ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତ… ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ପ୍ରତ୍ନତତ୍ତ୍ଵ ବିଭାଗ

ASI to begin inspection of the Garbha Gruha

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ରଥ ଟଣା ହୋଇଛି । ଜନ୍ମ ବେଦିରେ ଶ୍ରୀଜିଉ । ଆଜି ଆଡପମଣ୍ଡରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି । ଆଜିଠାରୁ ଆଡପ ମଣ୍ଡପରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତମାନେ କିପରି ଅବଢା ପାଇ ପାରିବେ ସେ ନେଇ ସେବାୟତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବେ । ଗତକାଲି ଶରଧାବାଲିରୁ ଗୋଟିପହଣ୍ଡିରେ ଯାଇ ଆଡପ ମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ ।

ପ୍ରଥମେ ବଳଭଦ୍ର ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ନେଇଥିଲେ ସେବାୟତ । ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କୁ ରୁନ୍ଧା ଯାଇ ବଡ଼ ସିଂହାର ବେଶ କରାଯାଇଥିଲା । ଶୃଙ୍ଖଳିତ ଆଡ଼ପ ମଣ୍ଡପ ବିଜେ ନୀତି ପାଇଁ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଏପଟେ ଆଜି ଗର୍ଭ ଗୃହର ଯାଞ୍ଚ କରିବ ଏଏସ୍‌ଆଇ ଟିମ୍‌ । ଗର୍ଭଗୃହର ସ୍ଥିତି ଯାଞ୍ଚ କରିବା ସହ ପ୍ଲାଷ୍ଟିଙ୍ଗ୍ ଓ ଡିପ୍ଲାଷ୍ଟିଙ୍ଗ୍ କାର୍ଯ୍ୟ କରାଯିବ । କୈାଣସି ସ୍ଥାନରେ ପାଣି ଲିକ୍‌ କରୁଛି ନାଁ ନାହିଁ ତାର ମଧ୍ୟ ଯାଞ୍ଚ କରାଯିବ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ବେଳେ ଏଏସଆଇ ପକ୍ଷରୁ ରୁଟିନ ଯାଞ୍ଚ କାର୍ଯ୍ୟ କରାଯାଇଥାଏ । ରତ୍ନବେଦୀରେ ଶ୍ରୀଜିଉ ନଥିବାରୁ ମରାମତି କାର୍ଯ୍ୟ ସୁରୁଖୁରୁରେ ସଂପାଦିତ ହୋଇଥାଏ ।

Leave a Reply