spot_img

Latest Posts

INDvsAUS: ଆଡିଲେଡ୍ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତର Playing XI, ଜାଣନ୍ତୁ କିଏ ଇନ୍ କିଏ ଆଉଟ୍

ଆଡିଲେଡ୍: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି। ଆଡିଲେଡ୍ ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟ। ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି। ବିସିସିଆଇ ଟ୍ୱିଟ୍ କରି ଏହି ତାଲିକା ଜାରି କରିଦେଇଛି।

ପ୍ଲେଇଂ ଇଲେଭେନରେ ଶୁଭମନ ଗିଲଙ୍କୁ ସ୍ଥାନ ମିଳିନାହିଁ ଫଳରେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କ ସହ ପୃଥ୍ୱୀ ଶ ଓପନ୍ କରିବେ। ତେବେ ଅଭ୍ୟାସ ମ୍ୟାଚରେ ପୃଥ୍ୱୀଙ୍କ ପ୍ରଦର୍ଶନ ନିରାଶ ଜନକ ରହିଥିଲା। ଅନ୍ୟପଟେ ଅର୍ଦ୍ଧ ଶତକ ମାରିଥିବା ଋଷଭ ପନ୍ଥକୁ ବି ପ୍ଲେଇଂ ଇଲେଭେନରେ ୟୁଯୋଗ ମିଳି ନାହିଁ। ସେହିଭଳି ଲୋକେଶ ରାହୁଲଙ୍କୁ ବି ଏଥିରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ଋଦ୍ଧିମାନ ସାହାଙ୍କୁ ୱିକେଟକିପିଂ ଦାୟିତ୍ୱ ମିଳିଛି। ବୋଲିଂ କ୍ଷେତ୍ରରେ ଉମେଶ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ପ୍ରଭୃତି ରହିଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର ଭାବେ ସ୍ଥାନ ପାଇଛନ୍ତି।

ସୂଚନାଯୋଗ୍ୟ, ଦିବାରାତ୍ର ଟେଷ୍ଟ୍ ତଥା ପିଙ୍କ୍‌ ବଲ୍‌ ଅଭିଜ୍ଞତାରେ ଅଷ୍ଟ୍ରେଲିଆ ଠାରୁ ଭାରତ ଢେର ପଛରେ। ଅଷ୍ଟ୍ରେଲିଆ ମୋଟ ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଗୋଟିଏ‌ ଖେଳିଛି । ସେପଟେ ଟେଷ୍ଟ ସିରିଜ୍ ପୂର୍ବରୁ ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ, ଅଷ୍ଟ୍ରେଲିଆ ଗତ ଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି। ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା

ପ୍ଲେଇଂ ଇଲେଭେନ୍:

୧. ବିରାଟ କୋହଲି (କ୍ୟାପଟେନ୍)

୨. ମୟଙ୍କ ଅଗ୍ରୱାଲ

୩.  ପୃଥ୍ୱୀ ଶ

୪. ଚେତେଶ୍ୱର ପୁଜାରା

୫.  ଅଜିଙ୍କ୍ୟ ରାହାଣେ

୬. ହନୁମା ବିହାରୀ

୭. ରିଦ୍ଧିମାନ ଶାହା

୮. ରବିଚନ୍ଦ୍ରନ ଅଶ୍ୱିନ

୯. ଉମେଶ ଯାଦବ

୧୦. ମହମ୍ମଦ ସାମି

୧୧. ଜସପ୍ରିତ୍ ବୁମ୍ରା

 

 

Latest Posts

Don't Miss