ଆସନ୍ତା ୨୦ ବର୍ଷ ଯାଏଁ ଦୁନିଆକୁ ଦରକାର ହେବ କରୋନା ଟିକା: ପୁନାୱାଲା

1 min read
World Will Need Covid Vaccines For 20 Years Says Adar Poonawalla

ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି କରୋନା ଭାଇରସ୍ ପ୍ରଭାବ ପୃଥିବୀରୁ କିଛି ମାସ ପରେ ପଳାଇବ ତ ଆପଣଙ୍କ ଚିନ୍ତା ବଦଳାଇ ଦିଅନ୍ତୁ । ଦୁନିଆର ସବୁଠୁ ବଡ଼ ଟିକା ନିର୍ମାଣକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲାଙ୍କ କହିବା ଅନୁସାରେ ଦୁନିଆରେ ଆଗାମୀ ୨୦ ବର୍ଷ ଯାଏଁ କରୋନା ସଂକ୍ରମଣ ଜାରି ରହିବ । ଆଉ ସେତେବେଳେ ଯାଏଁ କରୋନା ପାଇଁ ଟିକାର ଆବଶ୍ୟକତା ରହିବ ।

World Will Need Covid Vaccines For 20 Years Says Adar Poonawalla

କଣ କହିଲେ ପୁନାୱାଲା ?

ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦର ପୁନାୱାଲା କହିଛନ୍ତି- ଇତିହାସରେ ଏମିତି କେବେ ହୋଇନାହିଁ କି କେବେ ବି ଟିକାର ଆବଶ୍ୟକତା ଗୋଟିଏ ଥରରେ ସରିଯାଇଛି । ସେ କହିଛନ୍ତି- ଫ୍ଲୁ, ନିମୋନିଆ, ବସନ୍ତ, ଓ ପୋଲିଓ ଟିକା ବହୁ ବର୍ଷ ଧରି ଦିଆଯାଉଛି । ଏଥିରୁ କୌଣସି ବି ଟିକା ବନ୍ଦ ହୋଇନାହିଁ । ସେ ଆହୁରି କହିଛନ୍ତି ଶତ ପ୍ରତିଶତ ଜନସଂଖ୍ୟାକୁ ଟୀକାକରଣ କଲେ ମଧ୍ୟ କୋଭିଡ୍-୧୯ ଟିକାର ଆବଶ୍ୟକତା ଶେଷ ହୋଇଯିବ ନାହିଁ ।

ଟିକା କଣ କରେ ?

ସେ କହିଛନ୍ତି- ଟିକା କୌଣସି ନିର୍ଦ୍ଦିଷ୍ଟ ବିଜ୍ଞାନ ନୁହେଁ । ଏହା ଆପଣଙ୍କ ଇମ୍ୟୁନିଟିକୁ ବୃଦ୍ଧି କରେ । ଏହା ଆପଣଙ୍କୁ ସୁରକ୍ଷା ଦିଏ । ଟିକା ରୋଗର ପ୍ରଭାବକୁ କମ୍ କରିଥାଏ । କିନ୍ତୁ, ଏହା ୧୦୦ ପ୍ରତିଶତ ମାମଲାରେ ରୋଗର ସଂକ୍ରମଣ ଠାରୁ ବଞ୍ଚାଇପାରେ ନାହିଁ । ଯଦି ୧୦୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଏ ତ ତଥାପି ଆଗାମୀ ଦିନରେ ଟିକାର ଆବଶ୍ୟକତା ରହିବ ।

World Will Need Covid Vaccines For 20 Years Says Adar Poonawalla

୫ ପ୍ରକାର ଟିକା ତିଆରି କରିବ କମ୍ପାନୀ

ସିରମ୍ ଇନଷ୍ଟିଚ୍ୟୁଟ୍ ୨୦୨୧-୨୨ ମଧ୍ୟରେ ଦୁନିଆ ପାଇଁ ପ୍ରାୟ ୫ ପ୍ରକାରର ଅଲଗା ଅଲଗା କୋଭିଡ୍ ଟିକାର ପ୍ରାୟ ୧ ଅରବ ଡୋଜ୍ ପ୍ରସ୍ତୁତ କରିବ । ପୁନାୱାଲା କହିଛନ୍ତି- ଆମର ଯୋଜନା ଅଛି ପ୍ରତି ତିନିମାସରେ ଏକ ଟିକା ଆଣିବାକୁ । ଏହାର ଆରମ୍ଭ କୋଭିସିଲ୍ଡରୁ ହେବ । ଯାହାକି ଆସନ୍ତା ବର୍ଷ ଆସିଯିବ । ଏହାର ଲାଇସେନ୍ସ ଆମକୁ ଆଷ୍ଟ୍ରାଜେନେକାଠାରୁ ମିଳିଛି ।

World Will Need Covid Vaccines For 20 Years Says Adar Poonawalla

ସୂଚନାଯୋଗ୍ୟ, କୋଭିସିଲ୍ଡର ବିକାଶ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଜେନର ଇନଷ୍ଟିଚ୍ୟୁଟ୍ କରିଛି । ଏହାର ଲାଇସେନ୍ସ ଆଙ୍ଗ୍ଲୋ- ସ୍ୱିଡିଶ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକା ଠାରୁ ମିଳିଛି । ଏବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ପ୍ରାୟ ୧୬୦୦ ଲୋକଙ୍କ ଉପରେ କରାଯାଉଛି ।

World Will Need Covid Vaccines For 20 Years Says Adar Poonawalla

କରୋନା ପାଇଁ କୋଭିସିଲ୍ଡ ଟିକା ଆସନ୍ତା ବର୍ଷ କୌଣସି ସମୟରେ ଆସିପାରେ । ପୁନାୱାଲା କହିଛନ୍ତି- ଆମେ ଟିକାର ପ୍ରାୟ ୨ରୁ ୩ କୋଟି ଡୋଜ୍ ତିଆରି କରିବା ଆରମ୍ଭ କରିଦେଇଛୁ । ଉତ୍ପାଦନ ବୃଦ୍ଧି କରି ପ୍ରତି ମସାରେ ୭ରୁ ୮ କୋଟି ଟିକା ଉତ୍ପାଦନ କରାଯାଇ ପାରିବ ।

Leave a Reply