ଭଦ୍ରକରୁ ଆଠ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭଦ୍ରକ: ପୁଣି ଭଦ୍ରକରେ ସାମ୍ନକୁ ଆସିଲା ଧଳ ଜହର କାରବାର । ଜବତ ହେଲା ୮୧ ଗ୍ରାମ୍‌ର‌ ବ୍ରାଉନ୍‌ ସୁଗର । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍‌ ଏହି ଧଳା ଜହର ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।

ଭଦ୍ରକରେ ଦିନକୁ ଦିନ ବ୍ରାଉନ୍‌ ସୁଗର କାରବାର ବୃଦ୍ଧି ପାଉଥିବା ବାରମ୍ବାର ଅଭିଯୋଗ ହେଉଛି । ତେବେ ଏହି ରାକେଟ୍‌କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଅନେକ ଦିନ ଧରି ବେପାରୀଙ୍କ ଉପରେ ନଜର ରଖିଥିଲା । ଆଜି ଏଥିରେ ସଫଳ ହୋଇଛି ।

ଦୁଇ ଜଣ ବ୍ରାଉନ ସୁଗର ବେପାରୀ ଏକ ବାଇକ ଯୋଗେ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ହାବୁଡ଼ରେ ପଡ଼ିଥିଲେ । ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୮୧ ଗ୍ରାମ୍‌ର ବ୍ରାଉନ ସୁଗର ଜବତ କରାଯାଇଛି । ଏହାସହ ବାଇକକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି । ଜବତ ବ୍ରାଉନ ସୁଗର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ଦୋଳସାହିର ବୋଲି ଜଣାପଡିଛି ।

Leave a Reply