ବାଘଛାଲ ରାକେଟର ପର୍ଦ୍ଦ।ଫାଶ୍, ଡିଲ୍ ବେଳେ ଧରିଲା ଏସଟିଏଫ୍

ଭୁବନେଶ୍ୱର: ବାଘଛାଲ ରାକେଟର ପର୍ଦ୍ଦ।ଫାଶ୍‌ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆରୁ ୨ଟି କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍‌ । ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ଗିରଫ ୨ ଜଣ ହେଲେ ଦଶପଲ୍ଲାର ପ୍ରତାପ କୁମାର ନାୟକ ଓ କିଶୋର ଚନ୍ଦ୍ର ଦେହୁଡ଼ି । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ।

୨ଟି ବାଘଛାଲ ୨ଲକ୍ଷରେ ଡିଲ୍‌ କରାଯାଉଥିବା ବେଳେ ହରିଣ ଛାଲକୁ ଲକ୍ଷେ ୨୦ ହଜାରରେ ହେଉଥିଲା ଡିଲ୍‌ । ଗୋଟିଏ ବାଘକୁ ଗୁଳି କରି ମାରିଥିବା ବେଳେ ଅନ୍ୟ ଏକ ବାଘକୁ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଏମାନେ ଶିକାରୀ ନା ବେପାରୀ ତାକୁ ନେଇ ହେବ ଖୋଳତାଡ଼। ବାଘଛାଲ ରାକେଟ୍‌ କେଉଁଆଡେ ଲମ୍ବିଛି ତାର ତଦନ୍ତ ପାଇଁ ଏସଟିଏଫ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିବ ବୋଲି ଏସଟିଏଫ୍‌ ଏସପି ସୂଚନା ଦେଇଛନ୍ତି।

Leave a Reply