ଅଜଣା ଜନ୍ତୁକୁ ଠାବ କରିବା ପାଇଁ ଜଙ୍ଗଲରେ ଲାଗିଲା ସିସିଟିଭି, ପାଦ ଚିହ୍ନ ଚିହ୍ନଟ ପାଇଁ ପଡ଼ିଲା ବାଲି

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆତଙ୍କ ଘଟଣା। ଅଭିଯୋଗ ପରେ ଅଜଣା ଜନ୍ତୁଙ୍କୁ ଚିହ୍ନଟ ସହ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗତ ତିନି ଦିନରେ ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗ୍ରାମର ଦୁଇଟି ଗାଈ ଓ ୧୫ଟି ଛେଳିର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୨୨ଟି ଛେଳି ନିଖୋଜ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜନ୍ତୁକୁ ଠାବ କରିବା ପାଇଁ ଜଙ୍ଗଲରେ ତିନଟି ସିସିଟିଭି ଲଗାଯାଇଥିବା ବେଳେ ପାଦ ଚିହ୍ନ ଚିହ୍ନଟ କରିବା ପାଇଁ ବାଲି ପକାଯାଇଛି। ଅଜଣା ଜନ୍ତୁ ଚିହ୍ନଟ ହୋଇନଥିଲେ ମଧ୍ୟ ଚିତା ବାଘ ନେଇ ସନ୍ଦେହ କରାଯାଉଥିବା ଦେବଗଡ ଡିଏଫଓ ସୂଚନା ଦେଇଛନ୍ତି। ସେପଟେ ଅଜଣା ଜନ୍ତୁଙ୍କୁ ଧରିବା ସହ ମରିଥିବା ଗାଈ ଓ ଛେଳି ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave a Reply