ଲୋକସଭାରେ ବାହାରିଲା ଅନୁବାଦକ ପଦବୀ; ଆବେଦନ କରନ୍ତୁ ଏହି ଉପାୟରେ, ପାଇବେ ମାସିକ ଲକ୍ଷେ ଟଙ୍କାରୁ ଅଧିକ ଦରମା

1 min read
Parliament Of India Recruitment 2020 Earn Upto Rs 1.51 lakh At loksabha how to-apply
Parliament Not To Hold Winter Session Due To Covid-19 Concern Will Be Merged With Monsoon Session

ନୂଆଦିଲ୍ଲୀ: ଲୋକସଭା ସଚିବାଳୟରେ ଅନୁବାଦକ ଆବଶ୍ୟକ । ଏନେଇସଂସଦ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ଆଗ୍ରହୀ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ୨୭ ଜୁଲାଇ ପୂର୍ବରୁ ଆବେଦନ କରିପାରିବେ । ଅନୁବାଦକ ପଦ ପାଇଁ ୨୭ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Parliament office

ତେବେ ଆସନ୍ତୁ ଜାଣିବା ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଯୋଗ୍ୟତା କ’ଣ ରହିଛି ? କେଉଁମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ?

ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହା ସହିତ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଅନୁବାଦକ ପଦରେ ଅନ୍ୟୁନ ୨ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । 

ବୟସ ସୀମା:

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୭ ବର୍ଷ ଧାର୍ଯ୍ୟ କରାଯାଇଛି । ଆବେଦନକାରୀ ୨୭ ବର୍ଷରୁ ଅଧିକ ବୟସର ହୋଇନଥିବା ଆବଶ୍ୟକ । ଅନ୍ୟପଟେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି । ତେବେ ଏନେଇ ସବିଶେଷ ତଥ୍ୟ ପାଇବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ ।

କିପରି ଆବେଦନ କରିବେ:

ଅଫିସିଆଲ୍ ୱେବସାଇଟ୍ loksabhaph.nic.in ପରିଦର୍ଶନ କରି ଆପଣ ଆବେଦନ କରିପାରିବେ । ଅନ୍‌ଲାଇନ୍‌ ଆବେଦନ ଫର୍ମ ପୂରଣ କରିବା ପରେ, ପ୍ରାର୍ଥୀମାନଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଆବେଦନ ଫର୍ମ ସ୍କାନ୍ କରିବେ ଏବଂ ଏହାକୁ ଇ-ମେଲ୍ [email protected] ମଧ୍ୟମରେ ପଠାଇବେ ।

ଦରମା:

ମନୋନୀତ ପ୍ରାର୍ଥୀଙ୍କୁ ୪୭,୬୦୦ ରୁ ୧,୫୧,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ ।

Leave a Reply