ଲୋନ ଏବଂ EMI ଉପରେ ୩ ମାସିଆ ରିହାତିକୁ ନେଇ ବ୍ୟାଙ୍କ ଚୁପ୍: ବଢ଼ୁଛି ଗ୍ରାହକଙ୍କ ଚିନ୍ତା

1 min read

. ୧୪ ଅପ୍ରେଲ ଯାଏଁ ଦେଶ ଲକଡାଉନ

. ଇଏମଆଇକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସ ସାଧାରଣ ଲୋକଙ୍କ ପାଇଁ ଯଥେଷ୍ଟ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି | ଦେଶରେ ଏମିତି ପ୍ରଥମ ଥର ପାଇଁ ହୋଇଛି ଯେଉଁଠି ଲୋକମାନେ ଲକଡାଉନରେ ଅଛନ୍ତି ଏବଂ କାମ ସବୁ ଠପ୍ ହୋଇପଡ଼ିଛି ।

ଏହି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଲୋନ ଏବଂ EMIକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ EMI ଦେଉଥିବା ବ୍ୟକ୍ତି ମାନଙ୍କୁ  ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ EMI ଉପରେ ୩ ମାସର ଛାଡର ସୂଚନା ଦେଇଥିଲେ । କିନ୍ତୁ ଅଧିକାଂଶ ବ୍ୟାଙ୍କ ଆରବିଆଇର ଏହି ନିଷ୍ପତ୍ତି ଉପରେ ନୀରବ ରହିଛନ୍ତି । କେବଳ ଏତିକି ନୁହେଁ, ଅନେକ ବ୍ୟାଙ୍କ ତ ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟରେ EMIର ମେସେଜ ପଠାଇଛନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରକାର ଦ୍ୱନ୍ଦ୍ୱ ଦେଖାଦେଇଛି ।

ତେବେ ଏହି ପରିସ୍ଥିତିରେ ଦ୍ୱନ୍ଦ୍ୱ କାହିଁକି ବଢ଼ୁଛି?

ଆରବିଆଇ ପକ୍ଷରୁ ସ୍ଥଗିତାଦେଶ ଆବେଦନ ପରେ ମଧ୍ୟ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ଲୋନର କିସ୍ତି ପରିଶୋଧ କରିବାକୁ ମେସେଜ ପଠାଯାଉଛି । ମେସେଜରେ କୁହାଯାଇଛି ଯେ ‘ଧାର୍ଯ୍ୟ ଦିନରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ, ତେଣୁ ଆବଶ୍ୟକ ପରିମାଣ ତାଙ୍କ ଆକାଉଣ୍ଟରେ ରଖନ୍ତୁ। ବ୍ୟାଙ୍କ ଦ୍ୱାରା ପଠାଯାଇଥିବା ମେସେଜ ଯୋଗୁଁ ଲୋକଙ୍କ ମନରେ ଟେନସନ ବୃଦ୍ଧି ପାଇଛି ।’

କୌଣସି ବ୍ୟାଙ୍କ ରିଲିଫ୍ ପ୍ରଦାନ କରିନାହାଁନ୍ତି କି?

ଯଦି ଆପଣ SBI ବ୍ୟାଙ୍କରୁ କୌଣସି ଲୋନ କରିଛନ୍ତି ତେବେ ଆପଣଙ୍କ ପାଇଁ ଟିକିଏ ଆଶ୍ୱସ୍ତି ରହିଛି । ବାସ୍ତବରେ, ଆପଣଙ୍କୁ ଆଗାମୀ ତିନିମାସ ପାଇଁ ଲୋନର EMI ଦେବାକୁ ପଡିବ ନାହିଁ | ଶୁକ୍ରବାର ଦିନ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲୋନ କରିଥିବା ବ୍ୟକ୍ତିର EMI  ତିନୋଟି କିସ୍ତି ସ୍ୱୟଂଚାଳିତ ଭାବରେ ସ୍ଥଗିତ ରଖାଯାଇଛି। ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କରେ ଆବେଦନ କରିବାର ଆବଶ୍ୟକତା ନାହିଁ। ଏସବିଆଇ ଅଧ୍ୟକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୩ ମାସ ପାଇଁ EMI ଦେୟ ନଦେଲେ ଗ୍ରାହକଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହେବ ନାହିଁ। ଏଥି ସହିତ, ବର୍ତ୍ତମାନ ଏସବିଆଇର କ୍ରେଡିଟ କାର୍ଡ ଦେୟ ଉପରେ କୈଣସି ଆରାମ ମିଳୁନାହିଁ। ଏସବିଆଇ ବ୍ୟତୀତ ଅନ୍ୟ ବେସରକାରୀ କିମ୍ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ EMI ସ୍ଥଗିତ ରଖିବାକୁ ଚିନ୍ତା କରୁଛନ୍ତି । ମିଡିଆ ରିପୋର୍ଟରେ ଅନୁଯାୟୀ କିଛି ବ୍ୟାଙ୍କ ଏହାକୁ ଶୀଘ୍ର ଘୋଷଣା କରିପାରନ୍ତି।

ଏହି ସମୟରେ କଣ କରିବା ଉଚିତ୍?

ଯଦି ଆପଣଙ୍କ ବ୍ୟାଙ୍କ EMI ସମ୍ବନ୍ଧରେ କୌଣସି ପରିବର୍ତ୍ତନ କରିଛି, ତେବେ ତା’ର ସୂଚନା ବ୍ୟାଙ୍କ ମେସେଜ କିମ୍ବା ମେଲ୍ ମାଧ୍ୟମରେ ଆପଣଙ୍କୁ ପଠାଇଦେବ । ଆପଣଙ୍କ ବ୍ୟାଙ୍କର କଷ୍ଟମର କେୟାର ସହ କଥା ହୋଇ ଆପଣ EMI ବାବଦରେ ସୂଚନା ପାଇପାରିବେ । ଏହି ପରିସ୍ଥିତିରେ, ଆପଣ EMI ବିଳମ୍ବ ପାଇଁ ବ୍ୟାଙ୍କକୁ ମଧ୍ୟ ଆବେଦନ କରିପାରିବେ, କିନ୍ତୁ ଆପଣଙ୍କୁ ଏଠାରେ ଜଣାଇବାକୁ ପଡ଼ିବ ଯେ କରୋନା ଭାଇରସ ଯୋଗୁଁ ଆପଣଙ୍କର ଆୟ ପ୍ରଭାବିତ ହୋଇଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବ୍ୟାଙ୍କକୁ ହିଁ ନେବାକୁ ପଡିବ ଯେ ସେ ପ୍ରତି ମାସ ପରି ଏହି ମାସରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ ନା ନାହିଁ ।

Leave a Reply