ପରୀ ହତ୍ୟା ମାମଲା: ନାର୍କୋ ଟେଷ୍ଟ ଆବେଦନର ହେବ ଶୁଣାଣି

ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲା  । ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ଆବେଦନ ନେଇ ହେବ ଶୁଣାଣି  । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ଶୁଣାଣି । ପୋକ୍ସ କୋର୍ଟରେ ନାବାଳକ ସାବସ୍ତ୍ୟ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ଯାଇଥିବା ବେଳେ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଯାଇଥିଲା  । ପୁର୍ବରୁ ଏସଆଇଟି ଓସିଫିକେଶନ ଟେଷ୍ଟ ଦ୍ବାରା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପୋକ୍ସ କୋଟରେ ପ୍ରଡ୍ୟୁସ କରିଥିଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କୋର୍ଟକୁ ଅନୁମତି ମାଗିଥିଲା । ତେବେ ଅଭିଯୁକ୍ତ ନାବାଳକ ହୋଇଥିବା ପ୍ରମାଣ ମିଳିବା ପରେ ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ । ଜନ୍ମଗତ ପ୍ରମାଣ ଓ ମାଟ୍ରିକ ସାର୍ଟିଫିକେଟ ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଦିଆଯାଇଥିଲା। ଯେଉଁଥିରୁ ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡ ସମୟରେ ୧୭ ବର୍ଷ ୫ମାସ ହୋଇଥିବା ପ୍ରମାଣିତ ହୋଇଥିଲା।  ସେପଟେ ପୋକ୍ସୋ କୋର୍ଟ ସରୋଜକୁ ନାବାଳକ ଦର୍ଶାଇବା ପରେ ଆଇନର ଆଶ୍ରୟ ନେବାକୁ ସଜବାଜ ହେଉଛି ଏସଆଇଟି  । ଡିସେମ୍ବର ୨୦ରେ ସରୋଜ ସେଠୀ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ ହୋଇଥିଲା । କେମିତି ମାରିଲା, କେମିତି ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ  । ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା ।  ଦୁଇ ସପ୍ତାହ ପରେ ଅର୍ଥାତ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: ଯଦୁପୁର ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ

 

Leave a Reply