ମୁଡରେ ଅବକାରୀ ବିଭାଗ, ଖୋଜି ଖୋଜି ନଷ୍ଟ କରୁଛି ଗଞ୍ଜେଇ ବଣ

1 min read

ବାଲିଗୁଡ଼ା: ଅବାକରୀ ବିଭାଗର ଟାର୍ଗେଟରେ ଗଞ୍ଜେଇ ଚାଷ । ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ଲାଗିଛି ଅବକାରୀ ବିଭାଗ । ଘଞ୍ଚ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ବଣରେ ନିଆଁ ଲଗାଇ ନଷ୍ଟ କରାଯାଉଛି । ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ କରି ନଷ୍ଟ କରିଛି ପ୍ରାୟ ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ।

ବାଲିଗୁଡା ଥାନା ବାରଖମା ପଞ୍ଚାୟତର ଜୁନାଗାଁ,ସୁଣ୍ଡ୍ରୁମିଲା, କଟାପାଙ୍ଗା ଆଦି ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ଅତର୍କିତ ଚଢାଉ କରି ୧୫୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ ଗଞେଇ ଚାଷକୁ ନିଆଁ ଲଗାଇ ନଷ୍ଟ କରିଛି ।ମାଓବାଦୀ ଲୋକଙ୍କୁ ପ୍ରବର୍ତ୍ତାଇ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରାଉଥିଲେ । ଆଗକୁ ମଧ୍ୟ ଭଳି ଚଢ଼ାଉ ଯାରି ରହିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି  । ')}

Leave a Reply