spot_img

Latest Posts

ଜଲପାଇଗୁଡି ରେଳ ଷ୍ଟେସନରେ ଗୁଳିମାଡ଼, ଜଣେ ଯାତ୍ରୀ ମୃତ

କୋଲକାତା: ପଶ୍ଚିମବଙ୍ଗ ଜଲପାଇଗୁଡି ରେଳ ଷ୍ଟେସନରେ ଏକ ଟ୍ରେନରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା । ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସର ଜେନେରାଲ ବଗିରେ ଘଟିଛି ଅଘଟଣ।

ସୂଚନା ଅନୁଯାୟୀ, ସୋମବାର ଦିନ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ଜେନେରାଲ୍ କମ୍ପାର୍ଟମେଣ୍ଟରେ ଅଚାନକ ଫାୟାରିଂ ଶବ୍ଦ ଶୁଣିବାକୁ ମିଳିଥିଲା। ଟ୍ରେନଟି ରାତି ୮ଟା ବେଳେ ଜଲପାଇଗୁଡି ରେଳ ଷ୍ଟେସନରେ ଥିବା ବେଳେ ଏହି ଅଘଟଣ ଘଟିଥିଲା। ସମ୍ପୃକ୍ତ ଯୁବକଙ୍କ ନିକଟରୁ ପୋଲିସ ଏକ ପିସ୍ତଲ ମଧ୍ୟ ଜବତ କରିଛି ।

ଆରପିଏଫଙ୍କ ସୂଚନା ଅନୁଯାୟୀ, ଟ୍ରେନ୍ ପ୍ଲାଟଫର୍ମ ନଂ୩ରେ ଥିବା ବେଳେ ଯାତ୍ରୀମାନେ ୩ ରାଉଣ୍ଡ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ । ହଠାତ୍ ଗୁଳି ଶବ୍ଦ ଶୁଣି ଯାତ୍ରୀ ମାନେ ଆତଙ୍କିତ ହୋଇପଡିଥିବା ବେଳେ ଚିତ୍କାର ଶୁଣି ଆରପିଏଫ ଓ ଜିଆରପି କମ୍ପାର୍ଟମେଣ୍ଟ ଭିତରକୁ ଦୌଡିକି ଆସିଥିଲେ। ପରେ ମୃତଦେହକୁ ନର୍ଥ ବେଙ୍ଗଲ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ଜଣେ ସହଯାତ୍ରୀଙ୍କ କହିବାନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ବ୍ୟାଗରୁ ପିସ୍ତଲ ବାହାର କରି ନିଜକୁ ଗୁଳି ମାରିଦେଇଥିଲେ। ତେବେ ତାଙ୍କ ପାଖରୁ ଟିକେଟ୍ କିମ୍ବା କୌଣସି ପରିଚୟ ପତ୍ର ମିଳିନଥିବା ରେଲୱେ ପୋଲିସର ସୂଚନା । ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଜାରି ହୋଇଛି।

 

Latest Posts

Don't Miss