ପୁରୀ ପରେ ଚନ୍ଦ୍ରଭାଗାରେ OTDCର କାଫେଟେରିଆ ଲୋକାର୍ପିତ

1 min read
OTDC Inaugurated Cafeteria In Chandrabhaga Beach Puri

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC)ର ଏକ କାଫେଟେରିଆ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ଏହି କାଫେଟେରିଆର ଲୋକାର୍ପିତ କରିଛନ୍ତି । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, OTDCର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ ମଧ୍ୟ ଏହି ଲୋକାର୍ପିତ ଉତ୍ସବରେ ଉପସ୍ଥିତ ଥିଲେ । OTDC ଦ୍ୱାରା ପରିଚାଳିତ ଏହି ‘ଚନ୍ଦ୍ରଭାଗା ବିଚ୍ କାଫେ’ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି ।

OTDC Inaugurated Cafeteria In Chandrabhaga Beach Puri

ଏହା ପୂର୍ବରୁ ଗତ ମାସରେ ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ଏକ କାଫେଟେରିଆ ଲୋକାର୍ପିତ ହୋଇଥିଲା । ଯାହା କି ପ୍ରଥମ ୩୦ ଦିନ ମଧ୍ୟରେ ସାଢ଼େ ତିନି ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛି ଓ ଧିରେ ଧିରେ ପର୍ଯ୍ୟଟକଙ୍କ ପାଖରେ ଏହାର ଚାହିଦା ମଧ୍ୟ ବଢୁଛି । ପୁରୀର ବ୍ଲୁ ଫ୍ଳାଗ୍ ବିଚ୍ ପରେ ଚନ୍ଦ୍ରଭାଗା ବେଳାଭୂମି ଆଉ ଏକ କାଫେଟେରିଆ ଲୋକାର୍ପିତ କରି ଓଟିଡିସି ପୁଣି ଥରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଆଉ ଏକ ପଦକ୍ଷେପ ନେଇଛି ।

ଚନ୍ଦ୍ରଭାଗା ବେଳାଭୂମିକୁ ଅଧିକ ମନୋରମ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଏକ କାଫେଟେରିଆ ପରିଚାଳନା ନିମନ୍ତେ ସୁଯୋଗ ଦେଇଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାଫେଟେରିଆ ପର୍ଯ୍ୟଟକମାନଙ୍କୁ ଚନ୍ଦ୍ରଭାଗା ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ ।

OTDC Inaugurated Cafeteria In Chandrabhaga Beach Puri

ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ଦ୍ରୁତ ବିକାଶ ଓ ଉନ୍ନତିକରଣ ପାଇଁ ସବୁବେଳେ ସୁଯୋଗ ଦେଉଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ତଥା ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି ବୋଲି ମନ୍ତ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ।

OTDC Inaugurated Cafeteria In Chandrabhaga Beach Puri

ଏହି ନୂଆ କାଫେଟେରିଆ ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ କହିଥିଲେ ଯେ- ଚନ୍ଦ୍ରଭାଗା ବିଚ୍ କାଫେରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ । ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ। ବାଲିପ୍ରନ୍, କ୍ରାଫ୍ଟଚିଲ୍ଲି, ଫିସଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍, ବେବିକର୍ଣ୍ଣ, ସାଣ୍ଡିୱିଚ୍, ଚିକେନ ପକୋଡ଼ା, ହୁକାନୁଡଲ୍ସ, ପନିର ପକୋଡ଼ା, ଭେଜ ପକୋଡ଼ା ସହିତ ଆଇସକ୍ରିମ୍, ମିନେରାଲ ୱାଟର, ଚା ଓ କଫି ସୁଲଭ ମୂଲ୍ୟରେ ଏହି କାଫେଟେରିଆରେ ଉପଲବ୍ଧ ହେବ ।

Leave a Reply