ନନ୍ଦିଘୋଷ ବ୍ୟୁରୋ: ଫ୍ରେଡରିକ୍ ମର୍ଜ ହେବେ ଜର୍ମାନୀର ପରବର୍ତ୍ତୀ ଚାନ୍ସେଲର। ଜର୍ମାନୀ ସାଧାରଣ ନିର୍ବାଚନରେ ଫ୍ରେଡରିକ ମର୍ଜଙ୍କ ବିଜୟ ହୋଇଛି । ବିରୋଧୀ ଦଳ ନେତା ଥିଲେ ଫ୍ରେଡରିକ୍ ମର୍ଜ। ଖୁବଶୀଘ୍ର ଗଢିବେ ଦେଶରେ ନୂଆ ସରକାର। ସେପଟେ ପରାଜୟକୁ ସ୍ଵୀକାର କରିଛନ୍ତି ବର୍ତ୍ତମାନର ଚାନ୍ସେଲର ଓଲାଫ ସ୍କୋଲାଜ। ସାଧାରଣ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କୋଲାଜଙ୍କୁ ନେଇ ଥିବା ଅସନ୍ତୋଷ ପ୍ରତିଫଳିତ ହୋଇଛି । ଫଳରେ ଫ୍ରେଡରିକ ପରବର୍ତ୍ତୀ ଚାନ୍ସେଲର ହେବା ନେଇ ବାଟ ସଫା ହୋଇ ଯାଇଥିଲା । ଚାନ୍ସେଲର ଓଲାଫ ସ୍କୋଲ୍ଜ ନିଜ ଦଳର ପରାଜୟ ସ୍ଵୀକାର କରିବା ସହ ମର୍ଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ନିର୍ବାଚନ ପରିଣାମ ଅତି ଖରାପ ହୋଇଛି । ଏଥିଲାଗି ସମସ୍ତ ଦୋଷ ନିଜେ ମୁଣ୍ଡାଇଛନ୍ତି ଓଲାଫ । ଚାନ୍ସେଲର ଭାବେ ନିର୍ବାଚିତ ହେବା ପରେ ଫ୍ରେଡରିକଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧୀ କୁହାଯାଉଛି । ଚାନ୍ସେଲର ଭାବେ ନିର୍ବାଚିତ ହେବା ପରେ ଫ୍ରେଡରିକ ମର୍ଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆ ଏକ୍ସରେ ମେସେଜ ପୋଷ୍ଟ କରି ଟ୍ରମ୍ପ କରିଛନ୍ତି ଜର୍ମାନୀ ପାଇଁ ଏହା ଏକ ମହାନ ଦିନ।
ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବ, ରୋମରେ ଜରୁରୀ ଅବତରଣ
ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ ଏୟରଲାଇନ୍ସ ବିମାନରେ ବୋମା ଗୁଜବ । ବିମାନକୁ ଇଟାଲୀର ରୋମକୁ କରାଗଲା ଡାଇଭର୍ଟ । ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ପୁଣି ନୂଆଦିଲ୍ଲୀ ଅଭିମୁଖେ ଭରିବ ଉଡାଣ । ବିମାନରେ ବୋମା ରଖାଯାଇଥିବା ନେଇ ଧମକ ପରେ ଆମେରିକାନ ଏୟାରଲାଇନ୍ସର ଏହି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ବିମାନ ଇଟାଲୀର ରୋମରେ ସୁରକ୍ଷିତ ଅବତରଣ କରିସାରିଛି । ବିମାନର ଏବେ ଯାଞ୍ଚ କରାଯାଉଛି । ଫ୍ଲାଇଟ ରାଡାର ୨୪ ଡଟକମ୍ ୱେବସାଇଟ ପକ୍ଷରୁ ବିମାନ ଡାଇଭର୍ଟ ନେଇ ଏହି ସୂଚନା ଦିଆଯାଇଛି ।
ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା । ଏହି ଧମକ ପରେ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ଦେଇଛି ଇଟାରୀଲ ଖବର ସରବରାହ ସଂସ୍ଥା ANSA । ବିମାନକୁ ସୁରକ୍ଷିତ ରୋମ ଏୟାରପୋର୍ଟରେ ଅବତରଣ କରାଯାଇଛି । ଆମେରିକାନ ଏୟାରଲାଇନ୍ସର ବିମାନ AA 292 ନ୍ୟୁୟର୍କର ଜେଏଫକେ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଉଡାଣ ଭରିଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହା ଅବତରଣ କରିଥାନ୍ତା । ରୋମ ପହଞ୍ଚିବା ପରେ ବିମାନର ଯାଞ୍ଚ କରାଯାଉଛି ।
ବିମାନଟି ରୋମର ଲିଓନାର୍ଡୋ ଦାଭିନ୍ସି ଏୟାରପୋର୍ଟରେ ଅବତରଣ କରିଛି । ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ସାଢେ ୫ଟାରେ ଏହି ବିମାନ ଅବତରଣ କରିଥଲା । ଏହି ବିମାନର ଆମେରିକାର ସମୟ ଅନୁସାରେ ରାତି ୮ଟା ୧୪ ମିନିଟରେ ଉଡାଣ ଭରିଥିଲା । ଏହି ବିମାନ ଇଟାଲୀରେ ଅବତରଣ କରିବା ପୂର୍ବରୁ ଏହାକୁ ଇଟାଲୀର ବାୟୁସେନାର ଫାଇଟଲ ଜେଟ୍ ଘେରି ରହିଥିବା ଦେଖିବାକୁ ମିଳିଥିଲା । ବିମାନରେ ଯାତ୍ରା କରୁଥିବା ସମସ୍ତ ୧୯୯ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କ ଯାଞ୍ଚ ପରେ ବିମାନ ପୁଣିଥରେ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିବ ।
ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ
ବିହାର: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ପିଟିଲା ବାଲି ବୋଝେଇ ହାଇଓ୍ବା । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଅଟୋଟି ରାସ୍ତାରୁ ପ୍ରାୟ ୧୦ ଫୁଟ ତଳେ ପାଣି ଭର୍ତ୍ତି ଗାତରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣା ମସୌଡି-ପିତମାସ ରୋଡର ନୁରା କୱାର ନିକଟରେ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟ୍ରକଟି ବହୁତ ଦ୍ରୁତ ଗତିରେ ଯାଉଥିଲା ଏବଂ ଡ୍ରାଇଭର ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି ଏବଂ ଡ୍ରାଇଭରକୁ ଖୋଜା ଚାଲିଛି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହି ଦୁର୍ଘଟଣା ପରେ, ସ୍ଥାନୀୟ ଲୋକମାନେ ରାସ୍ତାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଏବଂ ଯାନବାହାନର ଗତି ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରେ ଅଟୋ ଡ୍ରାଇଭର ଶତ୍ରୁଧନ ରାମ(୩୦), ଶିବନାଥ ବିନ୍ଦ(୪୦), ସନ୍ତୋଷୀ ବିନ୍ଦ(୪୦) , ଭୂଲେତନ ବିନ୍ଦ(୩୦) , ସୋମର ବିନ୍ଦ(୪୦) ଏବଂ ମାଚରୁ ବିନ୍ଦ(୩୦) ଅଛନ୍ତି । ଏହା ବ୍ୟତୀତ ୨୦ ବର୍ଷୀୟ ଅର୍ଜୁନ ଠାକୁରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ, ସ୍ଥାନୀୟ ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ, ବିକ୍ଷୋଭକାରୀମାନେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।
ପାକିସ୍ତାନର ପରାଜୟରେ ହସିଲେ ମଲ୍ଲିକ- ହାଫିଜ, ଅଖତର ମଧ୍ୟ କଲେ ଅପମାନ
ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନସ୍ ଟ୍ରଫିରେ ଟିମ୍ ଇଣ୍ଡିଆର ବିରାଟ ବିଜୟ । ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟରେ ଭାରତରେ ଉତ୍ସବର ପରିବେଶ ଥିବା ବେଳେ ସମଗ୍ର ପାକିସ୍ତାନରେ ନିରାଶା ରହିଛି । କିନ୍ତୁ ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ହାଫିଜ୍, ସୋଏବ ମଲ୍ଲିକ ଏବଂ ସୋଏବ ଅଖତର ନିରାଶା ପ୍ରକାଶ କରିନାହାନ୍ତି । ପାକିସ୍ତାନର ପରାଜୟରେ ମଲ୍ଲିକ ଏବଂ ହାଫିଜ ହସିଥିବାର ଦେଖାଯାଇଥିଲା । ଅନ୍ୟପକ୍ଷରେ, ସୋଏବ ଅଖତର ପାକିସ୍ତାନର ପରାଜୟ ଉପରେ କହିଛନ୍ତି ଯେ ମୁଁ ଆଦୌ ନିରାଶ ନୁହେଁ ।
ପାକିସ୍ତାନର ପରାଜୟରେ ହସିଲେ ମଲ୍ଲିକ ଏବଂ ହାଫିଜ୍
ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଏବଂ ମହମ୍ମଦ ହାଫିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଉଭୟ ଭାରତର ବିଜୟ ପରେ ସେମାନଙ୍କର ମତାମତ ପ୍ରକାଶ କରୁଛନ୍ତି । ଏହି ସମୟରେ, ମଲ୍ଲିକ ‘ଦିଲ କେ ଅରମାନ ଆସୁ ମେଁ ବେହ ଗୟେ’ ଗୀତ ଗାଇ ହସୁଥିବାର ଦେଖିବାକୁ ମିଳିଥିଲା । ପରେ ମହମ୍ମଦ ହାଫିଜ୍ ‘ରହିଗଲେ’ ବୋଲି କହି ଜୋରରେ ହସିବାକୁ ଲାଗିଲେ ।
https://www.instagram.com/imshoaibakhtar/reel/DGbDB_0TbRl/
ଅଖତର କହିଲେ- ମୁଁ ଆଦୌ ନିରାଶ ନୁହେଁ
ସୋଏବ ଅଖତର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଆପଣ ମାନେ କହୁଥିବେ କି ମୁଁ ନିରାଶ, କିନ୍ତୁ ମୁଁ ଆଦୌ ନିରାଶ ନୁହେଁ।’ କାରଣ ମୁଁ ଜାଣିଥିଲି ଯେ ଆଗକୁ କ’ଣ ହେବାକୁ ଯାଉଛି । ପରେ ସେ ପାକିସ୍ତାନର ମ୍ୟାନେଜମେଣ୍ଟକୁ କଡା ସମାଲୋଚନା କରି କହିଥିଲେ ଯେ, ଯେମିତି ମ୍ୟାନେଜମେଣ୍ଟ ସେମିତି ଖେଳାଳୀ । ନା ମ୍ୟାନେଜମେଣ୍ଟଙ୍କୁ କିଛି ଜଣା ନା ଖେଳାଳୀଙ୍କୁ । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଦକ୍ଷତା ତାଙ୍କ ପାଖରେ ନାହିଁ । ଖେଳିବାକୁ ଯାଇଥିଲେ କିନ୍ତୁ କ’ଣ କରିବେ କାହାକୁ ଜଣାନଥିଲା ।
https://www.instagram.com/imshoaibakhtar/reel/DGbDjYwTuUY/
ସଚିନ ତେନ୍ଦୁଲକର କହିଲେ- ପରଫେକ୍ଟ ଏଣ୍ଡିଙ୍ଗ
ଟିମ୍ ଇଣ୍ଡିଆର ବିଜୟରେ ଖୁସି ପ୍ରକାଶ କରିଛନ୍ତି ‘କ୍ରିକେଟର ଭଗବାନ’ ସଚିନ ତେନ୍ଦୁଲକର। ସେ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଲେଖିଛନ୍ତି, ‘ସବୁଠାରୁ ପ୍ରତୀକ୍ଷିତ ମ୍ୟାଚର ପରଫେକ୍ଟ ଏଣ୍ଡିଙ୍ଗ’ ଏକ ପ୍ରକୃତ ନକଆଉଟ୍ । ଏହାବ୍ୟତୀତ ସେ ବିରାଟ କୋହଲି, ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିବାବେଳେ କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ପାଇଁ ପ୍ରଶଂସା କରିଛନ୍ତି ।
ଫର୍ମକୁ ଫେରିଲେ କିଙ୍ଗ କୋହଲି
ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ପାକିସ୍ତାନ ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ସେ ଚେତାବନୀ ଦେଇଛନ୍ତି। ଏହା ହେଉଛି ତାଙ୍କର ୫୧ତମ ଶତକ। ଏହା ସହିତ ସେ ସର୍ବାଧିକ ଦିନିକିଆ ସେଞ୍ଚୁରି କରିବାର ରେକର୍ଡ କରିଛନ୍ତି। ଆଜିର ଇନିଂସ ସହିତ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି କୋହଲି। ତେନ୍ଦୁଲକରଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ଭାବେ ସର୍ବାଧିକ ୱାନ ଡେ ରନ୍ କରିଛନ୍ତି ।
ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଚଳଚଞ୍ଚଳ ଲୋକନାଥ ପୀଠ
ପୁରୀ : ଆଜି ପବିତ୍ର ପଙ୍କଉଦ୍ଧାର ଏକାଦଶୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀ ଲୋକନାଥ ମହାପ୍ରଭୁ । ଶ୍ରୀଲୋକନାଥ ଦେବଙ୍କ ପୀଠର ବିଶେଷ ମହତ୍ତ୍ବ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ ରାତି ୧ଟା୧୫ ଟାରେ ଦ୍ୱାରଫିଟା ହେବାପରେ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।
ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତ୍ୟେକ୍ଷ ଦର୍ଶନ କରି ଆଶିଷ ଲାଭ କରିବେ । ଏହି ଦର୍ଶନ ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ । ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଏହି ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ବୋହୂର ଝୁଲନ୍ତା ମୃତଦେହ ଦେଖି ହୃତଘାତରେ ଚାଲିଗଲା ଶାଶୂର ଜୀବନ
ବଲାଙ୍ଗୀର: ଗୋଟିଏ ଘରୁ ଉଠିଲା ଦୁଇଟି ଶବ । ଏକାସଙ୍ଗରେ ଜଳିବ ଶାଶ ବୋହୂଙ୍କ ମରଶରୀର । ତେବେ କୌଣସି କାରଣରୁ ବୋହୂ ଆତ୍ମହତ୍ୟା କରିଥିବା ବେଳେ ବୋହୂର ଝୁଲନ୍ତା ମୃତଦେହ ଦେଖି ଶାଶୂର ହୃଦଘାତରେ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ରାଜୀବ ନଗର ପଡାରେ । ବୋହୂର ଝୁଲନ୍ତା ମୃତଦେହ ଦେଖି ହୃତଘାତରେ ଚାଲିଗଲା ଶାଶୂର ଜୀବନ । ବୋହୂର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେପଟେ ହତ୍ୟା ଅଭିଯୋଗ ଆଣିଲେ ବୋହୂର ପରିବାର ଲୋକେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡିକାଲ ମର୍ଗ ହାଉସକୁ ପଠାଇଛି ପୋଲିସ ।
ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ କରୁଛି । ତେବେ ମୃତ ବୋହୂର ନାଁ ଆନନ୍ଦିନୀ ସାହୁ ଓ ତାଙ୍କ ଶାଶୁଙ୍କ ନାଁ ଯମୁନାବତୀ ସାହୁ । କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ଯୁ ହେଲା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ୍ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଆଜିଠାରୁ ଦିଲ୍ଲୀ ବିଧାନସଭା ଅଧିବେଶନ
ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଦିଲ୍ଲୀ ବିଧାନସଭା ଅଧିବେଶନ । ପ୍ରଥମ ଦିନରୁ ସରଗରମ ରହିପାରେ ଗୃହ । ୨୭ ବର୍ଷ ପରେ କ୍ଷମତାକୁ ଫେରିଛି ବିଜେପି ସେନେଇ ଦିଲ୍ଲୀ ବିଧାନସଭା ଅଧିବେଶନ ଟିକେ ଅଲଗା ପ୍ରକାରର ହେବ । ୨୮ ବର୍ଷ ପରେ ବିଜେପି କ୍ଷମତାକୁ ଫେରିବା ପରେ ଏବେ ଦିଲ୍ଲୀରେ ଚାଲୁଛି ରେଖା ଗୁପ୍ତାଙ୍କ ଶାସନ। ସେ ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଛନ୍ତି । ବିଧାନସଭା ଅଧିବେଶନ ଆଗରୁ ସେ ଆମ୍ ଆଦମୀ ପାର୍ଟିକୁ ଚେତାବନୀ ଦେଇ କହିଛନ୍ତି, ଆପ୍ ର ସବୁ ଦୁର୍ନୀତିର ପର୍ଦ୍ଦାଫାସ କରାଯିବ । ଆମେ ଦିଲ୍ଲୀ ବାସୀଙ୍କ ସେବା କରିବାକୁ ଆସିଛୁ । କାହାକୁ ଛଡା଼ ଯିବ ନାହିଁ ।
ବିଜେପି ସଂକେତ ଦେଇଛି, ଏହି ଅଧିବେଶନରେ ବିବାଦୀୟ ସିଏଜି ରିପୋର୍ଟ ବି ଉପସ୍ଥାପନ କରାଯିବ । ଏଥିରେ ଆମ୍ ଆଦମୀ ପାର୍ଟିର ଦୁର୍ନୀତି ଧରାପଡ଼ିବ ବୋଲି କହିଛି ବିଜେପି । ସେପଟେ ଆପ୍ ତରଫରୁ କୁହାଯାଇଛି, ଆମେ ପ୍ରସ୍ତୁତ । ଦଳ ପକ୍ଷରୁ ଆତିଶିଙ୍କୁ ବିରୋଧୀ ଦଳ ନେତା ପଦ ଦିଆଯାଇଛି । ଅର୍ଥାତ ଏଥର ଦିଲ୍ଲୀରେ ଶାସକ ଦଳର ମୁଖିଆ, ସରକାରର ମୁଖିଆ ମହିଳା ଓ ବିରୋଧୀ ଦଳର ମୁଖ୍ୟ ମଧ୍ୟ ମହିଳା।
ଫର୍ମକୁ ଫେରିଲେ ବିରାଟ କୋହଲି
ନୂଆଦିଲ୍ଲୀ : ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ପାକିସ୍ତାନ ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ସେ ଚେତାବନୀ ଦେଇଛନ୍ତି। ଏହା ହେଉଛି ତାଙ୍କର ୫୧ତମ ଶତକ। ଏହା ସହିତ ସେ ତେନ୍ଦୁଲକରଙ୍କ ସହିତ ଯୁଗ୍ମ ଭାବେ ସର୍ବାଧିକ ଦିନିକିଆ ସେଞ୍ଚୁରି କରିବାର ରେକର୍ଡ କରିଛନ୍ତି। ତେନ୍ଦୁଲକର ମଧ୍ୟ ୫୧ଟି ଦିନିକିଆ ସେଞ୍ଚୁରି କରିଛନ୍ତି। ଆଜିର ଇନିଂସ ସହିତ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି କୋହଲି। ତେନ୍ଦୁଲକରଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ଭାବେ ସର୍ବାଧିକ ୱାନ ଡେ ରନ୍ କରିଛନ୍ତି। ଆଉ ଏକ କଥା ହେଲା ସବୁଠାରୁ ଦ୍ରୁତତମ ଭାବେ ମାତ୍ର ୨୮୭ ଇନିଂସରେ ୧୪ ହଜାର ରନ୍ ପୂରଣ କରିଛନ୍ତି ବିରାଟ କୋହଲି। କେବଳ ସେତିକି ନୁହେଁ, ୮ ହଜାର ରନ୍ ପୂରଣ କରିବାରେ ବି ସେ ଦ୍ରୁତତମ ବ୍ଯାଟସମ୍ୟାନ। ସେହିପରି ସବୁଠାରୁ କମ୍ ଇନିଂସରେ ସେ ୯ ହଜାର ରନ୍ , ୧୦ ହଜାର ରନ୍ , ୧୧ ହଜାର ରନ୍, ୧୨ ହଜାର ରନ୍ ୧୩ ହଜାର ରନ୍ ପୂରଣ କରିଥିଲେ। ୧୪ ହଜାର ରନ୍ ପୂରଣ କରିବାରେ ମଧ୍ୟ ସେ ସବୁଠୁ କମ୍ ଇନିଂସ ଖେଳିଛନ୍ତି।
ପାକିସ୍ତାନକୁ ହରାଇ ଭାରତର ଦମ୍ଦାର ବିଜୟ
ବଦଲାନେଲା ଭାରତ । ଭାରତର ଦମଦାର ବିଜୟ । ଭାରତ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି । ଏହା ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଲଗାତାର ଦ୍ବିତୀୟ ବିଜୟ । ପୂର୍ବରୁ ଭାରତ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା । ବିରାଟ କୋହଲି ,ଶ୍ରେୟସ ଅୟର, ଶୁଭମନ ଗିଲ ଏବଂ କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତ ୨ଟି ବିଜୟରୁ ୪ ପଏଣ୍ଟ ସହିତ ଗ୍ରୁପର ଶୀର୍ଷରେ ରହିଛି ।ଭାରତାର ବିଜୟରେ ବିରାଟ କୋହଲିଙ୍କ ବଡଅବଦାନ ରହିଛି । ବିରାଟ ଚୈକା ମାରି ତାଙ୍କ ଏୖତିହାସିକ ଶତକ ହାସଲ କରିଛନ୍ତି । ପାକିସ୍ତାନ ଲଗାତାର ଦ୍ବିତୀୟ ମ୍ୟାଚ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାଳହେଲା!
ପାକିସ୍ତାନକୁ ପରାସ୍ତ କରି ଓଉଉ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଦୁବାଇରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ରୋହିତ ବାହୀନି ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଛି। ବାଂଲାଦେଶ ପରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୫୧ତମ ଶତକ ହାସଲ କରିଥିଲେ। ଶ୍ରେୟସ ଆୟର କୋହଲିଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଦୁହେଁ ପାକିସ୍ତାନୀ ବୋଲରଙ୍କୁ କଠିନ ମୁକାବିଲା ଦେଇଥିଲେ। ଓପନର ଶୁଭମନ ଗିଲ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ। କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ହଇଚଇ ସୃଷ୍ଟି କରିଥିଲେ। ଭାରତ ୪ ପଏଣ୍ଟ ସହିତ ତା’ର ଗ୍ରୁପର ଶୀର୍ଷରେ ଅଛି। ଏହା ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ। ଏହି ପରାଜୟ ପରେ ଚାମ୍ପିଅନ୍ସ ଟ୍ରଫିରୁ ପ୍ରାୟ ବାହାର ହୋଇଗଲେଣି। ଭାରତ ମାର୍ଚ୍ଚ ୨ରେ ତାର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ।
ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ କରିଥିଲା। ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ଅପରାଜିତ ୧୦୦ ରନ୍ କରିଥିଲେ। କୋହଲି ୧୧୧ ବଲ୍ରେ ୭ଟି ଚୌକା ମାରିଥିଲେ। ଶ୍ରେୟସ ଆୟର ୬୭ ବଲ୍ ରୁ ୫୬ ରନ୍ କରି ଆଉଟ୍ ହୋଇଥିଲେ। ସେ ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଓପନର ଶୁଭମନ ଗିଲ ୫୨ ବଲରୁ ୪୬ ରନ କରି ଆଉଟ ହୋଇଥିଲେ, ଅଧିନାୟକ ରୋହିତ ଶର୍ମା ୧୫ ବଲରୁ ୨୦ ରନ ଯୋଗଦାନ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଙ୍ଗକରିବା ପାଇଁ ଚେଷ୍ଟା କରୁଥିବା ସମୟରେ ୮ ରନ କରି ଆଉଟ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ୱିକେଟ୍ ନେଇଥିବା ବେଳେ ଅବରାର ଅହମ୍ମଦ ଏବଂ ଖୁସଦିଲ ଶାହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ବିଗ୍ ବି ନିକଟରେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ କିଛି ପୋଷ୍ଟ କରିଛନ୍ତି, ଯାହା ପାଇଁ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି
ମୁମ୍ବାଇ : ଅମିତାଭ ବଚ୍ଚନ ୮୨ ବର୍ଷ ବୟସରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ଟିଭି ଶୋ ଏବଂ ଚଳଚ୍ଚିତ୍ର ମଧ୍ୟ କରୁଛନ୍ତି। ସେ ପ୍ରତି ରବିବାର ଜଲାସାରେ ଏକତ୍ରିତ ହେଉଥିବା ପ୍ରଶଂସକମାନଙ୍କୁ ଭେଟୁଛନ୍ତି। ସୋସିଆଲ ମିଡିଆରେ ସେ ଖୁବ ସକ୍ରିୟ ରୁହନ୍ତୁ। ସେ ପ୍ରାୟତଃ ଏପରି ଟ୍ୱିଟ୍ କରନ୍ତି ଯେହା ପାଇଁ ତାଙ୍କୁ ଟ୍ରୋଲ୍ କରାଯାଏ । ସେ ଅଧିକ କ୍ରିପ୍ଟିକ୍ ଟ୍ୱିଟ୍ ପୋଷ୍ଟ କରନ୍ତି, ଯାହା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ବିଗ୍ ବି ନିକଟରେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ କିଛି ପୋଷ୍ଟ କରିଛନ୍ତି, ଯାହା ପାଇଁ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।
ଅମିତାଭ ବଚ୍ଚନତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଲେଖିଥିଲେ, “ଚୁପ୍ ଚାପ୍, ଛିଡି କା ବାପ୍!!!” ଅନେକ ଲୋକ ଅମିତାଭଙ୍କ ଟ୍ୱିଟକୁ ରାଜନୈତିକ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି, କେତେକ ଏହାକୁ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହ ଯୋଡୁଛନ୍ତି, ଅନ୍ୟ କେତେକ ଏହାକୁ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ମଧ୍ୟ ଯୋଡୁଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, “୨୦୧୪ ମସିହାରୁ ତୁମେ ଛିଡି କା ବାପ୍ ପରି ବ୍ୟବହାର କରୁଛ।” ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ତୁମେ ଚୁପ୍ କାହିଁକି?” ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଦରଦାମ ଉପରେ ଚୁପ୍, ଅଭିଷେକଙ୍କ ବାପା।” ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “କମ୍ ଶବ୍ଦ, ଅଧିକ ପ୍ରଭାବ!” । ଅନ୍ୟ ଜଣେ ବ୍ୟବହାର କରି ଲେଖିଛନ୍ତି , “ହାହା ରହସ୍ୟଟି ଗଭୀର, ଲୋକଙ୍କ ବୁଝିବା ବାହାରେ!” । ଲୋକମାନେ ଏହା ମଧ୍ୟ କହୁଛନ୍ତି ଯେ ସେ ଜୟା ବଚ୍ଚନଙ୍କ ଯୋଗୁଁ ଚୁପ୍ ଅଛନ୍ତି ଅମିତାଭ।
ଜଣେ ବ୍ୟବହାରକାରୀ ଅମିତାଭ ବଚ୍ଚନଙ୍କ ଫେସବୁକ୍ ପୋଷ୍ଟରେ କମେଣ୍ଟ କରିଛନ୍ତି, “ମୁଁ ମୋ ସ୍ତ୍ରୀଙ୍କ ସାମ୍ନାରେ କଥା କହି ପାରାନାହିଁ, ତେଣୁ ମୁଁ କେବଳ ଫେସବୁକ୍ରେ ଲେଖେ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ମହାଶୟ, ଆଜି ରବିବାର, ଆମେ ଘରେ ଚୁପ୍ ରହିବା ଉଚିତ ଯାହା ଦ୍ଵାରା ଛୁଟିଦିନଟି ଶାନ୍ତିରେ କଟିଯିବ।”

