Happy Landing, Happy Hunting… କିଛି ଏପରି କହି ପାଞ୍ଚ ରାଫେଲ ବିମାନକୁ ସ୍ୱାଗତ କଲା ନୌସେନା

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଇତିହାସରେ ଆଜିର ଦିନ ଖୁବ ଖାସ ହେବାକୁ ଯାଉଛି । ଆଧୁନିକ ଜ୍ଞାନ କୌଶଳ ସହିତ ସଜ୍ଜିତ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ୟୁଏଇରୁ ଉଡ଼ାଣ ଭରିବାର କିଛି ସମୟ ପରେ ପାଞ୍ଚଟି ରାଫେଲ ବିମାନ ଭାରତୀୟ ବାୟୁ ରେଞ୍ଜରେ ପ୍ରବେଶ କଲା, ପରେ ରାଫେଲକୁ କଣ୍ଟ୍ରୋଲ ରୁମ ଦ୍ୱାରା ସ୍ୱାଗତ କରାଯାଇଥିଲା ।

ବାସ୍ତବରେ, ରାଫେଲ ବିମାନଗୁଡ଼ିକ ୟୁଏଇର ସ୍ଥଳଭାଗରୁ କିଛି ସମୟ ପରେ ଭାରତୀୟ ବାୟୁ ରେଞ୍ଜରେ ପ୍ରବେଶ କରିଥିଲେ । ଯେତେବେଳେ ଏହି ବିମାନ ଆରବ ସାଗରରୁ ଉଡ଼ିଥିଲେ, ସେତେବେଳେ ବିମାନକୁ INS କୋଲକାତା କଣ୍ଟ୍ରୋଲ ରୁମରୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ INS କୋଲକାତା କଣ୍ଟ୍ରୋଲ ରୁମର ତରଫରୁ କୁହାଯାଇଥିଲା ଯେ, Welcome To The Indian Airline… Indian Novel War Ship, Delta 63 Euro Leader. May You Touch Sky With Glory, Happy Hunting, Happy Landing. ( ଭାରତୀୟ ସମୁଦ୍ର କ୍ଷେତ୍ରରେ ଆପଣଙ୍କର ସ୍ୱାଗତ, ଆଶା କରୁଛୁ ଯେ ଆପଣ ଆକାଶର ଉଚ୍ଚତାକୁ ସ୍ପର୍ଶ କରନ୍ତୁ, ଆପଣଙ୍କ ଲାଣ୍ଡିଂ ସଫଳ ହେଉ ।

ଏହାର ଉତ୍ତରରେ ରାଫେଲ ବିମାନରେ ଉପସ୍ଥିତ ପାଇଲଟ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ । ଏହା ସହ ଭାରତୀୟ ନୌସେନାର ଜାହଜ ସୀମାର ରକ୍ଷା ପାଇଁ ଏଠାରେ ଉପସ୍ଥିତ ଥିବା ସନ୍ତୁଷ୍ଟ ଜନକ ବୋଲି ସେ କହିଥିଲେ ।

ଜଣାଇ ରଖୁଛୁ ଯେ, ମଙ୍ଗଳବାର ଦିନ ଫ୍ରାନ୍ସରୁ ପାଞ୍ଚ ରାଫେଲ ବିମାନ ଉଡ଼ାଣ ଭରିଥିଲେ । ଏହାପରେ UAE ରେ ଫ୍ରାନ୍ସର ଏୟାରବେସରେ ରହିଥିଲେ । ବୁଧବାର ମଧ୍ୟାନ୍ନରେ UAEରୁ ଉଡ଼ାଣ ଆରମ୍ଭ କରିଥିଲେ । ଏହାପରେ ବିମାନ ଅମ୍ବାଲାର ଏୟାରବେସରେ ଲ୍ୟାଣ୍ଡିଂ କରାଯିବ । ଏଠାରେ ୱାଟର ସଲ୍ୟୁଟ ମାଧ୍ୟମରେ ରାଫେଲ ବିମାନ ଗୁଡ଼ିକୁ ସ୍ୱାଗତ କରାଯିବ  ।

Leave a Reply