ହାତୀ ମୃତ୍ୟୁ ରୋକିଲା ଏଆଇ ଟାଓ୍ବାର କ୍ୟାମେରା
1 min readରାଉରକେଲା: ହାତୀ ମୃତ୍ୟୁ ରୋକିଲା AI ଟାଓ୍ବାର କ୍ୟାମେରା। ସଫଳ ହେଲା ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ। ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଓ ଜଙ୍ଗଲର ନିଆଁ ରୋକିବା ପାଇଁ ରାଉରକେଲା ବନଖଣ୍ଡର ୪ ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲଗାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାର ଡଲାକୁଦର, ଚାନ୍ଦୋପୋଷ, ମହିପାଣି ଓ ସୋନାଖାନ ନିକଟରେ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ନିର୍ମାଣ କରାଯାଇ କ୍ୟାମେରା ଲଗାଯାଇଥିଲା। ୫ କିଲୋମିଟର ଦୂରତ୍ଵ ପର୍ଯ୍ୟନ୍ତ କ୍ୟାମେରା କାମ କରୁଥିବା ବେଳେ ୩୬୦ ଡିଗ୍ରୀ ଦୃଶ୍ୟ ରେକର୍ଡ କରିପାରୁଛି। ଗତ ଡ଼ିସେମ୍ବର ମାସ ୬ ତାରିଖ ସନ୍ଧ୍ୟାରେ ୨୮ ଟିକିଆ ହାତୀପଲଙ୍କ ମଧ୍ୟରୁ ୫ ଟି ହାତୀପଲ ରେଲୱେ ଟ୍ରାକ ନିକଟକୁ ଆସିଥିବା କ୍ୟାମେରାରୁ ଜଣାପଡିଥିଲା । ପରେ ଟ୍ରେନ ଅଟକାଇ ହାତୀପଲଙ୍କ ଜୀବନ ରକ୍ଷା କରାଯାଇ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଦିଆଯାଇ ପାରିଥିଲା। ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ରାଉରକେଲା ବନ ବିଭାଗ ଭଲ କାର୍ଯ୍ୟ କରୁଥିବାରୁ ରାଉରକେଲା ଡିଏଫଓଙ୍କୁ ପୁରସ୍କୃତ କରାଯାଇଛି।
AI କ୍ୟାମେରା ଜରିଆରେ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ରାଉରକେଲା ଡିଏଫଓଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏବେ ଅନ୍ୟ ୧୫ଟି ସ୍ଥାନରେ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି । ୨୦୧୩ ମସିହାରୁ ୨୦୨୪ ମସିହା ମଧ୍ୟରେ ରାଉରକେଲା ବନଖଣ୍ଡରେ ୨୦ ଟି ହାତୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ AI ଟାୱାର କ୍ୟାମେରା ଲାଗାଯିବା ପରେ ହାତୀ ମୃତ୍ୟୁ ରୋକାଯାଇ ପାରିଛି ।