ପ୍ରତ୍ୟାହାର ହେବନି ପୁରୁଣା ଶହେ ଓ ୫ ଟଙ୍କିଆ, ସ୍ପଷ୍ଟ କଲା RBI

1 min read
RBI Assures Old Series of ₹100, ₹10 & ₹5 banknotes Remain In Circulation

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଥିବା ପୁରୁଣା ଶହେ, ଦଶ ଓ ପାଞ୍ଚ ଟଙ୍କାର ନୋଟକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ, ବ୍ୟସ୍ତ ହୁଅନ୍ତୁ ନାହିଁ । ବିଭିନ୍ନ ସୋସିଆଲ୍ ମିଡିଆରେ ପୁରୁଣା ୧୦୦ ଟଙ୍କିଆ ସହ ୧୦ ଓ ୫ ଟଙ୍କାର ନୋଟ୍ ପ୍ରତ୍ୟାହାର ହେବା ନେଇ ଖବର ପ୍ରଚାରିତ ହୋଇଥିଲା । ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ମିଛ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

ପୁରୁଣା ଶହେ ଟଙ୍କିଆ ସହ ୧୦ ଓ ୫ ଟଙ୍କାର ନୋଟକୁ ନିକଟ ଭବିଷ୍ୟତରେ ପ୍ରତ୍ୟାହାର ନେଇ ସେଭଳି କିଛି ଯୋଜନା ନାହିଁ । ପ୍ରଚାରିତ ଖବର ସମ୍ପୂର୍ଣ୍ଣ ମିଛ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ସୋସିଆଲ୍ ମିଡିଆରେ ପୁରୁଣା ନୋଟ୍ ପ୍ରତ୍ୟାହାର ନେଇ ପ୍ରଚାର ପରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଲୋକଙ୍କ ମନକୁ ଚାଲି ଆସିଥିଲା ବିମୁଦ୍ରୀକରଣ କଥା ।

RBI Assures Old Series of ₹100, ₹10 & ₹5 banknotes Remain In Circulation

୨୦୧୮ ମସିହାରେ ଆରବିଆଇ ନୂଆ ରୂପରେ ୧୦ ଟଙ୍କା, ୫୦ ଟଙ୍କା, ୨୦୦ ଟଙ୍କା ନୋଟ୍ ବଜାରକୁ ଛାଡ଼ିଥିଲା । ପରେ ୨୦୧୯ରେ ବଜାରକୁ ଆସିଥିଲା ନୂତନ ୧୦୦ ଟଙ୍କାର ନୋଟ୍ । ୨୦୧୬ ନଭେମ୍ବର ୮ ବିମୁଦ୍ରୀକରଣ ପରେ ଆରବିଆଇ ୨୦୦ ଓ ୨ ହଜାର ଟଙ୍କାର ନୋଟ୍ ଛାପିଥିଲା । ପୂର୍ବରୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କାର ନୋଟ୍ ବନ୍ଦ ହେବା ପରେ ଆରବିଆଇ ନୂତନ ୫୦୦ ଟଙ୍କିଆ ନୋଟ୍ ମଧ୍ୟ ପ୍ରଚଳନ କରିଥିଲା ।

Leave a Reply