spot_img

Latest Posts

ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ। ଗିରଫ ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ  ଡିସ୍ପୋଜା ପଟ୍ଟନାୟକ। SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ କରିଥିଲା ଆଘାତ। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି।

 

Latest Posts

Don't Miss