଙ୍କୁ ଦେଖା କରୁନଥିଲା ବରଂ ଧମକାଇବା ସହ ଆକ୍ରମଣର ଦେଉଥିଲା ଧମକ୍ । ଜଣେ କି ଦୁଇଜଣ ନୁହେଁ ୧୦ ରୁ ଅଧିକ ଲୋକଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଖାରବେଳ ନଗର ପୋଲିସ ହାତରେ ଠକ ବିଲଡର ନରୋତ୍ତମ ମହାନ୍ତି । ନରୋତ୍ତମକୁ ସୋନପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ମାଆ ସନ୍ତୋଷୀ ଏନକ୍ଲେଭ ନାଁରେ ରାଜଧାନୀରେ ପ୍ରପର୍ଟି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସୋର ଅଞ୍ଚଳର କିଛି ବ୍ୟକ୍ତି ଯେଉଁମାନେ ଠକେଇର ଶିକାର ହୋଇଥିଲେ ସେମାନେ ନରୋତ୍ତମ ନାଁରେ ମାମଲା ରୁଜୁ କରିଥିଲେ । ୨୦୧୯ରୁ ସେମାନଙ୍କୁ ଜମି ଓ ଘର ଦେବାକୁ କହି ଗତ ୫ ବର୍ଷ ହେଲା ଭଣ୍ଡାଇ ଚାଲିଥିଲା ନରୋତ୍ତମ । ବିଭିନ୍ନ ସମୟରେ ଭିନ୍ ଭିନ୍ନ ଆଳ ଦେଖାଇ ଲୁଚିବା ସହ ବାରମ୍ବାର ସିମ୍ ବଦଳାଉଥିଲା । ସବୁ ସମୟରେ ପୋଲିସକୁ ଖବର ଦେଉଥିଲେ ଠକାମୀର ଶିକାର ହେଉଥିବା ବ୍ୟକ୍ତି । ଲୋକଙ୍କୁ ସେ ଜମି କିମ୍ବା ଘର ଦେଉନଥିଲା ଏବଂ ସେମାନଙ୍କ ଟଙ୍କା ମଧ୍ୟ ଫେରାଉ ନଥିଲା । ଶେଷରେ ପୋଲିସ ତାକୁ ଗିରଫ କରିଛି ।

ବାପା ଅଟୋ ଡ୍ରାଇଭର, ଆଇପିଏଲରେ କମାଲ କରୁଛନ୍ତି ପୁଅ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସକୁ ପଡିଆ ମଝିରେ ପାଣି ପିଆଇଛନ୍ତି ଜଣେ ଅଟୋ ଡ୍ରାଇଭରଙ୍କ ପୁଅ । ରବିବାର ମ୍ୟାଚରେ ସେ ବିରୋଧୀ ଟିମର ଅଣ୍ଟା ଭାଙ୍ଗି ଦେଇଥିଲେ । ରବିବାର ଆଇପିଏଲରେ ଖେଳାଯାଇଥିଲା ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍ ମ୍ୟାଚ୍ । ଆଉ ଏ ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୨୪ ବର୍ଷୀୟ ଖେଳାଳି ବିଗ୍ନେଶ ପୁଥୁର । ବିଗ୍ନେଶ ପୁଥୁର ମୁମ୍ବାଇ-ଚେନ୍ନାଇ ମ୍ୟାଚରେ, ୩ଟି ଓ୍ୱିକେଟ୍ ନେବା ସହ କ୍ୟାପଟେନ୍ କୁଲ୍ ଧୋନୀଙ୍କର ମଧ୍ୟ ପ୍ରିୟ ପାଲଟିଯାଇଛନ୍ତି । ରବିବାର ଆଇପିଏଲର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଚେନ୍ନାଇ ସୁପର କିଙ୍ଗ୍ସ ।

ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଚେନ୍ନାଇ । ଆଉ ମୁମ୍ବାଇ ଟିମ୍ ୨୦ ଓଭରରେ ୯ ଓ୍ୱିକେଟ୍ ହରେଇ କରିଥିଲା ୧୫୫ ରନ୍ । ତେବେ ଯେତେବେଳେ ଚେନ୍ନାଇ ଟିମ୍ ଏହି ୧୫୬ ରନ୍ କରିବାକୁ ପଡିଆକୁ ଓହ୍ଲେଇଥିଲା, ସେତେବେଳେ ଚେନ୍ନାଇ ଭଳି ଟିମକୁ ଚ୍ୟାଲେଞ୍ଜ ଦେଇଥିଲେ ଏହି ୨୪ ବର୍ଷୀୟ ବାମହାତୀ ସ୍ପିନର । ବିଗ୍ନେଶ ପୁଥୁର ଆରମ୍ଭରୁ ହିଁ, ଚେନ୍ନାଇ ଟିମ ଉପରେ ଭାରି ପଡିଥିଲେ । ନିଜର ପ୍ରଥମ ମ୍ୟାଚରେ ସେ କ୍ୟାପଟେନ୍ ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ୍ କରିବା ସହିତ, ପରେ ପରେ  ନେଇଥିଲେ ଶିଭମ ଦୁବେ ଆଉ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ । ଯାହା ମୁମ୍ବାଇକୁ ଖାଲି ମ୍ୟାଚରେ ଜୀବିତ ରଖିନଥିଲା, ବରଂ ଗୋଟିଏ ସମୟରେ ବିଜୟର ଚାନ୍ସ ମଧ୍ୟ ସୃଷ୍ଟି କରିଥିଲା । ତେବେ ଶେଷରେ ମୁମ୍ବାଇ ମ୍ୟାଚ୍ ହାରିଥିଲେ ବି, ନିଜ ଦମଦାର ବୋଲିଂ ବଳରେ ସମସ୍ତଙ୍କ ହୃଦୟ ଜିତିସାରିଥିଲେ ଏହି ୟଙ୍ଗ୍ ବାମହାତୀ ସ୍ପିନର ।

ବିଗ୍ନେଶଙ୍କ ବାପା ହେଉଛନ୍ତି ଜଣେ ସାମାନ୍ୟ ଅଟୋ ଡ୍ରାଇଭର । କେରଳର ମଲପପୁରମରୁ ଆସୁଥିବା ଏହି ଖେଳାଳି, ପ୍ରଥମ ଥର ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ସେ କେରଳ ପାଇଁ ଘରୋଇ କ୍ରିକେଟ୍ ବି ଖେଳିନାହାଁନ୍ତି, ଏମିତି କି ସିନିୟର ଟିମରେ ତାଙ୍କ ଜାଗା ମଧ୍ୟ ନାହିଁ । ହେଲେ ତାହାରି ଭିତରେ କିନ୍ତୁ, ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗରୁ ଦେଖି, ଟିମକୁ ଆଣିବା ସହିତ ଏବେ ଆଇପିଏଲରେ ଦେଇଛି ଖେଳିବାର ସୁଯୋଗ । ଏଥର ଆଇପିଏଲ ଅକ୍ସନରେ ଦଳ ବିଗ୍ନେଶ ପୁଥୁରଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ଆଉ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ସେ ଥିଲେ ମୁମ୍ବାଇର ନେଟ୍ ସ୍ପିନର । ଯେଉଁ କାରଣରୁ ଆଜି ସେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଚମକିବା ଆରମ୍ଭ କରିଛନ୍ତି ।

କାମରେ ଆସୁନି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର : ଫେଲ୍ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ

ନନ୍ଦିଘୋଷ ବ୍ୟୁରୋ: ଗାଁ ଗୁଡିକୁ ସରସ ସୁନ୍ଦର କରିବାକୁ ସରକାର ପ୍ରତି ପଞ୍ଚାୟତରେ କୋଟିକୋଟି ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କରିଛନ୍ତି । କିନ୍ତୁ ତାହା କାର୍ଯ୍ଯକ୍ଷମ ହେଉନି । କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ତାଲା ଝୁଲୁଛି । କାକଟପୁର ଓ ଅସ୍ତରଙ୍ଗରେ ଡମ୍ପିୟାର୍ଡ ପାଲଟିଛି ରାସ୍ତାକଡ । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ।

ଫେଲ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ । ରାସ୍ତା ପାର୍ଶ୍ଵରେ ଗଦା ହୋଇଛି କୁଢକୁଢ ଅଳିଆ ଆବର୍ଜନା । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଦୈନଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ହେଲେ ରାସ୍ତା କଡରେ କୁଢକୁଢ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ । ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ହେଉଛି ।

ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ପ୍ରତି ପଞ୍ଚାୟତରେ ଲକ୍ଷାଧିକ ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ହୋଇଛି । କିନ୍ତୁ ତାହା କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ତାଲା ଝୁଲୁଛି । ଏହା ଶହ ବିଭିନ୍ନ ପଂଚାୟତରେ ଅଳିଆ ସଂଗ୍ରହ କରିବାକୁ ଗାଡି ଯୋଗାଇ ଦିଆଯାଇଛି ଶତ କିନ୍ତୁ କେଉଁଠି ଅଳିଆ ବୁହା ଗାଡି ଗଡ଼ୁନି ତ କେଉଁଠି ଅଳ୍ପ କିଛି ଦିନ ଗଡି ପ୍ରଶାସନିକ ଅଧିକାରୀ ଓ କିଛି କୁଜି ନେତା ଅଳିଆ ସଫା ବିଲ କରି ଟଙ୍କା ଉଠାଉଛନ୍ତି । ସମସ୍ଯା ସଂପର୍କରେ ଲୋକମାନେ ଅଭିଯୋଗ କଲେ ମଧ୍ଯ କୌଣସି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି ।

ବଢ଼ିବନି ବିଦ୍ୟୁତ ଦର, ପୂର୍ବ ଦର ଅପରିବର୍ତ୍ତିତ ରଖିଲା OERC

ନନ୍ଦିଘୋଷ ବ୍ୟୁରୋ: ଏଥର ବଢ଼ିବନି ବିଜୁଳି ଦର। ତାରିଫ ଅର୍ଡର ଅପରିବର୍ତ୍ତିତ ରହିଲା ବୋଲି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା, ୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା ଓ ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା ୯୫ ପଇସାରୁ ବୃଦ୍ଧି ପାଇ ୩୨୬ ଟଙ୍କା ୯୧ ପଇସାରେ ପହଞ୍ଚିଛି।

କୌଣସି ଉପଭୋକ୍ତା ଇ ବିଲ ପାଇଁ ଅପ୍ସନ ନେଲେ ତାଙ୍କୁ ବିଲ ପିଛା ୧୦ ଟଙ୍କା ରିହାତି ମିଳିବ। ପ୍ରିପେଡ଼ ମିଟର ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ପ୍ରିପେଡ ଆମାଉଣ୍ଟ ଉପରେ ୪ ପ୍ରତିଶତ ରିହାତି ମିଳିବ। ସେହିପରି ଘରୋଇ ଓ ସିଙ୍ଗଲ ଫେଜ ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟରେ ୪ ପ୍ରତିଶତ ରିହାତି ଜାରି ରହିବ। ସ୍ମାର୍ଟ ମିଟର ନେଇଥିବା ଉପଭୋକ୍ତା ଯେଉଁମାନେ ୧୦ କିଲୋୱାଟରୁ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ। ସୋଲାର ଆୱାର ସମୟରେ ଏହି ରିହାତି ମିଳିବ। କିନ୍ତୁ ଇରିଗେସନ, ପମପିଙ୍ଗ ଓ କୃଷି କ୍ଷେତ୍ର ପାଇଁ ପିକ ସମୟରେ ଗ୍ରାହକ ମାନେ ୟୁନିଟ ପିଛା ୩୦ ପଇସା ଟିଓଡି ସରଚାର୍ଜ ଦେବାକୁ ପଡିବ। ସକାଳ ଆଠଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସୋଲାର ଆୱାର ଭାବେ ଗଣାଯିବ। ୪ ଟାରୁ ସନ୍ଧ୍ୟା ୬ ଟା ଯାଏ ନର୍ମାଲ ଆୱାର ଓ ୬ ଟା ରୁ ରାତି ୧୨ ଟା ପିକ ଆୱାର ଗଣାଯିବ। ରାତି ୧୨ ଟା ରୁ ସକାଳ ୮ ଟା ଯାଏ ନର୍ମାଲ ଆୱାର ରୂପେ ଗଣାଯିବ। ଶିଳ୍ପ ଉପଭୋକ୍ତା ମାନେ ଯେଉଁମାନେ ଇଏଚଟି ଲେବଲର ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ।

୮୦ ପ୍ରତିଶତରୁ ଅଧିକ ଲୋଡ଼ ଫ୍ୟାକ୍ଟର ରେ ବ୍ୟବହୃତ ୟୁନିଟ ପିଛା ଏହି ରିହାତି ଲାଗୁ ହେବ। ୨ କିଲୋ ୱାଟ ମଧ୍ୟରେ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯିବ। ସେହିପରି ଏଟିସି ଲସ ୧୮.୭୯ ପ୍ରତିଶତରୁ ୧୭.୩୩ ପ୍ରତିଶତକୁ କମିଛି। ରାଜ୍ୟର ବିଜୁଳି ଆଵଶ୍ୟକତା ପାଇଁ ଗ୍ରୀଡ଼କୋ ୪୧ ହଜାର ୩୨୧ ଏମୟୁ ଥିବାବେଳେ ଗ୍ରୀଡ଼କୋ ପାଖରେ ୪୮ ହଜାର ୩୧୮ ଏମୟୁ ଶକ୍ତି ଉପଲବ୍ଧ ରହିଛି। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପଭୋକ୍ତାଙ୍କୁ ୩୩ ହଜାର ୩୮୯ ଏମୟୁ ବିଜୁଳି ବିକ୍ରି କରୁଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 

ଜାଣନ୍ତୁ ଘରେ ବସି ଫ୍ରିରେ କେମିତି ଦେଖିବେ ଆଇପିଏଲ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଶନିବାରଠାରୁ ଆଇପିଏଲ ୨୦୨୫ ସିଜିନ ଆରମ୍ଭ ହୋଇଛି । ଆଜି ଚଳିତ ବର୍ଷର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୗକୁ ଭେଟିବ ଦିଲ୍ଲୀ । ବିଶାଖାପାଟଣାମରେ ଏହି ମ୍ୟାଚଟି ଖେଳାଯିବାକୁ ଅଛି । ଆଇପିଏଲ ଦେଖିବାକୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ତେବେ ଚଳିତ ବର୍ଷ ଜିଓ ହଟଷ୍ଟାରରେ ଖେଳ ପ୍ରସାରଣ ହେଉଥିବାବେଳେ ଦେଖୁଥିବା ସମୟରେ ମ୍ୟାଚ କଟି ଯାଉଥିବା ଆପଣମାନେ ଦେଖିବାକୁ ପାଉଥିବେ । ତେବ ସବସ୍କ୍ରିପନ ନଥିଲେ କଟି ଯାଉଛି । ତେବେ ଆପଣ ଜାଣିବାକୁ ଚାହୁଁଛନ୍ତି କି କେମିତି ଫ୍ରିରେ ଦେଖି ପାରିବେ ମ୍ୟାଚ୍ ।

ସାଢ଼େ ୭ଟାରେ ମ୍ୟାଚ ଆରମ୍ଭ ହେବ । ଯଦି ଆପଣଙ୍କର କୌଣସି ଓଟିଟି ପ୍ଲାଟଫର୍ମରେ ସବସ୍କ୍ରିପନ ନାହିଁ ତାହେଲେ ଟିଭିରେ ଦେଖି ପାରିବେ । ଷ୍ଟାର ସ୍ପୋର୍ଟ ନେଟଓ୍ବର୍କରେ ଏବଂ ସ୍ପୋର୍ଟ ନେଟଓ୍ବର୍କ ୧୮ରେ ଟିଭିରେ ଖେଳକୁ ଦେଖି ପାରିବେ । ଯଦି ଆପଣ ଘରେ ନାହାନ୍ତି ତାହେଲେ ଯଦି ମୋବାଇଲରେ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଜିଓ ହଟଷ୍ଟାରରେ ଦେଖି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ସବସ୍କ୍ରିପନ ନେବାକୁ ପଡ଼ିବ । ଏବେ ଜିଓ ପକ୍ଷରୁ ୧୦୦ ଟଙ୍କାର ସବସ୍କ୍ରିପନ ଆରମ୍ଭ ହୋଇଛି । ଯାହାକୁ ରିଚାର୍ଜ କଲେ ଆପଣ ତିନି ମାସ ଦେଖିପାରିବେ । ଏହାସହ ଯଦି ମାଗଣା ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଜିଓ, ଏୟାରଟେଲ ଏବଂ ଭିଆଇରୁ ପ୍ଲାନ ନେଇପାରିବେ । ଏହି ତିନୋଟି ଟେଲିକମ୍ କମ୍ପାନୀ ଆପଣଙ୍କୁ ଅନେକ ଯୋଜନାରେ JioHotstarର ମାଗଣା ସବସ୍କ୍ରିପସନ୍ ଦେଉଛନ୍ତି।

ସଲମାନ ଖାନ କହିଲେ କେତେ ରୋଜଗାର କରିବ ସିକନ୍ଦର

ନନ୍ଦିଘୋଷ ବ୍ୟୁରୋ: ଇଦରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର । ୨୩ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବାବେଳେ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଟ୍ରେଲର ସବୁ ରେକର୍ଡ ଭାଙ୍ଗିଥିବାବେଳେ ଏହି ଫିଲ୍ମ ରେକର୍ଡ ରୋଜଗାର କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ତେବେ ଟ୍ରେଲର ଦେଖିବା ପରେ କିଏ କହୁଛି ୫୦୦ କୋଟି ରୋଜଗାର କରିବ ତ ଆଉ କିଏ କହୁଛି ହଜାର କୋଟି ରୋଜଗାର କରିବ । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ସଲମାନ ଖାନ ନିଜେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି କି, ଫିଲ୍ମ ଯେମିତି ବି ହେଉ ୨୦୦ କୋଟି ଟଙ୍କା ବ୍ୟବସାୟ କରିବ ନିଶ୍ଚୟ । ତେବେ ଇଦ୍, ଦୀପାବଳି ସମୟରେ ଯେଉଁ ଫିଲ୍ମ ରିଲିଜ ହୋଇଛି । ବଡ଼ କଳାକାରଙ୍କ ଫିଲ୍ମ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ଏହାକୁ ନେଇ ସଲମାନ କହିଛନ୍ତି କି, ଆମ ଫିଲ୍ମ ୨୦୦ କୋଟି ରୋଜଗାର କରିବ ନିଶ୍ଚୟ ।

ସେପଟେ ଆମେ ଯଦି ଫିଲ୍ମର ବଜେଟ୍ କଥା କହିବା ତାହେଲେ ଏହା ୪୦୦ କୋଟି ଟଙ୍କାର ରହିଛି । ବଡ଼ ବଜେଟର ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଦର୍ଶକେ ଟ୍ରେଲରକୁ ଦେଖିବା ପରେ ଅନୁମାନ କରିଛନ୍ତି । ତେବେ ଏହି ଫିଲ୍ମରେ ରଶ୍ମିକା ସଲମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ଉଭୟଙ୍କ ମଧ୍ୟରେ ୩୧ ବର୍ଷ ବୟସର ତାରତମ୍ୟ ରହିଛି । ଆଉ ଦର୍ଶକେ ଏମାନଙ୍କ ରୋମାନ୍ସ ସିନକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ଜିଲ୍ଲା ପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲା ପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି । ଯାଜପୁର ଦଶରଥପୁର ବ୍ଲକ ଜେଇ ପିଥ ହାଁସଦାଙ୍କୁ ବ୍ଲକ ପରିସରରେ ପଶି ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଘଟଣାକୁ ନିନ୍ଦା କରି ପ୍ରତିବାଦ ଜଣାଇଛନ୍ତି ଜନ ପ୍ରତିନିଧି । ଏହା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଗତ ୧୮ ତାରିଖରେ ପୁଲିସ ଆକ୍ରମଣକାରୀ ବିଜେପି ଜୋନ ସଭାପତି ପତିତପାବନ ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଥିବା ବେଳେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପୁଲିସର ଏଭଳି ନିଷ୍କ୍ରିୟତାକୁ ପ୍ରତିବାଦ କରାଯାଇଛି । ଏଥିସହ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ବର୍ଷାରେ ଧାନ ପଡି ରହିଥିବା ବେଳେ ଧାନ ଉଠୁନାହିଁ । ଏଥିସହ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବା ସହ ସମସ୍ତ ସମସ୍ୟାର ସମାଧାନ କରା ନଗଲେ  ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦିଆଯାଇଛି।

ରାଜ୍ୟରେ ବୋଲ ମାନୁନି ମ୍ୟାଲେରିଆ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ପ୍ରତିରୋଧ ସତ୍ତ୍ବେ ବୋଲ ମାନୁନି ମ୍ୟାଲେରିଆ । ରାଜ୍ଯରେ ବଢିଚାଲିଛି ମ୍ଯାଲେରିଆ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ୨୦୨୨ରେ ୨୩ହଜାର ୭୭୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ପ୍ରାଣ ଯାଇଛି । ୨୦୨୨ରେ ସର୍ବାଧିକ ରାୟଗଡାରେ  ୪ ହଜାର ୯୯୮ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୩ ରେ ୪୧ ହଜାର ୯୭୩ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପର ମୃତ୍ୟୁବରଣ କରିଛନ୍ତି ୪ ଜଣ । ୨୦୨୩ରେ ସର୍ବାଧିକ ରାୟଗଡାରେ ୯ ହଜାର ୯୨୫ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୪ରେ ୬୮ ହଜାର ୬୯୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣଙ୍କ ମୃତ୍ଯୁ ହୋଇଛି । ୨୦୨୪ରେ କଳାହାଣ୍ଡିରେ ୧୪ ହଜାର ୩୯୯ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ନେଇ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଲିଖିତ ଉତ୍ତର ରଖିଛନ୍ତି ।

ଆଇପିଏଲର ମହାଙ୍ଗା ଖେଳାଳିଙ୍କ ରୋଜଗାର ଘଣ୍ଟାକୁ କେତେ ? ଜାଣନ୍ତୁ ପନ୍ତଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: IPL ୨୦୨୫ର ଚତୁର୍ଥ ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଦୀଲ୍ଲୀ କ୍ୟାପିଟାଲ୍ସ । ଚଳିତ ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ପନ୍ତ । ଲକ୍ଷ୍ନୌ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି । ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହେବାର ରେକର୍ଡ କରିଛନ୍ତି ପନ୍ତ । ତେବେ ଦାମୀ ଖେଳାଳି ନିଜର ପ୍ରଥମ ମ୍ୟାଚ ଆଜି ଖେଳୁଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର । ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ପନ୍ତ ଖେଳୁଥିଲେ ମାତ୍ର ଆଜି ସେହି ଦଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବେ । ଯେଉଁଥି ପାଇଁ ସମସ୍ତଙ୍କ ନଜର ଏହି ମ୍ୟାଚ ଉପରେ ରହିଛି ।

ଏବେ ଆମେ ଯଦି ପନ୍ତଙ୍କ ରୋଜଗାର କଥା କହିବା ତାହେଲେ ଚଳିତ ସିଜିନରେ ସେ ୨୭ କୋଟି ଟଙ୍କାରେ କିଣା ହୋଇଛନ୍ତି । ଏହା ଅର୍ଥ ସେ ଯଦି ୧୪ଟି ମ୍ୟାଚ ଖେଳନ୍ତି ଆଉ ପ୍ରତି ମ୍ୟାଚରେ ଗୋଟିଏ ଘଣ୍ଟା ମଇଦାନରେ ରୁହନ୍ତି ତାହେଲେ ତାଙ୍କର ଘଣ୍ଟା ପ୍ରତି ୬୪ ଲକ୍ଷ ୨୮ ହଜାର ୫୭୧ ଟଙ୍କା ପଡ଼ିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏେତ ଦାମୀ ଖେଳାଳିଙ୍କ ଟିମ ପ୍ଲେଅଫରେ ସ୍ଥାନ ପାଇବ କି ନାହିଁ ତାହା ସମସ୍ତଙ୍କର ପ୍ରଶ୍ନ ରହିଛି ।

ନୀଳମାଧବଙ୍କ ଦର୍ଶନ କଲେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦିନିକିଆ ଓଡ଼ିଶା ଗସ୍ତ । ଭୁବନେଶ୍ଵରରେ ପହଞ୍ଚିବା ପରେ ନୟାଗଡ କଣ୍ଟିଲୋରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ସେଠାରେ ପହଞ୍ଚି ଜଗନ୍ନାଥ ସଂସ୍କୃତିର ଆଦିପୀଠ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହାପରେ କାଳିଆପଲ୍ଲୀ ଗସ୍ତ କରିବେ ରାଷ୍ଟ୍ରପତି । ଏହାସହ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ତେବେ ଓଡ଼ିଶାରେ ମହାମହିମ ଆସି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କଡ଼ା ସୁରକ୍ଷା ବଳୟରେ ଯାଇ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପହଞ୍ଚିଛନ୍ତି ।