spot_img

Latest Posts

ସୁଶାନ୍ତଙ୍କ ଶେଷ ଚଳଚିତ୍ରକୁ ମିଳିପାରିଥାନ୍ତା ବମ୍ପର ଓପନିଂ,କିନ୍ତୁ….

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ବିତି ଯାଇଥିବା ବେଳେ ଅନେକ ପ୍ରଶଂସକ ଏହି ସତ୍ୟକୁ ମାନିପାରୁନାହାନ୍ତି ।  ପଦାର୍ଥ ବିଜ୍ଞାନ ପ୍ରତି ଆଗ୍ରହ ରଖୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ର ଟିଭି ଜଗତକୁ ଆସିଥିଲେ ଏବଂ ପରେ ବଲିଉଡ ପରି ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଥିଲେ ଏବଂ ୧୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ତାଙ୍କର ଯାତ୍ରା ଶେଷ କରିଥିଲେ । ତେବେ ନିକଟରେ ଘୋଷଣା କରାଯାଇଛି ଯେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ ବେଚାରା ଆସନ୍ତା ମାସରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

https://www.instagram.com/p/CBq14feFCKB/?utm_source=ig_embed

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ ମାନେ କହୁଛନ୍ତି ଯେ ସେମାନେ ସୁଶାନ୍ତଙ୍କ ଶେଷ ଚଳଚିତ୍ରକୁ ଥିଏଟରରେ ଦେଖି ତାଙ୍କୁ ଟ୍ରିବ୍ୟୁଟ ଦେବାକୁ ଚାହୁଛନ୍ତି ।  କିଛି ପ୍ରଶଂସକ ତ ଏହା ବି କହିଛନ୍ତି ଯେ ସେମାନେ ଏହି ଫିଲ୍ମକୁ ବ୍ଲକ ବଷ୍ଟର ସାବ୍ୟସ୍ତ କରିବାରେ କୌଣସି ମଉକା ଛାଡ଼ିବେ ନାହିଁ । ପୂର୍ବ କିଛି ବର୍ଷ ହେବ ଦେଖିବାକୁ ମିଳିଛି ଯେ ସୋସିଆଲ ମିଡିଆରେ ଯେବେ ବି କୌଣସି ଫିଲ୍ମକୁ ମାଉଥ ପବ୍ଲିସିଟି ମିଳିଛି ସେହି ଫିଲ୍ମ ଜବରଦସ୍ତ ଇନକମ କରିଛି ।

ଯଦି ସୁଶାନ୍ତଙ୍କ ଫିଲ୍ମ କଥା କହିବା ତେବେ ଆମିର ଖାନ ଏବଂ ଅନୁଷ୍କାଙ୍କ ଫିଲ୍ମ ପିକେ ବକ୍ସ ଅଫିସରେ ପ୍ରଥମ ଦିନରେ ପ୍ରାୟ ୨୭ କୋଟି ଟଙ୍କା ଇନକମ କରିଥିଲା ।  କିନ୍ତୁ ମାଉଥ ପବ୍ଲିସିଟି ପାଇଁ ଏହି ଫିଲ୍ମ ଏତେ ଲୋକପ୍ରିୟ ହୋଇଥିଲା ଯେ ୩୦୦ କୋଟିରୁ ଅଧିକ ଇନକମ କରିଥିବା ଏହା ଭାରତର ପ୍ରଥମ ଫିଲ୍ମ ସାବ୍ୟସ୍ତ ହୋଇଥିଲା ।

ସେହିପରି ଏମ୍ ଏସ୍ ଧୋନୀଙ୍କ ବାୟୋପିକ ପ୍ରଥମ ଦିନରେ ୨୧ କୋଟି ଇନକମ କରିଥିଲା ଯେହେତୁ ଏହି ଫିଲ୍ମକୁ ଭଲ ରିଭ୍ୟୁ ମିଳିଥିଲା ତେଣୁ ଏହା ୧୦୦ କୋଟିରୁ ଅଧିକ ଇନକମ କରିଥିଲା ।  ଏହା ସୁଶାନ୍ତଙ୍କ ଜୀବନର ପ୍ରଥମ ୧୦୦ କୋଟି ଫିଲ୍ମ ଥିଲା । ଏହା ବ୍ୟତୀତ ସୁଶାନ୍ତଙ୍କ ମଲ୍ଟି ଷ୍ଟାରର ଫିଲ୍ମ ଛିଛୋରେ ପ୍ରଥମ ଦିନରେ ୭.୩ କୋଟି ଟଙ୍କା ଇନକମ କରିଥିଲା  ଏବଂ ମାଉଥ୍ ପବ୍ଲିସିଟି ପାଇଁ ଏହି ଫିଲ୍ମ ୧୫୦ କୋଟି ଟଙ୍କାରୁ ଅଧିକ ଇନକମ କରିଥିଲା ।

ଯଦି ଆମେ ଓପନିଂ ଡେ’ ରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବିଷୟରେ କହିବା, ତେବେ ଆମୀର ଖାନ୍, ଅମିତାଭ ବଚ୍ଚନ ଷ୍ଟାରର୍ ଥଗ୍ସ ଅଫ୍ ହିନ୍ଦୋସ୍ତାନ ଯାହା ରିଲିଜ୍ ହେବାର ପ୍ରଥମ ଦିନରେ ଭାରତରେ ୫୨ କୋଟି ଆୟ କରିଥିଲା । ତେବେ ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଶଂସକ ଥିଏଟରରେ ଭିଡ଼ ଜମାଇଥାନ୍ତେ ଏବଂ ଥଗ୍ସ ଅଫ୍ ହିନ୍ଦୋସ୍ତାନ ରେକର୍ଡ ଭାଙ୍ଗିବାର ଏକ ବଡ଼ ସମ୍ଭାବନା ଥିଲା ।

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ଏକ ଅତ୍ୟନ୍ତ ଭାବପ୍ରବଣ ପ୍ରେମ କାହାଣୀ-

ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ କହିଛନ୍ତି ଯେ କରୋନା କାରଣରୁ ଫିଲ୍ମକୁ ଯଦି ବର୍ଷଶେଷ ଆଡ଼କୁ ରିଲିଜ କରିଥାନ୍ତେ ସେଥିରେବି କୌଣସି ଅସୁବିଧା ନଥାନ୍ତା । କାରଣ ସେମାନେ ଥିଏଟରରେ ସେମାନଙ୍କର ପ୍ରିୟ ଅଭିନେତାଙ୍କ ଶେଷ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥିଲେ। ଫକ୍ସ ଷ୍ଟାର ଷ୍ଟୁଡିଓ ପୂର୍ବରୁ ସୁଶାନ୍ତଙ୍କ ଫିଲ୍ମ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ ଏବଂ ଛିଛୋରେ ମଧ୍ୟ ପ୍ରସ୍ତୁତ କରିଛି । ଫ୍ୟାନ୍ ମାନେ ଏବେବି ଆଶା କରିଛନ୍ତି ଯେ ନିର୍ମାତାମାନେ ସେମାନଙ୍କ ନିଷ୍ପତ୍ତି ବଦଳାଇବେ । ଏହା ବ୍ୟତୀତ, ଦିଲ ବେଚାରା ବିଷୟବସ୍ତୁ ଅତ୍ୟନ୍ତ ଭାବପ୍ରବଣ ଏବଂ ଦେଶରେ ସଫଳ ଭାବପ୍ରବଣ ପ୍ରେମ କାହାଣୀର ଏକ ସମୃଦ୍ଧ ସଂସ୍କୃତି ରହିଛି । ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ସୁଶାନ୍ତଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇପାରିଥାନ୍ତା ।

Latest Posts

Don't Miss