spot_img

Latest Posts

ସିଂହ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ଭିଡ଼ିଓ ଭାଇରାଲ୍

ହାଇଦ୍ରାବାଦ: ସିଂହ ମୁହଁରୁ ବର୍ତ୍ତିଲେ ଯୁବକ। ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ଆକସ୍ମିକ ବୁଦ୍ଧି ଯୋଗୁ ତାଙ୍କ ଜୀବନ ରକ୍ଷା ହୋଇପାରିଛି । ଘଟଣା ଘଟିଛି ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀ ଉଦ୍ୟାନରେ। ଗତକାଲି ଉକ୍ତ ପ୍ରାଣୀ ଉଦ୍ୟାନରେ ବୁଲୁଥିବା ବେଳେ ଜି. ସାଇକୁମାର ନାମକ ଜଣେ ୩୧ ବର୍ଷ ବୟସ୍କ ଯୁବକ ଅକସ୍ମାତ ଆଫ୍ରିକୀୟ ସିଂହ ସଫାରୀ ଭିତରକୁ ଡେଇଁ ପଡିଥିଲେ।

ଲୋକମାନେ ଯେତେ ପାଟି କରିଥିଲେ ବି ସେ କାହା କଥା ନଶୁଣି ଏନକ୍ଲୋଜର ଭିତରକୁ ପଶିଯାଇଥିଲେ । ଏନକ୍ଲୋଜର ଭିତରକୁ ଯାଇ ସେ ଏକ ଉଚ୍ଚା ସ୍ଥାନରେ ଠିଆ ହୋଇଥିବାବେଳେ ତାଙ୍କୁ ଖାଇବା ଲାଗି ସିଂହ ଡେଇଁବା ଦେଖାଯାଇଥିଲା । ତେବେ ଏହା ଦେଖି ଉଦ୍ୟାନର ଜଣେ କର୍ମଚାରୀ ନିଜ ଜୀବନକୁ ପାଣି ଛଡାଇ ଏନକ୍ଲୋଜର ଭିତରେ ପଶିଥିଲେ । ପରେ କୌଶଳ କରି ତାଙ୍କୁ ନିରାପଦରେ ଫେରାଇଆଣିଥିଲେ ।

ଏହି ସମସ୍ତ ଘଟଣାର ଭିଜୁଆଲ କ୍ୟାମେରାରେ କଏଦ ହୋଇଥିଲା । ସାଇ କୁମାରଙ୍କୁ ଉଦ୍ଧାର ପରେ ତାଙ୍କୁ ବାହାଦୂରପୁରା ପୋଲିସ ଷ୍ଟେସନକୁ ନିଆଯାଇଥିଲା । ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

 

Latest Posts

Don't Miss