ସ୍ୱତନ୍ତ୍ର ବିମାନରେ ପ୍ରବାସୀଙ୍କୁ ଓଡ଼ିଶା ଆଣୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ପ୍ରବାସୀ । ମଣିପୁର ପରେ ଫୋକସରେ ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶ । ବାହାର ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଟ୍ରେନ୍ ସୁବିଧା ନଥିବା ସ୍ଥାନରୁ ପ୍ରବାସୀଶ୍ରମିକମାନଙ୍କୁ ସରକାର ବିମାନ ଯୋଗେ ରାଜ୍ୟକୁ ଆଣୁଛନ୍ତି ।ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶରେ ଫସିଥିବା ପ୍ରାୟ ୩୫୦ ପ୍ରବାସୀ ଓଡ଼ିଆଙ୍କୁ ସରକାର ୩ଟି ବିମାନରେ ଭୁବନେଶ୍ୱର ଆଣୁଛନ୍ତି । ଆଜି ୩ଟି ଯାକ ବିମାନ ଭୁବନେଶ୍ୱରରେ ପହଞ୍ଚିବ । ଜମ୍ମୁର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ସାମ୍ବା ସହିତ ହିମାଚଳ ପ୍ରଦେଶର କଙ୍ଗରା, ଉନା ଜିଲ୍ଲାରୁ ପ୍ରବାସୀମାନଙ୍କୁ ଅଣାଯାଉଛି ।ଆସନ୍ତାକାଲି ଆଉ ଏକ ବିମାନରେ ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଫସିଥିବା ପ୍ରବାସୀଙ୍କୁ ରାଜ୍ୟକୁ ଆଣିବେ । ପୂର୍ବରୁ ସରକାର ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳାୟ ଓ ଆସାମରେ ଫସିଥିବା ପ୍ରାୟ ୨୮୦ ଜଣଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଥିଲେ । ଆଜି ଆସୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗେ ସରକାର ପଠାଇବେ ।

ପର ରାଇଜରୁ ଘରକୁ ଫେରିଲେ ପ୍ରବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

Leave a Reply