ନୀଳାଚଳ ଅବଢ଼ା ଏବଂ ଆଡ଼ପ ଅବଢ଼ା ମଧ୍ୟରେ କିଛି ତଫାତ୍ ଜାଣନ୍ତୁ

1 min read
What Is Lord Jagannath's Adapa Abadha ?

ଶ୍ରୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ରଥାରୁଢ ହୋଇ ଜନ୍ମବେଦୀକୁ ବିଜେ କରିଛନ୍ତି । ଯେଉଁ ସ୍ଥାନରେ ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ସେହି ଗୁଣ୍ଡିଚା ମଣ୍ଡପ ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂରତି । ପବିତ୍ର ଧାମରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ବିଚିତ୍ରତାକୁ ଦେଖୁଛି ସାରା ବିଶ୍ୱ । ଏ ସଂସ୍କୃତି ଓ ଜାତିର ଇଷ୍ଟଦେବଙ୍କ ବଡ଼ ଯାତ୍ରା ପରୀପ୍ରେକ୍ଷୀରେ ଶ୍ରୀଗୁଣ୍ଡିଚା ବେଦୀକୁ ତାଙ୍କର ଆଗମନ ଉପଲକ୍ଷେ ସ୍କନ୍ଦ ପୂରାଣର ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ବିଷୟରେ ଉଲ୍ଲେଖ ରହିଛି ଯେ-

ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାହମଜନଂ ପୁରା

ଶ୍ୱମେଧସହସ୍ରସ୍ୟ ସହାବେଦୀ ତଦାଭବତ୍

ତସ୍ୟା ପୁଣ୍ୟତମଂ ସ୍ଥାନା ପୃଥିବ୍ୟା ନେହ ବିଦ୍ୟତେ ।।

ବ୍ରହ୍ମାଙ୍କ ଦ୍ଵାରା ମନ୍ଦିର ନିର୍ମାଣ ଶ୍ରୀମନ୍ଦିର ଯେପରି ବିଶ୍ୱବିଖ୍ୟାତ ହୋଇଛି ସେହିପରି ଅଶ୍ୱମେଧ ଯଜ୍ଞମହାବେଦୀ ନୃସିଂହ କ୍ଷେତ୍ରକୁ ମଧ୍ୟ ପରିଚିତ କରାଇବାର ପ୍ରତିଶ୍ରୁତି ଦେଇଥିଲେ ପରଂବ୍ରହ୍ମ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ । ଏହି ପରିପ୍ରେକ୍ଷୀରେ ଉଲ୍ଲେଖ ରହିଛି ଯେ,

ଦିନାନି ନବ ଯାସ୍ୟାମି ତଥା ତସ୍ମାହିଦାଗତଃ

ତତ୍ରାସ୍ତି ତେ ମହାରାଜ ସର୍ବତୀର୍ଥମୟଂ ସରଃ ।।

ତତ୍ତରେ ସପ୍ତଦିବସାନ୍ ସ୍ଥାସ୍ୟାମ୍ୟନୁଜିଘୃକ୍ଷୟା

ତତ୍ର ସ୍ଥିତଂ ମା ପଶ୍ୟନ୍ତୋ ଯାନ୍ତି ମର୍ତ୍ତା ମମାଳୟମ୍ ।।

ଜନ୍ମବେଦୀକୁ ବିଜେ ପରେ ଗୁପ୍ତରାସରେ ନିଗମ୍ନ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଟିକିଏ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଥାଏ ଭକ୍ତ । ତାଙ୍କର ଆଡ଼ପ ଅବଢ଼ାକୁ ପାଇବାକୁ ସତେ ଯେମିତି ମୃଦମତ୍ତ ହୁଏ ପ୍ରାଣ । ତେବେ କଣ ସେ ଆଡ଼ପ ଅବଢ଼ା ? କଣ ରହିଛି ତାର ସ୍ୱତନ୍ତ୍ରତା ? ଅବଢ଼ା, କୈବଲ୍ୟ ଓ ନିର୍ମାଲ୍ୟର ନିତ୍ୟ ନିମିତ୍ତ ବୈଶିଷ୍ଟ୍ୟତା କଣ ? କେବେ ପ୍ରଥମକରି ଏ ଅବଢ଼ା ଶବ୍ଦ ଶୁଣାଯାଇଥିଲା । ନୀଳାଚଳ ଅବଢ଼ା ଏବଂ ଆଡ଼ପ ଅବଢ଼ା ମଧ୍ୟରେ କିଛି ତଫାତ୍ ରହିଛି କି ? ଆଜିର ଅଧ୍ୟାୟରେ ମହାପ୍ରଭୁଙ୍କ ଭୋଗ, ମହାପ୍ରସାଦ ଓ ଦିବ୍ୟ ମାହାତ୍ମ୍ୟର ଆଲୋଚନା କରିବା ।

ନୈବ ଯାଚେ ରାଜ୍ୟ ନଚ କନକ ମାଣିକ୍ୟ ବିଭବଂ

ନଯାଚେହଂ ରମ୍ୟା ସକଳ ଜନାକାମ୍ୟା ବରବଧୂମ୍ ।।

ସଦା କାଳେ କାଳେ ପ୍ରଥମ ପତିନା ଗୀତରଚେତ୍

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ।।

ଅବଢ଼ା ତତ୍ତ୍ୱ

ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ଭୋଗ ହେଉଛି ମହାପ୍ରସାଦ । ଏହାକୁ କେହି କେହି ଅବଢ଼ା, କୈବଲ୍ୟ ଓ ନିର୍ମାଲ୍ୟ ପ୍ରଭୃତି ବହୁ ନାମରେ ମହାମାବନ୍ତ କରିଥାନ୍ତି । ଅଗଣିତ ଜନମାନସରେ ନିର୍ମାଲ୍ୟ ହିଁ ଶ୍ରୀଜଗନ୍ନାଥଙ୍କର ପ୍ରତିଭୂ । ବୈଦିକ, ଶାକ୍ତ, ତନ୍ତ୍ର, ପୂରାଣ ଶାବର ପ୍ରତ୍ୟକ ମତରେ ଏହା ଶ୍ରୀଜଗନ୍ନାଥଙ୍କ ସଦୃଶ ମହିମାବନ୍ତ ଓ ଅଶେଷ କୋଟି ପାପନାଶକ । ବିନା ବିଚାରରେ ସ୍ଥାନକାଳପାତ୍ର ନିର୍ବିଶେଷରେ ମହାପ୍ରସାଦ ସେବନ କଲେ ସକଳ ପାପ ଦୂରିଭୂତ ହୁଏ ବୋଲି ଲୋକବିଶ୍ୱାସ ରହିଛି । ଧର୍ମ, ସଂସ୍କୃତି ଓ ପରମ୍ପରାର ଏହା ଚିର ପବିତ୍ର । ମହାପ୍ରସାଦ ସେବାର ମହନୀୟତା ହେଉଛି ଏହାର କୌଣସି ପ୍ରଚୀର ନଥାଏ । ମହାପ୍ରସାଦର ପ୍ରସ୍ତୁତ କର୍ତ୍ତା ହେଉଛନ୍ତି ସ୍ୱୟଂ ମହାଲକ୍ଷ୍ମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସେ ହିଁ ରୋଷଘରେ ପ୍ରସ୍ତୁତ କରିଥାନ୍ତି ପ୍ରଭୁଙ୍କ ପସନ୍ଦର ବ୍ୟଞ୍ଜନ। ତେଣୁ ଶାସ୍ତ୍ରରେ ଉଲ୍ଲେଖ ଅଛି-

ତତ୍ରାନ୍ନ ପାଚିକା ଲକ୍ଷ୍ମୀ ସ୍ୱୟଂ ଭୋକ୍ତା ଜନାର୍ଦ୍ଦନିଃ

ତସ୍ମାତ୍ତଦନ୍ନ ଦିପ୍ରଷୈ ଦୈବ ତୈରପି ଦୁର୍ଲଭମ୍ ।।puri Rath yatraଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର, ତାଙ୍କର ଦେଉଳ ବଡ଼ ଦେଉଳ, ତାଙ୍କ ସିଂହାସନ ରତ୍ନ ସିଂହାସନ, ତାଙ୍କର ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସେବାୟତ ବଡ଼ ପଣ୍ଡା, ତାଙ୍କର ଯାତ୍ରା ବଡ଼ ଯାତ୍ରା । ମହାପ୍ରସାଦର ମାହାତ୍ମ୍ୟ ବଡ଼ ବିଚିତ୍ର । ଏଠି ସବୁ ଏକାକାର । ମହା ବା ବଡ଼ ଶବ୍ଦ ଯେମିତି ମିଶିଯାଇଛି ଏ କ୍ଷେତ୍ରର ପ୍ରତିଟି ଧୂଳିକଣାରେ । ତେଣୁ ତାଙ୍କର ପ୍ରସାଦକୁ ବଡ଼ ବା ମହା ପ୍ରସାଦ କୁହାଯାଏ । ଅବଢ଼ା ମଧ୍ୟ କୁହାଯାଏ କାରଣ ଏହାକୁ ବଢ଼ାଯାଇନଥାଏ । ସୂର୍ଯ୍ୟବଂଶର ରାଜତ୍ୱ କାଳରେ ଏହି ଅବଢ଼ା ଶବ୍ଦ ଆସିଥିବା ଗବେଷକଙ୍କ ମତ । ଗୋଟିଏ ମାଟି ହାଣ୍ଡିରେ ଥିବା ଅନ୍ନ ଓ ବ୍ୟଞ୍ଜନକୁ ସମସ୍ତେ ଏକାଠି ଖାଇଥାନ୍ତି । ପରିବାରର ବାପା, ମା, ପିଲା ଛୁଆ, ଭାଇ, ଭଉଣୀ ସମସ୍ତେ ଏକାଠି ଖାଆନ୍ତି । ଏହା ବଣ୍ଟାଯାଇନଥାଏ କିମ୍ବା ବଢ଼ା ଯାଇ ନଥାଏ । ତେଣୁ ଏହାକୁ ଯଥାର୍ଥରେ ଅବଢ଼ା କୁହାଯାଏ । ସେପଟେ ବିମଳାଙ୍କ ନିକଟରେ ଏହା ସମର୍ପଣ ହେବା ପରେ ମହାପ୍ରସାଦ କୁହାଯାଇଥାଏ । ପ୍ରସାଦ ମଧ୍ୟ ୨ ପ୍ରକାରର ହୋଇଥାଏ ମହାପ୍ରଭୁଙ୍କର । ପ୍ରଥମଟି ଅନ୍ନ ପ୍ରସାଦ ଏବଂ ଦ୍ୱିତୀୟଟି ଶୁଖିଲା ମହାପ୍ରସାଦ ।jagannath

ଲୋକ ବିଶ୍ୱାସ ଅନୁଯାୟୀ ଚାରି ଧାମ ମଧ୍ୟରୁ ବଦ୍ରିନାଥରେ ପରଂବ୍ରହ୍ମ ପ୍ରତ୍ୟହ ପ୍ରାତଃସ୍ନାନ ପୂର୍ବକ ଦ୍ଵାରକାରେ ବେଶ ହୋଇ ପୁରୀରେ ପ୍ରସାଦ ସେବା ପରେ ମଳୟ ପବନ ବିଚ୍ଛରିତ ରାମେଶ୍ୱରରେ ବିଶ୍ରାମ ନେଇଥାନ୍ତି । ସ୍ୱୟଂ ଜଗତଜନନୀ ମହାଲକ୍ଷ୍ମୀ ଦେବମାନବ ଅଗୋଚରରେ ଦିବ୍ୟନୀଳାଚଳରେ ବୈଷ୍ଣବାଗ୍ନିରେ ମହାପ୍ରସାଦ ରନ୍ଧନ କରିଥାନ୍ତି । ଶୁଦ୍ଧ ସୂପକାରବୃନ୍ଦ କେବଳ ନିମିତ୍ତମାତ୍ର । ପ୍ରକୃତରେ ମହାଲକ୍ଷ୍ମୀ ହିଁ ଶୁଦ୍ଧ ସୂପକାରଙ୍କ ମାଧ୍ୟମରେ ପ୍ରଚ୍ଛନ୍ନ ଭାବରେ ସକଳ ପ୍ରକାର ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି । ମହାପ୍ରସାଦ ପ୍ରସ୍ତୁତୀ କରଣଠାରୁ ସମର୍ପଣ ପର୍ଯ୍ୟନ୍ତ ଶାସ୍ତ୍ରୀୟ ବିଧିରେ ଷଡ୍ ସଂସ୍କାର ହୋଇଥାଏ ।

https://nandighoshatv.com/odisha-puri-news-banak-lagi-niti-will-observed-at-gundicha-temple/

Leave a Reply