ନେତାଙ୍କ ନାମରେ ଖୋଲିଥିଲେ ଫେକ୍‌ ଆକାଉଣ୍ଟ, ଲୁଟୁଥିଲେ ହଜାର ହଜାର ଟଙ୍କା

ସୁନ୍ଦରଗଡ଼: ନେତାଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ହଜାର ହଜାର ଟଙ୍କା ଠକିଥିବା ଯୁବକ ଗିରଫ । ନେତାଙ୍କ ନାଁରେ ଲୋକଙ୍କଠାରୁ ଟଙ୍କା ଠକୁଥିବା ଯୁବକ ଶେଷରେ ସୁନ୍ଦରଗଡ଼ ସଦର ଥାନା ପୋଲିସ ଫାନ୍ଦରେ ପଡିଛି । ଏ ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଉଜ୍ଵଳପୁର ଅଞ୍ଚଳର ଅମନ କୁମାର ଶର୍ମା । ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରୀପାଠୀ ଏବଂ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସ୍ଵାମୀ ଅଜୟ ପଟେଲଙ୍କ ନାଁରେ ଅମନ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିବା ସହ ସେଥିରେ ସୁନ୍ଦରଗଡ଼ ଅଞ୍ଚଳର ଲୋକଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲା ।

ପରେ ସେମାନଙ୍କୁ ମେସେଞ୍ଜର ମାଧ୍ୟମରେ ‘ମୋର ଜଣେ ଚିହ୍ନା ପରିଚୟ ଲୋକଙ୍କ ଅସୁବିଧା ଅଛି’ କହି ଟଙ୍କା ମାଗୁଥିଲା । ଟଙ୍କା ପଠାଇବା ପାଇଁ ଅ।କାଉଣ୍ଟ ନମ୍ଵର ମଧ୍ୟ ଦେଉଥିଲା ଓ କହୁଥିଲା ‘ମୁଁ ବାହାରେ ଅଛି, ସୁନ୍ଦରଗଡ଼ ପହଞ୍ଚି ଟଙ୍କା ଫେରାଇ ଦେବି’ ।

ବିଜେପିର ଦୁଇ ନେତା ଅଭିଯୋଗ କରିବା ପରେ ସୁନ୍ଦରଗଡ ଏସ୍‌ଡିପିଓଙ୍କ ନେତୃତ୍ଵରେ ଏକ ଟିମ ଘଟଣାର ତଦନ୍ତ କରି ଅମନ କୁମାର ଶର୍ମାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେବଳ ଏହି ଦୁଇ ନେତା ନୁହନ୍ତି ଅ।ହୁରି ଅନେକ ଲୋକଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ ଅ।କାଉଣ୍ଟ କରି ଏହି ଯୁବକ ଜଣକ ଟଙ୍କା ଆଦାୟ କରୁଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply