spot_img

Latest Posts

ଏମିତି ଦେଖାଯାଉଥିଲେ ଆଫଗାନିସ୍ତାନର ଏୟାର ହୋଷ୍ଟେସ, ଯାହା ଏବେ ଇତିହାସ

କାବୁଲ: କାବୁଲ ବିମାନ ବନ୍ଦରରେ ଆକ୍ରମଣ ପରେ ପୁଣିଥରେ, ଆଫଗାନିସ୍ତାନର ସରକାରୀ ବିମାନ କମ୍ପାନୀ ଏରିୟାନା କାବୁଲରୁ ଦେଶର ତିନୋଟି ସହରକୁ ବିମାନ ସେବା ଆରମ୍ଭ ଏହି ବିମାନଗୁଡ଼ିକରେ ବହୁତ ଭିଡ଼ ବି ହେଉଛି ଏଥିରୁ ବହୁତ ଯାତ୍ରୀ ତଲକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ପାଇଲଟମାନେ ବି ବିମାନରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ଯଦି କେହି ନଜର ଆସୁନାହାଁନ୍ତି ସେ ହେଉଛି କେବଳ ଏୟାର ହୋଷ୍ଟେସ୍ । ଯେଉଁମାନେ  କିଛି ମାସ ପୂର୍ବରୁ ଏହି ବିମାନଗୁଡ଼ିକର ଏକ ଅତ୍ୟାବଶ୍ୟକ ଅଂଶ ଥିଲେ। ହେଲେ ବର୍ତ୍ତମାନ ଆଫଗାନିସ୍ତୈାନର ବିମାନରେ ଏମାନଙ୍କର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନି।

ଆଫଗାନିସ୍ତାନର ଏୟାରଲାଇନ୍ସ ନିଜ ୱେବସାଇଟ୍ ମାଧ୍ୟମରେ ବିମାନ ସେବା ପୁନଃ ଆରମ୍ଭ ବିଷୟରେ ସୂଚନା ଦେଇଛି। ପାଇଲଟ ଏବଂ ମେଲ ଏୟାର ଆଟେଣ୍ଡାଣ୍ଟଙ୍କ ଗ୍ରୁପ୍ ଫଟୋ ମଧ୍ୟ ସାଇଟରେ ପୋଷ୍ଟ କରାଯାଇଛି, କିନ୍ତୁ ଏହି ଗ୍ରୁପ୍ ଫଟୋରେ କୌଣସି ବି ସ୍ଥାନରେ ଏୟାରହୋଷ୍ଟେସ୍ ନାହାନ୍ତି । ୱେବସାଇଟରୁ ଏୟାର ହୋଷ୍ଟେସଙ୍କ ସମସ୍ତ ଫଟୋକୁ ହଟାଇଦିଆଯାଇଛି।

ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପୂର୍ବରୁ  ଏଠାକାର ସରକାରୀ ବିମାନରେ ଏୟାରହୋଷ୍ଟେସ ଏକ ମୁଖ୍ୟ ଅଂଶ ଥିଲେ। ଏମାନେ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରୁଥିଲେ। କିଛି ଦିନ ପୂର୍ବରୁ ସେମାନଙ୍କର ବେଶଭୂଷା ମଧ୍ୟ ବଦଳାଯାଇଥିଲା। ଅବଶ୍ୟ ଏହା ପୂର୍ବରୁ ଏମାଙ୍କ ପୋଷାକ ଅଲଗା ଥିଲା । କିନ୍ତୁ ତାଲିବାନ କବଜା କରିବା ପରେ ଏମାନଙ୍କ ପୋଷାକରେ ପରିବର୍ତ୍ତନ କରାଯାଇଥିଲା । ଏମିତିରେ ବି ତାଲିବାନୀ ଶାସନକୁ ଆସିବା ପରେ ବୋଧହୁଏ ବିମାନରେ ଆଉ ଏୟାରହୋଷ୍ଟେସଙ୍କୁ ଦେଖିବାକୁ ନମିଳିପାରେ।

ଏହି ଫଟୋଟି ଆଫଗାନିସ୍ତାନର କ୍ୟାମ ଏୟାରଲାଇନ୍ସର ଫଟୋ । କୁହାଯାଏ ଏହି ଏୟାରଲାଇନ୍ସ ବେଶି ମହିଳାଙ୍କ ସହିତ ହିଁ କାମ କରେ । କ୍ୟାମରେ ପାକାପାଖି ୧୦୬ ଜଣ ମହିଳା କାମ କରିଥିୱଲେ । ଯେଉଁଥିରେ ୪୬ ଜଣ ଏୟାରହୋଷ୍ଟେସ ଥିଲେ । ଓ ଅନ୍ୟମାନେ ପାଇଲଟ, ମ୍ୟାନେଜର ଓ ଅନ୍ୟାନ୍ୟ ପଦରେ କାର୍ଯ୍ୟରତ ଥିଲେ। ଏହି ଫଟୋଟି ଗତ ମାର୍ଚ୍ଚ ମାସର ଯେବେ ଏବି ବିମାନ କାବୁଲରୁ ହେରାତକୁ ଯାତ୍ରା କରିଥିଲା । ଆଉ ଏହି ଉଡାଣର ବିଶେଷତ୍ତ୍ୱ ଏହା ଥିଲା ଯେ ଏଥିରେ ପାଇଲଟଠୁ ଆରମ୍ଭ କରି ଆେମ୍ଟାଣ୍ଟ ସମସ୍ତେ ମହିଳା ହିଁ ଥିଲେ ।

ଆଉ ଏହି ଫଟୋ ହେଉଛି ଆଫଗାନିସ୍ତାନର ଏକ ଘରୋଇ ବିମାନ ସୈଫିର ଏକ ବିଜ୍ଞାପନ, ଯେଉଁଥିରେ ଜଣେ ପୁରୁଷ ଆଟେଣ୍ଟାଣ୍ଟଙ୍କ ସହ ଜଣେ ଏୟାରହୋଷ୍ଟେସ ବି ନଜର ଆସୁଛନ୍ତି। ଏହି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ବିମାନଯାତ୍ରା କରିବାକୁ ନିବେଦନ କରାଯାଏ। ଏହି ବିମାନର ଏୟାରହୋଷ୍ଟେସ୍ ସବୁଠାରୁ ଗ୍ଲାମରସ୍ କୁହାଯାଉଥିଲା। ତେବେ ବର୍ତ୍ତମାନ ଏହି ଘରୋଇ ବିମାନ ବନ୍ଦ ରହିଛି। ଏହି ବିମାନ କମ୍ପାନୀ ସୁନ୍ଦର ଏବଂ ଗ୍ଲାମରସ୍ ଏୟାରହୋଷ୍ଟେସଙ୍କୁ ନିୟୋଜିତ କରିବା ସହ, ତାଙ୍କର ପୋଷାକ ବି ବେଶ୍ ଗ୍ଲାମରସ ରଖିଥଲେ। ଏୟାରହୋଷ୍ଟେସଙ୍କ ଗାଢ଼ ନୀଳ ରଙ୍ଗର ପୋଷାକ ବହୁତ ଆକର୍ଷଣୀୟ ଏବଂ ସ୍ମାର୍ଟ ଥିଲା  ହେଲେ ବର୍ତ୍ତମାନ ଏସବୁ କେବଳ ଅତୀତର କାହାଣୀ ହୋଇ ରହିଯାଇଛି । କାରଣ ବର୍ତ୍ତମାନ ଏଠି ଏମାନଙ୍କର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳୁନି ।

ଆଫଗାନିସ୍ତାନରେ ସରକାରୀ ବିମାନ ସେବା ଏରିୟାନାର ଆରମ୍ଭ ୧୯୫୫ରେ ଆରମ୍ଭ ହୋଇଥିଲା । ଆଉ ଏ ହେଉଛି  ୬୦ ଦଶକର ଫଟୋ ଯେଉଁଥିରେ ମହିଳା ପାଇଲଟ ଓ ଏୟାରହୋଷ୍ଟେସଙ୍କୁ ଦେକଇବାକୁ ମିଳୁଛି ।

ତବେ ବର୍ତ୍ତମାନ ବୋଧହୁଏ ଆଫଗାନିସ୍ତାନରେ କୋଣସି ବି ବିମାନରେ ଆଉ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳିବନାହିଁ । କାରଣ ତାଲିବାନ ନିଜର ପ୍ରଥମ କାର୍ଯ୍ୟକାଳ (୧୯୯୬-୨୦୦୧)ରେ ମହିଳାଙ୍କ ସ୍ୱାଧିନତା ଓ ଅଧିକାର ଛଡ଼େଇନେଥିଲା, ଆଉ ଯିଏ ନିୟମ ମାନୁନଥିଲା ତାକୁ ହ୍ତ୍ୟା କରାଯାଉଥିଲା। ଆଉ ଏବେ ମଧ୍ୟ ସେମାନେ ନିଜର ଏହି ବର୍ବରତା ଜାରି ରଖିଛନ୍ତି ।

Latest Posts

Don't Miss