spot_img
Home Blog Page 1134

ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୪-୨୫ରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଲକ୍ଷ୍ୟ

ଭୁବନେଶ୍ବର: ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଲାଗି ଅଭିବୃଦ୍ଧି ୭.୨  ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ୨୦୨୪-୨୫ରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୮୨ ହଜାର ୫୪୮ ଆକଳନ କରାଯାଇଛି । ବଜେଟ୍ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ପ୍ରାୟ ୧୧୩ ବିଲିୟନ ଆମେରିକୀୟ ଡଲାର । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ ।

ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ । ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ । ଅପରପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଓ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ୮.୮ ପ୍ରତିଶତକୁ ହ୍ରାସ ପାଇଛି ।

କିଶୋର, କିଶୋରୀ ଉପବାସ କଲେ ହୋଇପାରନ୍ତି ମେଧୁମେୟ ରୋଗରେ ପୀଡ଼ିତ

ଭୁବନେଶ୍ବର: ଜର୍ମାନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନୂଆ ଆବିଷ୍କାର । କିଶୋର କିଶୋରୀ ଉପବାସ ରହିବା ବିପଦ । ଯଦି ଜଣେ ତରୁଣ ବୟସରେ ବେଶିଦିନ ବିରତି ନେଇ ପୁଣି ଉପବାସର କରୁଛନ୍ତି ତା’ହେଲେ ତାଙ୍କର ସେଲ୍ ବିକାଶ ବାଧାପ୍ରାପ୍ତ ହେବା ସହ ସେ ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି । ତେବେ ଡାଏଟିଆସିଆନଙ୍କ ମତରେ ଓଜନ ହ୍ରାସ କରି ନିଜକୁ ସ୍ଲିମ୍ଫିଟ୍ ରଖିବା ପାଇଁ ଆଜି କାଲି ଏପରି ଉପବାସ ରହିବାକୁ ବେଶୀ ପସନ୍ଦ କରୁଛନ୍ତି ଯୁବବର୍ଗ । କିନ୍ତୁ ରାତି ଅନିଦ୍ରା, କିମ୍ବା ଲମ୍ବା ସମୟ ପାଇଁ ମୋବାଇଲ ଓ ମାନସିକ ଚାପଗ୍ରସ୍ତ ରହୁଥିବା ଯୁବବର୍ଗଙ୍କ ପାଇଁ ଏହା ଲାଭ ପରିବର୍ତ୍ତେ କ୍ଷତି ପହଞ୍ଚାଉଛି ।

ଓଜନ କମାଇ ଓ ନିଜକୁ କିପରି ସ୍ଲିମ୍ ଟ୍ରିମ୍ ରଖିବେ । ଯୁବବର୍ଗଙ୍କ ଭିତରେ ଏବେ ପପୁଲାର ହୋଇଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ ବା ବିରତି ନେଇ ପୁଣି ଉପବାସ । କିନ୍ତୁ ଏହି ଉପବାସ ତରୁଣଙ୍କ ସ୍ବାସ୍ଥ୍ୟ ପ୍ରତି ଖରାପ । ୭ରୁ ୮ ଘଣ୍ଟା ଉପବାସ ରହୁଥିବା ତରୁଣଙ୍କ ସେଲ ବିକାଶ ହେଉନି । ଏହାସହ ଉପବାସ ସମୟରେ ପାକସ୍ଥଳୀରେ ରାସାୟନିକ ପ୍ରତିକ୍ରିୟା ଜୋର ହେଉଥିବାରୁ ଯୁବ ବୟସରୁ ସେମାନେ ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି ।

ଜର୍ମାନୀର ମ୍ୟୁନିକ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଏଲ୍ଏମ୍ୟୁ ହସ୍ପିଟାଲର ବୈଜ୍ଞାନିକ ଗବେଷଣା କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ଦୀର୍ଘ ୭ରୁ ୮ ଘଣ୍ଟା ଧରି ଉପବାସ ରହୁଥିବା ବୟସ୍କଙ୍କ ପାଇଁ ଫାଷ୍ଟିଂ ଭଲ କାମ କରୁଥିବାବେଳେ ତରୁଣମାନେ ୧୦ ସପ୍ତାହ ପରେ ସ୍ବାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ସେମାନଙ୍କ କିଡନୀ ଉପରେ ଥିବା ପାକସ୍ଥଳୀରେ ଅସ୍ବାଭାବିକ ପ୍ରତିକ୍ରିୟା ସୃଷ୍ଟି ହେବା ସହ କିଶୋର କିଶୋରୀ ଅଳ୍ପ ବୟସରୁ ମଧୁମେହ ରୋଗରେ ପୀଡ଼ିତ ହେଉଥିବା ଜଣାପଡ଼ିଛି ।

ଉପବାସ ଦେହ ପାଇଁ ଭଲ କାମ କରେ । ଉପବାସ ରହିଲେ ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗ ଦାଉରୁ ମୁକ୍ତି ମିଳିଥାଏ । ଏ ନେଇ ଭାରତୀୟ ସଂସ୍କୃତିରେ ଉପବାସକୁ ଅନେକ ମହତ୍ତ୍ବ ଦିଆଯାଇଛି । ତରୁଣମାନଙ୍କ କ୍ଷେତ୍ରରେ ଏହା ଓଲଟା କାମ କରୁଛି । ଏହାର ଅର୍ଥ ସେମାନଙ୍କ ଜୀବନଶୈଳୀ । ଆଜିକାଲି କିଶୋର ବୟସରୁ ତରୁଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲରେ କଥା ହେବା, ରାତି ଅନିଦ୍ରା ହେବା ସହିତ ଫାଷ୍ଟ୍ ଫୁଡ୍, ଜଙ୍କ୍ ଫୁଡ୍, ଚକଲେଟ୍ ଅତିମାତ୍ରାରେ ସେବନ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହେଉଛି । ରାତି ଅନିଦ୍ରା ରହୁଥିବାରୁ ସେମାନଙ୍କ ମେଟାବଲିଜିମ୍ ବିଗିଡ଼ି ଯାଇ ଶରୀର ବୃଦ୍ଧି ପାଇଁ ଆବଶ୍ୟକ ଭିଟାମିନ୍ ଅଭାବ ପଡ଼ୁଛି । ଯେଉଁଥି ପାଇଁ ଉପବାସ ସମୟରେ ସେମାନଙ୍କ ଶରୀରରେ ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ୁଛି ।

ଭାରତରେ ଏବେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । ଯୁବ ବୟସରୁ ମଧ୍ୟ ମଧୁମେହର ଶିକାର ହେଉଛନ୍ତି ଲୋକେ । ଖାଦ୍ୟ ସହିତ ଯଦି ତରୁଣ ବୟସରୁ ଶାରୀରିକ ବ୍ୟାୟାମ ନ କରାଯାଏ ତା’ହେଲେ ଏହି ସମସ୍ୟା ଆହୁରି ବଢିବା ଆଶଙ୍କା ରହିଛି । ତେବେ ନୂଆ ଗବେଷଣା ତରୁଣଙ୍କ ଏକ ପାଇଁ ସଚେତନତା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

ବେଆଇନ ଭାବେ ବିଏମସି ଅଞ୍ଚଳରେ ବିଡ଼ିଏ ଦେଉଛି ଘର ପ୍ଲାନ ଅନୁମୋଦନ

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକୁ ବିଡ଼ିଏର ବେଖାତିର । ଘରର ପ୍ଲାନ ଅନୁମୋଦନ ୨୦୧୫ରୁ ବିଏମସି ପାଖକୁ ଯାଇଥିଲେ ମଧ୍ୟ ବିଡ଼ିଏ ଚଲାଇଛି ମନମାନି । ମନଇଚ୍ଛା ବେଆଇନ ଭାବେ ବିଏମସି ଅଞ୍ଚଳରେ ବିଡ଼ିଏ ଦେଉଛି ଘର ପ୍ଲାନ ଅନୁମୋଦନ । ବିଏମସିକୁ କ୍ଷମତା ଯିବା ପରଠାରୁ ବିଡ଼ିଏ ପ୍ରାୟ ୨୮୫୮ ପ୍ରକଳ୍ପକୁ ଅନୁମୋଦନ ଦେଇଛି । ବିଡ଼ିଏ ଓ ବିଏମସି କଳିରେ ଫସୁଛନ୍ତି ସାଧାରଣ କ୍ରେତା । ଏହି ୨୮୫୮ ପ୍ରକଳ୍ପର ଭାଗ୍ୟକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।

ବିଡିଏ-ବିଏମସି କଳିରେ ଫସୁଛନ୍ତି ଘର କ୍ରେତା । ନଗର ଉନ୍ନୟନ ବିଭାଗର ଦୁଇ ଏଜେନ୍ସି ମଧ୍ୟରେ ନାହିଁ ତାଳମେଳ । ଘର ପ୍ଲାନ ଅନୁମୋଦନ ବିବାଦ ଘେରରେ ୨୮୫୮ ପ୍ରକଳ୍ପ । ୨୦୧୫ ମସିହାରୁ ରାଜ୍ୟ ସରକାର ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ମଜବୁତ କରିବାକୁ ଘର ପ୍ଲାନ ଅନୁମୋଦନ କ୍ଷମତା ବିଏମସିକୁ ଦେଇଥିଲେ । ସରକାରଙ୍କ ବିଜ୍ଞପ୍ତି ସତ୍ତ୍ବେ ଘର ପ୍ଲାନ ଦେଇ କ୍ରୀମ ଖାଉଥିବା ବିଡ଼ିଏ ଏହାକୁ ଛାଡ଼ିଲା ନାହିଁ । ମନଇଚ୍ଛା ଜୋରଜବରଦସ୍ତ ବିଏମସି ଏରିଆରେ ବିଡ଼ିଏ ପ୍ଲାନ ଅନୁମୋଦନ କରିଚାଲିଲା । ବିଏମସି ଅଧୀନରେ ଥିବା ବିଡ଼ିଏର ନିଜ ପ୍ରୋଜେକ୍ଟ ଦୟା ଏନକ୍ଲେଭର କେଳେଙ୍କାରୀକୁ ରେରା ଧରିବା ପରେ କଥା ସାମ୍ନାକୁ ଆସିଲା ସତ, ହେଲେ ସୁଧୁରିଲା ନାହିଁ ବିଡ଼ିଏ । ଏବେ ବିଡ଼ିଏରୁ ମିଳିଥିବା ତଥ୍ୟ ଅନୁସାରେ ବିଏମସିକୁ କ୍ଷମତା ଗଲା ପରେ ବି ବିଡ଼ିଏ ୨୮୫୮ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛି, ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ବାବଦକୁ ବିଡ଼ିଏ ୪୮ କୋଟି ୧୪ ଲକ୍ଷ ଟଙ୍କା ଆଦାୟ କରିଛି । ଯାହା ବିଏମସିକୁ ହରାଇବାକୁ ପଡ଼ିଛି । ଏହି ସବୁ ପ୍ରକଳ୍ପର ଭବିଷ୍ୟତ ଓ ଆଇନଗତ ଦିଗ ନେଇ ପ୍ରଶ୍ନ ଉଠାଇଛନ୍ତି ଆକ୍ଟିଭିଷ୍ଟ ।

ବଢି ଚାଲିଛି ରାଜଧାନୀ ଭୁବନେଶ୍ବରର କଳେବର । ଭୁବନେଶ୍ବରରେ ଘର ଖଣ୍ଡିଏ କିଣିବାକୁ ଲୋକେ ଜୀବନ ଯାକର ରୋଜଗାର ଲଗାଉଛନ୍ତି । ହେଲେ ପ୍ରଶାସନିକ ଉଦାସୀନତା ଏବଂ ଦ୍ବନ୍ଦ୍ବ ଯୋଗୁଁ ଘର କରିବା ପରେ ବି ଆଇନର ଜାଲରୁ ମୁକୁଳି ପାରୁନାହାନ୍ତି । ବିଏମସି ଏରିଆରେ ଘର କଲେ କିଏ ଦେବ ପ୍ଲାନ ଅନୁମୋଦନ ? ବିଡ଼ିଏ ନା ବିଏମସି ? ଏହା ସାଧାରଣ କ୍ରେତାଟିଏ ଜାଣିବ କିପରି ? ପ୍ଲାନ ଅନୁମୋଦନ ବାବଦକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକୁ ବିଡ଼ିଏ ମାନୁ ନଥିବା ବେଳେ ବିଏମସି ବି ଚୁପ୍ ବସିଛି । ଜାଗା କିଣିବା ଠାରୁ ଆରମ୍ଭ କରି ଘରର ପ୍ଲାନ ଅନୁମୋଦନ, ବିଭାଗୀୟ କ୍ଲିୟରାନ୍ସ, ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ଯାଏଁ ସବୁଠି ଫସୁଛନ୍ତି ଘର କ୍ରେତା । ଯଦିଓ ରେରା କୋର୍ଟର କଡ଼ା ଆଭିମୁଖ୍ୟ ପରେ ସ୍ଥିତିରେ କିଛିଟା ସୁଧାର ଆସିଛି, ହେଲେ ବିଏମସି ବଦଳରେ ବିଡ଼ିଏ ଦେଇଥିବା ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

୨୦୧୫ରୁ ବିଡ଼ିଏ ଦେଇଥିବା ୨୮୫୮ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କର ହୋଇଥିବା ବେଳେ ବଡ଼ ବଡ଼ ଆପାର୍ଟମେଣ୍ଟ ବି ଏଥିରେ ରହିଛି । ଏସବୁ ପ୍ରକଳ୍ପ ଆଇନର ଜାଲରେ ଛନ୍ଦି ହେବାକୁ ଯାଉଥିବା ବେଳେ ବେଫିକର ହୋଇ ବସି ରହିଛି ନଗର ଉନ୍ନୟନ ବିଭାଗ । ୨୦୧୭ ପୂର୍ବର ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କୌଣସି ସମସ୍ୟା ନାହିଁ ବୋଲି ବିଭାଗୀୟ ବିଜ୍ଞପ୍ତି ଉପରେ ଏବେ ହାଇକୋର୍ଟରେ ରହିତାଦେଶ ହୋଇଛି । ଏଭଳି ଏହିସବୁ ବେଆଇନ ପ୍ରକଳ୍ପ ଉପରେ ଆଗକୁ କ’ଣ ପଦକ୍ଷେପ ନିଆଯିବ, ତାକୁ ନେଇ ସଂଶୟରେ ରହିଛନ୍ତି ହଜାର ହଜାର କ୍ରେତା ।

ଜାତି ନନ୍ଦିଘୋଷ କନକ୍ଲେଭରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ । ଇତି ମଧ୍ୟରେ ନନ୍ଦିଘୋଷ ଟିଭି ତା’ର ପଞ୍ଚମ ସ୍ଵନକ୍ଷତ୍ର ପାଳନ କରିଛି । ଏହି ଅବସରରେ ଜାତି ନନ୍ଦିଘୋଷ କନକ୍ଲେଭ ମଞ୍ଚିରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।

କନକ୍ଲେଭର ପ୍ରଥମ ସେସନରେ ବିଶିଷ୍ଟ ନାଟ୍ୟକାର, ଔପନ୍ୟାସିକ ତଥା ସଂଳାପ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ, ଓଡ଼ିଶା ସିନେମାର ଭେଟେରାନ୍ ଅଭିନେତା ତଥା ରାଜନେତା ଡକ୍ଟର ପ୍ରଶାନ୍ତ ନନ୍ଦ, ରାଜ୍ୟ ସୂଚନା କମିଶନରର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସାମ୍ଵାଦିକ ଦିଲ୍ଲୀପ ବିଶୋୟୀ, ହକି ଖେଳାଳି ତଥା ଅଲମ୍ପିଆନ୍ ନମିତା ଟପ୍ପୋ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଗ୍ରୁପ ସିଇଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଜାତି ନନ୍ଦିଘୋଷ ଲାଇଫ ଟାଇମ୍ ଆଚିଭମେଣ୍ଟ  ସମ୍ମାନୀତ କରାଯାଇଥିଲା ।

କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମ୍ମାନ ପ୍ରଦାନ କରିଥିଲେ । ସେହିପରି ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ ଓ ମହାକାଶ ବୈଜ୍ଞାନିକ ସୁଭେନ୍ଦୁ ପଟ୍ଟନାୟକ ଓ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ପ୍ରଦୀପ ସେଠୀ, ଲାଲଚାନ୍ଦ ଅଧ୍ୟକ୍ଷ ସଞ୍ଜୟ ହଂସଙ୍କୁ ଜାତି ନନ୍ଦିଘୋଷ ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଥିଲେ ନନ୍ଦିଘୋଷ ଟିଭି ଓ ସକାଳ ଖବର କାଗଜର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫: ୟୁଟ୍ୟୁବ୍ : ରୋଜଗାରର ମାଧ୍ୟମ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫ର ଚତୁର୍ଥ ଅଧିବେଶନର ପ୍ରସଙ୍ଗ ଥିଲା ‘ୟୁଟ୍ୟୁବ୍: ରୋଜଗାରର ମାଧ୍ୟମ’ । ରାଜ୍ୟର ତିନି ଜଣ ଲୋକପ୍ରିୟ ୟୁଟ୍ୟୁବର୍ ଅଜା ଆଇ ୟୁଟ୍ୟୁବ୍ ଚ୍ୟାନେଲର କଣ୍ଟେଣ୍ଟ କ୍ରିଏଟର୍ ସୁଧାଂଶୁ ଶେଖର ସାହୁ, ବ୍ରହ୍ମପୁର ଭାଇନାର ସତ୍ୟନାରାୟଣ ଦାଶ ଏବଂ ସୁଶ୍ରୀ ସଙ୍ଗୀତା ମିଶ୍ର ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏମାନଙ୍କର ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି । ଗୋଟିଏ ଗୋଟିଏ ଭିଡିଓରେ ମିଲିୟନ ମିଲିୟନ୍ ଭ୍ୟୁ ହେଉଛି ।

ତିନି ଡିଜିଟାଲ କ୍ରିଏଟଲଙ୍କ ମତ ହେଲା, ୟୁଟ୍ୟୁବରୁ ଭଲ ରୋଜଗାର କରି ହେବ । ଏଥିପାଇଁ କଣ୍ଟେଣ୍ଟ ହିଁ ମୁଖ୍ୟ । ସାଧାରଣ ଜୀବନର ଘଟଣାକୁ ନେଇ ଭିଡିଓ କଲେ, ତାହା ଲୋକଙ୍କୁ ପସନ୍ଦ ଆସିଥାଏ, ଭାଇରାଲ୍ ହୋଇଥାଏ । ଏମିତି ବି ନୁହେଁ ଯେ, ଏଥିପାଇଁ ଦାମୀ ମୋବାଇଲ ଦରକାର କି ଫୁରା ଫିଟ୍ ଫାଟ୍ ହୋଇ, ଭଲ ଡ୍ରେସ୍ ପିନ୍ଧି ଭିଡିଓ କରିବାକୁ ପଡ଼ିବ । ମୁଖ୍ୟ କଥା ହେଲା, କଣ୍ଟେଣ୍ଟଟି ଲୋକଙ୍କ ସହିତ କନେକ୍ଟ ହୋଇପାରୁଥିବା ଉଚିତ । ତିନି ଜଣ ଯାକ ଗୋଟିଏ କଥା କହିଛନ୍ତି, ସେମାନେ ସେମିତି କିଛି ଯୋଜନା କରି ନଥିଲେ ୟୁଟ୍ୟୁବ ଚ୍ୟାନେଲ କରି ଟଙ୍କା ରୋଜଗାର କରିବାକୁ । କରୁ କରୁ ହୋଇଗଲା । ଲୋକଙ୍କ ପସନ୍ଦ ନାପସନ୍ଦକୁ ଧ୍ୟାନ ଦେଇ କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁର ଭାଇନାର ସତ୍ୟନାରାୟଣ ଦାଶ କହିଛନ୍ତି, କଣ୍ଟେଣ୍ଟ ତିଆରି ବେଳେ ବାକ୍ ସଂଯମତା ରକ୍ଷା କରିବାକୁ ପଡ଼ିବ । ନିଜର ଏହି ଯାତ୍ରା କଥା ମନେ ପକାଇ ସେ କହିଥିଲେ ଏମବିଏ ଛାଡ଼, ସୁରାଟ ଚାଲ ଭିଡିଓରୁ ହିଁ ଏହା ଆରମ୍ଭ ହୋଇଥିଲା । ୟୁଟ୍ୟୁବରେ ବହୁତ ପଇସା ଅଛି । ହସି ହସି ପଇସା କମାଇଲେ ଲକ୍ଷ୍ମୀ ବି ଖୁସି ଖୁସିରେ ଆସିବେ । ବେଳେ ବେଳେ ଗୋଟିଏ ଗୋଟିଏ ଭିଡିଓ କରିବାକୁ ମାସ ମାସ ଲାଗିଯାଏ ତ କେତେବେଳେ ଅଧଘଣ୍ଟାରେ ବି ହୋଇଯାଏ ।

ସୁଶ୍ରୀ ସଙ୍ଗୀତା କହିଥିଲେ, ୟୁଟ୍ୟୁବରୁ ସିନା ପଇସା ଆସିଥାଏ । କିନ୍ତୁ ଇନଷ୍ଟାଗ୍ରାମରୁ ଆସି ନଥାଏ । ଇଷ୍ଟାରେ ଅନ୍ୟର ପ୍ରମୋସନ କରିବାରୁ ସୁବିଧା ଅଛି । ସେଥିରୁ ରୋଜଗାର କରିହେବ । ତେବେ ନାଚ, ଗୀତରେ ଆଉ କଣ୍ଟେଣ୍ଟ ସୀମିତ ନୁହେଁ । ବିଭିନ୍ନ ପ୍ରକାର କଣ୍ଟେଣ୍ଟ ତିଆରି କରାଯାଇ ପାରିବ ।

ଅଜା ଆଈ ଚ୍ୟାନେଲର ସୁଧାଂଶୁ ଶେଖର କହିଥିଲେ, ଫନି ଭିଡିଓକୁ ଲୋକେ ଭଲ ପାଆନ୍ତି। ବ୍ରହ୍ମପୁର ଭାଇନାର କଣ୍ଟେଣ୍ଟ କ୍ରିଏଟର୍ କହିଥିଲେ, ୟୁଟ୍ୟୁବ ଆୟର ସ୍ରୋତ ହୋଇପାରିବ । କିନ୍ତୁ ଏଥିପାଇଁ ସିନସିୟରଲି କାମ କରିବାକୁ ପଡ଼ିବ । ୟୁଟ୍ୟୁବ ଆପଣଙ୍କୁ ଫେସମ୍ କରିବା ସହିତ ରୋଜଗାର ଦେଇପାରିବ ବୋଲି ତିନି ଜଣ ଯାକ କଣ୍ଟେଣ୍ଟ କ୍ରିଏଟର୍ କହିଥିଲେ ।

ରାଜ୍ୟପାଳଙ୍କୁ ଭେଟି ନପାରି ନିରାଶ ହେଲେ ବୈକୁଣ୍ଠଙ୍କ ପତ୍ନୀ

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠତାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା । ଆଜି ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ଦାବି କରିବାକୁ ଯାଇଥିଲେ ବୈକୁଣ୍ଠଙ୍କ ପତ୍ନୀ ସାୟୋଜ ପ୍ରଧାନ । ହେଲେ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟି ନପାରି ନିରାଶ ହୋଇଛନ୍ତି । କହିଲେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲି । ହେଲେ ଭେଟ ହେଲା ନାହିଁ ।

ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ବିଜେପି ନେତା ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ ମାରି ଲହଲୁହlଣ କରିଥିବା ଅଭିଯୋଗ ହୋଇଥିଲା । ୭ ମାସ ଧରି ଥାନାରେ ଏତଲା ହୋଉଥିବା ସତ୍ତ୍ବେ ପୋଲିସ ଦୋଷୀଙ୍କ ବିରୋଧର କାର୍ଯ୍ୟlନୁଷ୍ଠାନ ହୋଇନାହିଁ । ଏନେଇ ବାରମ୍ବାର ପୋଲିସକୁ ନ୍ୟାୟ ମାଗୁଛନ୍ତି ବୈକୁଣ୍ଠନାଥଙ୍କ ପତ୍ନୀ । ନୂଆ ରାଜ୍ୟପାଳଙ୍କୁ ଭେଟି ନଥିବାରୁ ଦୁଃଖରେ ଫେରିଛନ୍ତି । ପୁରୀ ଯାଇ ପୁଣି ଥାନାରେ କେତେ ବାଟ ମାମଲା ଯାଇଛି, ତାହା ପଚାରି ବୁଝିବେ । ସ୍ୱାମୀଙ୍କୁ ନ୍ୟାୟ ନମିଳିବ ଯାଏଁ ଲଢ଼େଇ ଜାରୀ ରଖିବେ ବୋଲି ସେ କହିଛନ୍ତି ।

ଚାଷୀ ସମସ୍ୟାକୁ ନେଇ ସ୍ବତନ୍ତ୍ର ଆଲୋଚନାକୁ ରାଜ୍ୟ ସରକାରଙ୍କ ନା, ହୁଲୁସ୍ତୁଲ ହେଲା ଗୃହ

ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ଆଜି ବି ସରଗରମ ରହିଲା ଓଡ଼ିଶା ବିଧାନସଭା । ସ୍ୱତନ୍ତ୍ର ଆଲୋଚନା ଜରିଆରେ ଚାଷୀ ସମସ୍ୟାର ଆଲୋଚନା କରିବାକୁ ଦାବି କରିଥିଲା ବିଜେଡି । ହେଲେ ବାଚସ୍ପତି ରାଜି ନହେବାରୁ ବିଜେଡି ସଦସ୍ୟ ବିଧାନସଭାରୁ ପଟୁଆରରେ ବାହାରି ରାଜ୍ୟପାଳଙ୍କୁ ଭେଟିଥିଲେ । କୃଷି ଋଣ ଛାଡ଼ ଓ ଚାଷୀ ପରିବାରର ସୁରକ୍ଷା ପରି ୫ଟି ଦାବି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ । କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ଆଲୋଚନା ଦାବି କରିବା ସହ ଆଇନ ଶୃଙ୍ଖଳା ଉପରେ ଆଲୋକପାତ କରିବାକୁ ଦାବି କରିଥିଲା । ବାଚସ୍ପତି ସିନା ଆଲୋଚନା ପାଇଁ ରାଜି ହେଲେନି, ହେଲେ କିଛି ବିଜେପି ବିଧାୟକ ବି କଟନି ଛଟନି କଥା ସ୍ୱୀକାର କରି ଗୃହ ବାହାରେ ଆପତ୍ତି ଉଠାଇଛନ୍ତି ।

କାହିଁକି ଚାଷୀ ସମସ୍ୟା ଉପରୁ ଦୃଷ୍ଟି ହଟାଉଛନ୍ତି ରାଜ୍ୟ ସରକାର ? ସ୍ୱତନ୍ତ୍ର ଆଲୋଚନା ପାଇଁ କାହିଁକି ଅନୁମତି ଦେଉ ନାହାନ୍ତି ବାଚସ୍ପତି ? ସେପଟେ ଅଦିନିଆ ବର୍ଷା ଯୋଗୁଁ କ୍ଷତି ସହ ୧୪ ଚାଷୀ ମଲେଣି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ନୟାଗଡରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ହେଲେ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ବିଜେଡି । ଗତକାଲିଠାରୁ ପ୍ରଶ୍ନୋତ୍ତରକାଳ ବାତିଲ କରି ଚାଷୀ ସମସ୍ୟା ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରି ଆସୁଛି ବିରୋଧୀ ବିଜେଡି ।  ହେଲେ ବାରମ୍ବାର ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବାରୁ ଗୃହ ମଧ୍ୟ ଭାଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ । ଏହାସତ୍ତ୍ବେ ବାଚସ୍ପତି ଆଲୋଚନା ପାଇଁ ଅନୁମତି ନ ଦେବାରୁ ରାଜଭବନ ଅଭିମୁଖେ ବାହାରିଥିଲେ ବିଜେଡି ପ୍ରତିନିଧି ଦଳ । ରାଜ୍ୟପାଳଙ୍କୁ ଭେଟି କୃଷି ଋଣ ଛାଡ଼, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ସହ ପରିବାର ସମସ୍ତ ଦାୟିତ୍ୱ, କ୍ଷତି ସହିଥିବା ଚାଷୀ ପରିବାରର ଶିକ୍ଷା ଖର୍ଚ୍ଚ ବହନ, ବିନା ସୁଧରେ ଋଣ ଓ କଟନି ଛଟନି ବନ୍ଦ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଦାବିପତ୍ର ଦେଇଛି ବିଜେଡି । ରାଜ୍ୟପାଳ ବି ଏ ଦିଗରେ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ନେଇ ବିଜେଡି ସୂଚନା ଦେଇଛି ।

ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଇ ଗତି କରୁଛି । ଯେଉଁଥି ପାଇଁ ବିଜେଡି ସରକାର ଥିବା ସମୟରେ ନବୀନ ପଟ୍ଟନାୟକ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଥିଲେ । ମାନ୍ୟତା ମିଳିଥିଲେ, ଆଜି ଚାଷୀଙ୍କ ଅବସ୍ଥା ଏପରି ହୋଇ ନଥାନ୍ତା ବୋଲି ରାଜ୍ୟପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି ।

ଅଦିନିଆ ବର୍ଷାରେ ଚାଷୀ ହତାଶ ହେଲେ । ଚାଷ ନଷ୍ଟ ହେଲା । ଚାଷୀ ଦୁଃଖରେ ସାମିଲ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଗସ୍ତ କରିଥିଲେ । ଚାଷୀଙ୍କ ସୁରକ୍ଷା ପାଇଁ ନବୀନ ସ୍ୱର ଉଠାଇ ଆସୁଛନ୍ତି । କାରଣ ଚାଷୀ ଯେ କେବଳ ବିରୋଧୀଙ୍କ ପାଇଁ ପ୍ରସଙ୍ଗ ନୁହନ୍ତି, ସରକାରଙ୍କ ବି ଉତ୍ତରଦାୟିତ୍ୱ ରହିଛି ଅନ୍ନଦାତାର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ।

ଗୃହ ଭିତରେ ଓ ବାହାରେ ବି କଂଗ୍ରେସ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି । ମଣ୍ଡିରେ କଟନି ଛଟନି ହେଉଛି । ଚାଷୀ ଦୁର୍ଦ୍ଦଶା କିଏ ବୁଝିବ ? ସେମାନେ ଦୁର୍ଦ୍ଦିନରେ ଅଛନ୍ତି । ହେଲେ ବାଚସ୍ପତି ଆଲୋଚନା ପାଇଁ ରାଜି ହେଉ ନାହାନ୍ତି । ଆଇନ ଶୃଙ୍ଖଳା ବି ଭୁଶୁଡି ଯାଇଛି । ସରକାର ନିରବ ରହିବାକୁ ବିରୋଧ କରିଛି କଂଗ୍ରେସ । ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ମଣ୍ଡିରେ କଟନି ଛଟନିକୁ ସ୍ୱୀକର କରିଛନ୍ତି ପଦ୍ମଲୋଚନ । ଏ ନେଇ ମିଲରଙ୍କୁ ତାଗିଦ କରାଯାଉଛି । କାର୍ଯ୍ୟାନୁଷ୍ଠାନ ସରକାର ନେବେ ବୋଲି କହିଛନ୍ତି । ପୂର୍ବରୁ ଯୋଗାଣ ମନ୍ତ୍ରୀ ବି କଟନି ଛଟନି ହେଉଛି ବୋଲି ସ୍ୱୀକାର କରିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣ ଗତ ବଜେଟ ଭାଷଣର ମିନି ସାଇଜ: ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଲେ, ରାଜ୍ୟପାଳଙ୍କ ଅଭିଭାଷଣ ଗତ ବଜେଟ ଭାଷଣର ମିନି ସାଇଜ । କେବଳ କପି ପେଷ୍ଟ ଥିଲା । ସେ କହିଛନ୍ତି, ନୂଆ ସରକାରଙ୍କୁ ଆଠ ମାସ ବିତିସାରିଲାଣି । ସରକାର ଆଉ ଗୁରୁଣ୍ଡୁ ନାହାଁନ୍ତି । ସରକାରଙ୍କ ଡିସକାଉଣ୍ଟ ସହାନୁଭୂତି ସରିଲାଣି । ପ୍ରଦର୍ଶନ କର ନହେଲେ ପଳାଅ ବୋଲି ଗର୍ଜନ କରି କହିଛନ୍ତି ରଣେନ୍ଦ୍ର ।

ଆଗକୁ ସେ କହିଛନ୍ତି, ସୁଭଦ୍ରାରେ ୫ ହଜାର ଟଙ୍କା ଦେଇ ଠକି ଦେଇଛନ୍ତି । ଚାଷୀ ଏବେ ଧାନ ରାସ୍ତାରେ ରଖି ଛି ଛି କହୁଛନ୍ତି । ସାରା ରାଜ୍ୟରୁ ୧୦ରୁ ୧୨ କିଲୋ ଯାଏଁ କଟନି ଛଟନି ହେଉଛି । ଏଣ୍ଡୁଆ ରଙ୍ଗ ପରି ଯୋଗାଣ ମନ୍ତ୍ରୀଙ୍କ ଭାଷଣ ବଦଳୁଛି । ମିଲରଙ୍କ ସହ ମିଶି ଠନ ଠନ ଗୋପାଳ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।

୪ ଶହ  କୋଟି ଦେଇ ପ୍ରବାସୀ ଭାରତ ଓ ଉତ୍କର୍ଷ ଓଡ଼ିଶା କଲେ । ଏ ଯାଏଁ ୩୦ ପ୍ରତିଶତ ଚାଷୀ ଧାନ ବିକି ପାରି ନାହାନ୍ତି । ୮୦ ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରଖିଲେ ସରକାର । ହେଲେ ଏଯାଏଁ ୫୭ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି । ସବୁ ଧାନ କିଣିବା ପାଇଁ ୧୬ ହଜାର କୋଟି ଦରକାର । ୧୨ ଲକ୍ଷ ଚାଷୀ ବାକି ଅଛନ୍ତି । ତାଙ୍କଠାରୁ ଧାନ କିଣିବାକୁ ୪୨ ଶହ କୋଟି ଦରକାର । ଯାହା ବଜେଟରେ ପ୍ରବଧାନ ନାହିଁ ।

ପକେଟରେ ନାହିଁ ଧାନ, ପୁଅ ବାହାଘର ପାଇଁ ମନ କହି ଚାଷୀଙ୍କୁ ଭଣ୍ଡାଇବାକୁ ଯୋଜନା ଚାଲିଛି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ରଣେନ୍ଦ୍ର । ଏବେ ଆଉ ଓଡ଼ିଶାବାସୀ ଛାଡ଼ିବେ ନାହିଁ । ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପାଇଁ ଉତ୍ତରଦାୟୀ । କାରଣ ସେ ଗୃହ ମନ୍ତ୍ରୀ ବି ଅଛନ୍ତି । ଭୁବନେଶ୍ୱରରେ ବାବୁ ସିଂ ଠେଙ୍ଗା ବାହିନୀ କରି ଦେଲେ । ଆଇନ ଶୃଙ୍ଖଳା ଆଉଟସୋର୍ସିଙ୍ଗ କି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର । ପୋଲିସ ତୁଣ୍ଡି ବାନ୍ଧି ଦେଇଛି । ସଂସ୍କୃତିର ବଳ ପାଇଁ ଠେଙ୍ଗା ଉଠାଇବାକୁ କିଏ କ୍ଷମତା ଦେଲା ? ଯଦି ସରକାର ଅପାରଗ, ତାହା ଗୃହରେ ଜଣାନ୍ତୁ ବୋଲି ଅପିଲ କରିଛନ୍ତି ରଣେନ୍ଦ୍ର ।

ମନ୍ତ୍ରୀମାନେ କାହାକୁ ମାନୁ ନାହାନ୍ତି । ମନ୍ତ୍ରୀ ଓ ସଚିବଙ୍କ ଭିତରେ ସମନ୍ୱୟ ନାହିଁ । ପ୍ରାଣୀ ସମ୍ପଦ ମନ୍ତ୍ରୀ ବିନା କ୍ୟାବିନେଟରେ ଘୋଷଣା କରି ଦେଲେ ମଧ୍ୟାନ୍ନ ଭୋଜନରେ କ୍ଷୀର ଦେବେ । ୯୦୦ କୋଟି ଆସିବ କେଉଁଠୁ ? କାମଧେନୁରେ କେତେ ଗାଈ ଦେଲ ? ଗୋଦାବରୀଶରେ କେତେ ସ୍କୁଲ କଲ ? ନିର୍ବାଚନ ଇସ୍ତାହାରରେ ବନ୍ଦ ସ୍କୁଲ ଖୋଲିବାକୁ କହିଥିଲ, କେତେ ଖୋଲିଛ ? କେତେ ଶିକ୍ଷକ ନିଯୁକ୍ତି ଦେଲେ ? ପୂର୍ବ ସରକାର ସମୟରେ ଯାହା ହୋଇଥିଲା, ତାକୁ ପୁଣି କଲ କହି ରାଜ୍ଯପାଳଙ୍କ ଅଭିଭାଷଣରେ ଏପରି ସମାଲୋଚନା କରିଛନ୍ତି ରଣେନ୍ଦ୍ର ।

ଦୃଶ୍ୟମ ଫର୍ମୁଲା ଆପଣାଇ ବେଳେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫଶ କଲା କମିଶନରେଟ ପୋଲିସ

କଟକ: ବହୁ ଚର୍ଚ୍ଚିତ ବେଲେଶ୍ୱର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ । ବଲିଉଡ଼ ଫିଲ୍ମ ‘ଦୃଶ୍ୟମ-୨’ ଷ୍ଟାଇଲରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଫିଲ୍ମରେ ପୋଲିସ ସିନା ଅଜୟ ଦେବଗନଙ୍କୁ ଧରି ପାରି ନଥିଲା । ହେଲେ ସମାନ ଟ୍ରିକ୍ ଆପଣାଇ କମିଶନରେଟ ପୋଲିସ ବେଲେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ଦୀର୍ଘ ୫ ବର୍ଷ ପରେ ପୋଲିସକୁ ଏହି ସଫଳତା ମିଳିଛି । ମୃତ ଶ୍ରୀନାଥ ସାମଲ ଏବଂ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କ ଘରେ କାମ କରୁଥିବା ଚାକରାଣୀ ଓ ତାଙ୍କ ସ୍ୱାମୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଚାକରାଣୀକୁ ଉଭୟ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ସାମ୍ୱାଦିକ ସମ୍ମୀଳନୀରେ ପୋଲିସ କହିଥିବା ବେଳେ ଦୀର୍ଘ ବର୍ଷର ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ପରିବାର ଲୋକେ ମଧ୍ୟ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

୨୦୧୯ରେ ଘଟିଥିଲା ହତ୍ୟା । ୨୦୨୫ରେ ଗିରଫ । ବହୁଚର୍ଚ୍ଚିତ ବେଲେଶ୍ୱର ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାଶ । ଚାକରାଣୀ ବାସନ୍ତୀ ଓ ତାଙ୍କ ସ୍ୱାମୀ ସନ୍ତୋଷ ଗିରଫ । ଉଭୟେ ଶ୍ରୀନାଥ ଏବଂ ବିଦୁଲତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଦୀର୍ଘ ବର୍ଷ ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଞ୍ଚି ପାରି ନଥିବାବେଳେ ହଠାତ ଏହି ମାମଲାର ତଦନ୍ତ ପୁଣି ଆରମ୍ଭ ହୋଇଥିଲା । ସିଡିଆର ବା କଲ ଡିଟେଲ୍ସ ରେକର୍ଡ ଯାଞ୍ଚ କରୁ କରୁ ହତ୍ୟାକାଣ୍ଡ ପୂର୍ବ ଦିନରୁ ହତ୍ୟାକାଣ୍ଡ ପରଦିନ ପର୍ଯ୍ୟନ୍ତ ପ୍ରାୟ ୪୦ ଘଣ୍ଟା ଧରି ଚାକରାଣୀ ବାସନ୍ତୀର ଫୋନ ସୁଇଚ ଅଫ ଥିଲା ବୋଲି ଜଣାପଡିଥିଲା । ଆଉ ସେହି ଠୁଁ ହିଁ ପୋଲିସର ସନ୍ଦେହ ବଢିବା ସହ ପୁଣି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସେମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ବେଲେଶ୍ୱର ଅଞ୍ଚଳରେ ରହୁଥିବା ବାସନ୍ତୀ ଓ ସ୍ୱାମୀଙ୍କ ସହ ଚାକର ସାଜି ଯୋଗଯୋଗ କରିଥିଲା ପୋଲିସ । ଦୁହିଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଏହି ଜାଲରେ ଉଭୟେ ଫସି ନିଜ ଦୋଷ ମାନିବା ସହ ପୋଲିସ ହାତରେ ଗିରଫ ହୋଇଛନ୍ତି । ପୋଲିସ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ ମଧ୍ୟ କରିଛି ।

ଉଭୟଙ୍କ ଗିରଫ ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ମୃତ ଶ୍ରୀନାଥ ଓ ବିଦୁଲତାଙ୍କ ପରିବାର । ହେଲେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି । ତେବେ ପୋଲିସର ତଦନ୍ତକୁ ନେଇ ସୃଷ୍ଟି ହୋଇଛି ନାନା ସନ୍ଦେହ । ୫ ବର୍ଷ ପରେ ସିଡିଆର ରିପୋର୍ଟରେ ଯଦି ଉଭୟଙ୍କ ଫୋନ ସୁଇଚ ଅଫ ଥିଲା ଜଣାପଡିଲା, ସେତେବେଳେ କାହିଁକି ତେବେ ତାହା ପୂର୍ବରୁ ଜଣାପଡିଲା ନାହିଁ କେମିତି ? ହତ୍ୟାକାଣ୍ଡ ପୂର୍ବରୁ ଚାକରାଣୀ ଘରୁ ପଳାଇ ଯାଇଥିବା ବେଳେ ପୋଲିସ କାହିଁକି ସନ୍ଦେହ କରି ନଥିଲା ? ତଦନ୍ତ ପରିସରଭୁକ୍ତ କାହିଁକି ହୋଇ ନଥିଲେ ଦମ୍ପତି ? ପୋଲିସର ହସ୍ତଗତ ହୋଇଥିବା ଫିଙ୍ଗର ପ୍ରିଣ୍ଟ ସତ ନା ନାହିଁ ? କଟୁରିରେ ହାଣି ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିନାହିଁ ପୋଲିସ । ଉଭୟଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପୋଲିସ ପାଇଁ କାଠିକର ପାଠ ହେବ ବୋଲି ଆଇନଜୀବି ମତ ଦେଇଛନ୍ତି ।

ମୋତେ ଯଦି ସୁଯୋଗ ମିଳେ, ଓଡ଼ିଆ ଫିଲ୍ମ କରିବି : ବରୁଣ ଶର୍ମା

ଭୁବନେଶ୍ବର: ନନ୍ଦିଘୋଷ କନକ୍ଲେଭ ୨୦୨୫ରେ ଯୋଗ ଦେଲେ ବଲିଉଡ ଅଭିନେତା ବରୁଣ ଶର୍ମା । ଏହି ଅବସରରେ ଓଲିଉଡକୁ ନେଇ କହିଲେ ବଡ଼ କଥା । ବରୁଣ କହିଛନ୍ତି କି, ମୋତେ ଯଦି ସୁଯୋଗ ମିଳିବ ତା’ହେଲେ ଓଡ଼ିଆ ଫିଲ୍ମ କରିବି । ମୋତେ ନୂଆ ନୂଆ ଭାଷା ଶିଖିବାକୁ ବହୁତ ଭଲ ଲାଗେ । ଯଦି ସୁଯୋଗ ମିଳେ ତା’ହେଲେ ଓଡ଼ିଆ ଫିଲ୍ମ କରିବି ।

ଏହାସହ ନିଜର କ୍ୟାରିୟର ସାଙ୍ଗକୁ ନିଜର ଜୀବନ କାହାଣୀକୁ ନେଇ ମଧ୍ୟ ଏହି କନକ୍ଲେଭ ମାଧ୍ୟମରେ କହିଥିଲେ । ସେପଟେ କମେଡିକୁ ନେଇ ମଧ୍ୟ କହିଛନ୍ତି କି, ମୁଁ କେବେ କମେଡି ଛାଡ଼ିବି ନାହିଁ । ମୋତେ କମେଡି ରୋଲରେ ଅଭିନୟ କରିବାକୁ ବହୁତ ଭଲ ଭାଗେ । ଲୋକଙ୍କ ମୁହଁରେ ହସ ଫୁଟାଇବା ଏକ ବଡ଼ କଥା । କିନ୍ତୁ ମୋତେ ସବୁ ଭୂମିକାରେ ଅଭିନୟ କରିବାକୁ ଭଲ ଲାଗେ । ଓଡ଼ିଶାକୁ ପ୍ରଂଶସା କରିବା ସହ ଓଡ଼ିଆ ଖାଦ୍ୟ ସମ୍ପର୍କରେ କହିଛନ୍ତି । ଡାଲମା ବହୁତ ଭଲ ଲାଗେ ବୋଲି କହିଛନ୍ତି ବରୁଣ ।

ବିବାହକୁ ନେଇ କରାଯାଇଥିବା ପ୍ରଶ୍ନରେ କହିଥିଲେ, ଦୁଇବର୍ଷ ହେବ ସମାନ କଥା ଶୁଣି ଆସୁଛି । ଘରେ ମା ପ୍ରତିଦିନ ସମାନ ପ୍ରଶ୍ନ ପଚାରନ୍ତି । କିନ୍ତୁ ମୁଁ ଏହାକୁ ଏଡ଼ାଇ ଦେଇଥାଏ । କିନ୍ତୁ ସମୟ ଆସିଲେ ଏହା ହେବ । ସେପଟେ ଫିଲ୍ମକୁ ନେଇ କହିଛନ୍ତି କି, ଦିଲଓ୍ବାଲେ ଫିଲ୍ମ ମୋ ପାଇଁ ଚ୍ୟାଲେଞ୍ଜିଙ୍ଗ ଥିଲା । ଏଥିରେ ବହୁତ ବଡ଼ ବଡ଼ କଳାକାଳର ଥିଲେ । ଶାହରୁଖ ସାରଙ୍କ ଭଳି ସୁପରଷ୍ଟାର ମୁଖ୍ୟ ଭୂମିକାରେ ଥିଲେ । ଏମିତି ଫିଲ୍ମରେ ଦର୍ଶକଙ୍କ ଆଟେନସନ୍ ନିଜ କାଡକୁ ଟାଣିବା ବହୁତ ଚ୍ୟାଲେଞ୍ଜିଂ ଥିଲା । ଏହାସହ ଶାହରୁଖ ଖାନ ତାଙ୍କ ଆଦର୍ଶ ବୋଲି ବରୁନ କହିଥିଲେ ।