spot_img

Latest Posts

୧୭ କୋଟି ଟିକା ଦେବାରେ ଭାରତ ବିଶ୍ୱର ଦ୍ରୁତତମ ରାଷ୍ଟ୍ର

ନୂଆଦିଲ୍ଲୀ: କୋଭିଡ୍‌ ଦ୍ୱିତୀୟ ଲହର ସଂକ୍ରମଣ ଦ୍ୱାରା ବିଶ୍ୱର ସବୁଠୁ ଅଧିକ ଉପଦ୍ରୁତ ରାଷ୍ଟ୍ରର ଅପଯଶ ଆଦରିଥିବା ଭାରତ ଅନ୍ୟ ଏକ ଉପଲବଧି ପାଇଁ ଗୌରବାନ୍ୱିତ ହୋଇଛି। ଦେଶବାସୀଙ୍କୁ ୧୭ କୋଟି ଟିକା ଦେବାରେ ଭାରତ ବିଶ୍ୱର ଦ୍ରୁତତମ ରାଷ୍ଟ୍ର ହେବାର ବିରଳ କୀର୍ତ୍ତି ଅର୍ଜନ କରିଛି। ଟିକାକରଣ ଅଭିଯାନ ଆରମ୍ଭର ୧୧୪ ଦିନରେ ଭାରତ ଏହି ଲକ୍ଷ୍ୟ ହାସଲ କରିଛି। ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌କୁ ଏଥିପାଇଁ ୧୧୯ ଦିନ ଲାଗିଥିବା ବେଳେ ବହୁ ଚର୍ଚ୍ଚିତ ଆମେରିକା ୧୧୫ ଦିନରେ ତାହା କରିପାରିଥିଲା।

ସୂଚନା ଥାଉ କି, ଦେଶରେ ଏବେ ତୃତୀୟ ଦଫା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୮ରୁ ୪୪ ବର୍ଷର ହିତାଧିକାରୀମାନେ ସାମିଲ ହୋଇଛନ୍ତି। ଯଦିଓ ଟିକା ଅଭାବରୁ ସବୁ ରାଜ୍ୟରେ ଏହି ତୃତୀୟ ଦଫା ଟିକାକରଣ ପୂର୍ଣ୍ଣମାତ୍ରାରେ ଚାଲିପାରିନି, ତେବେ ଗତ ୨୪ ଘଣ୍ଟା ଭିତରେ ଦେଶରେ ଏହି ବର୍ଗର ପ୍ରାୟ ୨,୪୬,୦୦୦ ହିତାଧିକାରୀ ଟିକା ନେଇଥିବା ଜଣାଯାଇଛି। ସେହିପରି ଏହି ଦିନକ ମଧ୍ୟରେ ବିଭିନ୍ନ ବର୍ଗର ମୋଟ ୬.୮ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି।

Latest Posts

Don't Miss