spot_img
Home Blog Page 1081

କୁମ୍ଭମେଳାରେ ଗାଧୋଇଲେ ହେଉଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା, ରିପୋର୍ଟରୁ ମିଳିଲା ବଡ ତଥ୍ୟ

ନନ୍ଦିଘୋଷ ବ୍ୟୁରୋ:  କୁମ୍ଭମେଳା ପାଇଁ ଚଳଚଞ୍ଚଳ ପ୍ରୟାଗରାଜ । କୁମ୍ଭମେଳାରେ ବୁଡ ପକାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି । ତେବେ ପ୍ରୟାଗରାଜ ଏବଂ ତାର ଆଖପାଖରେ ଥିବା ଗଙ୍ଗାନଦୀର ଜଳ ଗୁଣବତ୍ତା ହାର ଏନଜିଟି ରିପୋର୍ଟରେ ସାମ୍ନାକୁ ଆସିଛି ।

ସଙ୍ଗମ ସ୍ଥଳର ଜଳ ଉପରେ ବଡ ପ୍ରଶ୍ନ

 

ଏନଜିଟିର ସିପିସିବି ରିପୋର୍ଟ ଅନୁସାରେ ବିଶେଷ କରି ମାଘ ଏବଂ କୁମ୍ଭମେଳା ସମୟରେ ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀର ଜଳ ପ୍ରଦୂଷଣର ବିପଦଜନକ ସ୍ତର ବିଷୟରେ କୁହାଯାଇଛି  । ଏହି ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ଜଳ ଗୁଣବତ୍ତା ମାନ ଠିକ୍ ଭାବରେ ପାଳନ କରାଯାଉ ନଥିବା କୁହାଯାଇଛି  । ଯାହା ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ପର୍ଯ୍ୟାବରଣରେ ସ୍ଥିରତା ଉପରେ ଚିନ୍ତା ବଢାଇଛି  ।

ନଦୀଜଳର ଗୁଣବତ୍ତାରେ ହ୍ରାସ –

ଅଧିକାଂଶ ମନିଟରିଂ ସ୍ଥାନରେ ଜୈବରାସାୟନିକ ଅମ୍ଳଜାନର ସ୍ତର ଗାଧୋଇବା ଉପଯୋଗୀ ପାଣିରେ ଯେତିକି ରହିବା ଦରକାର ତାହାଠାରୁ ଅଧିକ ରହିଛି । କୁମ୍ଭମେଳା ଆୟୋଜନ ସ୍ଥାନର ପାଣିରେ ମଳ କୋଲିଫର୍ମର ମାତ୍ରା ମଧ୍ୟ ଅଧିକ ମାତ୍ରାରେ ରହିଥିବା ରିପୋର୍ଟରୁ ଜଣାପଡିଛି । ଯାହା କୁମ୍ଭମେଳାରେ ବୁଡ ପକାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିପଦପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିଲା ।

ଏହା ବ୍ୟତୀତ, ସ୍ବେରଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଗୁଡିକ  ନିଜ କ୍ଷମତା ଠାରୁ ଅଧିକ କାମ କରୁଥିବା ଦେଖାଦେଇଛି  । ସୂଚନା ଅନୁସାରେ ପ୍ରୟାଗରାଜରେ ୧୦ଟି କାର୍ଯ୍ୟକ୍ଷମ ସ୍ବେରଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି  । ଯାହାର  ୩୪୦ ଏମଏଲଡି କ୍ଷମତା ରହିଛି  ।

୭ଟି STP ଗଙ୍ଗାରେ ବିଶୋଧିତ ବର୍ଜ୍ୟଜଳ ଛାଡ଼ିଥାଏ, ଯେତେବେଳେ ୩ଟି ଯମୁନାରେ ଛାଡ଼ିଥାଏ। ସାଲୋରୀରେ ଥିବା ୧୪ MLD STP ବ୍ୟତୀତ, ଅଧିକାଂଶ STP ସେମାନଙ୍କର ସ୍ଥାପିତ କ୍ଷମତାଠାରୁ ଅଧିକ ଚାଲୁଥିଲା। ସବୁ STP ରେ ଜୀବାଣୁମୁକ୍ତି ସୁବିଧା କାର୍ଯ୍ୟକ୍ଷମ ଥିବା ଦେଖାଯାଇଥିଲା।

ଜିଓ-ଟ୍ୟୁବ୍ ଫିଲ୍ଟ୍ରେସନ୍ ସିଷ୍ଟମ୍ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ସୂଚନା ଅନୁଯାୟୀ, ପ୍ରୟାଗରାଜରେ ଜାନୁଆରୀ ୬-୮ ଏବଂ ଜାନୁଆରୀ ୧୮-୧୯, ମଧ୍ୟରେ ସାତଟି (07) ଜିଓସିନ୍ଥେଟିକ୍ ଡିୱାଟରିଂ ଟ୍ୟୁବ୍ (ଜିଓ-ଟ୍ୟୁବ୍) ସ୍ଥାନ ଯାଞ୍ଚ କରାଯାଇଥିଲା। ନମୁନା ବିଶ୍ଳେଷଣରୁ ଜଣାପଡିଛି ଯେ ସମସ୍ତ ସାତଟି ଜିଓ-ଟ୍ୟୁବ୍ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନାହିଁ।

 

ରିପୋର୍ଟରେ ସଦର ବଜାର ଡ୍ରେନ୍, ରାଜାପୁର ଡ୍ରେନ୍, ADA କଲୋନି/ଜ୍ୱାଲା ଦେବୀ ଡ୍ରେନ୍, ଝୋଣ୍ଡୱାଲ୍ ଡ୍ରେନ୍, ଶିବକୁଟି ଡ୍ରେନ୍, ସାଲୋରି ଡ୍ରେନ୍ ଏବଂ ସାସୁର ଖାଦେରୀ ଡ୍ରେନ୍ ସମେତ ପ୍ରମୁଖ ଡ୍ରେନ୍‌ର ଇନଲେଟ୍ ଏବଂ ଆଉଟଲେଟ୍ ପଏଣ୍ଟରେ ଫ୍ଲୋ ମିଟରର ଅନୁପସ୍ଥିତି ଥିବା ଜଣାପଡ଼ିଥିଲା।

ପରିବେଶ ଏବଂ ଜନସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା CPCB ରିପୋର୍ଟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରୟାସରେ ଗୁରୁତର ତ୍ରୁଟି ରହିଛି।

ଧାନର କଟନି ଛଟନି ନେଇ ଗୃହରେ ବର୍ଷିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା

ନନ୍ଦିଘୋଷ ବ୍ୟୁରୋ: ଧାନର କଟନି ଛଟନି ନେଇ ଗୃହରେ ବର୍ଷିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଧାନର କଟନି ଛଟନି ଜାରି ରହିଛି । ଯୋଗାଣ ମନ୍ତ୍ରୀ କହିଲେ ଆଇଏଏସ କହୁଛନ୍ତି କଟନି ଛଟନିରେ ମୁଣ୍ଡ ପରlନ୍ତୁନାହିଁ । ତେବେ ମନ୍ତ୍ରୀ କୁହନ୍ତୁ କିଏ ସେ ଆଇଏଏସ ଅଧିକାରୀ  । ସରକାର ତେବେ କାହା କଥାରେ ଚାଲିଛି । ସରକାର ଚାଷୀଙ୍କ ସ୍ୱାର୍ଥରେ ନା ମିଲରଙ୍କ ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ଵର ବେହେରା  । ସେପଟେ ଧାନର କଟନି ଛଟନି ପ୍ରସଙ୍ଗରେ ବିଜେଡି ସହିତ ତାଳ ମିଳାଇଛି କଂଗ୍ରେସ । ଗୃହରେ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନି ଛଟନି ଚାଲିଛି । ଯୋଗାଣ ମନ୍ତ୍ରୀ ମିଲ ପିଛା ୧ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ସିିଡି, ଫୋଟୋ, ମନ୍ତ୍ରୀଙ୍କ ଦସଖତ ଥିବା ଚିଠି ଦେଖାଇ ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଧାନ କିଣାରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି । ଧାନ କିଣାରେ କଟନି ଛଟନିରେ ମନ୍ତ୍ରୀ ଟଙ୍କା ନେଉଥିବାର ପ୍ରମାଣ ମାଗିଥିଲେ ଓ ମୁଁ ଦେଲି ବୋଲି କହିଛନ୍ତି ତାରା  । ଧାନ କିଣାରେ ୪ କୋଟି ଟଙ୍କା ହେରଫେର ହୋଇଛି । ଧାନ କିଣାରେ ଚାଷୀଙ୍କୁ ଲୁଟୁଛନ୍ତି ସରକାର । ମୁଁ ଆଉ କେଉଁ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରୁନି ମନ୍ତ୍ରୀ ଏହି ଯେଉଁ ଟଙ୍କା ଖାଉଛନ୍ତି । ତାହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ତାରା  ।

ଆନ୍ଦୋଳନରତ ମିଶନ ଶକ୍ତି ମହିଳାଙ୍କ ପାଖରେ ପହଞ୍ଚିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ଫଟା ଖରାରେ ବସିଥିବା ମିଶନ ଶକ୍ତି ମହିଳା ମାନଙ୍କ ପାଖରେ ପହଞ୍ଚିଲା ବିଜେଡି ବିଧାୟକ ଦଳ ଟିମ୍ । ବିଜେଡି ଟିମରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅରୁଣ ସାହୁ, ରମେଶ ଚନ୍ଦ୍ର ବେହେରା, ସ୍ୱଭିକ ବିଶ୍ଵାଳ, ପ୍ରଦୀପ କୁମାର ସାହୁ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ । ଆନ୍ଦୋଳନରତ ଇ.ସି ମେମ୍ବର ମହିଳା ମାନଙ୍କ ପାଇଁ ବିଧାନସଭାରେ ସ୍ଵର ପାଲଟିବେ ବୋଲି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି l ସ୍ଥାୟୀ ନିଯୁକ୍ତି ଦାବି କରି ୬ ଦିନ ଧରି ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମହିଳା ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ବିଧାନସଭା ଆଗରେ ଆନ୍ଦୋଳନ କରୁଥିବା ବେଳେ ଏପର୍ଯ୍ୟନ୍ତ ସରକାର ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛି ସଂଘ ।

IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ନନ୍ଦିଘୋଷ ବ୍ୟୁରୋ: ସାମନାକୁ ଆସିଲା ବଡ଼ ଖବର । IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ।  ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ତେବେ କହି ରଖୁଛୁ କି, ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ ରେଡ୍ କରିଛି ।

ସକାଳୁ  ୮ ଜଣିଆ ସିବିଆଇ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସୀ କରିଛି। ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ଏହି ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ହୋଇଥିବାର ଦେଖା ଯାଇଥିଲା। ବିଷ୍ଣୁପଦ କହିଛନ୍ତି, ଏତଲା ନ ଥାଇ ବିନା କାରଣରେ ରେଡ କରାଯାଉଛି। ୩୦ ବର୍ଷ ହେଲା ସ୍ଵଚ୍ଛତାର ସହ କାମ କରୁଛି । ମତେ ହାରାସ୍ କରାଯାଉଛି । ପ୍ରୋଟୋକଲରେ ସିବିଆଇ ଆସିନାହିଁ । ଟିମରେ ଲେଡି ଅଫିସର ନାହାଁନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ  ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରିଛନ୍ତି । ତାଙ୍କ ପତ୍ନୀ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଅଭିଯୋଗ କରିଛନ୍ତି । କହିଛନ୍ତି, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି । ପରିବାରକୁ ଧମକ ଦିଆଯାଉଛି । ଆମେ ନିଃସହାୟ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ । ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଦେବଦତ୍ତ ମହାପାତ୍ର ଓ  ୩ ଜଣଙ୍କୁ ସିବିଆଇ ଗିରଫ  କରିଥିଲା। ସେମାନେ ଜାମିନକୁ ମିଳି ଯାଇଛି। ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ। ତାଙ୍କୁ ଜେରା କରାଯାଇଥିଲା ।

ପୈତୃକ ଘରେ ଚଢ଼ାଊ, ଭଉଣୀ କହିଲେ ଖାଇବାକୁ ବି ଛାଡୁନାହାନ୍ତି

ସେପଟେ ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ନରସଂହପୁର ସ୍ଥିତ ପୈତୃକ ବାସଭବନରେ ୪ ଜଣିଆ ସିବିଆଇ ଟିମ ଚଢାଉ କରିଛନ୍ତି । ୪ ଜଣ ଅଧିକାରୀ ସକାଳୁ ଘର ଭିତର ପଟୁ ବନ୍ଦ କରି ଛାନବିନ ଚଳାଇଛନ୍ତି । କାହାରିକୁ କିଛି ଖାଇବା ପିଇବାକୁ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁପଦଙ୍କ ଭଉଣୀ ଗୌରୀବାଳା ସେଠୀ । ସକାଳୁ CBI ଟିମ ଘର ବନ୍ଦ କରି ରେଡ କରିବା ଆଳରେ କାଗଜପତ୍ର ବାହାର କରିବା ସହିତ ସମସ୍ତ ଆସବାପତ୍ରକୁ ଅବ୍ଯବସ୍ଥିତ କରିଦେଇଛନ୍ତି । ଗୌରୀବାଲାଙ୍କ ସ୍ବାମୀଙ୍କୁ ମଧ୍ଯ ପଚରା ଉଚରା କରୁଛି ସିବିଆଇ । ଖାଇବାକୁ ନ ପାଇବାରୁ ମୁଣ୍ଡ ବୁଲାଇଲାଣି । ଘରେ ଥିବା ଗୃହପାଳିତ ବିଲେଇକୁ ଖାଇବା ପାଇଁ ଦେଉନାହାନ୍ତି । ପଚାରିଲେ କିଛି କହୁନାହାନ୍ତି । କେବଳ ଗିରଫଦାରୀର ଧମକ ଦେଉଛନ୍ତି ବୋଲି କହିଛନ୍ତି ଗୌରୀବାଲା ।

ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ । ମଣିଷ ମୃତ୍ୟୁ ପରେ ଯେପରି ଶବ ସତ୍କାର କରାଯାଇଥାଏ, ଠିକ ସେହିପରି ଗ୍ରାମବାସୀ ଓ ସ୍କୁଲର ଶିକ୍ଷକ ମାନେ ମିଶି ମାଙ୍କଡ଼ର ଶବ ସତ୍କାର କରିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ଅଧିନସ୍ଥ ଏଲଖା ଗାଁରେ । ଟ୍ରଲିକୁ ଫୁଲରେ ସଜାଇ ମାଙ୍କଡ଼ର ମୃତଦେହରେ ଘଣ୍ଟ ମୃଦଙ୍ଗ ସହ କୀର୍ତ୍ତନ କରି ହରିବୋଲ ଓ ଜୟ ବଜାରଙ୍ଗିବାଲି ନାରାରେ ଗାଁ ବୁଲାଇ ମଶାଣିକୁ ନେଇଥିଲେ । ଶେଷରେ ମଶାଣିରେ ମାଟି ଖୋଳି ଗ୍ରାମବାସୀମାନେ ମାଙ୍କଡ଼ର ମୃତଦେହକୁ ପୋତି ଦେଇଥିଲେ। ମାଙ୍କଡ଼ଟି ଏହି ଗାଁରେ ଦୀର୍ଘ ବର୍ଷ ହେବ ରହିଆସୁଥିଲା ଗାଁର ଲୋକମାନେ ମାଙ୍କଡ଼କୁ ଖାଇବାକୁ ଦେଉଥିଲେ । ମାଙ୍କଡ଼କୁ ଭଗବାନ ହନୁମାନଙ୍କ ରୂପ ଭାବି ଗ୍ରାମବାସୀମାନେ ପୂଜା କରୁଥିଲେ । ଗତକାଲି ମାଙ୍କଡ଼ଟିର ମୃତ୍ୟୁ ଘଟିଥିଲା । ସ୍କୁଲ ପଛ ପାଖରେ ମାଙ୍କଡ଼ଟି ମରି ପଡ଼ିଥିବା ଦେଖିଥିଲେ । ମାଙ୍କଡ଼ର ମୃତ୍ୟୁକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ମାଙ୍କଡ଼ର ଶବ ସତ୍କାର କରିବା ସହ ଦଶାହ କ୍ରିୟା କରିବେ ବୋଲି କହିଛନ୍ତି ।

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍

ନନ୍ଦିଘୋଷ ବ୍ୟୁରୋ: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍ । ବୁଧବାର ସକାଳୁ ୮ ଜଣିଆ ସିବିଆଇ ଟିମ୍ ପହଞ୍ଚି ତଲାସୀ କରିଛି । ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରିଥିବା ଜଣାପଡିଛି । ତେବେ ଏତଲା ନଥାଇ ବିନାକାରଣରେ ରେଡ କରାଯାଉଛି ବୋଲି କହି ପ୍ରତିବାଦ କରିଛନ୍ତି ବିଷ୍ଣୁପଦ ସେଠୀ । ଏହାସହ ସେ କହିଛନ୍ତି କି, ମୁଁ ସ୍ବଚ୍ଛତାର ସହ ୩୦ ବର୍ଷ ହେବ କାମ କରୁଛି ମୋତେ ବିନା କାରଣରେ ଫସାଯାଉଛି । ଏବଂ ହାରାସମେଣ୍ଟ କରାଯାଉଥିବା ମଧ୍ୟ କହିଛନ୍ତି । ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ମୋ ଜୀବନ ପ୍ରତି ବିପଦ ଜୀବନ ପ୍ରତି ବିପଦ ଥିବା କହିଲେ ବିଷ୍ମୁପଦ ସେଠୀ ।

 

ଟଙ୍କାଟେରେ ଟମାଟୋ କିଲେ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଆଗଲପୁର ଚାଷୀଙ୍କୁ କଲବଲ କରୁଛି ଟମାଟୋର ଅଭାବୀ ବିକ୍ରି। ଆଗଲପୁର ବ୍ଳକ ରୋଡରେ କିଲୋ ପ୍ରତି ଟଙ୍କାଟିଏରୁ ମଧ୍ୟ କମ ପଇସାରେ ବ୍ୟବସାୟୀ ମାଗୁଥିବା କହିଛନ୍ତି ଚାଷୀ। ଏକର ଏକର ଜମିରେ ଚାଷୀମାନେ ଟମାଟୋ ଚାଷ କରୁଥିବା ବେଳେ ବେପାରୀଙ୍କ ଠାରୁ ଏବେ ଶୋଷଣର ଶିକାର ହେଉଛନ୍ତି । ଏକର ପିଛା ଟମାଟୋ ଚାଷରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏବେ  ଟମାଟୋ ଟ୍ରେ ପିଛା ୧୦ରୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। ଏହି ପରିସ୍ଥିତିରେ ଅନେକ ଚାଷୀ ବିଲରେ ପାଣି ମଧ୍ୟ ଦେଉନାହାନ୍ତି  । କାରଣ ଟମାଟୋ ବିକ୍ରିର ପାଣି ଖର୍ଚ୍ଚ ବି ଉଠାଇ ପାରୁନି କି ଶ୍ରମିକ ଲଗାଇ ଟମାଟୋ ତୋଳିବା ମଧ୍ୟ ସମ୍ଭବ ହେଉପାରୁନି । ଫଳରେ ବିଲରେ ପଡି ପଡି ଷଢୁଛି ଚାଷୀ  । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଶୀତଳ ଭଣ୍ଡାର ଟିଏ ନାହିଁ ବୋଲି ଅଭିଯୋଗ କରିଛନ୍ତିୀ ଚାଷୀ। ଏତେ କମ ଦରରେ ଟମାଟୋ ବିକ୍ରି କଲୋ ଚାଷୀ ମୂଲ ଫେରି ପାଇବାଟା ତ ଦୂରର କଥା ଋଣ କିଭଳି ସୁଝିବ ସେନେଇ ମୁଣ୍ଡରେ ହାତ ଦେଇ ବସିଛି।

ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପାଇଁ ୮ ଦଳ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଭାରତର ବୋଲିଂ କୋଚ ମଣି ମର୍କେଲ ଏବଂ କ୍ୟାମ୍ପରେ ନଜର ଆସିନାହାନ୍ତି । କୁହାଯାଉଛି କି, ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଯେଉଁ କାରଣରୁ ସେ ଏବେ ଘରକୁ ଯାଇଛନ୍ତି । ମାତ୍ର ଏନେଇ କୌଣସି ଅଫିସିଆଲ ଭାବେ କୁହାଯାଇନାହିଁ । ତେବେ ବୁମରା ଦଳରେ ନଥିବାବେଳେ ସାମି ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଣି ମର୍କେଲଙ୍କ ଅନୁପସ୍ଥିତି ଭାରତୀୟ ଦଳର ବୋଲିଂ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ କହି ରଖୁଛୁ କି, ଆସନ୍ତାକଳଇଠାରୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବାବେଳେ ଭାରତର ପ୍ରଥମ ମ୍ୟାଚ ୨୦ ତାରିଖରେ ରହିଛି । ଭାରତ ବାଂଲାଦେଶକୁ ଭେଟିବାକୁ ରହିଛି । ପରେ ୨୩ ତାରିଖରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ । ପାକିସ୍ତାନକୁ ଭେଟିବ ଭାରତ । ଯାହାକୁ ଦେଖିବାକୁ ପ୍ରଂଶସକମାନେ ଚାହିଁ ରହିଛନ୍ତି । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଟିମ୍ କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ସାମନା ସାମନି ହେଉଛନ୍ତି । ଏମାନଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଉନାହିଁ ।

ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି

ନନ୍ଦିଘୋଷ ବ୍ୟୁରୋ: ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି।  ଢେଙ୍କାନାଳ କଙ୍କଡାହାଡ଼ ଥାନା ବାଲିସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ଜେଜେ ମାଆ ଶ୍ରୀମତୀ ବେୱା। ଶାଶୁକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମାଆ । ଗୁରୁତର ଅବସ୍ଥାରେ ମାଆ ଚମ୍ପା ସିଂହଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲିସାହି ଗାଁର ଲିକୁ ସିଂହ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଜେଜେମାଆଙ୍କୁ ଟଙ୍କା ମାଗିଥିଲା  । ଟଙ୍କା ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ କାଠଫାଳିଆରେ ଜେଜେମାଙ୍କୁ ମାଡ଼ ମାରିଥିଲା । ମନ ଶାନ୍ତି ନହେବାରୁ ଜେଜେମାଆ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।