ପେଟ୍ରୋଲ ଦର ବୃଦ୍ଧିର ପ୍ରଭାବ ପରିବା ବଜାରରେ: ୨୦୦ ଟଙ୍କା ଛୁଇଁଲା କଲରା କିଲୋ

ସମ୍ବଲପୁର: ପନିପରିବା ଦର ଆକାଶଛୁଆଁ । ଲକଡାଉନ ସମୟରେ ପନିପରିବା ଦର ଯେତିକି ବଢ଼ିନଥିଲା ଏବେ କିନ୍ତୁ ଦୁଇଗୁଣା ହୋଇଯାଇଛି । ପେଟ୍ରୋଲ ଦର ଅହେତୁକ ବଢ଼ିବା ପରେ ପନିପରିବା ଦର ମାତ୍ରାଧିକ ବଢିଯାଇଛି । ଯାହାଦ୍ୱାରା ଖାଉଟି ପକେଟକୁ ବେଶ୍ ବାଧିଛି । ସମ୍ବଲପୁରରେ ପନିପରିବା ଦର ଗ୍ରାହକଙ୍କୁ କନ୍ଦାଉଛି ।

ଅଧିକାଂଶ ଦର କେଜି ପ୍ରତି ୬୦ ଉପରେ ରହିଛି । କମଲି ବଜାରରେ କଲରା କିଲୋ ପ୍ରତି ୨୦୦ ଟଙ୍କା ଥିବାବେଳେ ଟମାଟୋ କିଲୋ ପ୍ରତି ୫୦ ଟଙ୍କା, ବାଇଗଣ, ପୋଟଳ, ଭେଣ୍ଡି ପ୍ରଭୃତି କିଲୋପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ହଠାତ୍ ପରିବା ବଜାରରେ ଦରରେ ନିଆଁ ଲାଗିବା ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

Fuel Price Hike: Another 13 Paise Rise Takes Petrol to Rs 81 Per ...

ସେପଟେ ବଜାରରେ ପରିବା ଯୋଗାଣ ହୋଇପାରୁନଥିବା ଦୋକାନୀମାନେ କହିଛନ୍ତି । ଅନ୍ୟପଟେ ବଜାରକୁ ଆସୁଥିବା ଅଧିକାଂଶ ପନିପରିବା ଶୀଘ୍ର ନଷ୍ଟ ହେଉଥିବା ଯୋଗୁଁ ବ୍ୟବସାୟୀ କ୍ଷତି ସହୁଥିବାରୁ ଅଧିକ ଦରରେ ବିକ୍ରି କରୁଥିବା କହିଛନ୍ତି ।  ସୂଚନା ଯୋଗ୍ୟ ଯେ, ଗତ ୨୧ ଦିନରେ ମଧ୍ୟରେ ଡିଜେଲ୍‌ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଏନେଇ ଦେଶରେ ଦେଖାଦେଇଛି ପ୍ରତିବାଦ ।

ପେଟ୍ରୋଲ ଦର ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।  ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଦରବୃଦ୍ଧି ପ୍ରତ୍ୟାହାର ନକଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ସେପଟେ କଂଗ୍ରେସର ଏପରି ଆନ୍ଦୋଳନକୁ ଅରାଜକତା କହିଛି ବିଜେପି ।

Leave a Reply