ନାବାଳିକ ଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମ୍‌ଡି

1 min read

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି । ଦିନ ୧୧ଟା ବେଳେ ହାଜର ହେବାକୁ ତାଙ୍କୁ ନୋଟିସ ହୋଇଥିଲା । ଏବଂ ନୋଟିସ ମୁତାବକ ଓଟିଭି ଏମଡି ଜଗୀ ପଣ୍ଡା ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ଘଟଣାର ବିଭିନ୍ନ ଦିଗ ଉପରେ ଓଟିଭି ଏମଡିଙ୍କୁ ପ୍ରଶ୍ନ କରିପାରନ୍ତି ମହିଳା କମିଶନ ।

କିଭଳି ଓ କେଉଁ ପରିସ୍ଥିତିରେ ପୀଡିତାଙ୍କ ମାଆ ଚାକିରିରୁ ବହିଷ୍କୃତ ହେଲେ ? ଝିଅକୁ ଦୁଷ୍କର୍ମ ହୋଇଛି ବୋଲି ଜାଣିବା ପରେ ମାଆଙ୍କୁ କାହିଁକି ଡାକୁଥିଲେ ଅଫିସ୍‌କୁ ?  ଥାନାକୁ ଯିବାକୁ କାହିଁକି ଦେଲେନି ପରାମର୍ଶ ?  ଅଫିସର ଆଭ୍ୟନ୍ତରୀଣ କମିଟିରେ କଣ ହୋଇଥିଲା ଆଲୋଚନା ? ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିପାରେ ଚ୍ୟାନେଲର ଏମଡିଙ୍କୁ ।

ଅନ୍ୟପଟେ ଘଟଣାରେ ପୂର୍ବରୁ ଓଟିଭିର ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ମହିଳା ଥାନା ପୋଲିସ । ସେପଟେ ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ  କମିଶନରେଟ ପୋଲିସର ହାତ ଖାଲି ରହିଛି ।

https://www.facebook.com/NandighoshaTV/videos/351979142612467

Leave a Reply