ନୀଳାଦ୍ରି ବିଜେ ଯାଏଁ ଖୋଲିବନି ଶ୍ରୀମନ୍ଦିର କି ଗୁଣ୍ଡିଚା ମନ୍ଦିର, ସୀମିତ ସେବାୟତରେ ହେବ ସ୍ନାନଯାତ୍ରା

1 min read

ପୁରୀ: ରଥଯାତ୍ରାରେ ପୁରୀ ଆସିବେନି ଭକ୍ତ, ଖୋଲିବନି ଶ୍ରୀମନ୍ଦିର । ନୀଳାଦ୍ରି ବିଜେ ଯାଏଁ ଶ୍ରୀମନ୍ଦିର କି ଗୁଣ୍ଡିଚା ମନ୍ଦିର ଖୋଲିବନି । ରଥଯାତ୍ରା ଦିନ ପୁରୀବାସୀଙ୍କୁ ବଡ଼ଦାଣ୍ଡ ମନା କରିବାକୁ ପ୍ରସ୍ତାବ ଗୃହିତ ହୋଇଛି । ସେହିପରି ସୀମିତ ସେବାୟତରେ ବିଧି ଅନୁସାରେ ସମ୍ପନ୍ନ ହେବ ସ୍ନାନଯାତ୍ରା ନୀତି । ସ୍ନାନଯାତ୍ରା ପାଇଁ ମହାପ୍ରଭୁଙ୍କ ଶୀଘ୍ର ପହଣ୍ଡି ହେବ ।

ତେବେ ସାହାଣ ମେଲା ଅନୁଷ୍ଠିତ ହେବନାହିଁ । ଅଣସର ଘରେ ଦଇତାପତି ସେବା କରିବେ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ନାନଯାତ୍ରାର ସିଧାପ୍ରସାରଣ କରାଯିବ । କୋଭିଡ-୧୯ ନିୟମକୁ ସେବାୟତମାନେ ପାଳିବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଦଇତାପତିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ଗଜପତି କହିଛନ୍ତି ।

Leave a Reply