ମୌସୁମୀରେ ବଢ଼ିବ କି କରୋନା ଭାଇରସ୍ ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ

1 min read

ଭୁବନେଶ୍ୱର: ଭାରତରେ କିଛିଦିନ ହେଲା କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଜୁନ୍ ମାସରେ ସଂକ୍ରମଣ ବଢ଼ିଛି । ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଜାନୁଆରୀ ୩୦ରେ ଆସିଥିଲା । ଫେବ୍ରୁଆରୀରେ ବେଶୀ ସତର୍କ ନହେବାରୁ ସଂକ୍ରମଣ ବଢ଼ିଥିଲା । ସଂକ୍ରମଣ ବଢ଼ିବା ଦେଖି ତାପମାତ୍ରା ବଢ଼ିଲେ ଭାଇରସ୍ ମରିଯିବ ବୋଲି ସେତେବେଳେ ଅନୁମାନ କରାଯାଇଥିଲା । କିନ୍ତୁ, ଏହି ଆକଳନ ଭୁଲ୍ ପ୍ରମାଣିତ ହୋଇଛି । ମେ, ଜୁନ ମାସରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ପରେ ବି ଅଧିକ ସଂକ୍ରମଣ ହୋଇଛି । ଏମିତିରେ ପ୍ରଶ୍ନ ଉଠୁଛି ମୌସୁମୀ କରୋନା ସଂକ୍ରମଣକୁ ଆହୁରି ବଢ଼ାଇବ ନାହିଁ ତ ?

କରୋନା ଉପରେ କେତେ ପ୍ରଭାବ ପକାଇବ ମୌସୁମୀ ?

ଓଡ଼ିଶାକୁ ମୌସୁମୀ ଛୁଇଁ ସାରିଥିବା ବେଳେ କିଛିଦିନ ଭିତରେ ସାରା ଦେଶକୁ ଛୁଇଁବ । ତେବେ, ମୌସୁମୀ ସ୍ପର୍ଶ ପରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବ ନା କମିବ ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଭାରତରେ କେତକ ରୋଗ ଯାହା ମୌସୁମୀ ସମୟରେ ହୁଏ । ମାଲେରିଆ, ଡେଙ୍ଗୁ, ଭାଇରାଲ ଫିଭର, ଏଚ୍୧-ଏନ୍୧ ଭାଇରସ୍, ଫ୍ଲୁ ହେଉଛି ମୌସୁମୀ ସମୟରେ ହେଉଥିବା ବେମାରୀ । କରୋନା ସମ୍ପୂର୍ଣ୍ଣ ନୂଆ ଭାଇରସ୍ ହୋଇଥିବା ବେଳେ ୟାକୁ ନେଇ ଅଧ୍ୟୟନ ଚାଲିଛି । ବୈଜ୍ଞାନିକମାନେ ଭାଇରସର ସ୍ୱଭାବ ବା ପ୍ରକୃତିକୁ ଅନୁଶୀଳନ କରୁଛନ୍ତି । ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହାଁନ୍ତି କି ପାଣିପାଗ କରୋନା ଭାଇରସ୍ ଉପରେ କେତେ ମାତ୍ରାରେ ପଡ଼ିବ ।

ଡେଙ୍ଗୁ, ମାଲେରିଆ ଭଳି କରୋନାର ପ୍ରକୃତି

ସଂକ୍ରାମକ ରୋଗ ମହାମାରୀ ବିଶେଷଜ୍ଞ ଡକ୍ଟର ମାର୍କ ଏଲେନ୍ ବିଡୋସନଙ୍କ ପ୍ରକାରେ ‘ରିସର୍ଚ୍ଚରୁ ଜଣାପଡ଼ିଛି ଡେଙ୍ଗୁ ପ୍ରବଳ ବର୍ଷା ପରେ ମଶାଙ୍କ ବଂଶବୃଦ୍ଧି ବାଧାପ୍ରାପ୍ତ ହୁଏ । ସେମାନଙ୍କ ଲାର୍ବା ଧୋଇଯାଏ । ଫଳରେ ଏହାକୁ କଣ୍ଟ୍ରୋଲ କରିହୁଏ । କିନ୍ତୁ, କୋଭିଡ୍-୧୯ ହେଉଛି ଶ୍ୱାସଜନିତ ରୋଗ । ଏହା ଆପଣଙ୍କୁ ସିଧା ଆକ୍ରମଣ କରେ । ଇନଷ୍ଟୁଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଡିସିନ୍, ବେଲଜିୟମର ନିର୍ଦ୍ଦେଶକଙ୍କ ପ୍ରକାରେ ସ୍ୱାଇନ୍ ଫ୍ଲୁ ଭଳି କେତକ ଭାଇରସ୍ ଶ୍ୱାସକ୍ରିୟାକୁ ଓ ମୌସୁମୀରେ ସେମାନଙ୍କ ସ୍ଥିତିକୁ ଆଜି ଯାଏଁ ବୁଝି ହେଉନାହିଁ ।

ନୂଆ ଭାଇରସକୁ ନେଇ ରିସର୍ଚ୍ଚ

ଆମେରିକାରେ ଫ୍ଲୁର ପାଣିପାଗକୁ ନେଇ ଭବିଷ୍ୟବାଣୀ କରିବା ଅସମ୍ଭବ । ଖରା କିମ୍ବ ବର୍ଷା, ଘରେ କିମ୍ବା ବାହାରେ ଏମିତି କିଛି ଫ୍ୟାକ୍ଟର ନାହିଁ ଯାହାକୁ ନିର୍ଣ୍ଣାୟକ ପ୍ରଭାବ କହିହେବ ନାହିଁ । ସୂର୍ଯ୍ୟ କିରଣ ଦ୍ୱାରା ଲୋକଙ୍କ ଶରୀରରୁ ଭିଟାମିନ୍ ଡି ସ୍ତର କମିବା । ଏହା ବ୍ୟତୀତ୍ କରୋନା ଭାଇରସ୍ ମଣିଷଠାରୁ ମଣିଷ ବାଦ୍ ପବନ କିମ୍ବା ଅନ୍ୟ କେଉଁଥିରେ ସଂକ୍ରମିତ ହେଉଛି ସ୍ପଷ୍ଟ ହୋଇନାହିଁ ।

ଚିହ୍ନିବାକୁ ଲାଗିବ କେତେବର୍ଷ ?

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ବାୟରୋଲୋଜିର ପୂର୍ବ ଡେପୁଟି ଡାଇରେକ୍ଟର ଡକ୍ଟର ଏମ୍.ଏସ୍ ଚଡ୍ଡାଙ୍କ ମୁତାବକ, କେଉଁ ପାଣିପାଗରେ କରୋନା ଭାଇରସ୍ ପ୍ରଭାବି ହେଉଛି ଜାଣିବାକୁ କେତେ ବର୍ଷ ଲାଗିଯିବ । ଆରଏସଭି ଓ ଅନ୍ୟ ଶ୍ୱାସ ରୋଗ ପାଗ ଉପରେ ନିର୍ଭର କରେ । ଏଥିପାଇଁ କିଛି ବର୍ଷ କୋଭିଡ୍-୧୯ ଯାଞ୍ଚ ଓ ପରୀକ୍ଷଣ ପରେ ପାଗ ଉପରେ ଏହାର ପ୍ରଭାବ କେତେ ତାହା ଜଣାପଡ଼ିବ ।

ପାଗ ଓ ମଣିଷର ବ୍ୟବହାର

ଭାଇରାଲ୍ ରୋଗ ବ୍ୟାପିବାର ମୁଖ୍ୟ କାରଣ ପ୍ରକୃତି ଓ ପାଣିପାଗରେ ପରିବର୍ତ୍ତନ । ମଣିଷର ଜୀବନ ଶୈଳୀ ଓ ଭାଇରସର ବିଶେଷତ୍ୱ ଉପରେ ନିର୍ଭର କରେ । ଯେମିତିକି ସଡ଼କରେ ଛେପ ପକାଇବା ଏକ ସାଧାରଣ କଥା । କିନ୍ତୁ ବର୍ଷା ଦିନେ ଏହା ଦ୍ୱାରା ସେଥିରେ ଥିବା ଭୂତାଣୁ ଅନ୍ୟକୁ ସଂକ୍ରମିତ କରିପାରେ । ତେବେ ବର୍ଷା ଫଳରେ ସଡ଼କ ଧୋଇଯିବ ଏବଂ ଲୋକ ଘର ଓ ଅଫିସରେ ରହିବେ । ଫଳରେ ଭାଇରସ୍ ପ୍ରଭାବ ହ୍ରାସ ପାଇବ ବୋଲି ମୁମ୍ବାଇ ସେଣ୍ଟର ଫର୍ ଏକ୍ସିଲେନ୍ସ ଇନ୍ ବେସିକ ସାଇନ୍ସର ବୈଜ୍ଞାନିକ ଡକ୍ଟର ସୁଭୋଜିତ୍ ସେନ୍ କହିଛନ୍ତି ।

 

Leave a Reply