ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଜାଣନ୍ତୁ କେଉଁସବୁ ଦେଶରେ ଦିଆଯାଏ ଏଭଳି କଠୋର ଦଣ୍ଡ

ନୂଆଦିଲ୍ଲୀ: ୨୦୧୨ ମସିହାରେ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ଭାରତରେ ଦାବି ଉଠିଥିଲା ଯେ, ଦୁଷ୍କମକାରୀଙ୍କୁ ନାକେବଳ ଫାଶୀ ଦଣ୍ଡ ବରଂ ତାଙ୍କୁ ନପୁଂସକ କରିଦିଆଯାଉ । ଅବଶ୍ୟ ସରକାର ଏବଂ ସିଭିଲ ସୋସାଇଟି ଏହାକୁ ମାନବିକତାର ବିରୁଦ୍ଧ କହି ଅସ୍ୱୀକୀର କରିଥିଲେ । ତେବେ ଭାରତରେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଜେଲ ଏବଂ କିଛିଟା ମାମଲା ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି । ଏହି କାରଣରୁ ନିର୍ଭୟା ଦୋଷୀ ମାନଙ୍କୁ ଫାଶିରେ ଝୁଲାଯାଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଅନେକ ଦେଶ ରହିଛି ଯେଉଁଠି ଦୁଷ୍କର୍ମକାରୀ ମାନଙ୍କୁ ନପୁଂସକ କରିବାଠୁ ଆରମ୍ଭ କରି ଗୁପ୍ତାଙ୍ଗ କାଟିବାର ଏବଂ ମୁଣ୍ଡରେ ଗୁଳି କରିବା ଭଳି ଦଣ୍ଡ ବ୍ୟବସ୍ଥା ରହିଛି ।

ପାକିସ୍ତାନରେ ନୂଆ ନିୟମ

ଆମ ପଡୋଶୀ ଦେଶ ପାକିସ୍ତାନରେ ଦୁଷ୍କର୍ମ ସମ୍ବନ୍ଧିତ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି, ଯାହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ଆଇନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ସର୍ଜିକାଲ୍ କିମ୍ବା ରାସାୟନିକ ପ୍ରଣାଳୀରେ ନପୁଂସକ କରାଯାଇପାରିବ । ଏଥି ସହିତ ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କୁ ସିଧାସଳଖ ମୁଣ୍ଡରେ ଗୁଳି କରି ମାରିବାର ଦଣ୍ଡ ରହିଛି ଏବଂ ଏହି କାର୍ଯ୍ୟ ସର୍ବସାଧାରଣ ସ୍ଥାନରେ କରାଯାଏ ।

ସାଉଦୀ ଆରବରେ ଗୁପ୍ତାଙ୍ଗ କାଟିବାର ଦଣ୍ଡ

ସାଉଦୀ ଆରବରେ ଦୁଷ୍କର୍ମକୁ ନେଇ ଅନେକ କଠୋର ନିୟମ ରହିଛି । ସେହିପରି ଇସଲାମିକ ଆଇନ ସିରିୟା ମୁତାବକ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ସହିତ ମୁଣ୍ଡ କାଟିବା, ଗୁପ୍ତାଙ୍ଗ କାଟିବାର ଭଳି ଦଣ୍ଡ ପ୍ରାବଧାନ ରହିଛି । ଏହି ଦେଶରେ କୌଣସି ଅପରାଧ ପାଇଁ ମୃତ୍ୟ ଦଣ୍ଡ ଆଇନ ରହିଛି ।

ପୋଲାଣ୍ଡରେ ଦୋଷୀକୁ ନପୁଂସକ କରିବାର ଦଣ୍ଡ

ପୋଲାଣ୍ଡରେ ଦୁଷ୍କର୍ମକାରୀଙ୍କୁ ନଂପୁସକ କରିବାର ଦଣ୍ଡ ରହିଛି । ଏଥିପାଇଁ ସେଠାରେ ଏକ ଆଇନ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦୋଷୀକୁ ରାସାୟନିକ କିମ୍ବା ସର୍ଜିକାଲ ପ୍ରକ୍ରିୟାରେ ନପୁଂସକ କରାଯାଇପାରିବ ।

ଚୀନରେ ମୃତ୍ୟୁଦଣ୍ଡ ଆଇନ

ଚୀନ୍‌ରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଆଇନ ରହିଛି । ଚୀନରେ ଏହି ଅପରାଧ ପାଇଁ ଅପରାଧୀଙ୍କୁ ଯଥାଶୀଘ୍ର ଫାଶୀ ଦିଆଯିବାର ପ୍ରାବଧାନ ରହିଛି । ଏହି ମାମଲାରେ ଟ୍ରାଏଲ ମଧ୍ୟ ଖୁବ କମ ହୋଇଥାଏ ଏବଂ ଦୋଷୀକୁ ସିଧାସଳଖ ଡାକ୍ତରୀ ପରୀକ୍ଷାରେ ଦୁଷ୍କର୍ମର ପୃଷ୍ଟି ହେବାପରେ ତାକୁ ଫାଶୀ ଦଣ୍ଡ ଦିଆଯାଏ । ତେବେ ଅନେକ ଥର ନିରୀହଙ୍କୁ ମଧ୍ୟ ଏହି କାରଣରୁ ଦଣ୍ଡିତ କରାଯାଇଛି, ଯାହା ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଛି ।

ଇରାକରେ ପଥରରେ ମାରି ଗୋଷୀକୁ କରାଯାଏ ହତ୍ୟା

ଇସଲାମିକ ଦେଶ ଇରାକରେ ଦୁଷ୍କର୍ମକାରୀଙ୍କୁ ଏପରି ଦଣ୍ଡ ଦିଆଯାଏ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ସେଠାରେ ଦୁଷ୍କର୍ମକାରୀଙ୍କୁ ପଥରରେ ମାରି ମାରି ହତ୍ୟା କରାଯାଏ । ଅପରାଧୀକୁ ସେପର୍ଯ୍ୟନ୍ତ ପଥର ମାଡ଼ କରାଯିବ ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନହୋଇଛି । ଦୋଷୀକୁ ସହଜ ମୃତ୍ୟୁ ନଦେବା ପାଇଁ ଏହିଭଳି କରାଯାଇଥାଏ ।

ଇଣ୍ଡୋନେସିଆରେ ନପୁଂସକ କରିବାର ଦଣ୍ଡ ପ୍ରାବଧାନ ରହିଛି

ଇଣ୍ଡୋନେସିଆରେ ଦୁଷ୍କର୍ମକାରୀଙ୍କୁ ନପୁଂସକ କରି ଦଣ୍ଡ ଦିଆଯାଇଥାଏ । ସେଠାରେ ଅନେକ ଥର ଦୋଷୀର ଗୁପ୍ତାଙ୍ଗ କାଟିତାଙ୍କୁ ଦଣ୍ଡ ଦିଆଯାଇଥାଏ ।

ଆମେରିକାର କିଛି ଅଞ୍ଚଳରେ ନପୁଂସକ କରିବାର ରହିଛି ନିୟମ

ଆମେରିକାରେ ଯଦିଓ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡର ଆଇନ ରହିଛି କିନ୍ତୁ କାଲିଫୋର୍ଣ୍ଣିଆ, ଫ୍ଲୋରିଡା, ଜର୍ଜିୟା, ଲୋବା, ଲୁସିୟାନା, ମୋନଟାଲା, ଓରେଗାନ, ଟେକସାସ ଭଳି କିଛି ପ୍ରାନ୍ତରେ କେମିକାଲ ଏବଂ ସର୍ଜିକାଲ ପ୍ରଣାଳୀରେ ଦୋଷୀକୁ ନପିଂସକ କରିବାର ଆଇନ ରହିଛି ।

Leave a Reply