ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଗ୍ରାଜୁଏଟଙ୍କ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଗୋଲ୍ଡ କାର୍ଡ ସିଟିଜେନସିପ୍ ଆଧାରରେ ବିଭିନ୍ନ ଆମେରିକୀୟ ବିଶ୍ବବିଦ୍ଯାଳୟର ଭାରତୀୟ ଗ୍ରାଜୁଏଟମାନଙ୍କୁ ଆମେରିକୀୟ ଫାର୍ମ ନିଯୁକ୍ତି ଦେଇପାରିବେ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଆମେରିକାରେ ଶିକ୍ଷାଲାଭ କରୁଥିବା ପ୍ରତିଭାବାନ ଛାତ୍ରଛାତ୍ରୀ ଆମେରିକା ଛାଡିବା ଲାଗି ବାଧ୍ୟ ହେଉଛନ୍ତି । ତେବେ ଗୋଲ୍ଡ କାର୍ଡ ଯୋଗୁ ସେମାନେ ଆମେରିକାରେ ସୁଯୋଗ ପାଇପାରିବେ । ନିଜର ପ୍ରଥମ କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ବୈଠକରେ ଏକ୍ସ ମାଲିକ ଏଲନ ମସ୍କ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲ୍ଡ କାର୍ଡ ସିଟିଜେନସିପ ନିୟମ ଆଧାରରେ ଯେଉଁ ବିଦେଶୀ ଧନୀ ନିବେଶକ ୫ ମିଲିୟନ ଡଲାର ଦେଇପାରିବେ ସେମାନଙ୍କୁ ଆମେରିକା ନାଗରିକତ୍ବ ମିଳିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେବ । ଦେଶରେ ନାଗରିକତ୍ବ ସମ୍ପର୍କରେ ଦ୍ବନ୍ଦ୍ବ ରହୁଥିବାରୁ ଅନେକ ନାଗରିକ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରି ସୁଦ୍ଧା ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି କିମ୍ବା ଦେଶ ଛାଡୁଛନ୍ତି । ଦୀର୍ଘକାଳୀନ ରହଣୀ ଲାଗି ଉଦ୍ଦିଷ୍ଟ ଗ୍ରୀନକାର୍ଡ ପରି ଗୋଲ୍ଡ କାର୍ଡ ଯୋଗୁ ଅନେକ ବୈଧ ପ୍ରବାସୀ ଉପକୃତ ହେବେ । ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ନିବେଶକ ଏକ ନିୟୁତି ଡଲାର ନିବେଶ କରିପାରିବେ ଏବଂ ୧୦ଟି ନିଯୁକ୍ତି ଦେଇପାରିବେ ସେମାନଙ୍କୁ EB-5 ଭିସା ଅନୁସାରେ ଆମେରିକାରେ ରହିବା ଲାଗି ଅନୁମତି ମିଳୁଛି । ଏହା ସହ ସେମାନଙ୍କୁ ଗ୍ରୀନକାର୍ଡ ଲାଗି ୫-୭ ବର୍ଷ ଅପେକ୍ଷା କରିବାକୁ ପଡୁଛି । ୧୯୯୦ରୁ ଆରମ୍ଭ ହୋଇଥିବା EB-5 ଭିସା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅବିଯୋଗ ହୋଇଆସୁଛି । ଗୋଲ୍ଡକାର୍ଡ ନୀତି ପରେ ଏହି ନିୟମ ହଟିଯାଇପାରେ । ଆସନ୍ତା ଏପ୍ରିଲରୁ ଗୋଲ୍ଡ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପ୍ରାୟ ୧ କୋଟି କାର୍ଡ ମଞ୍ଜୁର ହେବା ସମ୍ଭାବନା ରହିଛି ।
ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା କହିଲେ, ‘ଭାରତରେ ମୋର କୌଣସି ଜମି ନାହିଁ’
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ( ବିଜେପି ) ର କିଛି ନେତାଙ୍କ ଦ୍ବାରା ଲଗାଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ପିଟାେଡ଼୍ରାଙ୍କ ଉପରରେ ଲାଗିଛି ବେଆାଇନ ଜମି ହଡ଼ପ କରିଥିବାର ଅଭିଯୋଗ । ଲାଗିଥିବା ,ହି ଅଭିଯୋଗକୁ ଖଣ୍ଡନ କରି ସେ ଦେଇଛନ୍ତି କଡ଼ା ଯବାବ ।
ବିଜେପି ନେତା ଏନଆର ରମେଶ ଅଭିଯୋଗ କରିଛନ୍ତି ଯେ ସାମ୍ ପିଟ୍ରୋଡା ବନ ବିଭାଗର ଅଧିକାରୀମାନଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହାୟତାରେ ବେଙ୍ଗାଲୁରୁର ୟେଲାହାଙ୍କାରେ ୧୫୦ କୋଟି ଟଙ୍କା ମୂଲ୍ୟର ୧୨.୩୫ ଏକର ସରକାରୀ ଜମି ବେଆଇନ ଭାବରେ ଅଧିଗ୍ରହଣ କରିଛନ୍ତି।ନିଜ ନାଁ ରେ ଲାଗିଥିବା ଏହି ଅଭିଯୋଗର ଉତ୍ତର ଦେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଗଣମାଧ୍ୟମ, ଟେଲିଭିଜନ ଏବଂ ପ୍ରିଣ୍ଟ ଉଭୟରେ ପ୍ରକାଶିତ ସମ୍ପ୍ରତି ଖବରକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ମୋର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନାହିଁ। ଭାରତକୁ ମୁଁ ବହୁତ ଭଲ ପାଏ ତାକୁ ହଡ଼ପ କରିବା କଥା ମୁର୍ କେବେ ଚିନ୍ତା ବି କରିନି ।
ଏହା ବ୍ୟତୀତ, ଭାରତ ସରକାରଙ୍କ ସହିତ ମୋର କାର୍ଯ୍ୟକାଳ ସମୟରେ – ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହିତ ହେଉ କିମ୍ବା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହଙ୍କ ସହିତ – ମୁଁ କେବେ କୌଣସି ଦରମା ନେଇନାହିଁ, ଆମେରିକାରେ ରହୁଥିବା କଂଗ୍ରେସ ନେତା କହିଛନ୍ତି। ପିଟ୍ରୋଡା କହିଛନ୍ତି, “ଏହା ବ୍ୟତୀତ, ମୁଁ ସ୍ପଷ୍ଟ ଭାବରେ ଏହା ରେକର୍ଡରେ ରଖିବାକୁ ଚାହେଁ ଯେ ମୁଁ ମୋର ସମଗ୍ର ଜୀବନରେ – 83 ବର୍ଷ – କେବେବି ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ କୌଣସି ଲାଞ୍ଚ ଦେଇନାହିଁ କିମ୍ବା ଗ୍ରହଣ କରିନାହିଁ।” ଆଗକୁ ଏଭଳି ମିଛ ଆରୋପ ଲଗାଗଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କହୖିଛନ୍ତି ପିଟ୍ରାଡ଼ୋ ।
ଜାଣନ୍ତୁ ଗୋଟେ ମାସ ଚା’ କଫି ପିଇବା ଛାଡ଼ିଦେଲେ କଣ ହେବ ?
ନନ୍ଦିଘୋଷ ବ୍ୟୁରୋ: ଚା’ କଫି ଏକ ଅଭ୍ୟାସ । ଯଦି ଏହାକୁ ପିଅନ୍ତୁ ଛାଡ଼ିବା ବେଳକୁ ଭାରି କଷ୍ଟ ହୋଇଥାଏ । ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ କୁହନ୍ତି କି ଟାଇମରେ ଚା’ ନପିଇଲେ ମୁଣ୍ଡ ବିନ୍ଧା ହୋଇଥାଏ । ଏଣୁ ଏହି ଅଭ୍ୟାସକୁ ଛାଡ଼ିବା କେତେ କଷ୍ଟ ତାହା ଆପଣମାନେ ବେଶ ଭଲଭାବେ ବୁଝି ପାରୁଥିବେ । ତେବେ ଚା ଏବଂ କଫି ଶରୀର ପାଇଁ ଲାଭଦାୟକ, ଯଦି ଏହା ସଠିକ୍ ଭାବରେ ପ୍ରସ୍ତୁତ କରାଯାଏ ଏବଂ ସୀମିତ ପରିମାଣରେ ସେବନ କରାଯାଏ। କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକତାଠାରୁ ଅଧିକ ପିଅନ୍ତି କିମ୍ବା ଭୁଲ ଉପାୟରେ ପ୍ରସ୍ତୁତ କରନ୍ତି, ହାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।
ଆପଣ ଅତ୍ୟଧିକ ଚା କିମ୍ବା କଫି ପିଇବାର କ୍ଷତି ବିଷୟରେ ନିଶ୍ଚୟ ଶୁଣିଥିବେ। ଚା ଏବଂ କଫି ଉଭୟରେ କ୍ୟାଫିନ୍ ମିଳିଥାଏ, ତେଣୁ ଏହାକୁ ଅଧିକ ପିଇବା ଦ୍ବାରା ବିଶେଷକରି ରାତିରେ ଏବଂ ନିଦରେ ସମସ୍ୟା ସୃଷ୍ଟି କରିପାରେ। ଅତ୍ୟଧିକ ଚା ଏବଂ କଫି ପିଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇପାରେ। ଏସିଡ୍ ରିଫ୍ଲକ୍ସ ଏବଂ ହାର୍ଟବର୍ଣ୍ଣ ସମସ୍ୟା ହୋଇପାରେ। ତେବେ ଯଦି କିଛି ଏଭଳି ଭାବି ଆପଣ ଚା ପିଇବା ଛାଡ଼ି ଦିଅନ୍ତି ତାହେଲେ କେଉଁ ଅସୁବିଧାର ସମ୍ମୁଖୀନ ହେବେ ? ନଜର ପକାନ୍ତୁ ଏହାକୁ ନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଏସିଡିସି ସମସ୍ୟା କମିବ
ବିଶେଷଜ୍ଞଙ୍କ ମତରେ ଯଦି ଆମେ ଗୋଟିଏ ମାସ ପାଇଁ ଚା କିମ୍ବା କଫି ପିଇବା ବନ୍ଦ କରିଦେବା, ତେବେ ଏହା ଏସିଡିଟି ସମସ୍ୟାକୁ କମ କରିବାରେ ଏବଂ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ।
ଭଲ ନିଦ
ଚା ଏବଂ କଫିରେ କ୍ୟାଫିନ୍ ଥାଏ, ଯାହା ନିଦକୁ ବାଧା ଦେଇପାରେ । ବିଶେଷକରି ସନ୍ଧ୍ୟାରେ ପିଇଲେ ଏହା ଅଧିକ ଦେଖା ଦେଇଥାଏ। ଯଦି ଆପଣ ଗୋଟିଏ ମାସ ପାଇଁ ଚା କିମ୍ବା କଫି ଛାଡ଼ିଦିଅନ୍ତି, ତେବେ ଆପଣ ଆପଣଙ୍କ ନିଦ ପୂର୍ବ ଅପେକ୍ଷା ଭଲ ହେବ ।
ଚିନ୍ତା ଦୂର ହେବ
ବିଶେଷଜ୍ଞମାନେ କୁହନ୍ତି ଯେ ଯେଉଁମାନଙ୍କର ଚିନ୍ତା ଅଛି କିମ୍ବା ଯେଉଁମାନେ ବହୁତ ହାଇପର, ଅର୍ଥାତ୍ ପ୍ରତ୍ୟେକ କାମ ପାଇଁ ଶୀଘ୍ର ଥାଆନ୍ତି। ଗୋଟିଏ ମାସ ପାଇଁ ଚା କିମ୍ବା କଫି ନ ପିଇବା ଦ୍ୱାରା ଚିନ୍ତା ଏବଂ ହାଇପରଆକ୍ଟିଭିଟି ସମସ୍ୟା ହ୍ରାସ ପାଇପାରେ।
ରକ୍ତଚାପରେ ଉନ୍ନତି
ଯେଉଁମାନଙ୍କର ଚା କିମ୍ବା କଫି ପିଇବା ଯୋଗୁଁ ଉଚ୍ଚ ରକ୍ତଚାପ ଥାଏ, ସେମାନଙ୍କ ପାଇଁ ଏହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିପାରିବ। ଏହା ବ୍ୟତୀତ, ଅତ୍ୟଧିକ ଚା କିମ୍ବା କଫି ପିଇବା ଦ୍ୱାରା ଆମର ନ୍ୟୁରୋଟ୍ରାନ୍ସମିଟର ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିପାରେ। ତେଣୁ, ଚା କିମ୍ବା କଫିର ସେବନ ହ୍ରାସ କରିବା ଦ୍ୱାରା, ନ୍ୟୁରୋଟ୍ରାନ୍ସମିଟରଗୁଡ଼ିକ ସ୍ୱାଭାବିକ ହୋଇଯିବେ ଏବଂ ଏଥିରେ ଖୁସି ହରମୋନ ସକ୍ରିୟ ହୋଇଯିବ।
ପୁଣେରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ବିରୋଧରେ ସୂଚନା ଦେଲେ ଲକ୍ଷେ ଟଙ୍କା ଦେବ ପୋଲିସ୍
ନନ୍ଦିଘୋଷ ବ୍ୟୁରୋ: ପୁଣେରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ମହାରାଷ୍ଟ୍ରରେ ହଇଚଇ। ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ଘୋଷଣା କରିଛି ୧ ଲକ୍ଷ ଟଙ୍କା। ପୁଣେର ଏକ ପୋଲିସ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସ୍ବରଗେଟ ବସଷ୍ଟାଣ୍ଡରେ ପାର୍କିଂ କରିଥିବା ଏକ ବସରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଦତ୍ତାତ୍ରେୟ ନାମରେ ଆଗରୁ ଚୋରି, ଡକାୟତି, ଚେନ ଲୁଟିବା ଆଦି ଅନେକ ଅପରାଧିକ ରେକର୍ଡ ଥିବା ପୋଲିସ କହିଛି। ୨୦୧୯ରେ ସେ ଜାମିନରେ ଆସିଥିଲା। ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୋଲିସ ରେଡ କରିଛି। ଏହା ସହ କ୍ରାଇମବ୍ରାଞ୍ଚର ୮ ସଦସ୍ୟଙ୍କ ସହ ଏକ ୧୩ ଜଣିଆ ଟିମ ଗଠନ କରାଯାଇଛି। ତେବେ ଅଭିଯୁକ୍ତ ମାସ୍କ ପିନ୍ଧିଥିବାରୁ ତାକୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ହୋଇଛି ବୋଲି କହିଛନ୍ତି ପୁଣେ ଡିସିପି ସ୍ମାର୍ତନା ପାଟିଲ। ଗତ ମଙ୍ଗଳବାର ଭୋର ୬ଟାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ମହିଳାଜଣକ ସତାରା ଜିଲ୍ଲାକୁ ଯିବା ଲାଗି ବସକୁ ଅପେକ୍ଷା କରିଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୌଶଳ କ୍ରମେ ମହିଳାଙ୍କୁ ଅଭିଯୁକ୍ତଜଣକ ବସ୍ ଭିତରକୁ ନେଇ ଯାଇ ଗେଟ୍ ବନ୍ଦ କରିଦେଇଥିଲା। ଏହି ଘଟଣା ପରେ ପୋଲିସ ନିକଟରେ ଏଫଆଇଆର ଦେଇଥିଲେ ମହିଳ। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ବସଷ୍ଟାଣ୍ଡରେ ଦୁର୍ବଳ ସୁରକ୍ଷା ବ୍ଯବସ୍ଥା ରହିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତ ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର। ଏହି ଘଟଣାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏନସିପି-ଏସପି ଓ ଏଆଇଏମଆଇଏମ।
ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି, ଅଭିଯୋଗ ଆଣିଲେ ନିର୍ବାଚିତ ଆପ ବିଧାୟକ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି। ଏନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା। ବିଧାନସଭା ଭିତରେ ପ୍ରବେଶ ନକରିବା ଲାଗି ପ୍ରବେଶ ପଥରେ ବ୍ଯାରିକେଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଧାୟକ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ କେନ୍ଦ୍ର କରି ବିଧାନସଭାରେ ହଟ୍ଟଗୋଳ କରିବା କାରଣରୁ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି। ବିଜେପିର ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛନ୍ତି ବୋଲି ଦଳ କରିଛି ଅଭିଯୋଗ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଥିଲା ସସପେଣ୍ଡ। ପ୍ରତିବାଦରେ ଗୃହରେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ। ସିଏଜି ରିପୋର୍ଟରେ ଆପ୍ ସରକାର ଅମଳର ସିସମହଲ ନିର୍ମାଣ, ମଦନୀତି, ମୋହଲା କ୍ଲିନିକ ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା ।
भाजपा वालों ने सरकार में आते है तानाशाही की हदें पार कर दी।
‘जय भीम’ के नारे लगाने के लिए तीन दिन के लिए आम आदमी पार्टी के विधायकों को सदन से निलंबित किया। और आज “आप” विधायकों को विधान सभा परिसर में घुसने भी नहीं दिया जा रहा।
ऐसा दिल्ली विधान सभा के इतिहास में कभी नहीं हुआ कि…
— Atishi (@AtishiAAP) February 27, 2025
ବିଜେପି ଏକଛତ୍ରବାଦର ସୀମା ଅତିକ୍ରମ କରିଛି: ଆତିଶୀ
ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଟ୍ୱିଟ୍ କରି କହିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ଏକଛତ୍ରବାଦର ସୀମା ପାର କରିଛନ୍ତି। ‘ଜୟ ଭୀମ’ ସ୍ଲୋଗାନ ଦେବା ପାଇଁ ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ତିନି ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ଏବଂ ଆଜି ଆପ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ଘଟିନାହିଁ । ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ବୋଲି ଆତିଶୀ କହିଛନ୍ତି । ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବାବେଳେ ପୁଣିଥରେ ଜୟଭୀମ ନାରା ଦେଇଥିବା ଦେଖିବାକୁ ମିଳିଛି ।
ଆଫଗାନିସ୍ତାନ ବିଜୟରେ ନାଚିଲେ ଇରଫାନ ପଠାନ, ରସିଦ ଖାନ କହିଲେ..
ନନ୍ଦିଘୋଷ ବ୍ୟୁରୋ: ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ସହ ଇଂଲଣ୍ଡର ଚାମ୍ପିୟନ୍ସ ଟ୍ରଫି ସେମି ଆଶାକୁ ଧୂଳିସାତ କରିଥିବାବେଳେ ନିଜର ସେମି ଆଶା ଉଜ୍ଜିବିତ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଇରଫାନ ପଠାନ ନାଚି ନାଚି ଖୁସି ମନାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଫଗାନିସ୍ତାନକୁ ଶୁଭେଚ୍ଛା ଦେଇଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ପୋଷ୍ଟରେ ରିପ୍ଲେ ଦେଇଛନ୍ତି ରସିଦ ଖାନ । ସେ ଲେଖିଛନ୍ତି କି, ଭାଇଜାନ ଆପଣ ଏକା କେମିତି ନାଚିଲେ, ମୋତେ ଆପଣଙ୍କ ସହ ସାମିଲ କଲେନି । ଆପଣ ମୋ ବିନା ଏକା କେମିତି ନାଚିଲେ । ଏମିତି ଆପତ୍ତି କରିଥିବା ଦେଖିବାକୁ ମିଳିଛି ।
https://www.instagram.com/reel/DGjDs_2uX-n/?utm_source=ig_embed&ig_rid=52f04566-86a4-4125-8138-738d5c4e1bb6
କହି ରଖୁଛୁ କି, ୨୦୨୩ ଟି-୨୦ ବିଶ୍ବକପ ସୟମରେ ପାକିସ୍ତାନକୁ ପରାସ୍ତ କରିଥିଲା ଆଫଗାନିସ୍ତାନ । ଏହି ସମୟରେ କମେଟ୍ରି କରୁଥିବା ଇରଫାନ ପଠାନ ମଇଦାନକୁ ଆସି ରସିଦ ଏବଂ ତାଙ୍କ ଟିମର ସଦସ୍ୟଙ୍କ ସହ ନାଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେ ସମୟରେ ବେଶ ଭାଇରାଲ ହୋଇଥିଲା । ଏପରିକି ପାକିସ୍ତାନରେ ଇରଫାନଙ୍କୁ ବହୁ ସମାଲୋଚନା ମଧ୍ୟ କରାଯାଇଥିଲା । ଆଉ ଏବେ ଇରଫାନ ପଠାନ ଆଫଗାନିସ୍ତାନର ବିଜୟ ପରେ ସେ ଏକା ନାଚିଥିବାବେଳେ ମଜାଳିଆ ଢ଼ଙ୍ଗରେ ଏମିତି କମେଣ୍ଟ କରିଛନ୍ତି ରସିଦ ଖାନ ।
Afghanistan Team Miss This Dance @IrfanPathan #AFGvENG #Afghanistan #England #ChampionsTrophy #afghanistancricket #irfanpathan #RashidKhan pic.twitter.com/KYyjalGaQR
— Kamit Solanki (@KamitSolanki) February 27, 2025
୩୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଯାତାୟତ ବାଧାପ୍ରାପ୍ତ
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ଦିନକୁ ଦିନ ବିପଦଜନକ ହୋଇପଡିଛି ରାୟଗଡ଼ା – କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ରହିଥିବା ରାୟଗଡ଼ା ବ୍ଳକର ଗୁମ୍ମା ଘାଟି। ଏହି ରାସ୍ତାରେ ବିଳମ୍ବିତ ରାତିରୁ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଧକ୍କା ଦେବାରୁ ପୁଣି ଥରେ ରାସ୍ତା ଜାମ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାୟଗଡ଼ା ଠାରୁ କାଶିପୁର, ଟିକିରି ସମେତ କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, କାକିରିଗୁମା, କୋରାପୁଟ ଆଦି ଅଂଚଳକୁ ମୋଟରସାଇକେଲ, କାର, ବସ ଆଦି ଯାତାୟାତ କରୁଥିବା ଯାତ୍ରୀମାନେ ଅଟକି ରହିଛନ୍ତି। ଏଭଳିକି ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ । ଗୁମ୍ମା ଘାଟିରେ ଏହିଭଳି ଗାଡି ଦୁର୍ଘଟଣା ଘଟି ରାସ୍ତା ଜାମ ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଗୁମ୍ମା ଘାଟିରେ ବୁଲାଣିରେ ବୁଧବାର ଗୋଟିଏ ଟ୍ରଲର ଓଲଟିଯିବାରୁ ଦୀର୍ଘ ୮ ଘଣ୍ଟା ଧରି ରାୟଗଡା କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ରାସ୍ତା ଜାମ ହୋଇଥିଲା। ଏକ ବଡ଼ ଟ୍ରଲର ଟ୍ରାନ୍ସଫର୍ମର ଧରି ଯାଉଥିବା ବେଳେ ଓଲଟି ପଡିଥିଲା । ଓଲଟି ଯିବାରୁ ରାସ୍ତାରେ ଯାତାୟାତ ସଂପୂର୍ଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଟ୍ରକ ଓ ଯାତ୍ରୀବାହୀ ବସ୍ ଅଟକି ରହିଥିଲା। ବୁଧବାର ଶିବରାତ୍ର ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ରାଜପଥ ବିଭାଗର ନିଦ ଭାଙ୍ଗୁନାହିଁ।
ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ଏହି ୪ ଦେଶର ଅଧିନାୟକ
ନନ୍ଦିଘୋଷ ବ୍ୟୁରୋ: କଡ଼ା ଟକ୍କର ସହ ଚାଲିଛି ଚାମ୍ପିୟନ୍ସ ଟ୍ରଫି । ତେବେ କିଛି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବାବେଳେ ଏହାକୁ ନେଇ ବିଭିନ୍ନ ବିବାଦମାନ ଦେଖିବାକୁ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫି ପରେ ୪ ଦେଶର ଅଧିନାୟକ ଅବସର ନେବେ ବୋଲି କୁହାଯାଉଛି । ଆୟୋଜକ ପାକିସ୍ତାନ ସେମି ରେସରୁ ବାଦ ପଡ଼ିବା ପରେ ଦେଶର ପ୍ରଂଶସକମାନେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ପିସିସି ପୁଣି ଚିରାଚରିତ ଢ଼ଙ୍ଗରେ ହାରିବା ପରେ ଅଧିନାୟକ ବଦଳାଇବ ବୋଲି ଚର୍ଚ୍ଚା ହେଉଛି । ରିଜଓ୍ବାନ ଚାମ୍ପିୟନ୍ସ ଟ୍ରଫି ପରେ ଅବସର ଘୋଷଣା କରିବେ । ଏହାସହ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ଏହି ତାଲିକାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ରୋହିତ ବୟସ ଅଧିକ ରହିଥିବାବେଳେ ଦଳ ଏବେଠାରୁ ଯୁବ ଖେଳାଳିଙ୍କୁ ଅଧିନାୟକ ଭାବେ ସୁଯୋଗ ଦେଇ ଭବିଷ୍ୟତ ଚିନ୍ତାରେ ରହିଛି । ଏଣୁ ଆଗୁଆ ଯୋଜନା କରିଛି ବିସିସିଆଇ । ତେବେ ଏନେଇ କୌଣସି ଅଫିସିଆଲ ଭାବେ ଘୋଷଣା ହୋଇନାହିଁ । ସେହିପରି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ଏବଂ ଇଂଲଣ୍ଡ ଅଧିନାୟକ ଜସ ବଟଲର ଅଧିନାୟକ ପଦରୁ ହଟିପାରନ୍ତି । ବଡ଼ ସ୍କୋର କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରିଥିଲା ଇଂଲଣ୍ଡ । ଏହାସହ ବୁଧବାର ଆଫଗାନିସ୍ତାନଠାରୁ ପରାଜୟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍
ନନ୍ଦିଘୋଷ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ପୋଲିସର ନିଷ୍କ୍ରିୟତା । ଶିବ ରାତିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡ଼ିଆ ଗାଁରେ। ଗତକାଲି ଶିବ ରାତ୍ରିରେ ଥାନାଠାରୁ ମାତ୍ର କେତେ କିଲୋମିଟର ଦୂରରେ ଲୁଟ୍ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି । ଗତ ରାତିରେ କରଞ୍ଜଆଡ଼ିଆ ଗାଁର କମଳାକାନ୍ତ ସାହୁଙ୍କ ଘରର ପୁରୁଷ ଜାଗର ଯାତ୍ରା ଦେଖିବାକୁ ଯାଇଥିବା ବେଳେ କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରିନେଇଛନ୍ତି। କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ଏହା ସହିତ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ୍ କରିଛନ୍ତି । ଗତ କିଛିଦିନ ତଳେ ବାସୁଦେବପୁର ବ୍ଲକର ନାୟକାଣୀଡିହି ପୋଲିସର ନିଷ୍କ୍ରିୟତା ପାଇଁ ଥାନାର ଶବ ରଖି ଲୋକ ଧାରଣା ଦେଇଥିଲେ।
ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ
ନନ୍ଦିଘୋଷ ବ୍ୟୁରୋ: ପବିତ୍ର ମହାଶିବରାତ୍ରିରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ । ଦେବଙ୍କ ରୀତି, ନୀତି, ହରିହର ଭେଟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ହୋଇଥିଲା । ରାତି ୧୨ଟା ୫ରୁ ଦ୍ଵାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୩ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା । ଆଉ ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା । ପ୍ରାୟ ୪ଲକ୍ଷରୁ ଅଧିକ ଭକ୍ତ ବାବା ଲୋକନାଥଙ୍କ ଚଳନ୍ତି ପ୍ରତିମାର ସାନିଧ୍ୟଲାଭ କରିଥିଲେ । ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

