କରୋନା ଭ୍ୟାକସିନ ପ୍ରସ୍ତୁତି ପାଇଁ ଶୀକାର ହୋଇଛନ୍ତି ଲକ୍ଷାଧିକ ସାର୍କ!

ଲଣ୍ଡନ: କରୋନା ଭୂତାଣୁ ମହାମାରୀ ସଂକ୍ରମଣକୁ ଅଟକାଇବା ପାଇଁ ସାର୍କକୁ ଶୀକାର କରାଯାଉଛି । ପ୍ରାୟ ଦେଢ ଲକ୍ଷରୁ ଅଧିକ ସାର୍କ ଶୀକାର ହୋଇଥିବା ବୟାନ୍ ‌ଦେଇଛନ୍ତି ଓ୍ୱାଇଲ୍ଡ ଲାଇଫ ଏକ୍ସପର୍ଟ । ଶାର୍କ ଶରୀରରେ ଥିବା ଏକ ଖାସ ତେଲ ସ୍କ୍ୱାଲିନ ପାଇଁ ମାରିଦିଆଯାଉଛି । ଏହା ଏକ ପ୍ରାକୃତିକ ତେଲ । ଜ୍ୱର ଭ୍ୟାକସିନକୁ ପ୍ରଭାବଶାଳୀ କରିବା ପାଇଁ ଏଭଳି କାମ କରାଯାଉଛି ।


ସୂଚନା ଅନୁସାରେ କରୋନା ଭ୍ୟାକସିନ ପ୍ରସ୍ତୁତ କରୁଥିବା କେତେକ ବୈଜ୍ଞାନିକ ସାର୍କ ତେଲ ଉପଯୋଗ କରି ଭ୍ୟାକସିନକୁ ପ୍ରଭାବଶାଳୀ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାର ପ୍ରଭାବ ପଜିଟିଭ ହୋଇଥିବା ସୂଚନା ମିଳିନାହିଁ । ତଥାପି ସାର୍କ ସଂରକ୍ଷଣ ପାଇଁ କାମ କରୁଥିବା ଗୋଷ୍ଠୀ ସାର୍କ ଏଲାଇଜ ଦାବି କରିଛିକି ଯଦି ଏହି ଭ୍ୟାକସିନ ସାରା ବିଶ୍ୱବାସୀଙ୍କୁ ଦିଆଯିବ ତେବେ ଏଥିପାଇଁ ୨ ଲକ୍ଷ ୪୦ ହଜାର ସାର୍କଙ୍କୁ ମାରିବାକୁ ପଡ଼ିବ । କିନ୍ତୁ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଶାର୍କ ଏଲାଇଜ ତରଫରୁ ହୋଇଥିବା ଆକଳନ ଖୁବ କମ୍‌। କରୋନା ଭ୍ୟାକସିନରୁ ବଞ୍ଚିବା ପାଇଁ ସଂକ୍ରମିତଙ୍କୁ ଦୁଇ ଡୋଜ୍ ‌ଦିଆଯାଉଛି । ଯଦି ସମସ୍ତଙ୍କୁ ସାର୍କ ତେଲରେ ପ୍ରସ୍ତୁତ ଭ୍ୟାକସିନ ଦିଆଯିବ ତେବେ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ମାରିବାକୁ ପଡ଼ିବ । ଯାହା ସମୂଦ୍ର ପର୍ଯ୍ୟାବରଣ ଉପରେ ଯଥେଷ୍ଟ କୁପ୍ରଭାବ ପକାଇବ ।

ସାର୍କ ଏଲାଇଜର ସଂସ୍ଥାପକ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟେଫନୀ ବ୍ରେଣ୍ଡଲ କହିଛନ୍ତି କି ସାର୍କ ସଂଖ୍ୟ ଖୁବ କମ୍‌। ଏହି ମହାମାରୀ କେତେ ଦିନ ଧରି ଚାଲିବ ତାହା ଅନୁମାନ କରି ହେବ ନାହିଁ । ଯଦି ଏହିଭଳି ସାର୍କ ଶୀକାର କରାଯିବ ତେବେ ଦିନ ଆସିବ ଏହି ସମୂଦ୍ର ଜୀବ ଦିନେ ଲୋପ ପାଇଯିବ ।

Leave a Reply