spot_img
Home Blog Page 1115

ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ , ୧୨ ଆପ୍ ବିଧାୟକ ଦିନକ ଲାଗି ସସପେଣ୍ଡ

ନୂଆଦିଲ୍ଲୀ : ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୧୨ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଛି ସସପେଣ୍ଡ। ବିଧାନସଭା ବାହାରେ ଆପ୍ ବିଧାୟକ କରିଛନ୍ତି ନାରାବାଜି। ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନକୁ ନେଇ ହୋଇଛି ତୀବ୍ର ହଟ୍ଟଗୋଳ। ଫ୍ଲାଗଷ୍ଟାଫ ରୋଡସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନର ଆଧୁନିକୀକରଣ ଲାଗି ବିପୁଳ ଅର୍ଥବ୍ୟୟ ଓ ଦିଲ୍ଲୀରେ ମୋହଲା କ୍ଲିନିକର ବିଫଳତା ଆଦି ପ୍ରସଙ୍ଗ ସିଏଜି ରିପୋର୍ଟରେ ଥିବା ସୂଚନା ମିଳିଛି। ଗତ ବିଧାନସଭା ନିର୍ବାଚନରେ ସିସମହଲର ଆଧୁନିକୀକରଣ ନାମରେ ବିପୁଳ ଅର୍ଥବ୍ଯୟକୁ ନିର୍ବାଚନ ପ୍ରସଙ୍ଗ କରିଥିଲା ବିଜେପି।

୨୦୧୫ ଫେବୃଆରୀରୁ ଅକ୍ଟୋବର ୨୦୨୪ ଯାଏ ଏହି ଭବନରେ ରହିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସିସମହଲ ଲାଗି ପୂର୍ତ୍ତ ବିଭାଗ ପ୍ରଥମେ ୭ କୋଟି ୯୧ ଲକ୍ଷ ଟଙ୍କାର ଆକଳନ କରିଥିଲା। ପରେ ଏହି ପରିମାଣ ବଢି ହୋଇଥିଲା ୩୩ କୋଟି ୬୬ ଲକ୍ଷ ଟଙ୍କା। ଅର୍ଥାତ ମୂଳ ଆକଳନରୁ ଏହା ବଢ଼ିଥିଲା ୩୪୨ ଦଶମିକ ୩୧ ପ୍ରତିଶତ। ସେହିପରି ୨୦୧୬ରୁ ୨୦୨୩ ମଧ୍ଯରେ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିବା ମୋହଲା କ୍ଲିନିକ ଲାଗି ୩୫ କୋଟି ୧୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଖର୍ଚ୍ଚ କରିଥିଲା ମାତ୍ର ୯ କୋଟି ୭୮ ଲକ୍ଷ। ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀରେ ୧ ହଜାର ମୋହଲା କ୍ଲିନିକ ପ୍ରତିଷ୍ଠା ଲକ୍ଷ୍ୟ ରହିଥିବାବେଳେ ମାତ୍ର ୫୨୩ଟି କ୍ଲିନିକ ପ୍ରତିଷ୍ଠା ହୋଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ମାତ୍ର ୩୧ଟି ସାନ୍ଧ୍ୟକାଳୀନ ମୋହଲା ପ୍ରତିଷ୍ଠା ହୋଇଥିଲା। ଅକ୍ଟୋବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ଯରେ ମୋହଲା କ୍ଲିନିକକୁ ଯାଇଥିବା ରୋଗୀଙ୍କ ମଧ୍ଯରୁ ୭୦ ପ୍ରତିଶତ ରୋଗୀଙ୍କୁ ମାତ୍ର ୧ ମିନଟ ଲେଖାଏ ସମୟ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ଋଣ ବୋଝ ପାଇଁ ସାଜିଲା ସୈତାନ ; ପ୍ରେମିକା ସହ ୫ଜଣଙ୍କୁ ହାଣିଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ : ଋଣ ବୋଝ ପାଇଁ ସୈତାନ ସାଜିଲା ପ୍ରେମିକ । ପ୍ରେମିକା ସହ ୫ଜଣଙ୍କୁ ହତ୍ୟା କଲା  । ପୋଲିସ ଷ୍ଟେସନର ଆତ୍ମସମର୍ପଣ କରି ବଖାଣିଲା ଚାଞ୍ଜଲ୍ୟ କାହାଣୀ ୨୩ ବର୍ଷୀୟ ଯୁବକ । ସୋମବାର କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ନିଜ  ପ୍ରେମିକା ସହ ପରିବାରର ୫ ଜଣଙ୍କୁ ହତ୍ୟା କରିଛି  ଅଭିଯୁକ୍ତ ଅଫାନ । ହାମର ସହ ଚାପଡରେ ହାଣି କରିଛି ହତ୍ୟା । ନିଜ ମା, ବୁଢ଼ିମା, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ ହାଣିଛି ।

ହତ୍ୟା ପରେ ଥାନାରେ ଯୁବକ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଯୋଗୁଁ ଅତ୍ୟଧିକ ଋଣ କରିଥିଲା ଯୁବକ। ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ହତ୍ୟା କରିଥିବା କହିଛି ହତ୍ୟାକାରୀ ଯୁବକ। ଥାନାକୁ ଆସି ଭୟଙ୍କର ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରିଛି। ଘଟଣା ପରେ   ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକଙ୍କ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ଚିକିତ୍ସାଧୀନ ଅଛନ୍ତି ।

ମୃତ ୫ ଜଣ ହେଲେ ଅଭିଯୁକ୍ତ ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା। ଅଫାନଙ୍କ ମାଆ ଗୁରୁତର ଅଛନ୍ତି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜୀବନ ମରଣ ସହ ଲଢୁଛନ୍ତି। ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ଋଣ ସୁଝି ନପାରିବାରୁ ଏମିତି କରିଥିବା କୁହାଯାଉଛି।

ପଲିଥିନ ବ୍ୟାଗ ଭିତରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ବାଲେଶ୍ବର :  ପଲିଥିନ ବ୍ୟାଗ ଭିତରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ ନଂ ଜାତୀୟ ରାଜପଥ ରୁପସା ଥାନା ଧାରି ପୋଲ ନିକଟରୁ ଉଦ୍ଧାର କରିଛି ପୋଲିସ। ରାଜପଥ ପାର୍ଶ୍ବରେ ପଲିଥିନ ବ୍ୟାଗ ଭିତରୁ ପିଲାଟିର କାନ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ  ପୋଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯିବ। କେହି ପିଲାଟିକୁ ଜନ୍ମ ଦେବା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଭାରତୀୟଙ୍କୁ ବେଆଇନ ଭାବେ ଆମେରିକା ପଠାଉଥିବା ଘଟଣାରେ ଆକ୍ସନ୍, ୪୦ ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବର କେତେକ ଟ୍ରାଭେଲ୍‌ ଏଜେଣ୍ଟ ଲୋକଙ୍କୁ ବେଆଇନ ଭାବେ ଡଙ୍କି ରୁଟ୍‌ ଦେଇ ଆମେରିକା ଓ ଅନ୍ୟ ଦେଶକୁ ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅମୃତସରର ୪୦ଟି ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

ଆମେରିକାରୁ ନିକଟରେ ବିଦା ହୋଇଥିବା ଭାରତୀୟମାନଙ୍କୁ ଉକ୍ତ ଏଜେଣ୍ଟମାନେ ସେଠାକୁ ପଠାଇଥିବା ଜଣାପଡ଼ିଛି । ଅମୃତସର ଡେପୁଟି କମିଶନର ସାକ୍ଷୀ ସାହନିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଜାଲ୍‌ ଟ୍ରାଭେଲ୍‌ ଏଜେଣ୍ଟଗୁଡ଼ିକ ଉପରେ ଚଢ଼ାଉ କରିଥିଲା। ଏଥିସହିତ ଲାଇସେନ୍ସ ନବୀକରଣ କରି ନ ଥିବା ୨୭୧ ଟ୍ରାଭେଲ ଏଜେଣ୍ଟଙ୍କୁ ନୋଟିସ ଜାରି ହୋଇଛି। ଟ୍ରାଭେଲ ଏଜେଣ୍ଟଙ୍କ କାର୍ଯ୍ୟାଳୟ ଏବଂ ଇମିଗ୍ରେଶନ କନ୍‌ସଲ୍ଟାଣ୍ଟର ଦସ୍ତାବିଜ୍‌ ଯାଞ୍ଚ କରିବାକୁ ଏସ୍‌ଡିଏମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପଞ୍ଜାବ ପୋଲିସ ପୀତିତାଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ କହିଛନ୍ତି ଯେ, କିଛି ଟ୍ରାଭେଲ ଏଜେଣ୍ଟ ସେମାନଙ୍କୁ ବେଆଇନ ଭାବେ ଆମେରିକା ପଠାଇବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ମୋଟ ୮ଟି FIR ଦାୟର କରିଥିଲା ।

ଛେଳି ଚୋରି କରିବାକୁ ଆସି କୂଅରେ ପଡିଲ ଚୋର

କେନ୍ଦୁଝର : ଚୋରି କରିବାକୁ ଆସି କୂଅରେ ପଡିଲା ଚୋର। ରାତି ସାରା କୂଅ ଭିତରେ ଥିବା ଚୋରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ବାହାରିଲା ଅଭିଯୁକ୍ତ ଚୋର । କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଗତ ରାତିରେ ଚୋରି କରିବାକୁ ଆସି କୂଅରେ ଗଳି ପଡିଥିଲା  ।

କୂଅ ନିକଟରେ ଏକ ବାଇକ ଥିବା ବେଳେ ବାଇକରେ ଏକ ବ୍ୟାଗରେ ପଘା, ଦଉଡି ଆଦି ଥିବାରୁ ଚୋରି କରିବାକୁ ଆସିଥିବାବେଳେ ସେ କୂଅରେ ପଡିଯାଇଥିଲା  ।  ଏନେଇ ଗ୍ରାମବାସୀ ବାରିଆ ପୋଲିସକୁ ସୂଚନା ଦେଇଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇ ପଚରା ଉଚରା କରୁଛି  । ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ ବୋଲି ଜଣାପଡିଛି  ।

ପୋଲିସ ନିକଟରେ ଛେଳି ଚୋରି କରିବାକୁ ଆସିଥିବା ସ୍ଵୀକାର କରିଛି ଅଭିଯୁକ୍ତ। ତେବେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ମାନବିକତା ଦେଖାଇଛନ୍ତି ଗ୍ରାମବାସୀ । ତାକୁ କୂଅରୁ ବାହାର କରିବା ସହ ନିଆଁ ଶେକ ଦେଇଥିଲେ। ରାତିସାରା ପାଣିରେ ରହିଥିବାରୁ ଅଭିଯୁକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ।

ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ ମାରି କଲେ ଲହୁଲୁହାଣ, ଅଭିଯୋଗ ଆଣିଲେ ପରିବାର ଲୋକ

ମୟୂରଭଞ୍ଜ : ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିସ୍ତୁକ ମାଡ଼। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେବାରୁ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ଅନ୍ୟ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଘଟଣା। ଛାତ୍ରମାନେ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଦନାପାଳ ଗାଁର ଯୁଗଳ ବେହେରାଙ୍କ ଦିବ୍ୟାଙ୍ଗ ଝିଅ ଗତକାଲି ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ସ୍କୁଲକୁ ଯାଇଥିଲେ। ହେଲେ ସ୍କୁଲରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ। ଯାହାକୁ ପରିଷ୍କାର କରିବାକୁ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ। ହେଲେ ସେ ସଫା ନ କରିବାରୁ ତାଙ୍କୁ ଛାତ୍ରମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଛାତ୍ରୀଙ୍କ ପିଠି ଓ ଦେହ ସାରା ନୋଳା ଦାଗ ରହିଛି। ଏନେଇ ଉଦଳା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୨୨ କିମି ବାଟ ଚାଲିଲେ ୧୧୬ ଜଣ ଛାତ୍ର

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାସିପିଠା ହଷ୍ଟେଲରେ ବ୍ୟାପକ ଅବବ୍ୟସ୍ଥା । ଅଭିଯୋଗ କରିବାକୁ ୨୨ କିମି ଚାଲିଲେ ଛାତ୍ର। ହଷ୍ଟେଲ ଅବ୍ୟବସ୍ଥା ବାବଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୨୨ କିମି ବାଟ ଚାଲିଲେ ୧୧୬ ଜଣ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟର ଏ ଘଟଣା। ରାତି ୧୨ଟାରୁ ଚାଲି ଚାଲି ବାରିପଦା ଆସିଲେ ଶତାଧିକ ଛାତ୍ର ।

ମୟୂରଭଞ୍ଜ ବାସିପିଠା ସରକାରୀ SSD ଉଚ୍ଚ ବିଦ୍ୟାଳୟରୁ ରାତି ୧୨ଟାରୁ ଚାଲି ଚାଲି ବାରିପଦା ଆସିଲେ ଶତାଧିକ ଛାତ୍ର। ହଷ୍ଟେଲରେ ଛାତ୍ରଙ୍କୁ ଠିକରେ ଖାଇବା ଦିଆଯାଉନଥିବା ଅଭିଯୋଗ ହୋଇଛି। ଡ୍ରିଲ କ୍ଲାସକୁ ନଯିବାରୁ ପିଟି ଶିକ୍ଷକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଦଣ୍ଡ ଦେଉଛନ୍ତି। ପ୍ରଧାନଶିକ୍ଷକଙ୍କୁ ଦେଖା କରିବାରୁ ସେ ଅଭିଯୋଗ ନଶୁଣି ଓଲଟା ଗାଳିଗୁଲଜ ସହ ମାରପିଟ କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ଆଜି କଲେକ୍ଟରଙ୍କୁ ଦେଖା କରିବାକୁ ଆସିଛନ୍ତି ସମସ୍ତ ଛାତ୍ର। ସେପଟେ ଘଟଣା ସ୍ଥଳରେ ବାରିପଦା ଉପଜିଲ୍ଲାପାଳ ଏହଂ ଅତିରିକ୍ତ ଜିଲ୍ଲାପାଳ ପହଁଚି ପିଲାଙ୍କୁ ବୁଝାସୁଝା କରିଥିଲେ।

ଝାରଖଣ୍ଡରେ ଲଜ୍ଜା : ଆଦିବାସୀ ନାବାଳିକାକୁ ଗଣ ଦୁର୍ଷ୍କମ ; ୧୮ଜଣ ନାବାଳକ ଅଟକ

ନନ୍ଦିଘୋଷ ବ୍ୟୁରୋ : ଆଦିବାସୀ ନାବାଳିକାକୁ ଗଣ ଦୁର୍ଷ୍କମ । ବିବାହ ଉତ୍ସବରୁ ଫେରୁଥିବାବେଳେ ୫ଜଣ ଯୁବକ ଆଦିବାସୀ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଖୁଣ୍ଟି ଜିଲା ରାଣିଆ ପୋଲିସ ଥାନା ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରି ସୋମବାର ୧୮ଜଣ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର ଆଦିବାସୀ ନାବାଳିକାମାନେ ବିବାହ ଉତ୍ସବରୁ ଫେରୁଥିବାବେଳେ ବାଟରେ ସେମାନଙ୍କୁ କେତେଜଣ ନାବାଳକ ଅଟକାଇ ଗଣବଳାତ୍କାର କରିଥିଲେ। ଏପରି କି, ଏହି ଘଟଣା ବିଷୟରେ କାହାକୁ ଜଣାଇଲେ ସେମାନଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୀଡ଼ିତା ନାବାଳିକାମାନେ ଘରକୁ ଫେରିବା ପରେ ଶନିବାର ସେମାନଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ରାଣିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଏଏସ୍‌ପିଙ୍କ ନେତୃତ୍ୱରେ ଏକ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି ।

ଆବାସିକ ବିଦ୍ୟାଳୟରେ ଶିଶୁକୁ ଜନ୍ମ ଦେଲେ ଛାତ୍ରୀ ; ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକ

ଚିତ୍ରକୋଣ୍ଡା : ଆବାସିକ ବିଦ୍ୟାଳୟରେ ଶିଶୁକୁ ଜନ୍ମ ଦେଲେ ଛାତ୍ରୀ। ଅଭିଯୋଗ ଆସିଛି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରୁ। ସ୍କୁଲର ଜଣେ ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟା ସମୟରେ ସ୍କୁଲ ହଷ୍ଟେଲରୁ ଝିଅଙ୍କ ବାପାଙ୍କୁ ଫୋନ ଯାଇଥିଲା ଯେ ଝିଅ ହଷ୍ଟେଲରେ ନାହିଁ। ଯାହା ଫଳରେ ସ୍କୁଲରେ ପହଞ୍ଚିଥିଲେ ବାପା ଓ ମା।

ସ୍କୁଲ ହଷ୍ଟେଲରେ ଝିଅ ଜଣକ ଏକ ସନ୍ତାନ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ସ୍କୁଲ ଚାରି କାନ୍ଥ ଭିତରେ ଏତେବଡ଼ ଘଟଣା କେମିତି ଘଟିଲା ତାହାକୁ ନେଇ ଏବେ ଚିନ୍ତାରେ ବାପା ମା। ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରିଛି। ତେବେ ପ୍ରଧାନ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନ ଓ ANMଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି ।

ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ରେସରୁ ବାଦ ପଡିଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ : ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ବିଦ୍ଧିବଦ୍ଧ ଭାବେ ଟୁର୍ନାମେଣ୍ଟରୁ ବିଦା ହେଲା ପାକିସ୍ତାନ । ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର ହୋଇଯାଇଛି । ପାକିସ୍ତାନକୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ, ଭାରତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେମାନଙ୍କୁ ପରାସ୍ତ କରିଥିଲା। ଏହା ପରେ ପାକିସ୍ତାନ ଦଳର ଆଶା ବାଂଲାଦେଶ ଉପରେ ଥିଲା, କିନ୍ତୁ ବାଂଲାଦେଶ ଦଳ ଆଜି ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଛି। ଏହା ସହିତ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ରାୱଲପିଣ୍ଡିରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୩୬ ରନ କରିଥିଲା। ଜବାବରେ ରାଚିନ ରବିନ୍ଦ୍ରଙ୍କ ଚମତ୍କାର ୧୧୨ ରନର ଶତକ ବଳରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ଟାର୍ଗେଟକୁ ପିଛା କରିଥିଲା। ରାଚିନଙ୍କ ବ୍ୟତୀତ ଟମ ଲାଥାମ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୫ ରନର ଏକ ଇନିଂସ ଖେଳିଥିଲେ।

କହି ରଖୁଛୁ ଯେ, ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ବାହାର ହୋଇଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଏବେ କେବଳ ଆୟୋଜକ ଦଳର ବିଦାୟ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ମଡେଲ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ପ୍ରତ୍ୟେକ ମ୍ୟାଚ ପ୍ରାୟ ନକଆଉଟ ପରି।

ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବାଂଲାଦେଶର ପରାଜୟ ସହିତ ଗ୍ରୁପ ଏର ଦୁଇଟି ଦଳ ନିର୍ଣ୍ଣୟ ହୋଇଛି। ଏବେ ଗ୍ରୁପ ବି ରୁ ଦୁଇଟି ଦଳ ଆସିବେ ଏବଂ ତା’ପରେ ମାର୍ଚ୍ଚ ୪ରୁ ସେମିଫାଇନାଲ ମ୍ୟାଚ ଖେଳାଯିବ। ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ସେମାନଙ୍କର ସ୍ଥାନ ନିଶ୍ଚିତ କରିଛନ୍ତି, ସେମାନେ ମାର୍ଚ୍ଚ ୨ରେ ଦୁବାଇରେ ପ୍ରଥମ ସ୍ଥାନ ପାଇଁ ମୁକାବିଲା କରିବେ। ଗ୍ରୁପ ବିରେ ଏବେ ବି ବହୁତ ରୋମାଞ୍ଚ ବାକି ଅଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମାନଙ୍କର ପ୍ରଥମ ମ୍ୟାଚ ଜିତିଛନ୍ତି। ତଥାପି, ଏ ପର୍ଯ୍ୟନ୍ତ କେହି ସେମିଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିନାହାଁନ୍ତି।